ଏଇଠୁ ଆରମ୍ଭ ହୋଇଥିଲା KGFର କାହାଣୀ…

1 min read

ବକ୍ସ ଅଫିସରେ KGF Chapter 2 ଧମାଲ କରୁଛି । କନ୍ନଡ ଅଭିନେତା ୟଶଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି। ଠିକ୍ ସେହିପରି ଦିନେ ଅସଲ ଜୀବନର KGFକୁ ପସନ୍ଦ କରୁଥିଲେ ବ୍ରିଟିଶର । ଯାହାକୁ ବ୍ରିଟିଶର ମାନେ ‘ମିନି ଇଂଲଣ୍ଡ’ ବି କହୁଥିଲେ ।  KGFର ପୂରା ନାମ ହେଉଛି ‘କୋଲାର ଗୋଲ୍ଡ ଫିଲ୍ଡସ୍’ । ଯାହା ସୁନା ଖଣି ଭାବେ ପରିଚିତ ଥିଲା । ହେଲେ ଖୁବ୍ ଲୋକ ଜାଣିଥିବେ KGFର ଇତିହାସ ସମ୍ପର୍କରେ । ଆସନ୍ତୁ ଜାଣିବା ଆମର ଏହି ସ୍ପେଶାଲ୍ ରିପୋର୍ଟରେ…

’କୋଲାର ଗୋଲ୍ଡ ଫିଲ୍ଡସ୍’ (KGF) ହେଉଛି କର୍ଣ୍ଣାଟକ କୋଲାର ଜିଲ୍ଲାର ଏକ ଖଣି ଅଞ୍ଚଳ । ବ୍ରିଟିଶ ରାଜୁତି ସମୟରେ ସୁନା ଉତ୍ପାଦନ ପାଇଁ ଏହି ସ୍ଥାନ ଖୁବ୍ ଚର୍ଚ୍ଚାରେ ଥିଲା । ଆଉ ଦୁନିଆର ଦ୍ୱୀତିୟ ଗଭୀର ଖଣି ହେଉଛି କୋଲାର । ଯେଉଁଠି ୧୨୧ ବର୍ଷ ଧରି ସୁନା ଉତ୍ପାଦନ କରାଯାଇଥିଲା । ଏକ ରିପୋର୍ଟ ଅନୁଯାୟୀ କୋଲାର ଗୋଲ୍ଡ ଫିଲ୍ଡସ୍ ରୁ ପାଖାପାଖି ୯୦୦ ଟନ୍ ସୁନା ବାହାର କରାଯାଇଛି।

ବେଙ୍ଗାଲୁରୁ ଠାରୁ ୧୦୦ କିଲୋମିଟର ଦୂରରେ ରହିଛି କୋଲାର । KGF ପିଲ୍ମ ଏବେ କୋଟି କୋଟି ଟଙ୍କାର ଇନକମ୍ କରୁଛି । ଠିକ୍ ଏହି ପରି ଦିନେ ୧୯୦୫ ମସିହାରେ କୋଲାର ଗୋଲ୍ଡ ଫିଲ୍ଡସ୍ ସୁନା ଉତ୍ପାଦନ କରୁଥିଲା । ଆଉ ଅଧିକ ସୁନା ଉତ୍ପାଦନ କ୍ଷେତ୍ରରେ ଭାରତ ଦୁନିଆର ୬ ନଂ ସ୍ଥାନରେ ରହିଥିଲା। ତେବେ ଭୁତତ୍ତ୍ୱ ବିଜ୍ଞାନୀଙ୍କ ମତରେ ସେ ସମୟରେ KGFରୁ ଭାରତର ୯୫% ସୁନା ବାହାରୁଥିଲା ।

କୁହାଯାଏ ୧୮୭୧ରେ ବ୍ରିଟିଶ ସୈନିକ ମାଇକେଲ୍ ଫିଟଜଗେରାଲ୍ଡ ଲେବଲି ’ଏସିଆଟିକ୍ ଜର୍ଣ୍ଣାଲ୍’ରୁ  କୋଲାର ଗୋଲ୍ଡ ଫଇଲ୍ଡ ସମ୍ପର୍କରେ ଜାଣିଥିଲେ । ଯାହାପରେ ଏଠାକୁ ଆସି ଯାଞ୍ଚ କରିଥିଲେ । ପରେ ୧୮୭୫ ମସିହାରେ ମୈସୁରର ରାଜାଙ୍କ ଠାରୁ ଖନନ ପାଇଁ ଅନୁମତି ମିଳିଯାଇଥିଲା ବ୍ରିଟିଶରଙ୍କୁ । ଯାହା ପରେ ସାରା ଦୁନିଆରେ ଚର୍ଚ୍ଚାକୁ ଆସିଥିଲା KGF ।

ଜାପାନ ପରେ କେଜିଏଫ୍ ଥିଲା ଏସିଆର ଦ୍ୱିତୀୟ ସହର ଯେଉଁଠି ପ୍ରଥମେ ବିଜୁଳି ବତି ଜଳିଥିଲା । ଏହା ଭାରତର ପ୍ରଥମ ବିଦ୍ୟୁତ ଶକ୍ତି ବ୍ୟବହାରକାରୀ ସହର ଥିଲା । ଏଠାରେ କାମ କରୁଥିବା ଲୋକଙ୍କ ସୁବିଧା ପାଇଁ ବ୍ରିଟିଶର ଏକ ହ୍ରଦର ନିର୍ମାଣ କରିଥିଲେ । ଆଉ ଏହି କୁତ୍ରିମ ହ୍ରଦ ଏବେ ପିକନିକ୍ ସ୍ପଟ୍ ପାଲଟଛି । ସେ ସମୟରେ ବିଜୁଳି ଓ ପାଣି ସୁବିଧା କେବଳ VVIPଙ୍କୁ ମିଳୁଥିଲା ।

ଭାରତର ଗୋଲ୍ଡ ମାଇନ୍ସରେ ହଜାର ହଜାର ଲୋକ କାମ କରୁଥିଲେ । ୨୦୦୧ ମସିହାରେ ଏହି ସରକାରୀ କମ୍ପାନୀ KGFରେ ଖନନ କାମ ବନ୍ଦ କରିଦେଇଥିଲେ । କାରଣ ସେ ସମୟରେ ସୁନାର ଦାମ୍ ଖସି ଯାଇଥିଲା । ଫଳରେ ଆୟ ଠାରୁ ଖନନ କାମରେ ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା। ସ୍ଥିତି ଏଭଳି ଥିଲା ଯେ ସରକାର କର୍ମଚାରୀ ମାନଙ୍କୁ ଦରମା ଦେବାକୁ ସକ୍ଷମ ନଥିଲେ । ପରେ ଶ୍ରମିକ ମାନଙ୍କୁ ପେନସନ୍ ଭାବେ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

KGF ଠାରୁ ୧୩୧ କିଲୋମିଟର ଦୂର ଶିବନସମୁଦ୍ରରେ ଏସିଆର ପ୍ରଥମ ହାଇଡ୍ରୋ ଇଲୋକ୍ଟ୍ରିକ୍ ପାୱର ଷ୍ଟେସନ ସ୍ଥାପିତ କରାଯାଇଥିଲା । ତେବେ ୨୦୧୬ରେ ମୋଦି ସରକାର ଏହି ଖାଦାନର ପୁନରୁଦ୍ଧାର ପାଇଁ ଚେଷ୍ଟା କରିଥିଲେ । କୁହାଯାଏ ଆଜିବି କୋଲାର ଖଣିରେ ବହୁ ପରିମାଣର ସୁନା ଗଚ୍ଛିତ ରହିଛି।