ଏଣିକି ପଞ୍ଚାୟତର ଚାଷୀଙ୍କ ପାଖରେ ପହଞ୍ଚିବ ଆଗୁଆ ପାଣିପାଗ ସୂଚନା 

1 min read

ନନ୍ଦିଘୋଷ ବ୍ୟୁରୋ: ଏଣିକି ପଞ୍ଚାୟତର ଚାଷୀଙ୍କ ପାଖରେ ପହଞ୍ଚିବ ଆଗୁଆ ପାଣିପାଗ ସୂଚନା  । ନିଜ ନିଜ ଭାଷାରେ ପାଇପାରିବେ ପାଣିପାଗ ଖବର  । ଏନେଇ ପଞ୍ଚାୟତ ମୌସମ ସେବା ‘PMS’ ଆପର ଶୁଭାରମ୍ଭ କରିଛନ୍ତି ଉପରାଷ୍ଟ୍ରପତି ଜଗଦିପ ଧନକଡ  । ଭାରତୀୟ ପାଣିପାଗ ବିଭାଗ(IMD)ର ୧୫୦ତମ ପ୍ରତିଷ୍ଠା ଦିବସ ଅବସରରେ ଏହାକୁ ଉଦଘାଟନ କରାଯାଇଛି  । ଏହି ସେବା ଓଡ଼ିଆ ସମେତ ୧୨ ଟି ଭାରତୀୟ ଭାଷାରେ ଉପଲବ୍ଧ ହେବ । ଆପ ଜରିଆରେ ତାପମାତ୍ରା, ଆର୍ଦ୍ରତା ଏବଂ ପବନର ଗତି ସମ୍ପର୍କରେ ପ୍ରାକ୍ ସୂଚନା ପାଇ ପାରିବେ ଚାଷୀ  । କ୍ଷୁଦ୍ର ଚାଷୀ ମାନଙ୍କ ପାଇଁ ଏହି ସେବା ଫଳପ୍ରଦ ହେବ ବୋଲି IMD ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଦେଢଶହ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ପାଣିପାଗ ଖବର ଦେଉଛି ବିଭାଗ । ସମୟ ଗଡିବା ସହ ଉନ୍ନତମାନର ଟେକ୍ନୋଲୋଜି ବ୍ୟବହାର ହେଉଛି  । କୋଲ୍ଡୋଓ୍ବେଭ୍ ଏବଂ ହିଟଓ୍ବେଭ ରେ ୮୮ ପ୍ରତିଶତ ଆକଳନ ସତ ହେଉଛି । ବଜ୍ରପାତରେ ୮୬ ପ୍ରତିଶତ ଆକଳନ ସତ ହେଉଥିବା ବେଳେ ନାଓକାଷ୍ଟରେ ୮୦ ପ୍ରତିଶତ ସଫଳତା ମିଳୁଛି । ବାତ୍ୟା ଲ୍ୟାଣ୍ଡଫଲ ରେ ୧୦୦ ପ୍ରତିଶତ ଆକଳନ କରାଯାଇପାରୁଥିବା ବିଭାଗ ପକ୍ଷରୁ କୁହାଯାଇଛି  ।