ପୋଲିଙ୍ଗ ବୁଥରୁ ଧରା ହେଲେ ୫୩ ନକଲି ଭୋଟର

ନନ୍ଦିଘୋଷ ବ୍ୟୁରୋ : ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ସାମ୍ନାକୁ ଆସିଛି ଏକ ବଡ଼ ଘଟଣା  । ପୋଲିଙ୍ଗ ବୁଥରୁ ଧରା ହେଲେ ୫୩ ନକଲି ଭୋଟର । ୟୁପିର ବୁଲନ୍ଦଶହରର ପୋଲିଙ୍ଗ ବୁଥରେ ମତଦାନ କରିବାକୁ ଆସିଥିବା ଏହି ନକଲି ଭୋଟରଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା  ।

ସୂଚନା ଅନୁସାରେ , ଏହି ଅଭିଯୁକ୍ତ ଭୋଟର ମାନେ ନକଲି ଆଧାର କାର୍ଡ ଏବଂ ନକଲି ଭୋଟର ଆଇଡି କାର୍ଡ ନେଇ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ଯାହା ତଥ୍ୟ ଯାଞ୍ଚ ସମୟରେ ଏସବୁ ନକଲି ବୋଲି ଜଣା ପଡିଥିଲା  । ଏହା ପରେ ପୋଲିସ ସମସ୍ତ ନକଲି ଭୋଟରକୁ ଗରିଫ କରି ନେଇଛି ଓ ଏହା ପଛର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।