କେଜିଏଫର ଅସଲ ରକି ଭାଇ କିଏ?

1 min read

ବକ୍ସ ଅଫିସରେ ଧମାଲ କରୁଛି  KGFର ସିକ୍ୱେଲ୍। କନ୍ନଡ ଅଭିନେତା ୟଶଙ୍କ ଅଭିନୟ ବି ଫ୍ୟାନ୍ସଙ୍କୁ ଖୁବ୍ ଆଟ୍ରାକ୍ଟ କରୁଛି । ହେଲେ ଆପଣ କ’ଣ ଜାଣିଛନ୍ତି କି KGF ନାମରେ ଅସଲ ଜୀବନରେ ଏକ ସ୍ଥାନ ଅଛି । ଆଉ ଫିଲ୍ମରେ ଅଭିନେତା ୟଶ ନିଭାଇଥିବା ଚରିତ୍ର ବି କାଳ୍ପନିକ ହୋଇନଥିବା ଚର୍ଚ୍ଚା। KGFର ପୂରା ନାମ ହେଉଛି ’କୋଲାର ଗୋଲ୍ଡ ଫିଲ୍ଡସ୍’ ।

କର୍ଣ୍ଣାଟକର ବେଙ୍ଗାଲୁରୁ ଠାରୁ ୧୦୦ କିଲୋମିଟର ଦୂରରେ ରହିଛି କୋଲାର। ବ୍ରିଟିଶ ରାଜୁତି ସମୟରେ ସୁନା ଉତ୍ପାଦନ ପାଇଁ ଏହି ସ୍ଥାନ ଖୁବ୍ ଚର୍ଚ୍ଚାରେ ଥିଲା । ଯାହା ବ୍ରିଟିଶରଙ୍କ ଥିଲା ‘ମିନି ଇଂଲଣ୍ଡ’ । ଯେଉଁଠି ୧୨୧ ବର୍ଷ ଧରି କରାଯାଇଥିଲା ସୁନା ଉତ୍ପାଦନ।

ଐତିହାସିକଙ୍କ ଅନୁଯାୟୀ, ଏହି ଖଣିରୁ ପ୍ରାୟ ୯00 ଟନ୍ ସୁନା ଉତ୍ପାଦିତ ହୋଇଛି |  ଯେଉଁ ସୁନା ୧୮୮୦ ରୁ ୨୦୦୧  ମଧ୍ୟରେ ବାହାର କରାଯାଇଥିଲା । KGF ହେଉଛି ଦୁନିଆର ସବୁଠାରୁ ଗଭୀର ଖଣି, ଏଠାରେ ୧୯୮୦ ଏବଂ ୧୯୯୦ ଦଶକରେ ଦଶନ୍ଧି ମଧ୍ୟରେ ପୃଥିବୀ ପୃଷ୍ଠରୁ ତିନି କିଲୋମିଟର ଗଭୀର ଯାଏଁ ଖନନ କରାଯାଇଥିଲା । ଆଉ ଅଧିକ ସୁନା ଉତ୍ପାଦନ କ୍ଷେତ୍ରରେ ଭାରତ ଦୁନିଆର ୬ ନଂ ସ୍ଥାନରେ ରହିଥିଲା।

ତେବେ ଆସନ୍ତୁ ଜାଣିବା ଫିଲ୍ମରେ ଅଭିନେତା ୟଶ ନିଭାଇଥିବା ଚରିତ୍ର ସତ ନା କାଳ୍ପନିକ?

କିଏ ଏହି ରାଉଡି ଥଙ୍ଗମ? ଯାହାକୁ କେଜିଏଫର ଅସଲ ରକି ଭାଇ କୁହାଯାଏ?

ଆସନ୍ତୁ ଜାଣିବା ଫିଲ୍ମରେ ଅଭିନେତା ୟଶ ନିଭାଇଥିବା ଚରିତ୍ର ସତ ନା କାଳ୍ପନିକ । ଫିଲ୍ମଟି କୁଖ୍ୟାତ ଅପରାଧି ଥଙ୍ଗମ ଉପରେ ଆଧାରିତ । ଥଙ୍ଗମକୁ କୁଖ୍ୟାତ ଚନ୍ଦନ ତସକର ବୀରପ୍ପନର ଜୁନିଅର ମଧ୍ୟ କୁହାଯାଇଥାଏ। ମିଡିଆ ରିପୋର୍ଟ ଅନୁଯାୟୀ,ଏନକାଉଣ୍ଟର ପୂର୍ବରୁ ତା ନାଁରେ ୪୨ଟି ଅପରାଧିକ ମାମଲା ରହିଥିଲା । ଏପରିକି ତା’ ନାମରେ ଲୁଟ୍ ଓ ଛିନତାଇ ମାମଲା ରହିଥିଲା । ତା’ର ନିଜର ଏକ ଗ୍ୟାଙ୍ଗ ମଧ ରହିଥିଲା ।

ଫିଲ୍ମରେ ରକି ଯେପରି କୋଲାର ଗୋଲ୍ଡ ଫିଲ୍ଡ କୁ ଓହ୍ଲାଇବା ପରେ ଲୋକଙ୍କ ସପୋର୍ଟ ପାଇଥିଲା, ଠିକ୍ ସେହିପରି ଥଙ୍ଗମଙ୍‌କୁ ବି ମିଳିଥିଲା ଜନତାଙ୍କ ସମର୍ଥନ । ଲୋକଙ୍‌କ ଗହଣରେ ରବିନ ହୁଡ୍ ଭାବେ ପରିଚିତ ଥିଲେ ଥଙ୍ଗମ । କାରଣ ଅସହାୟ ଓ ଗରିବଙ୍କୁ ସେ ଖୁବ୍ ସହାୟତା କରୁଥିଲା । ସେ  ୧୯୯୭ ମସିହାରେ ଥଙ୍ଗମଙ୍କୁ ଗୁଳି ମାରିଥିଲା ପୋଲିସ । ୨୦୦୩ରେ ଥଙ୍ଗମର ୩ ଭାଇ ମଧ୍ୟ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ। ଯାହା ଉପରେ ବସିଥିଲା ସିବିଆଇ ତଦନ୍ତ

ତେବେ ଏହି ଫିଲ୍ମଟି ରିଲିଜ ପରେ ବିବାଦ ଘେରକୁ ଆସିଥିଲା। ଅସଲ ଜୀବନରେ ଥଙ୍ଗମର ମା’ ପାଉଲି JMFC କୋର୍ଟରେ କେସ୍ ଦାଏର କରିଥିଲେ । ପାଉଲିଙ୍କ  କହିବାନୁଯାୟୀ, ଚଳଚ୍ଚିତ୍ରର ପ୍ରଥମ ଭାଗରେ ତାଙ୍କ ପୁଅର ଚରିତ୍ରକୁ ନକରାତ୍ମକ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି । ଯାହା ପରେ  JMFC Second court ପ୍ରଯୋଜକ ବିଜୟ, ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍, ବିଜିଏମଏଲ୍ କମ୍ପାନୀ ଓ କର୍ଣ୍ଣାଟକ ଫିଲ୍ମ ଚାମ୍ବର ଅଫ୍ କମର୍ସର ସଭାପତିଙ୍କୁ ନୋଟିସ୍ କରିଥିଲେ। ପରେ ଫିଲ୍ମ ଉପରେ ତଳକୋର୍ଟ ଲଗାଇଥିବା ଷ୍ଟେ ଅର୍ଡରକୁ ଉଠାଇଥିଲେ କର୍ଣ୍ଣାଟକ ହାଇକୋର୍ଟ ।

କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିବା ଥଙ୍ଗମ ଜଣେ କୁଖ୍ୟାତ ଅପରାଧି । ତାଙ୍କ ମା’ଙ୍କ ନାମ ପାଓଲି । Kgf Part 1 ର ନିର୍ଦ୍ଦେଶକ ପ୍ରଶାନ୍ତ ନିଲଙ୍କ ଫିଲ୍ମ ସହ ଥଙ୍ଗମର ଜୀବନାବଳୀ କିଛ ମାତ୍ରାରେ ସମାନ ହୋଇଥିବା ବେଳେ ଆଉ କିଛି ପାର୍ଟ କାଳ୍ପନିକ । ଠିକ୍ ଯେପରି ଫିଲ୍ମରେ ରକି ତାଙ୍କ ମା’ ପାଓଲିଙ୍କ ଠାରୁ ପ୍ରେରଣା ପାଇଥିଲା । ଆଉ ସତ ଜୀବନରେ ଥଙ୍ଗମର ଜୀବନରେ ତାଙ୍କ ମା’ଙ୍କ ବଳିଷ୍ଠ ଭୂମିକା ରହିଥିଲା ବୋଲି ଚର୍ଚ୍ଚା ।