‘କେନ୍ଦ୍ରମନ୍ତ୍ରୀ ବିଏସକେୱାଇକୁ ବନ୍ଦ କରିବାକୁ ଦିନରାତି ଚକ୍ରାନ୍ତ କରୁଛନ୍ତି ’

ଉମରକୋଟ : ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ରାଜ୍ଯ ସରକାରଙ୍କ ଏକ ସଫଳ ଯୋଜନା ବିଏସକେୱାଇ । କିନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀ ବିଏସକେୱାଇକୁ ବନ୍ଦ କରିବାକୁ ଦିନରାତି ଚକ୍ରାନ୍ତ କରୁଛନ୍ତି । ବିଏସକେୱାଇ ପାଇଁ ଲୋକମାନେ ନବୀନଙ୍କୁ ଭଲ ପାଉଥିବାରୁ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଏହି କେନ୍ଦ୍ରମନ୍ତ୍ରୀଙ୍କୁ ଆପଣ ନିଶ୍ଚୟ ଜବାବ ଦେବେ ବୋଲି କହିଛନ୍ତି ପାଣ୍ଡିଆନ ।

ମୁଖ୍ଯମନ୍ତ୍ରୀ ସବୁବେଳେ ମାଆମାନଙ୍କ ପଛରେ ଛିଡା ହୋଇଛନ୍ତି । ସେଥିପାଇଁ ମିଶନ ଶକ୍ତିକୁ ସଶକ୍ତ କରିବା ପାଇଁ ବରାବର ଉଦ୍ଯମ କରୁଛନ୍ତି । ମିଶନ ଶକ୍ତି ମାଆମାନଙ୍କୁ ନିକଟରେ ଦୁବାଇ ପଠାଇବା ପାଇଁ ହୋଇଥିବା ଯୋଜନାକୁ ଭଣ୍ଡୁର କରିଛନ୍ତି ଏହି କେନ୍ଦ୍ରମନ୍ତ୍ରୀ । ଆସନ୍ତା ମେ ୧୩ ତାରିଖରେ ଏହି ଅଞ୍ଚଳରେ ନିର୍ବାଚନ ହେଉଛି । ମୁଖ୍ଯମନ୍ତ୍ରୀଙ୍କ କାମକୁ ନଜରର ରଖି ନବରଙ୍ଗପୁର ଲୋକସଭା ଓ ଉମରକୋଟ ବିଧାନସଭା ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବଡ଼ ବିଜ। ଦେବାକୁ ପାଣ୍ଡିଆନ ଆହ୍ବାନ ଦେଇଛନ୍ତି ।