ଘନ କୁହୁଡ଼ିରେ ଘୋଡେଇ ହେବ ପୂରା ରାଜ୍ୟ

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ୨୪ ଘଣ୍ଟା ମଧ୍ୟରେ ଓଡିଶାର କିଛି ସ୍ଥାନରେ କମିବ ବର୍ଷାର ପରିମାଣ । ବିଶେଷ କରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶା ରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ମୟୁରଭଞ୍ଜ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ କୋରପୁଟରେ ସ୍ୱଳ୍ପ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ଆସନ୍ତାକାଲିଠୁ କୁହୁଡ଼ି ଚାଦରରେ ଢାଙ୍କି ହୋଇ ରହିବ ଉତ୍ତର ଓ ଉପକୂଳ ଓଡିଶାର କିଛି ସ୍ଥାନ । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି ଓ କନ୍ଧମାଳରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । କଟକର କଣ୍ଟାପଡ଼ାରେ ସର୍ବାଧିକ ୧୦୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆସନ୍ତାକାଲିଠାରୁ ୪ଦିନ ଯାଏ ଶୁଖିଲା ରହିବ ପାଗ । ଏବଂ ରାଜ୍ୟରେ ତାପମାତ୍ରାରେ ୧ରୁ ୩ଡିଗ୍ରୀ ହ୍ର।ସ ପାଇବ ।

Leave a Reply