ଗାଁଠୁ ସହର ଉତ୍ସବ ମୁଖର, ମକର ମେଳାରେ କମ୍ପୁଛି ପୀଠ  

ନନ୍ଦିଘୋଷ ବ୍ୟୁରୋ: ସୋମବାର ପବିତ୍ର ମକର ସଂକ୍ରାନ୍ତି । ଚଳ ଚଞ୍ଚଳ ଗାଁଠୁ ସହର । ଯାଜପୁର ଜିଲ୍ଲା ବିଂଝାରପୁର ଆରମ୍ଭ ହୋଇଛି ମକର ମେଳା।  ପବିତ୍ର ମକର ସଂକ୍ରାନ୍ତି ଅବସରରେ ବହୁ ଆଡମ୍ବରରେ ପାଳନ ହେଉଛି ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷେତ୍ର ଦିବସ। ସେହିପରି ସାଲେପୁରରେ ବି ବଟେଶ୍ବର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ପୀଠରେ ମକର ମେଳା ବା ମାନସିକ ମେଳା।

ଯାଜପୁର ବିଂଝାରପୁର ଆରମ୍ଭ ହୋଇଛି ମକର ମେଳା।  ପବିତ୍ର ମକର ସଂକ୍ରାନ୍ତି ଅବସରରେ ବହୁ ଆଡମ୍ବରରେ ପାଳନ ହେଉଛି ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ। ପ୍ରଭୁ ବରୁଣେଶ୍ୱର ବର୍ଷସାରା ଜଳରେ ନିମଗ୍ନ ରହିଥିବା ବେଳେ ଏହିଦିନ ପ୍ରଭୁଙ୍କୁ ବଡ଼ସିଂହାର ବେଶ କରାଯାଇଥାଏ । ଭକ୍ତମାନଙ୍କ ପାଇଁ ମଧ୍ୟ ବଡ଼ଭୋଗ ଅର୍ପଣ କରାଯାଇଥାଏ। ବିଶ୍ୱାସ ରହିଛି ଏହି ଦିନ ପ୍ରଭୁ ବରୁଣେଶ୍ୱରଙ୍କୁ ଦର୍ଶନ କଲେ ପାପ କ୍ଷୟ ହେବା ସହ ନାନାଦି ରୋଗ ରୁ ମୁକ୍ତିମିଳେ । ପୂଜା ସହ  ମେଳାରେ ପଡିଥିବା ମିନାବଜାର ଓ ଘରକରଣା ସାମଗ୍ରୀ କିଣିବା ପାଇଁ ମଧ୍ୟ ଲୋକଙ୍କ ଭିଡ ।

କଟକ ସାଲେପୁର ବଟେସ୍ୱର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ମକର ମେଳା ବା ମାନସିକ ମେଳା। ସକାଳୁ ପୁଣ୍ୟତୋୟା ଚିତ୍ରୋପ୍ତଲା ନଦୀରେ ମକର ବୁଡ଼ ସହ ଚଳଚଞ୍ଚଳ ହୋଇ ଉଠିଛି ଏହି ପୀଠ। ବହୁ ଦୂରଦୂରାନ୍ତରରୁ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ଭିଡ ଜମିଛି। ମାନସିକଧାରୀ ମାନେ ଏହି ନଦୀରେ ବୁଡ଼ ପକାଇ ମାଆ ଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି। ବିଶେଷ କରି ଏହି ଦିନ ନିଜ ନିଜର ବିବାହ ବ୍ରତରେ ଲାଗିଥିବା ସାମଗ୍ରୀ ନଦୀ ରେ ବିସର୍ଜନ କରି ମାଆଙ୍କୁ ଦର୍ଶନ କଲେ ବହୁ ଶୁଭ ହୋଇଥାଏ ବୋଲି ବିଶ୍ବାସ ରହିଛି।