ବଲିଉଡରେ ପଡ଼ିବ ବୋମା: ରାମଗୋପାଳ ବର୍ମା

1 min read

ନୂଆଦିଲ୍ଲୀ: ଅଭିନେତା ୟଶଙ୍କ ସିନେମା KGF: Chapter 2 ବକ୍ସ ଅଫିସରେ ଧମାଲ କରୁଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ଚର୍ଚ୍ଚାରେ ରହି ଆସୁଛି । ଆଡଭାନ୍ସ ବୁକିଂରୁ ଜଣାପଡ଼ୁଛି ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ କେତେ କ୍ରେଜ୍‌ ଅଛି । ଏବେ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ଏହି ଫିଲ୍ମର ଖୁବ୍‌ ପ୍ରଶଂସା କରିଛନ୍ତି । ଯାହାକୁ ସେ ଟ୍ୱିଟ୍‌ ମାଧ୍ୟମରେ ଜଣାଇଛନ୍ତି ।  ସେ KGF-2କୁ କେବଳ ଗ୍ୟାଙ୍ଗଷ୍ଟର ନୁହେଁ ବରଂ ହରର ଫିଲ୍ମ ବୋଲି ମଧ୍ୟ କହିଛନ୍ତି ।  ଏହା ସହିତ ସେ ଲେଖିଛନ୍ତିଯେ, ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ବଲିଉଡକୁ ଏହି ଫିଲ୍ମର ଭୟଙ୍କର ସ୍ୱପ୍ନ ଆସିବ । ରାମଗୋପାଳ ଏହା ମଧ୍ୟ ଲେଖିଛନ୍ତିଯେ, କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିକୁ କେବଳ ବଲିଉଡ ନୁହେଁ ବରଂ ତେଲୁଗୁ ଏବଂ ତାମିଲର ଲୋକମାନେ ମଧ୍ୟ ବୁଝୁନଥିଲେ ।

ସୂଚନାଯୋଗ୍ୟ ପ୍ରଶାନ୍ତ ନିଲଙ୍କ ଏହି ଫିଲ୍ମକୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳୁଛି ।  କେବଳ ଦର୍ଶକ ନୁହଁନ୍ତି ବରଂ ଫିଲ୍ମ କ୍ରିଟିକ୍ସ ମଧ୍ୟ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି । କେହି କେହି ଲେଖୁଛନ୍ତିଯେ, ହିନ୍ଦୀ ଫିଲ୍ମକୁ ଭୁଲି ଯାଆନ୍ତୁ । କାରଣ ତେଲୁଗୁ ଏବଂ ତାମିଲ ଲୋକ ମଧ୍ୟ ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାକୁ ହାଲକା ଭାବରେ ନେଇଥିଲେ ।  ଏବେ ପ୍ରଶାନ୍ତ ନିଲ ଏହାକୁ ବିଶ୍ୱ ସ୍ତରକୁ ନେଇ ଆସିଛନ୍ତି ।

ଆଉ ଜଣେ ଟ୍ୱିଟରରେ ଲେଖିଛନ୍ତିଯେ, ୟଶ ଭାଇ ତାଙ୍କ ଓପନିଙ୍ଗ କଲେକ୍ସନରେ ପୂରା ବଲିଉଡକୁ ଉଡ଼ାଇ ଦେଇଛନ୍ତି । ଏହାର ଫାଇନାଲ କଲେକ୍ସନ ବଲିଉଡ ଉପରେ ନ୍ୟୁକ୍ଲିୟର ବମ୍‌ ଭଳି ହେବ ।