ଜଳ ସଂସଦ ମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାରଭଙ୍ଗ ନୋଟିସ

ଭୁବନେଶ୍ୱର: ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଧାନସଭାରେ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ଅଭିଯୋଗରେ କଂଗ୍ରେସ ବିଧାୟକ ଏହି ସ୍ୱାଧିକାରଭଙ୍ଗ ନୋଟିସ୍ ଦେଇଛନ୍ତି ।

ତୁରେଇକେଲା ବ୍ଲକରେ ଜଳ ଯୋଗାଣ ନେଇ ଭିନ୍ନ ଭିନ୍ନ ଉତ୍ତର ଦେଇଥିଲେ ଜଳସମ୍ପଦ ମନ୍ତ୍ରୀ । ନଭେମ୍ବର ମାସରେ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ତୁରେଇକେଲା ବ୍ଲକରେ ୨୭ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଦିଆଯାଇଛି । ପୁଣି ପରବର୍ତ୍ତି ସମୟରେ ମନ୍ତ୍ରୀ କହିଥିଲେ ୨୬.୯୩ ପ୍ରତିଶତ ଏବଂ ଏବେ କହୁଛନ୍ତି ୨୪ ପ୍ରତିଶତ ଜମି ଜଳସେଚିତ ହୋଇଛି । ତୁରେଇକେଲା ବ୍ଲକରେ ଆଦୌ ଜଳସେଚନ ସୁବିଧାନଥିବା ବେଳେ ମନ୍ତ୍ରୀ ଗୃହକୁ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ବୋଲି ସାଲୁଜା ଅଭିଯୋଗ କରିଛନ୍ତି  ।

ମନ୍ତ୍ରୀଙ୍କ ଏଭଳି ଉତ୍ତରେ ଅସନ୍ତୋଷ ପ୍ରକାଶ କରି ସାଲୁଜା ତାଙ୍କ ବିରୋଧରେ ସ୍ୱାଧିକାରଭଙ୍ଗ ନୋଟିସ ଦେଇଛନ୍ତି । ବାଚସ୍ପତି ତାଙ୍କ ନୋଟିସକୁ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।

Leave a Reply