ସମ୍ବଲପୁରରେ ସାମଗ୍ରିକ ବିକାଶ ନେଇ ବରିଷ୍ଠ ନାଗରିକଙ୍କ ସହ ଆଲୋଚା କଲେ ପ୍ରଣବ ପ୍ରକାଶ ଦାସ

1 min read

ସମ୍ବଲପୁର : ସମ୍ବଲପୁରର ଅସ୍ମିତା, କଳା ଓ ସଂସ୍କୃତିର ସାମଗ୍ରିକ ବିକାଶ ନେଇ ବରିଷ୍ଠ ନାଗରିକଙ୍କ ସହ ଆଲୋଚା କରିଛନ୍ତି ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଏହି ସମୟରେ  ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରି ଓ ଦଳର  ବରିଷ୍ଠ ନେତାମାନେ  ଉପସ୍ଥିତ ଥିଲେ । ଏହି ଅବସରରେ ସମ୍ବଲପୁରର ବିଭିନ୍ନ ସମସ୍ୟା ଉପରେ ବରିଷ୍ଠ ନାଗରିକମାନେ ଆଲୋଚନା କରିଥିଲେ । ସମଲେଶ୍ୱରୀ ମନ୍ଦିରର ଉନ୍ନତିକରଣ ଏବଂ ବିଏସକେୱାଇ ପାଇଁ ମୁଖ୍ଯମନ୍ତ୍ରୀଙ୍କୁ ସମସ୍ତେ କୃତଜ୍ଞତା ପ୍ରଦାନ କରିଥିଲେ । ରହିଥିବା ସମସ୍ଯାର ସମାଧାନ ସହ ଲୋକଙ୍କ ଇଚ୍ଛାନୁସାରେ ସବୁ କାମ କରାଯିବ ବୋଲି ପ୍ରଣବ ପ୍ରକାଶ ଦାସ ପ୍ରତୃଶୃତି ଦେଇଛନ୍ତି । ପ୍ରଣବ କହିଛନ୍ତି, ସମ୍ବଲପୁରରେ ମୋତେ ପ୍ରାର୍ଥୀ କରିବା ମୁଖ୍ଯମନ୍ତ୍ରୀଙ୍କ ଦୂରଦୃଷ୍ଟି । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶା ପାଇଁ ଅନେକ ଯୋଜନା କରିଛନ୍ତି । ଆଗକୁ ଏହା ଜାରି ରହିବ l ସବୁବେଳେ ସମ୍ବଲପୁରବାସୀଙ୍କ ପାଖରେ ରହିଛି ବୋଲି ପ୍ରଣବ ପ୍ରତିଶୃତି ଦେଇଛନ୍ତି ।