ରାଉରକେଲା: ଚିନ୍ତାରେ ଲୋକେ । ରାଉରକେଲା ସହରରେ ଝାଡ଼ାବାନ୍ତି ଆତଙ୍କ । ୪ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିବା ବେଳେ ଶତାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ରାଉରକେଲା ସରକାରୀ ଡାକ୍ତରଖାନାରେ ଶହେରୁ ଅଧିକ ଲୋକଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ରାଉରକେଲା ସରକାରୀ ଡାକ୍ତରଖାନାରେ ସ୍ବତନ୍ତ୍ର ଡାକ୍ତରୀ ଦଳ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରଖିଛନ୍ତି । ସହରର ବିଭିନ୍ନ ସ୍ଥାନରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜନସ୍ବାସ୍ଥ୍ୟ ବିଭାଗ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ଔଷଧ ବଣ୍ଟନ କରାଯିବା ସହ ପ୍ରତିକାର ବ୍ୟବସ୍ଥା କରାଯାଉଛି । ଝାଡାବାନ୍ତି ନିୟନ୍ତ୍ରଣ କରିବା ପାଇଁ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ୧୨ ଟି ଟିମ ପକ୍ଷରୁ ଔଷଧ ବଣ୍ଟନ କରୁଛନ୍ତି । ରାଉରକେଲା ମହାନଗର ନିଗମ ପକ୍ଷରୁ ୬ଟି ଟିମ୍ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୬ଟି ଟିମ୍ ବିଭିନ୍ନ ଅଞ୍ଚଳ ଗସ୍ତ କରି ଔଷଧ ବଣ୍ଟନ ଓ ପାନୀୟ ଜଳ ପରୀକ୍ଷା କରୁଛନ୍ତି । ଝାଡାବାନ୍ତି ବୃଦ୍ଧି ପାଇବାର ନିର୍ଦ୍ଧିଷ୍ଟ କାରଣ କଣ ଅନୁସନ୍ଧାନ କରାଯାଉଥିବା ବେଳେ, ପାନୀୟ ଜଳ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଏହାସହ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଖାଦ୍ୟ ନମୁନା ଯାଞ୍ଚ ଆରମ୍ଭ ହୋଇଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟ ବରଣ କରିଥିବା ୪ ଜଣ ହେଲେ ଗ୍ଲାସନ ସମାନ୍ତ, ନାନସୀ ଦୁବେ, ଫୁଲଟୋଲୀ ଗୌଡ ଓ ଅହଲ୍ୟା ନାୟକ ।
ସାକ୍ଷୀଗୋପାଳ ଭଣ୍ଡାରୀଦଣ୍ଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ
ସାକ୍ଷୀଗୋପାଳ: ପୁରୀ ସାକ୍ଷୀଗୋପାଳ ଭଣ୍ଡାରୀ ଦଣ୍ଡା ନିକଟରେ ଦୁର୍ଘଟଣା । ବିଦ୍ୟୁତ ଖୁଣ୍ଟରେ ବାଇକ୍ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତ ଦୁଇ ଯୁବକ ହେଲେ ଇନ୍ଦିପୁର ଅଞ୍ଚଳର ଲିପୁନ ସେନାପତି ଓ ପୁପୁନା ପାଢ଼ୀ । ପୁରୀ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ଏହି ମୃତ୍ୟୁ କବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଶୋକର ଛାୟା ।
ଚାକିରି ନାଁରେ ଯୁବକଙ୍କୁ ଠକିଦେଲା କମ୍ପାନୀ
କେନ୍ଦ୍ରାପଡ଼: ପୁଣି ସାମନାକୁ ଆସିଲା ଠକାମି ଖବର । ଚାକିରି ନାଁରେ ଯୁବକଙ୍କୁ ଠକିଦେଲା କମ୍ପାନୀ । ଚାକିରୀ ଦେବା ନାଁରେ ବେକାର ଯୁବକ ମାନଙ୍କୁ ଠକିଛି ୱାନ ଟୁ ୱାନ କମ୍ପାନୀ ନାମକ ଘରୋଇ ସଂସ୍ଥା । ମୋଟା ଅଙ୍କର ଦରମା ଦେବାର ପ୍ରଲୋଭନ ଦେଖାଇ କୋରୋନା ଲକଡାଉନ ପରେ କେନ୍ଦ୍ରାପଡ଼ା ପାଟକୁରା ଅଞ୍ଚଳର ଅନେକ ଯୁବକ ମାନଙ୍କୁ ଇଲେକ୍ଟ୍ରି ଡିପାର୍ଟମେଣ୍ଟରେ ଚାକିରୀ ଦେବାକୁ କହି ଜଣକା ୩୫ ହଜାର ଟଙ୍କା ଓ କିସାନ କାର୍ଡ ପଞ୍ଚାୟତ କୋଡିନେଟରର ନକଲି ଆଇ କାର୍ଡ ଦେଇ ଟଙ୍କା ଆଦାୟ କରି ୩୦ ଲକ୍ଷ ଠକି ନେଇଛନ୍ତି ୱାନ ଟୁ ୱାନ କମ୍ପାନି । ପ୍ରତାପ ମହାନ୍ତି ନାମକ ବ୍ୟକ୍ତି ନିଜେ ପିଲାଙ୍କ ଠାରୁ ଟଙ୍କା କଲେକ୍ସନ କରିଥିଲେ ।ଦରମା ଦେବାପାଇଁ ଯୁବକ ମାନଙ୍କ ସହ ମଧ୍ୟ ଠକ ପ୍ରତାପ ମହାନ୍ତି ଦରମା ଓ ଟିଏ ଦିଏ ଦେବାକୁ ଏଗ୍ରିମେଣ୍ଟ କରିଥିଲେ ।
କିଛି ପିଲାଙ୍କୁ ଏକ ମାସ ନିଜ ସଂସ୍ଥା ମାଧ୍ୟମ ରେ ନିଯୁକ୍ତି ଦେଇ କାର୍ଯ୍ୟ ରେ ଲଗାଇଥିଲେ, ହେଲେ ହଠାତ କମ୍ପାନୀ ନାମରେ ଟଙ୍କା ଆଦାୟ କରି ପ୍ରତାପ ମହାନ୍ତି ଓ ତାଙ୍କ ସହଯୋଗୀ ମାନେ ଚମ୍ପଟ ମାରିଥିଲେ । କମ୍ପାନୀ ଫର୍ଡ ବୋଲି ସମସ୍ତେ ଜାଣି ପାରିଲେ.ଏନେଇ ପୂର୍ବରୁ ପାଟକୁରା ଥାନା ରେ ଏକାଧିକ ଅଭିଯୋଗ ହୋଇଥିଲା ।ପ୍ରତାପ ଙ୍କ ଘର ପାଖରେ ପହଂଚି ଟଙ୍କା ଦେଇ ଥିବା ଯୁବକ ମାନେ ପ୍ରତାପ ଙ୍କୁ କାବୁ କରିଥିଲେ. କିନ୍ତୁ ପୋଲିସ ଙ୍କ ନୀରବତା ପାଇଂ ପ୍ରତାପ ଖସି ଯାଇଥିଲେ । ଶେଷରେ ଠକାମୀ ର ଶିକାର ହୋଇଥବା ଯୁବକ ମାନେ କେନ୍ଦ୍ରାପଡ଼ା କୋର୍ଟ ରେ ପ୍ରତାପ ମହାନ୍ତି ଓ ତାଙ୍କ ସଂସ୍ଥା ନାମ ରେ ଠକେଇ ଅଭିଯୋଗ ରେ ୱାନ ସି ସି କେଶ କରିଛନ୍ତି ।

