ଗାଡି ପାର୍କିଂକୁ ନେଇ ମାରପିଟ୍, ଜଣଙ୍କୁ ଗୁଳି କରାଯାଇଥିବା ବେଳେ ୩ ଜଣଙ୍କୁ ପିଟିପିଟି ମାରିଦେଲେ

ପାଟନା: କାର ପାର୍କିଂରୁ ତୁମୁଳକାଣ୍ଡ । ୪ଜଣଙ୍କୁ ହତ୍ୟା ଅଭିଯୋଗ । ବିହାରର ଔରଙ୍ଗବାଦରୁ ଆସିଛି ଏଭଳି ଖବର । ନବିନଗର ଥାନା ଅଞ୍ଚଳରେ ଏକ ଦୋକାନ ସମ୍ମୁଖରେ ଗାଡ଼ି ପାର୍କିଂକୁ ନେଇ ବିବାଦ ଦେଖିବାକୁ ମିଳିଥିଲା । ଏହା ଅତି ଉଗ୍ରରୂପ ନେଇଥିବାବେଳେ ଗାଡ଼ି ଚାଳକ ଜଣକ ଦୋକାନୀଙ୍କୁ ଗୁଳି ମାରିଥିଲେ । ପରେ ସେଠାରେ ଥିବା ସ୍ଥାନୀୟ ଲୋକେ ଗାଡ଼ି ଚାଳକଙ୍କ ଉପରେ ଆକ୍ରମଣ କରିଥିଲେ । ପିଟି ପିଟି ତିନି ଜଣଙ୍କୁ ମାରି ଦେଇଥିଲେ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣଙ୍କ ମେଡିକାଲରେ ମୃତ୍ୟୁ ହୋଇଛି । ଦୋକାନ ସମ୍ମୁଖରେ ଗାଡ଼ି ପାର୍କିଂକୁ ନେଇ ଦୋକାନୀ ଏବଂ ଗାଡ଼ିରେ ବସିଥିବା ୩ଜଣଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ତେବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଉଗ୍ରରୂପ ନେଇଥିବାବେଳେ ପୋଲିସ ପ୍ରଶାସନ ପକ୍ଷରୁ କ୍ୟାମ୍ପ ପକାଯାଇଛି ।