ପ୍ରବଳ ଗରମରେ ଆଉଟୁପାଉଟୁ ସାରା ରାଜ୍ଯ

ଭୁବନେଶ୍ୱର : ବଢୁଛି ପାରଦ, ପ୍ରବଳ ଗରମରେ ଆଉଟୁପାଉଟୁ ସାରା ରାଜ୍ଯ । ଆଗାମୀ ୫ ଦିନ ଯାଏଁ ତାତିରୁ ନିସ୍ତାର ମିଳିବନି ବୋଲି ସତର୍କ କଲା ପାଣିପାଗ ବିଭାଗ । 30 ତାରିଖ ଯାଏ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ରେଡ ଆଲର୍ଟ ଜାରି । ଉତ୍ତର ଆଭ୍ୟନ୍ତରୀଣ, ଉପକୂଳ, ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡିଶାରେ 45 କିମ୍ବା ତାଠୁ ଅଧିକ ତାପମାତ୍ରା ରେକର୍ଡ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦିନ 11 ରୁ 3ଟା ଭିତରେ ବାହାରକୁ ବାହାରିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଆଗାମୀ 2 ଦିନ ଦକ୍ଷିଣ ଓଡ଼ିଶା ସମେତ ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ବର୍ଷା ସମ୍ଭାବନା ରହିଛି । କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ଖୋର୍ଦ୍ଧାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । କାଳବୈଶାଖୀ ସତ୍ତ୍ବେ ଗରମରୁ ନିସ୍ତାର ମିଳିବନ ବୋଲି ସତର୍କ କରିଛି ବିଭାଗ । ପଶ୍ଚିମ ଦିଗରୁ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ଗରମ ବଢୁଛି । ତେଣୁ ଅତ୍ଯନ୍ତ ଜରୁରୀ ନଥିଲେ ପଦାକୁ ନ ବାହାରିବାକୁ ସତର୍କ କରିଛି ପାଣିପାଗ ବିଭାଗ ।