spot_img
Home Blog Page 2563

MI ଉପରେ ଖପ୍ପା ଫ୍ୟାନ୍ସ, ଜାଳିଦେଲେ ଜର୍ସି ଇନଷ୍ଟାରେ କମିଗଲେ ଫଲୋଅର୍ସ

ନୂଆଦିଲ୍ଲୀ: ନିଜ ଟିମ୍‌ର ସବୁଠାରୁ ସଫଳ ଅଧିନାୟକଙ୍କୁ ହଟାଇ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌  । ଫ୍ରାଞ୍ଚାଇଜ ଗୁଜୁରାଟ ଟାଇଟନ୍ସର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ନୂଆ ଅଧିନାୟକ ନିଯୁକ୍ତ କରିଛନ୍ତି  । ଏହାପରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଏହାର ସିଧାସଳଖ ପ୍ରଭାବ  । ସୋସିଆଲ  ମିଡିଆ Xରେ ଲଗାତାର ଟ୍ରେଣ୍ଡ କରୁଛି #ShameOnMI  । ହାର୍ଦ୍ଦିକ ୨୦୨୧ ପର୍ଯ୍ୟନ୍ତ ମୁମ୍ବାଇର ଅଂଶୀଦାର ଥିଲେ  । ରୋହିତ ଶର୍ମା ୨୦୧୩ରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରହିଆସିଛନ୍ତି  । ତାଙ୍କ ଅଧିନାୟକତ୍ବରେ ଟିମ ୫ ଥର ଚାମ୍ପିଅନ ହୋଇଛନ୍ତି  ।

ରୋହିତ ଶର୍ମା ଅଧିନାୟକ ପଦରୁ ବିଦା ହେବା କାରଣରୁ ଫ୍ୟନ୍ସଙ୍କ ଆକ୍ରୋଶ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି  । ଜଣେ ପ୍ରଶଂସକ ମୁମ୍ବାଇ ଇଣ୍ଡିଆନ୍ସର ଜର୍ସିରେ ନିଆଁ ଲଗାଇ ଭିଡିଓ ସେୟାର କରିଛନ୍ତି  । ସେହିପରି ଆଉ ଜଣେ ମୁମ୍ବାଇର କ୍ୟାପ୍‌କୁ ଗୋଡରେ ଦଳିଦେବା ପରେ ଏଥିରେ ନିଆଁ ଲଗାଇ ଦେଉଛି  । ଏହା ସହ ମୁମ୍ବାଇର ପତାକାକୁ ବି ନିଆଁ ଲଗାଇ ଦେଇଛନ୍ତି ଫ୍ୟାନ୍ସ  ।

 

ମୁମ୍ବାଇ ଇଣ୍ଡିଆନ୍ସର ସୋସିଆଲ ମିଡିଆ ଆକାଉଣ୍ଟରେ ବି ରୋହିତ ଶର୍ମାଙ୍କ ପ୍ରଭାବ ଦେଖିବାକୁ ମିଳିଛି । ହାର୍ଦ୍ଦିକଙ୍କୁ ଅଧିନାୟକ କରିବା ପରେ ଏମଆଇର ଇନଷ୍ଟାଗ୍ରାମରେ ୧୩.୨ ମିଲିୟନ ଫଲୋଅର୍ସ ଥିଲେ  । ଏହାର ୨୪ ଘଣ୍ଟା ନ ପୁରୁଣୁ ମୁମ୍ବାଇର ଫଲୋଅର୍ସ ୧୨.୮ ମିଲିଅନ ଛୁଇଁଥିଲେ  । Xରେ ବି ୮.୬ ମିଲିଅନରୁ ମୁମ୍ବାଇର ଫଲୋଅର୍ସ ୮.୨ ମିଲିଅନରେ ପହଞ୍ଚିଥିଲେ  । ଫ୍ୟାନ୍ସଙ୍କ ଆକ୍ରୋଶ ଦେଖି ଏବେବି ଫଲୋଅର୍ସ କମିବା ନେଇ ଆଶଙ୍କା କରାଯାଉଛି  ।

ଟ୍ରକ ଧକ୍କାରେ ଶ୍ବଶୁର-ଜ୍ବାଇଁ ମୃତ

ଉମରକୋଟ: ଟ୍ରକ୍‌ ଚକ ତଳେ ପଡ଼ି ଶ୍ବଶୁର- ଜ୍ୱାଇଁ ମୃତ । ନବରଙ୍ଗପୁର ଜିଲ୍ଲା ରାଇଘର ଡିଏନକେ ଡାକଘର ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ରକଟି ଜୟପୁର ଯାଉଥିଲା । ଶ୍ବଶୁର – ଜ୍ବାଇଁ ଯାଉଥିବା ବାଇକଟି ଓଭରଟେକ୍ କରିବା ବେଳେ ଟ୍ରକ୍‌ ଚକ ତଳେ ପଡ଼ି ଯାଇଥିଲେ । ଜ୍ୱାଇଁଙ୍କ ଅଣ୍ଟା ଓ ଶ୍ବଶୁରଙ୍କ ମୁଣ୍ଡ ଉପରେ ଟ୍ରକ୍ ଚକ୍‌ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଜ୍ବାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଶ୍ବଶୁର ପ୍ରାଣ ହରାଇଛନ୍ତି । ଜ୍ବାଇଁ ଲଖମନ ଜାନିଙ୍କ ଘର ମୁଣ୍ଡିବେଡ଼ା ପଞ୍ଚାୟତର ଭିମାଟିକିରା ଓ ଶ୍ବଶୁର ବଳି ଜାନିଙ୍କ ଘର ଗଞ୍ଜପାର ପଞ୍ଚାୟତ ମାରାଙ୍ଗପଲ୍ଲୀରେ ବୋଲି ଜଣା ପଡ଼ିଛି । ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ତାଙ୍କ ଘରକୁ ଯିବା ସମୟରେ ଶ୍ବଶୁର -ଜ୍ବାଇଁ ପ୍ରାଣ ହରାଇଛନ୍ତି ।

5T ଅଧ୍ୟକ୍ଷଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ବିଭିନ୍ନ ମନ୍ଦିରରେ ଉନ୍ନୟନ କାମ ଓ ପ୍ରସ୍ତୁତି ସମୀକ୍ଷା

ବ୍ରହ୍ମପୁର: 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ପାଇଁ ପ୍ରସ୍ତୁତି । ବିଭିନ୍ନ ମନ୍ଦିରରେ ଉନ୍ନୟନ କାମ ଓ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଛତ୍ରପୁର ନିର୍ବାଚନମଣ୍ଡଳୀର ସୁନ୍ଦରପୁରସ୍ଥିତ ସୁନ୍ଦେରଶ୍ବର ଶୈବପୀଠରେ ପ୍ରଥମେ ସମୀକ୍ଷା କରିଥିଲେ । ଉପସ୍ଥିତ ଥିଲେ ଛତ୍ରପୁର ବିଧାୟକ ସୁବାସ ବେହରା । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜିଠାରୁ ଦୁଇଦିନିଆ ଗଞ୍ଜାମ ଗସ୍ତ କାଳରେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀର ତୁମ୍ବେଶ୍ବର ମନ୍ଦିର, ପୋଲସରା ନିର୍ବାଚନମଣ୍ଡଳୀର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର, କବିସୂର୍ଯ୍ୟନଗର ଆଠଗଡ଼ର ଜଗନ୍ନାଥ ମନ୍ଦିର, ଆସିକାର ଖମ୍ବେଶ୍ବରୀ ମନ୍ଦିରକୁ ଯାଇ ଉନ୍ନୟନ କାମର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି । କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ପ୍ରସ୍ତୁତି ଓ ଉନ୍ନୟନ କାମର ସମୀକ୍ଷା କରିଛନ୍ତି।

ଥରୁଛି ଓଡ଼ିଶା, ଜାଣନ୍ତୁ କେଉଁଠି କେତେ ରହିଛି ତାପମାତ୍ରା

ଭୁବନେଶ୍ବର: ଶୀତରେ ଥରୁଛି ସାରା ଓଡ଼ିଶା । ହାଡଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ହେଲାଣି ଲୋକଙ୍କ ଜନଜୀବନ । ସେହିପରି ଟୁଇନ୍ ସିଟିରେ ଶୀତର ପ୍ରଭାବ ଜାରି ରହିଛି । ଆଜି ଟୁଇନ୍ ସିଟିରେ ପାରଦ ୧୩ ଡିଗ୍ରୀ ଛୁଇଁଛି । ରାଜଧାନୀ ଭୁବନେଶ୍ବରରେ ପାରଦ ୧୩.୨ ଡିଗ୍ରୀ ଥିବା ବେଳେ, କଟକରେ ୧୩.୫ ରେକର୍ଡ କରାଯାଇଛି । ସୁନ୍ଦରଗଡ କିରେଇରେ ସବୁଠୁ ତାପମାତ୍ରା କମ ରହିଛି । ସେଠାରେ ପାରଦ ୮.୩ ଡିଗ୍ରୀ ରେର୍କଡ କରାଯାଇଛି । ସେହିପରି ଜି. ଉଦୟଗିରିରେ ୮.୪ ଡିଗ୍ରୀ, ଫୁଲବାଣୀରେ ୮.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗିବାଡିରେ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି । ସେପଟେ ହାଡ଼ଭଙ୍ଗା ଶୀତ ପାଇଁ ସବୁଠି ଜନ ଜୀବନ ଅସ୍ତବ୍ୟବସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଲୋକେ ଶୀତ ଦାଞରୁ ରକ୍ଷା ପାଇବା ପାଇଁ ନିଆଁ ପିଆଁଉଛନ୍ତି ।

ଆରବ ସାଗରରେ ଦମ୍ ଦେଖାଇଲା ଭାରତୀୟ ନୌସେନା

ନନ୍ଦିଘୋଷ ବ୍ୟୁରୋ: ଆରବ ସାଗରରେ ମାଲଟାର ଏକ ଜାହାଜକୁ ଅପହରଣ ଉଦ୍ୟମ । ଭାରତୀୟ ନୌସେନାର ଉଦ୍ୟମ କ୍ରମେ ବିଫଳ ହୋଇଛି ଉଦ୍ୟମ । ଆରବ ସାଗରରେ ମାଲଟାର ଏକ ପଣ୍ୟବାହୀ ଜାହାଜ ଏମଭି ରୁଏନ ଯାତ୍ରା କରୁଥିବାବେଳେ ତାହାକୁ ଅପହରଣ ଲାଗି ଉଦ୍ୟମ କରାଯାଇଥିଲା । ତେବେ ଜରୁରୀ ସୂଚନା ମିଳିବା ପରେ ଆଣ୍ଟିପାଇରାସି ପାଟ୍ରୋଲ ବାହିନୀ ନିକଟରେ ରହିଥିବା ଯୁଦ୍ଧଜାହାଜକୁ ଗଲ୍ଫ ଆଡେନକୁ ପଠାଇଥିଲା ଭାରତୀୟ ନୌସେନା । ପଣ୍ଯବାହୀ ଜାହାଜରେ ୧୮ ଯାତ୍ରୀ ଥିବାବେଳେ ତା ଭିତରକୁ ୬ ଜଣ ଅଜଣା ଯାତ୍ରୀ ପ୍ରବେଶ କରିଥିବା ସୂଚନା ମିଳିଥିଲା । ଜରୁରୀ ସୂଚନା ପରେ ଭାରତୀୟ ନୌସେନାର ପ୍ରମୁଖ ହସ୍ତକ୍ଷେପ ଫଳରେ ଜାହାଜ ଅପହରଣ ଉଦ୍ୟମ ବ୍ୟର୍ଥ ହୋଇଥିଲା । ବର୍ତ୍ତମାନ ସେହି ଜାହାଜ ସୋମାଲିଆ ଅଭିମୁଖେ ଯାତ୍ରା କରୁଥିବା ସୂଚନା ମିଳିଛି । ଭାରତୀୟ ନୌସେନା ଦମ ଦେଖାଇଥିବାବେଳେ ଏହା ଦେଶ ପାଇଁ ଗର୍ବ ଏବଂ ଗୌରବର ବିଷୟ ।

ସାରା ଦେଶରେ ପାଳନ ହେଉଛି ବିଜୟ ଦିବସ

ନୂଆଦିଲ୍ଲୀ: ସାରା ଦେଶରେ ବିଜୟ ଦିବସ । ୧୯୭୧ ଯୁଦ୍ଧରେ ପାକିସ୍ତାନ ବିରୋଧରେ ଭାରତର ବିଜୟକୁ ସ୍ମରଣ କରିବା ଲାଗି ଏହି ସମାରୋହ ପାଳନ କରାଯାଇଛି । ୧୯୭୧ର ଲୋମଟାଙ୍କୁରା ଯୁଦ୍ଧରେ ସୃଷ୍ଟି ହୋଇଥିଲା ବାଂଲାଦେଶ । ପ୍ରତିବର୍ଷ ଡିସେମ୍ବର ୧୬ରେ ଏହି ଦିବସ ପାଳିତ ହେଉଛି । ଯୁଦ୍ଧରେ ସହିଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି । ୧୯୭୧ ଡିସେମ୍ବର ୧୬ରେ ପୂର୍ବ ପାକିସ୍ତାନରୁ ବାଂଲାଦେଶର ସୃଷ୍ଟି ହୋଇଥିଲା । ପାକିସ୍ତାନର ଲଜ୍ଜାଜନକ ପରାଜୟ ସହ ଭାରତ ଚାଖିଥିଲା ବିଜୟର ସ୍ବାଦ । ଯୁଦ୍ଧରେ ୯୩ ହଜାର ସୈନ୍ୟଙ୍କ ସହ ପାକିସ୍ତାନ ସଶସ୍ତ୍ର ବାହିନୀର ମୁଖ୍ୟ ଜେନେରାଲ ଅମିର ଅବଦୁଲ୍ଲା ଖାଁ ନିଆଜି ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ ।

ବାଂଲାଦେଶରେ ବି ଡିସେମ୍ବର ୧୬କୁ ବିଜୟ ଦିବସ ଭାବେ ପାଳନ କରାଯାଉଛି । ପୂର୍ବ ପାକିସ୍ତାନ ବିରୋଧରେ ପାକିସ୍ତାନର ଜେନେରାଲ ୟାହିଆ ଖାଁଙ୍କ ନେତୃତ୍ବରେ ପାକିସ୍ତାନ ସେନା ଗଣହତ୍ୟା ଜାରିରଖିଥିଲା । ତେବେ ଭାରତର ହସ୍ତକ୍ଷେପ ପରେ ଏହି ଗଣହତ୍ୟା ବନ୍ଦ ହେବା ସହ ଯୁଦ୍ଧର ଅବସାନ ହୋଇଥିଲା । ନୂଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଡିଏସ ଜେନେରାଲ ଅନିଲ ଚୌହ୍ବାନ, ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ବାୟୁସେନା ଭାଇସ ଚିଫ ଏୟାର ମାର୍ଶାଲ ଅମରପ୍ରୀତ ସିଂ, ନୌସେନା ମୁ୍ଖ୍ୟ ଆଡମିରାଲ ଆର. ହରିକୁମାର ପ୍ରମୁଖ ଉପସ୍ଥିତ ରହି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ମୃତ

ନନ୍ଦିଘୋଷ ବ୍ୟୁରୋ: ଅଟୋକୁ ପିଟିଲା ବସ୍ । ଘଟଣାରେ ୫ମୃତ । କେରଳ ମାଲାପୁରମ୍ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଯାଇଛି ୫ ଜୀବନ । କର୍ଣ୍ଣାଟକରୁ ଶ୍ରଦ୍ଧାଳୁଙ୍କୁ ଧରି ଏକ ବସ୍ କେରଳର ସାବରୀମାଳା ଅଭିମୁଖେ ଯାଉଥିଲା। ମାତ୍ର ବସଟି ମାଲାପୁରମ୍ ନିକଟରେ ଏକ ବୁଲାଣି ଅତିକ୍ରମ କରୁଥିବା ବେଳେ ସାମନା ପଟୁ ଏକ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଅଟୋରେ ଥିବା ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଶିଶୁ ଅଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବ  ମଞ୍ଜେରୀ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବିଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ କରୁଛି । ସେପଟେ ମୃତ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାିଛି ଶୋକର ଛାୟା ।

 

ପୁରୀ ଜିଲ୍ଲାରେ ୭ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ପୁରୀ ଜିଲ୍ଲାରେ ନିର୍ମାଣ ହେବ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ । ବ୍ରହ୍ମଗିରି, କୃଷ୍ଣପ୍ରସାଦ, କଣାସ ଓ ପୁରୀ ସଦର ବ୍ଲକରେ ଏସବୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୧୪ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜନଶୁଣାଣି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି ।  5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ପୁରୀ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକର ଚାପମାଣିକ, ରେବଣା-ନୂଆଗାଁ, ବଡ଼ ଦିଆଣ୍ଡି ପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା,  ବଡ଼ନଳା ପଞ୍ଚାୟତ, କଣାସ ବ୍ଲକର ବିଜିପୁର ପଞ୍ଚାୟତ ଓ ପୁରୀ ସଦର ବ୍ଲକର ରାଈଗୋରଡ଼ା ପଞ୍ଚାୟତରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ହିସାବରେ ସମୁଦାୟ ୧୪ କୋଟି ଟଙ୍କା ବ୍ୟୟ କରାଯିବ । ଏସବୁର ନିର୍ମାଣ ଦାୟିତ୍ୱ ଗ୍ରାମ ଉନ୍ନୟନ ବିଭାଗକୁ ନ୍ୟସ୍ତ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ କରିବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

 

 

ମୁମ୍ବାଇ ଇଣ୍ଡିଆନ୍ସକୁ ପଛରେ ପକାଇଲା ଚେନ୍ନାଇ ସୁପର କିଙ୍ଗ୍ସ

ନୂଆଦିଲ୍ଲୀ: ପୁଣି ଶୀର୍ଷରେ ଚେନ୍ନାଇ ସୁପରକିଙ୍ଗ୍ସ । ଇନଷ୍ଟାଗ୍ରାମରେ ମୁମ୍ବାଇ ଇଣ୍ଡିଆନ୍ସକୁ ପଛରେ ପକାଇ ଫଲୋର୍ସ ତାଲିକାରେ ଉପରକୁ ଉଠିଛି ଚେନ୍ନାଇ । ଚେନ୍ନାଇର ଏବେ ୧୩ ମିଲିୟନ ଫଲୋର୍ସ ରହିଛନ୍ତି । ସେପଟେ ମୁମ୍ବାଇ ଇଣ୍ଡିଆନ୍ସର ଫଲୋର୍ସ ୧୩ ମିଲିୟନ ରହିଥିଲେ । ମାତ୍ର ଶୁକ୍ରବାର ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହେବା ପରେ ଦେଢ଼ ଲକ୍ଷ ଫଲୋର୍ସ କମି ଯାଇଛନ୍ତି । ଉଭୟ ଟିମ ଆଇପିଏଲରେ ୫ଥର ଲେଖାଏଁ ଚାମ୍ପିୟନ ହୋଇଛନ୍ତି । ସବୁବେଳେ ଉଭୟ ଫ୍ୟାନ୍ସଙ୍କ ମଧ୍ୟରେ ଅଧିକ ତର୍କ ବିତର୍କ ଦେଖିବାକୁ ମିଳିଥାଏ । ଉମ୍ବାଇ-ଚେନ୍ନାଇ ପ୍ରଂଶସକଙ୍କ ମଧ୍ୟ ଗଣ୍ଡଗୋଳ ମଧ୍ୟ ଦେଖିବାକୁ ମିଳିଥାଏ । ମାତ୍ର ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟନ୍ସର ଅଧିନାୟକ ଭାବେ ଗୋଟିଏ କପ ଜିତାଇଛନ୍ତି । ପୂର୍ବରୁ ମୁମ୍ବାଇ ପକ୍ଷରୁ ଖେଳିଥିଲେ ସୁଦ୍ଧା ତାଙ୍କୁ ଅଧିନାୟକଭାବେ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଯେଉଁଥି ପାଇଁ ଫଲୋର୍ସଙ୍କ ସଂଖ୍ୟା କମିଥିବା ଚର୍ଚ୍ଚା ହେଉଛି । ସେପଟେ ଧୋନୀ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ସୁଦ୍ଧା ଆଜି ମଧ୍ୟ ତାଙ୍କ ଫ୍ୟାନ ଫଲୋର୍ସଙ୍କ ସଂଖ୍ୟା ଅଧିକ ରହିଛି । ଚେନ୍ନାଇ ପକ୍ଷରୁ ଚଳିତ ବର୍ଷ ମଧ୍ୟ ସେ ଖେଳିବାକୁ ଥିବାବେଳେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।

ସୂଚନା ଥାଉକି, ରୋହିତ ଶର୍ମାଙ୍କ ଯୁଗ ଶେଷ  । ମୁମ୍ବାଇ ଇଣ୍ଡିଆନ୍ସରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଗୁରୁଦାୟିତ୍ୱ । ୨୦୨୪ ଆଇପିଏଲ୍ ସିଜିନ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଇଣ୍ଡିଆନ୍ସରେ ପାଣ୍ଡ୍ୟାଙ୍କ କାର୍ଯ୍ୟକାଳ ଆରମ୍ଭ ହେବା ସହ ରୋହିତ ଶର୍ମାଙ୍କ ଦଶ ବର୍ଷର ଅଧିନାୟକତ୍ୱ ଯୁଗର ଅବସାନ ହୋଇଛି । ରୋହିତ ଶର୍ମା ୨୦୧୩ରେ ମୁମ୍ବାଇ ଟିମର ଅଧିନାୟକ ହୋଇଥିଲେ। ତାଙ୍କ ନେତୃତ୍ୱରେ ମୁମ୍ବାଇ ପାଞ୍ଚ ଥର ଆଇପିଏଲ୍ ଟ୍ରଫି ଜିତିଥିଲା । ବର୍ତ୍ତମାନ ରୋହିତ ମୁମ୍ବାଇର ଅଧିନାୟକତ୍ବ ହରାଇଛନ୍ତି । କିନ୍ତୁ ସେ ଦଳ ସହ ରହିବେ । ଜଣେ ସାଧାରଣ ଖେଳାଳି ଭାବେ ୨୦୨୪ ଆଇପିଏଲ ସିଜିନରେ ନଜର ଆସିବେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱରେ ସହାୟତା କରିବେ ଟିମ୍ ପରିଚାଳନା ବିଭାଗ  ।

 

 

 

ପ୍ରେମିକାଙ୍କ ଉପରେ କାର ଚଢ଼ାଇ ଦେଲା ପ୍ରେମିକର ଡ୍ରାଇଭର

ମୁମ୍ବାଇ: ମହାରାଷ୍ଟ୍ର ଠାଣେର ଅଭାବନୀୟ ଘଟଣା । ବାନ୍ଧବୀଙ୍କ ଉପରେ କାର୍ ଚଢାଇ ଦେଲା ବୟଫେଣ୍ଡର ଡ୍ରାଇଭର । ଗୁରୁତର ଅବସ୍ଥାରେ ଯୁବତୀଙ୍କ ଚାଲିଛି ଚିକିତ୍ସା । ବଡ଼କଥା ହେଉଛି ଅଭିଯୁକ୍ତ ବୟଫ୍ରେଣ୍ଡ ଅଶ୍ବଜିତ ଗାଏକଓ୍ବାଡ ହେଉଛି ମହାରାଷ୍ଟ୍ର ରାଜ୍ୟ ସଡ଼କ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଅନିଲ ଗାଏକଓ୍ବାଡଙ୍କ ପୁଅ । ପ୍ରିୟା ସିଂ ନାମ୍ନୀ ଯୁବତୀ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି- ଗତ ଡିସେମ୍ବର ୧୧ ତାରିଖରେ ଏକ ପାରିବାରିକ ଉତ୍ସବରେ  ସେ ଅଶ୍ବଜିତଙ୍କ ଭେଟିବା ଲାଗି ଯାଇଥିଲେ । ମାତ୍ରେ ସେଠାରେ ତାଙ୍କୁ ଅଶ୍ବଜିତ ଅତି କର୍କଶ ବ୍ୟବହାର ପ୍ରଦର୍ଶନ କରିଥିଲେ । ଏପରିକି ସେଠାରେ ତାଙ୍କୁ ଅଶ୍ବଜିତ ଚାପୁଡା ମାରିବା ସହ ଚୁଟି ଟାଣି ବେକକୁ ଚିପି ଦେଇଥିଲେ । ସେଠାରେ ବି ଉପସ୍ଥିତ ଥିଲେ ଅଶ୍ବଜିତଙ୍କ ଜଣେ ସାଙ୍ଗ ।

ଅଶ୍ବଜିତ ଫୋପାଡିଦେଇଥିବା ମୋବାଇଲ ଓ ବ୍ୟାଗ ଆଣିବା ଲାଗି ଅଶ୍ବଜିତଙ୍କ କାର ନିକଟକୁ ଯିବାବେଳେ ତାଙ୍କ ଉପରେ କାର୍ ଚଢାଇ ଦେବା ଲାଗି ଡ୍ରାଇଭରଙ୍କୁ କୁଆଡେ କହିଥିଲେ ଅଶ୍ବଜିତ । ସତକୁ ସତ ଡ୍ରାଇଭରଜଣକ ପ୍ରିୟାଙ୍କ ଉପରେ ଗାଡ଼ି ଚଢାଇଦେଇଥିଲେ । ଫଳରେ ପ୍ରିୟାଙ୍କ ଗୋଡ ଉପରେ କାର୍ ଚଢିଯାଇଥିଲା । ଘଟଣା ପରେ ସେମାନେ ଫେରାର ହୋଇଯାଇଥିଲେ । ପ୍ରିୟାଙ୍କ ଗୋଡ଼ ଭାଙ୍ଗିଯାଇଥିବାବେଳେ ଶରୀରର ବହୁଳ ଭାଗ ଆଘାତପ୍ରାପ୍ତ ହୋଇଛି । ଅଶ୍ବଜିତଙ୍କ ସହ ସେ ସାଢେ ଚାରିବର୍ଷ ଧରି ଡେଟିଂ କରୁଥିଲେ । ଏହି ଘଟଣାକୁ ନେଇ ସେ କସରଓ୍ବାଦାଭଲି ଥାନାକୁ ଯାଇଥିଲେ । ମାତ୍ର ଉପର ମହଲରୁ ଚାପ ଯୋଗୁ ପୋଲିସଠାରୁ ସେ ନିରାଶ ହୋଇଥିଲେ । ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ପୋଲିସ ଧାରା ୩୨୩, ୨୭୯, ୫୦୪ରେ ଉଭୟ ଅଶ୍ବଜିତ ଓ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଛି ।