କେଶରଗଞ୍ଜରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ ବ୍ରିଜଭୂଷଣଙ୍କ ସାନପୁଅ କରନ ଭୂଷଣ

ନନ୍ଦିଘୋଷ ବ୍ୟୁରୋ: ଗୁରୁବାର ୨ ଗୁରୁତ୍ବପୂର୍ଣ୍ଣ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଏହି ୨ ଲୋକସଭା ଆସନ ହେଲା ଉତ୍ତରପ୍ରଦେଶର କେଶରଗଞ୍ଜ ଏବଂ ରାୟବରେଲୀ । କେଶରଗଞ୍ଜରୁ ସାଂସଦ ଥିବା ବ୍ରିଜଭୂଷଣଙ୍କ ସ୍ଥାନରେ ସାନପୁଅ କରନଭୂଷଣଙ୍କୁ ବିଜେପି ପ୍ରାର୍ଥୀ କରିଛି । ମହିଳା କୁସ୍ତିଯୋଦ୍ଧାଙ୍କୁ ଅସଦାଚରଣ ମାମଲାରେ ଦୀର୍ଘଦିନ ଧରି ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିବାବେଳେ ବ୍ରିଜଭୂଷଣଙ୍କ ଟିକେଟ କାଟିଛି ଦଳ । ତାଙ୍କ ସ୍ଥାନରେ ପୁଅ ଏବେ ମଇଦାନକୁ ଓହ୍ଲାଇବେ । ସେପଟେ ବହୁଚର୍ଚ୍ଚିତ ରାୟବରେଲିରୁ ଦିନେଶ ପ୍ରତାପ ସିଂଙ୍କୁ ପ୍ରାର୍ଥୀ କରିଛି ବିଜେପି । ୨୦୧୯ରେ ମଧ୍ୟ ଏଠାରେ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିଲା । ମାତ୍ର ସେ ସୋନିଆ ଗାନ୍ଧୀଙ୍କଠାରୁ ପରାସ୍ତ ହୋଇଥିଲେ । ଏବେ ପୁଣିଥରେ ଦଳ ତାଙ୍କ ଉପରେ ଭରସା କରି ମଇଦାନକୁ ସଡ୍ଲାଇଛି ।