spot_img
Home Blog Page 7508

ଘନ କୁହୁଡ଼ିରେ ଘୋଡେଇ ହେବ ପୂରା ରାଜ୍ୟ

0

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ୨୪ ଘଣ୍ଟା ମଧ୍ୟରେ ଓଡିଶାର କିଛି ସ୍ଥାନରେ କମିବ ବର୍ଷାର ପରିମାଣ । ବିଶେଷ କରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶା ରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ମୟୁରଭଞ୍ଜ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ କୋରପୁଟରେ ସ୍ୱଳ୍ପ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ଆସନ୍ତାକାଲିଠୁ କୁହୁଡ଼ି ଚାଦରରେ ଢାଙ୍କି ହୋଇ ରହିବ ଉତ୍ତର ଓ ଉପକୂଳ ଓଡିଶାର କିଛି ସ୍ଥାନ । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି ଓ କନ୍ଧମାଳରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । କଟକର କଣ୍ଟାପଡ଼ାରେ ସର୍ବାଧିକ ୧୦୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆସନ୍ତାକାଲିଠାରୁ ୪ଦିନ ଯାଏ ଶୁଖିଲା ରହିବ ପାଗ । ଏବଂ ରାଜ୍ୟରେ ତାପମାତ୍ରାରେ ୧ରୁ ୩ଡିଗ୍ରୀ ହ୍ର।ସ ପାଇବ ।

ଏକାଥରେ ଲିଭିଲା ୨୪ଜଣଙ୍କ ଜୀବନ ଦୀପ

0

ରାଜସ୍ଥାନ:  ବୁନ୍ଦିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୪ଜଣଙ୍କ ମୃତ୍ୟୁ ହୋଇଛି । ଭାରସାମ୍ୟ ହରାଇ ନଦୀକୁ ବରଯାତ୍ରୀ ବସ୍‌ ଖସି ପଡିଥିଲା। ମୃତକଙ୍କ ମଧ୍ୟରେ ୧୦ଜଣ ମହିଳା ଓ ୩ଜଣ ପିଲା ଅଛନ୍ତି ।

ବସରେ ମୋଟ୍‌ ୨୮ଜଣ ଯାତ୍ରୀ ଥିବା ବେଳେ ୨୪ଜଣଙ୍କ ମୃତ୍ୟୁ ହୋଇଛି । ଆହତଙ୍କୁ ଲେଖାରୀ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ କୋଟା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରିଥିଲେ । ଆଜି ସକାଳେ ବରଯାତ୍ରୀ ବସଟି ବାରନରୁ ସୱାଇ ମାଧପୁର ଯାଉଥିଲା । ତେବେ କୋଟା-ଦୌସା ମେଗା ହାଇୱେରେ ମୈଜ ନଦୀକୁ ଖସି ପଡିଥିଲା।

ପରୀକ୍ଷାର୍ଥୀଙ୍କ ପାଇଁ ଆସିଲାନି ବସ୍‌, ସିଆରପିଏଫ୍ ଯବାନଙ୍କ ଭ୍ୟାନ୍‌ରେ ଗଲେ ପରୀକ୍ଷାକେନ୍ଦ୍ର

କଲ୍ୟାଣସିଂହପୁର: ବସ୍‌ରେ ନୁହେଁ ଭ୍ୟାନ୍‌ରେ ଗଲେ ପରୀକ୍ଷାର୍ଥୀ । ଶେଷ ମୁହୁର୍ତ୍ତରେ ପରିକ୍ଷାର୍ଥ୍ରୀଙ୍କ ପାଇଁ ଦେବଦୂତ ସାଜିଲେ ସିଆରପିଏଫ୍ ଯବାନ । ପରୀକ୍ଷାର୍ଥୀଙ୍କ ପାଇଁ ବସ୍‌ ନଆସିବାରୁ ନିଜ ଭ୍ୟାନ୍‌ ଯୋଗେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇଲେ ସିଆରପିଏଫ୍ ଯବାନ । ଯାହାପାଇଁ ପରୀକ୍ଷାର୍ଥି ମାନେ ଯବାନଙ୍କ ଭୁରିଭୁରି ପ୍ରସଂଶା କରିଛନ୍ତି । ଏଭଳି ଏକ ଭଲ ଘବର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ।

ସୂଚନା ଅନୁଯାଇୟୀ, ଆଜି ଦଶମ ଶ୍ରେଣୀର ହେଉଛି ୪ର୍ଥ ଦିନ ପରୀକ୍ଷା । ଏଥିପାଇଁ ବୁଡାଗୁଡା ପରୀକ୍ଷା ସେଣ୍ଟରେ ଯିବାପାଇିଁ ସବୁଦିନ ଭଳି ବସ୍‌କୁ ଅପେକ୍ଷା କରି ରାସ୍ତା କଡରେ ଠିଆ ହୋଇ ରହିଥିଲେ ପରୀକ୍ଷାର୍ଥୀ । କିନ୍ତୁ କୌଣସି କାରଣରୁ ବସ୍‌ଟି ଆସିନଥିବାରୁ ପରୀକ୍ଷାର୍ଥୀ ଚିନ୍ତାରେ ପଡ଼ିଯାଇଥିଲେ ।

କଲ୍ୟାଣସିଂହପୁର ଥାନା ଅଧିକାରୀ ସୁକମା ହଂସଦା ଏହା ଜାଣିପାରି ସିଆରପିଏଫ୍ ଆସିଷ୍ଟାଣ୍ଟ କମାନଡେଣ୍ଟ ଗୁରୁ ଚରଣ ସ୍ୱାଇିଁଙ୍କୁ ଜଣାଇ ଥିଲେ । ଜଣାଇବା ପରେ ସିଆରପିଏଫ୍ କ୍ୟାମ୍ପର ଏକ ଭ୍ୟାନ୍‌ ବାହାର କରି ପରିକ୍ଷାର୍ଥ୍ରୀଙ୍କୁ ୧୨କିମି ବୁଡାଗୁଡା ପରୀକ୍ଷା ସେଣ୍ଟରେ ଠିକ୍ ସମୟରେ ପହଞ୍ଚାଇଥିଲେ।

ଠିକ୍‌ ସମୟରେ ପରିକ୍ଷାର୍ଥ୍ରୀ ମାନେ ପହଞ୍ଚି ଥିବାରୁ ପୋଲିସ ଓ ସିଆରପିଏଫ୍ ଜବାନମାନ ଙ୍କୁ ସାଲୁଟ ଜଣାଇବା ସହ ଜିବନରେ ଏହା କେବେ ଭୁଲିପାରିବୁନି ବୋଲି ପ୍ରକାଶ କରିଛନ୍ତି।

ଜଳ ସଂସଦ ମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାରଭଙ୍ଗ ନୋଟିସ

0

ଭୁବନେଶ୍ୱର: ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଧାନସଭାରେ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ଅଭିଯୋଗରେ କଂଗ୍ରେସ ବିଧାୟକ ଏହି ସ୍ୱାଧିକାରଭଙ୍ଗ ନୋଟିସ୍ ଦେଇଛନ୍ତି ।

ତୁରେଇକେଲା ବ୍ଲକରେ ଜଳ ଯୋଗାଣ ନେଇ ଭିନ୍ନ ଭିନ୍ନ ଉତ୍ତର ଦେଇଥିଲେ ଜଳସମ୍ପଦ ମନ୍ତ୍ରୀ । ନଭେମ୍ବର ମାସରେ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ତୁରେଇକେଲା ବ୍ଲକରେ ୨୭ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଦିଆଯାଇଛି । ପୁଣି ପରବର୍ତ୍ତି ସମୟରେ ମନ୍ତ୍ରୀ କହିଥିଲେ ୨୬.୯୩ ପ୍ରତିଶତ ଏବଂ ଏବେ କହୁଛନ୍ତି ୨୪ ପ୍ରତିଶତ ଜମି ଜଳସେଚିତ ହୋଇଛି । ତୁରେଇକେଲା ବ୍ଲକରେ ଆଦୌ ଜଳସେଚନ ସୁବିଧାନଥିବା ବେଳେ ମନ୍ତ୍ରୀ ଗୃହକୁ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ବୋଲି ସାଲୁଜା ଅଭିଯୋଗ କରିଛନ୍ତି  ।

ମନ୍ତ୍ରୀଙ୍କ ଏଭଳି ଉତ୍ତରେ ଅସନ୍ତୋଷ ପ୍ରକାଶ କରି ସାଲୁଜା ତାଙ୍କ ବିରୋଧରେ ସ୍ୱାଧିକାରଭଙ୍ଗ ନୋଟିସ ଦେଇଛନ୍ତି । ବାଚସ୍ପତି ତାଙ୍କ ନୋଟିସକୁ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।

ଶିକ୍ଷାରେ ଲାଗିଲା କଳଙ୍କ, ସ୍କୁଲ ଫି ବଦଳରେ କରି ଚାଲିଥିଲେ ଦୁଷ୍କର୍ମ !

0

ଭୁବନେଶ୍ୱର: ସ୍କୁଲ ଫି ଛାଡ଼ି ଦେବାକୁ କହି ଦୁଷ୍କର୍ମର ଅଭିଯୋଗ । ଶିକ୍ଷାରେରେ କଳଙ୍କ ଲଗାଇଲେ ସ୍କୁଲର ସମ୍ପାଦକ । ୬ ମାସ ଧରି କରି ଚାଲିଥିଲେ ଦୁଷ୍କର୍ମ । ସାନ ଭାଇର ସ୍କୁଲ ଫି ଛାଡ କରିବା ବାହାନାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।

ରାଉରକେଲା ସହରର ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ସ୍କୁଲର ସମ୍ପାଦକ  ନିଜ କାର୍ଯାଳୟ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସେପଟେ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ସମ୍ପାଦକ ଵିଭୁଢି କୁମାର ଗୁପ୍ତାଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଆଜି ପିଡିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯିବ ବୋଲି ବନ୍ଧମୁଣ୍ଡା ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତକୁ ବନ୍ଧମୁଣ୍ଡା ଥାନାରେ ଅଟକ ରଖାଯାଇ ପୋଲିସ ପକ୍ଷରୁ ପଚରା ଉଚରା କରାଯାଉଛି ।

ହାର ଜିତ୍ ପାଇଁ ନିର୍ବାଚନ ଲଢେନି ବିଜେଡି, ଲୋକଙ୍କ ସେବା ଓ ସ୍ନେହ ପାଇବା ପାଇଁ ବିଜେଡି ଲଢେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁଣି ବିଜୁ ଜନତା ଦଳର ସଭାପତି ହେଲେ ନବୀନ ପଟ୍ଟନାୟକ। ଅଷ୍ଟମ ଥର ପାଇଁ ସେ ବିଜେଡି ମଙ୍ଗ ଧରିଛନ୍ତି। ବିଜେଡି ରାଜ୍ୟ ପରିଷଦ ବୈଠକରେ ଏନେଇ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ଘୋଷଣା କରିଛନ୍ତି ।

ଏହାପରେ ସାଢେ ୪କୋଟି ଓଡିଶାବାସୀ ଓ ବିଜେଡି କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ଜିତିବା ପାଇଁ କି ସରକାର ଗଠନ କରିବାକୁ ଲଢେ ନାହିଁ ବିଜେଡି ।

ଲୋକଙ୍କ ସେବା ଓ ସ୍ନେହ ପାଇବା ପାଇଁ ବିଜେଡି ଲଢେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ଏଥିସହ ବିଜୁବାବୁଙ୍କ ପରାମର୍ଶକୁ ନବୀନ ସ୍ମରଣ କରିଛନ୍ତି।

ବିଜେଡି ରାଜ୍ୟ ପରିଷଦ ବୈଠକରେ ୩୫୫ଜଣ ସଦସ୍ୟ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୮୦ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସଭାପତି ଓ ସଦସ୍ୟଙ୍କ ନାଁ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ।

ଚୋରି କରିବାକୁ ଆସିଥିଲେ ଦୁଷ୍କର୍ମ କରି ଚାଲିଗଲେ ଦୁର୍ବୃତ୍ତ !

0

ରାଉରକେଲା: ରାଉରକେଲାରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି । ଯୋଡ଼ି ହୋଇଛି ଆଉ ଏକ ଦୁଷ୍କର୍ମର କଳା ଫର୍ଦ୍ଦ ଚୋରି କରିବାକୁ ଆସି ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ ।

ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଏଭଳି ଅଭିଯୋଗ ଆସିଛି। ଗତ ରବିବାର ରାତିରେ ୭ଜଣ ଚୋର କ୍ରସରରୁ ଚୋରି କରିବା ପାଇଁ ଆସିଥିଲେ। ତେବେ ସେଠାରେ ସେମାନେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏହାସହ ୭ଟି ମୋଟର ଚୋରି କରିନେଇଛନ୍ତି। ଅଭିଯୋଗ ହେବା ପରେ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ବନ୍ଦ ଘରୁ ଉଦ୍ଧାର ହେଲା ବାପା ମା’ ଝିଅଙ୍କର ମୃତଦେହ

0

ବ୍ରହ୍ମପୁର: ଗୋଟିଏ ଘରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର। ପାଲିଆ ଛତ୍ରପୁର ମଝି ସାହି ଗାଁରୁ ମୃତଦେହ ଉଦ୍ଧାର ହୋଇଛି। ବନ୍ଦ ଘରୁ ବାପା, ମା ଓ ଝିଅର ମୃତଦେହ ଉଦ୍ଧାର ହୋଇଛି ।

ସ୍ତ୍ରୀ ଓ ଝିଅକୁ ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଝୁଲନ୍ତା ଅବସ୍ଥାରେ ସ୍ୱାମୀର ମୃତଦେହ ଜବତ କରାଯାଇଛି । ଘଟଣାସ୍ଥଳରେ ଗଞ୍ଜାମ ଏସ୍‌ପି, ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରୁଛି।

ପୁଣି ଫେରିବ ଶୀତ, ବର୍ଷା ନେଇ ୮ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କତା

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଲାଗିରହିଛି । ଅଦିନିଆ ବର୍ଷାରେ ବିଭିନ୍ନ ସ୍ଥାନରେ ଧାନ ସବୁ ମଣ୍ଡିରେ ଭିଜୁଛି । କିଛି ସ୍ଥାନରେ ଝଡ ତୋଫାନ ଯୋଗୁ ନଷ୍ଟ ହୋଇଛି ଘରଦ୍ଵାର । ବଲାଙ୍ଗୀର, କଟକ, ଯାଜପୁରରେ ବର୍ଷା ଲାଗି ରହିଛି । ତେବେ ଆହୁରି ୨୪ ଘଣ୍ଟା ବର୍ଷା ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ ଓ ଦେବଗଡରେ ପ୍ରବଳ ବର୍ଷା ହେବ । ଏଥିପାଇଁ ଏହି ଜିଲ୍ଲାରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବ । ୨୭ ତାରିଖରେ ବର୍ଷାର ପରିମାଣ କମିପାରେ । ଏହାସହ ୨୭ ରୁ ୨୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ କୁହୁଡି ଜାରି ରହିବ । ଶୀତ ପୁଣି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ସେପଟେ ସୁନ୍ଦରଗଡ଼ରେ ଅଦିନିଆ ବର୍ଷା ପରେ ଘନ କୁହୁଡ଼ି ରହିଛି । କୁହୁଡ଼ିର ମାତ୍ରା ଏତେ ଅଧିକ ଥିଲା ଯେ ୫ ଫୁଟ ପର୍ଯ୍ୟନ୍ତ ରାସ୍ତା ଦେଖିବା ବି ମୁସକିଲ ହୋଇପଡ଼ିଛି । ଅନ୍ୟପଟେ କୁହୁଡ଼ି ଯ଼ୋଗୁଁ ପ୍ରଭାବିତ ହୋଇଛି ଜୀବନଯାତ୍ରା ।

ଦିଲ୍ଲୀରେ ସିଏଏ ହିଂସା ନେଲାଣି ୧୩ ଜୀବନ, ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ଥମୁନି ସିଏଏ ନିଆଁ ।  ଜଳୁଛି ଦିଲ୍ଲୀ, ବଢୁଛି ହିଂସା । ରବିବାରଠାରୁ ଆରମ୍ଭ ହୋଇଥିବା ହିଂସା ଉତ୍ତରପୂର୍ବ ଦିଲ୍ଲୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଛି। ଜଣେ ପୋଲିସ କର୍ମୀଙ୍କ ସହ ୧୩ଜଣ ପ୍ରାଣ ହରାଇଛନ୍ତି, ୧୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୧୪୪ ଧାରା ଓ କର୍ଫୁ ପରେ ବି ସ୍ଥିତି ନସୁଧୁରିବାରୁ ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗତକାଲି ବିଳମ୍ବିତ ରାତିରେ ସୁରକ୍ଷା ସ୍ଥିତି ନେଇ ଅନୁଧ୍ୟାନ କରିଛନ୍ତି । ସିଲମପୁର, ଭଜନପୁରା, ମୌଜପୁର, ଯମୁନା ବିହାର ଭଳି ହିଂସା ପ୍ରଭାବିତ ଅଞ୍ଚଳରେ ସ୍ଥିତି ସମୀକ୍ଷା କରିଛନ୍ତି । ଆଇପିଏସ୍‌ ଏସଏନ୍‌ ଶ୍ରୀବାସ୍ତବଙ୍କୁ ଆଇନ ଶୃଙ୍ଖଳା ରକ୍ଷାର ସ୍ୱତନ୍ତ୍ର କମିଶନର ଭାବେ ନିଯୁକ୍ତ କରାଯାଇଛି ।

ସେପଟେ ହିଂସା ଘଟଣାକୁ ଆଖିରେ ରଖି ଆଜି ଉତ୍ତରପୂର୍ବ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ ରହିଛି। ଆଜି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ୍‌ କରାଯାଇଛି। ସେପଟେ ହିଂସା ମାମଲା ନେଇ ଦିଲ୍ଲୀ ହାଇକୋର୍ଟରେ ରାତି ଅଧିଆ ଶୁଣାଣି ହୋଇଛି। ଜଷ୍ଟିସ ଏସ. ମୁରଲୀଧରନଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଶୁଣାଣି ହୋଇଛି। ଆହତଙ୍କୁ ସୁରକ୍ଷିତ ଭାବେ ହସପିଟାଲ ପହଞ୍ଚାଇବା ପାଇଁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ଆହତଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦିଆଯାଉ। ଏଥିସହ ସ୍ଥିତି ନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ନେଇ ଆଜି ଅପରାହ୍ନରେ ଶୁଣାଣି ହେବ।