ଜାଣନ୍ତୁ, ପ୍ରଧାନମନ୍ତ୍ରୀ ମ୍ୟୁଜିୟମରେ କ’ଣ ରହିଛି ଖାସ୍…

1 min read

ନୂଆଦିଲ୍ଲୀ: ନୂଆଦିଲ୍ଲୀର ତିନ୍ ମୂର୍ତ୍ତି ଭବନ ପରିସରରେ ନିର୍ମିତ ହୋଇଥିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ଗୁରୁବାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସ୍ୱାଧୀନତା ପରଠାରୁ ଦେଶର ସବୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ନିର୍ମିତ ହୋଇଛି ଏହି ସଂଗ୍ରହାଳୟ । ବିଚାରଧାରା , ଆଦର୍ଶ ନିର୍ବିଶେଷରେ ବିଗତ ପ୍ରଧାନମନ୍ତ୍ରୀଙ୍କ ଅବଦାନ ସଂପର୍କିତ ବିବରଣୀ ଓ ବିରଳ ଫଟୋଚିତ୍ର ଏହି ସଂଗ୍ରହାଳୟରେ ସ୍ଥାନ ପାଇଛି ।

ମୋଟ୍ ୧୪ ଜଣ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ବିସ୍ତାର ଭାବେ ଏହି ସଂଗ୍ରହାଳୟରେ ସୂଚନା ଦିଆଯାଇଛି । ଆସନ୍ତୁ ଜାଣିବା ଏହି ମ୍ୟୁଜିୟମରେ କ’ଣ ରହିଛି ଖାସ୍ ଓ କେତେ ଟଙ୍କା ଖର୍ଚ୍ଚ ହୋଇଛି?

ଦିଲ୍ଲୀର ନେହେରୁ ସ୍ମାରକ ମ୍ୟୁଜିୟମ୍ ଓ ଲାଇବ୍ରେରୀ ପରିସରରେ ନିର୍ମିତ ହୋଇଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମୋଦିଙ୍କ ଯାଏଁ ସମସ୍ତଙ୍କ ସମ୍ପର୍କରେ ସୂଚନା ଏହି ସଂଗ୍ରହାଳୟରେ ରହିଛି । ସ୍ୱାଧିନତା ପରେ ଭାରତର କାହାଣୀ ଓ ଏହାର ପ୍ରଧାନମନ୍ତ୍ରୀଙ୍କ ଜୀବନୀ ଏବଂ ଯୋଗଦାନ ସମ୍ପର୍କରେ ବର୍ଣ୍ଣିତ ।

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଜିନିଷ, କଳାକୃତି, ଚିଠି, ଫଟୋ, ବୖେଦେଶିକ ଗସ୍ତରେ ମିଳିଥିବା ଉପହାର, ସମ୍ମାନ, ପଦକ, ସ୍ମାରକ ଟିକେଟ୍ ଆଦି ସଂଗ୍ରହାଳୟରେ ଉପଲବ୍ଧ । ଏହା ବ୍ୟତୀତ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଭାଷଣର ଏକ ସଂଗ୍ରହ ମଧ୍ୟ ଅଛି । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଜିନିଷ ସେମାନଙ୍କ ପରିବାରରୁ ସଂଗ୍ରହ କରାଯାଇଛି । ଏସବୁକୁ ଏକ ଡିଜିଟାଲ୍ ଡିସପ୍ଲେ ମାଧ୍ୟମରେ ପ୍ରଦର୍ଶିତ କରାଯିବ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଜାତୀୟ ସଂଗ୍ରହାଳୟରୁ ସଂଗୃହିତ କରାଯାଇଥିବା ସମସ୍ତ ଦୁର୍ଲଭ ସୂଚନା ମଧ୍ୟ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଉପଲବ୍ଧ ରହିବ ।

ବିଭିନ୍ନ ସ୍ଥାନରୁ ଅଣାଯାଇଛି ତଥ୍ୟ-

ପ୍ରସାର ଭାରତୀ, ଦୂରଦର୍ଶନ, ଫିଲ୍ମ ଡିଭିଜନ, ସଂସଦ ଟିଭି, ପ୍ରତିରକ୍ଷା ମନ୍ତ୍ରାଳୟ ଓ ବିଭିନ୍ନ ଗଣମାଧ୍ୟମ ସଂସ୍ଥା, ବୖେଦେଶିକ ନ୍ୟୁଜ ଏଜେନ୍ସି ଏବଂ ବୈଦେଶିକ ମନ୍ତ୍ରଣାଳୟରୁ ତଥ୍ୟ ସଂଗ୍ରହ କରାଯାଇଥିବା ସୂଚନା। ସଂଗ୍ରହାଳୟରେ ଭର୍ଚୁଆଲ୍ ରିଆଲିଟି, ମଲ୍ଟି-ଟଚ୍, ମଲ୍ଟି-ମିଡିଆ, ଇଣ୍ଟରେକ୍ଟିଭ୍ କିଓସ୍କ, ସ୍ମାର୍ଟଫୋନ୍ ଆପ୍ଲିକେସନ୍ ଓ ଇଣ୍ଟରେକ୍ଟିଭ୍  ସ୍କ୍ରିନ୍ ଭଳି ଅତ୍ୟାଧୁନିକ ଜ୍ଞାନକୗେଶଳ ରହିଛି ।

ସଂଗ୍ରହାଳୟରେ ଅନେକ ଗ୍ୟାଲେରୀ-

ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଅନେକ ଗ୍ୟାଲେରୀ ଅଛି । ଏହା ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ସମ୍ବିଧାନ ଗଠନ ପର୍ଯ୍ୟନ୍ତ କାହାଣୀଗୁଡିକ ପ୍ରଦର୍ଶିତ ହୋଇଛି । ସଂଗ୍ରହାଳୟରେ ବ୍ଲକ I ଓ ବ୍ଲକ II ଭାବରେ ରହିଛି । ଏହି ଦୁଇଟି ବ୍ଲକର ସମୁଦାୟ କ୍ଷେତ୍ରଫଳ ୧୫,୬୦୦ ବର୍ଗ ମିଟରରୁ ଅଧିକ ।

ଏହି ସଂଗ୍ରହାଳୟର ମୂଲ୍ୟ ପ୍ରାୟ ୨୭୧ କୋଟି ଟଙ୍କା ରହିଛି । ଏହାକୁ ୨୦୧୮ରେ ମଞ୍ଜୁରୀ ମିଳିଥିବା ବେଳେ ଏହାକୁ ବନାଇବାକୁ ପ୍ରାୟ ଚାରି ବର୍ଷ ସମୟ ଲାଗିଥିଲା । ଏହି ସଂଗ୍ରହାଳୟ ନେହେରୁ ସଂଗ୍ରହାଳୟ ପରିସରରେ ପାଖାପାଖି ୧୦ ହଜାର ବର୍ଗ ମିଟରରେ ନିର୍ମିତ । ୧୦,୪୯୧ ବର୍ଗ ମିଟର ଜମି ଉପରେ ନିର୍ମାଣ କରାଯାଇଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ।