ଧୁମଧାମରେ ଚାଲିଛି ଘୁମୁରା ଉତ୍ସବ- ୨୦୨୪

1 min read

କଳାହାଣ୍ଡି: କଳାହାଣ୍ଡିରେ ଧୁମଧାମରେ ଚାଲିଛି କଳା ସଂସ୍କୃତି ମହାକୁମ୍ଭ କଳାହାଣ୍ଡି  ଘୁମୁରା ଉତ୍ସବ- ୨୦୨୪।  ନାଚ ଗୀତରେ ଦୁଲୁକି ଉଠିଛି ରେଣ୍ଡୋ ମାଝୀ ମଞ୍ଚ। ଭବାନୀପାଟଣା ଲାଲବାହାଦୂର ଷ୍ଟାଡିୟମ୍ ପାଖରେ ଚାଲିଛି ମହୋତ୍ସବ । ଦ୍ୱିତୀୟ ସନ୍ଧ୍ୟାରେ କଳାହାଣ୍ଡିଆ କଳାକାରମାନଙ୍କ ବଜାଶାଲ ଓ ସିଙ୍ଗାରୀ ନାଚରେ ମଞ୍ଚ ଦୁଲୁକି ଉଠିଥିଲା।  ମୁଖ୍ୟ ଅତିଥି ଭାବରେ ସାଂସଦ ବସନ୍ତ ପଣ୍ଡା ରହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ନର୍ଲା ବିଧାୟକ ଭୂପିନ୍ଦର ସିଂ ,ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଭବାନୀପାଟଣା ପୌର ପରିଷଦର ଅଧ୍ୟକ୍ଷା ସଂଯୁକ୍ତା ବେହେରା ଯୋଗ ଦେଇଥିଲେ । ଏହି ଅବସରରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ର ସ୍ମରଣିକା  “କଳାଝରଣ ” ଅତିଥିଙ୍କ ଦ୍ବାରା ଉନ୍ମୋଚନ ହୋଇଯାଇଛି । କବି ସମ୍ମିଳନୀର କବିତା ପୁସ୍ତକ “ନିଶାନ”ର ମଧ୍ୟ ଉନ୍ମୋଚନ ହୋଇଛି। ଶେଷରେ ବିଭିନ୍ନ ଡ୍ୟାନ୍ସ ଗ୍ରୁପ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।