ଦେଶ ବିଦେଶରେ ଓଡ଼ିଶାର ମାନ ବଢାଇଲା ଯାଜପୁରର ହସ୍ତଶିଳ୍ପ ଓ ଚାରୁକଳା

1 min read

ଯାଜପୁର: ବିଶ୍ଵ ଦେଖିଲା ଯାଜପୁରର କଳା ଓ ଭାସ୍କର୍ଯ୍ୟ। ଦେଶ ବିଦେଶରେ ଓଡ଼ିଶାର ମାନ ବଢାଇଲା ଯାଜପୁରର ହସ୍ତଶିଳ୍ପ ଓ ଚାରୁକଳା। ଯାଜପୁରରେ ଆୟୋଜିତ ୩ ଦିନିଆ ଇଣ୍ଟରନେସନାଲ୍ କ୍ରାଫ୍ଟ ସମ୍ମିଟ୍ ବା ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଶେଷ ହୋଇଥିବା ବେଳେ ଓଡିଶାର କଳା, ସଂସ୍କୃତି ଓ ଐତିହ୍ୟ ଆଜି ସମଗ୍ର ବିଶ୍ବରେ ଏକ ସ୍ୱତନ୍ତ୍ର ପରିଚୟ ପାଇଛି।

ବିଶ୍ଵ ଦେଖିଲା ଯାଜପୁରର କଳା ଓ ଭାସ୍କର୍ଯ୍ୟ। ଦେଶ ବିଦେଶରେ ଓଡ଼ିଶାର ମାନ ବଢାଇଲା ଯାଜପୁରର ହସ୍ତଶିଳ୍ପ ଓ ଚାରୁକଳା। ଯାଜପୁରରେ ଆୟୋଜିତ ୩ ଦିନିଆ ଇଣ୍ଟରନେସନାଲ୍ କ୍ରାଫ୍ଟ ସମ୍ମିଟ୍ ବା ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଶେଷ ହୋଇଥିବା ବେଳେ ଓଡିଶାର କଳା, ସଂସ୍କୃତି ଓ ଐତିହ୍ୟ ଆଜି ସମଗ୍ର ବିଶ୍ବରେ ଏକ ସ୍ୱତନ୍ତ୍ର ପରିଚୟ ପାଇଛି। ରାଜ୍ୟ ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ଭାରତ ସମେତ ମୋଟ ୧୮ ଟି ଦେଶର ପ୍ରତିନିଧି ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ୨୦ ରୁ ଉର୍ଦ୍ଧ୍ବ ଆନ୍ତର୍ଜାତୀୟ କଳାକାର, ୭୫ ଜଣ ବକ୍ତା ଏବଂ ସ୍ଥାନୀୟ ଅଞ୍ଚଳର ଶତାଧିକ କାରିଗର ଓ ପ୍ରତିନିଧି ସାମିଲ ହୋଇଥିଲେ। ଏହି ସମ୍ମିଳନୀକୁ ଗତ ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ ।

ଚଳିତବର୍ଷ UNDP, UNESCO, UNHABITAT, UNICEF ପରି ବିଶ୍ୱସ୍ତରୀୟ ସଂଗଠନ ଗୁଡିକର ବିଶେଷଜ୍ଞ ଏବଂ ବିଶ୍ୱସ୍ତରୀୟ କଳାକାରମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଯାଜପୁର ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିବା ବେଳେ ଏଭଳି ଏକ ସମ୍ମିଳନୀର ଆୟୋଜନ ପାଇଁ ଅତିଥିମାନେ ରାଜ୍ୟ ସରକାର ଓ ଯାଜପୁର ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।