ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ +3 ଡିଗ୍ରୀ କଲେଜ ଖୋଲିବା ପାଇଁ ଅନୁମୋଦନ, ମୁଖ୍ୟମନ୍ତ୍ରୀଙ୍କୁ ଅଭିଭାବକଙ୍କ ଧନ୍ୟବାଦ

1 min read

ଶିକ୍ଷାର ହେବ ବିକାଶ । ନବରଙ୍ଗପୁର ଜିଲ୍ଲାର ୪ ଟି ବ୍ଲକରେ ଖୋଲିଛି +3 କଲେଜ । ଆଉ ଶିକ୍ଷା ଲାଭ ପାଇଁ ଦୂର ସ୍ଥାନକୁ ଯିବେନି ଶିକ୍ଷାର୍ଥୀ । ବ୍ଲକରେ ସ୍ନାତକ ଶିକ୍ଷାର ମିଳିବ ସୁବିଧା। ସହଜ ସୁବିଧାରେ ହେବ ଜ୍ଞାନ ଆହରଣ  ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିଭାବକ ।

ଶିକ୍ଷା ହିଁ ପ୍ରଗତିର ମୂଳମନ୍ତ୍ର । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲିଛନ୍ତି ୪ଟି ଡିଗ୍ରି କଲେଜ । ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ +3 ଡିଗ୍ରୀ କଲେଜ ଖୋଲିବା ପାଇଁ ଅନୁମୋଦନ କରିଛନ୍ତି। ଉଚ୍ଚ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ । ସହଜ ସୁବିଧାରେ ହେବ ଜ୍ଞାନ ଆହରଣ । ଆଉ ସ୍ନାତକ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେନି ଶିକ୍ଷାର୍ଥୀ ।

ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା, ଝରିଗାଁ, ରାଇଘର ଓ ତେନ୍ତୁଳିଖୁଣ୍ଟି ବ୍ଲକରେ +3 ମହାବିଦ୍ୟାଳୟ ଖୋଲାଯିବା ନେଇ ସରକାର ବିଜ୍ଞପ୍ତି ଜାରି କରିଛନ୍ତି ।  ୨୦୨୪-୨୫ ଶିକ୍ଷା ବର୍ଷରୁ ନାମଲେଖା ଆରମ୍ଭ ହେବ। ଏହି ୪ଟି ବ୍ଲକରେ ଡିଗ୍ରୀ କଲେଜ ନଥିବାରୁ ଯୁକ୍ତ ୨ ପରେ ବହୁ ଛାତ୍ରଛାତ୍ରୀ ଯୁକ୍ତ ତିନି ଶିକ୍ଷାଲାଭରୁ ବଞ୍ଚିତ ହେଉଥିଲେ । ଅଧାରୁ ପାଠ ପଢା ଛାଡିବାକୁ ପଡୁଥିଲା । ଏହାର ବିଜ୍ଞପ୍ତି ହେବାପରେ ମୁଖ୍ୟମନ୍ତ୍ରୀ,  ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ନବରଙ୍ଗପୁର ବିଧାୟକ ଓ ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିଭାବକ।