spot_img
Home Blog Page 7509

ରସିକିଆ ପ୍ରଧାନ ଶିକ୍ଷକ ଓ ରୋଷେୟାଙ୍କ ରାସଲିଳା

0

ଦାରିଙ୍ଗବାଡି: ବନ୍ଧାହେଲେ ରସିକିଆ ପ୍ରଧାନ ଶିକ୍ଷକ ଓ ରୋଷେୟା । ଦାରିଙ୍ଗବାଡି ଛଡାକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ନାଁରେ ଗୁରୁତର ଅଭିଯୋଗ ଆସିଛି । ସ୍କୁଲରେ କାର୍ଯ୍ୟରତ ମହିଳା ରୋଷେୟାଙ୍କୁ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରିବା ସହ ତାଙ୍କୁ ଗାଳିଗୁଲଜ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଗତ ୩ବର୍ଷ ହେବ ସ୍କୁଲର ପ୍ରଧାନ ଶିକ୍ଷକ ଯିସାୟ ପ୍ରଧାନ ଓ ରୋଷେୟା ସଂସାର ଦିଗାଲ ମହିଳା ରୋଷେୟାଙ୍କୁ ହଇରାଣ କରୁଥିଲେ । ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରିବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି ।

ଏନେଇ ଗତ ଶନିବାର ଦିନ ମହିଳା ରୋଷେୟା ଜଣକ ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଘଟଣାକେ ପ୍ରଧାନ ଶିକ୍ଷକ ଓ ରୋଷେୟାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଜୋନାଲ ପରିଷଦ ବୈଠକରେ ଯୋଗ ଦେବା ପାଇଁ ଓଡିଶାରେ ପହଞ୍ଚିଲେ ମମତା ଦିଦି

0

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ସନ୍ଧ୍ୟାରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି ଦିଦି ।  ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ତରଫରୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରି ଆରୁଖ ସ୍ୱାଗତ କରିଛନ୍ତି । ସେପଟେ ଅନ୍ୟ ଏକ କାର୍ଯ୍ୟ କ୍ରମରେ ଯୋଗ ଦେବାକୁ ଆସିଥିବା ପଶ୍ଚିମ ବଙ୍ଗର କ୍ରିଡ଼ା ଓ ଯୁବ ସେବା ମନ୍ତ୍ରୀ ଶ୍ରୀ ଅରୁପ ବିଶ୍ୱାସଙ୍କୁ ମନ୍ତ୍ରୀ ଶ୍ରୀ ଆରୁଖ ସ୍ୱାଗତ କରିଛନ୍ତି ।

ସଫଳ ହେଲା ପ୍ରଣବଙ୍କ ଉଦ୍ୟମ, ଘର ଲୋକଙ୍କ ପାଖରେ ପହଞ୍ଚିଲା ମୃତଦେହ

0

ଯାଜପୁର: ଗାଁ ଶ୍ମଶାନରେ ଜଳିଲା ୩ ଦାଦନଙ୍କର ଜୁଇ । କାନ୍ଦ ବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ । ପେଟକୁ ଦାନା ମୁଠେ ପାଇଁ ଯାଇଥିଲେ ଦାଦନ ଖଟି । ଆଉ ଘରକୁ ଫେରିଲା ପରେ ସ୍ତବ୍ଦ ହୋଇଗଲା ପୁରା ଗାଁ ।  କାରଣ ଦାଦନ ଖଟୁ ଖଟୁ ଚାଲିଗଲା ୩ ଦାଦନଙ୍କର ଜୀବନ । କଫନରେ ଭର୍ତ୍ତି ହୋଇ ଆସିଲା ୩ ପୁଅ ଦୟାନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଓ  କାମେଶ ସିଂ ଙ୍କର ଶବ ।

ଏଭଳି ଦୁଃଖଦ ପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସଦର ଥାନା ଜମଧର ଗାଁରେ । ଗତ ୨୨ ତାରିଖରେ ଅହମ୍ମଦାବାଦର ଏକ ସୂତା କଳରେ କାମ ରୁଥିବା ବେଳେ କଳରେ ନିଆଁ ଲାଗି ଏମାନଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଶ୍ରମିକ ମାନଙ୍କର ଶବ କେମିତି ଆସିବ ସେନେଇ ପରିବାର ଲୋକେ ଚିନ୍ତାରେ ଥିଲେ । କିନ୍ତୁ ଯାଜପୁର ବିଧାୟକ ପ୍ରଣବ ପ୍ରାକାଶ ଦାସ ଏନେଇ ତାଙ୍କର ଉଦ୍ୟମ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆଣିଥିଲେ ।

ପରେ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଗୋପବନ୍ଧୁ ଦାସ ଓଡ଼ିଶା ଲେବର କମିସନରଙ୍କ ସହ ଯୋଗାଯୋଗ କରି ଗୁଜୁରାଟ ଲେବର କମିସନରଙ୍କୁ ସମ୍ପର୍କ କରିଥିଲେ । ସବୁଠାରୁ ବଡ଼କଥା ହେଉଛି ଅହମ୍ମଦାବାଦରୁ ଯାଜପୁର ପର୍ଯ୍ୟନ୍ତ ଆମ୍ବୁଲାନ୍ସରେ ଆସିବା ପାଇଁ ଯେତିକି ଅର୍ଥ ଦରକାର ସବୁ ବହନ କରିବେ ବୋଲି ବିଧାୟକ ପ୍ରଣବ ପ୍ରାକାଶ ଦାସ କହିଥିଲେ ।

ତେବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଓଡ଼ିଶା ମୋ ପରିବାରର ଉଦ୍ୟମ ସଫଳ ହୋଇଛି । ଅହମ୍ମଦାବାଦରୁ ଆମ୍ବୁଲାନ୍ସ ଯୋଗେ ୩ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଆସି ଯାଜପୁରରେ ପହଞ୍ଚିଛି । ସେପଟେ ବର୍ଷା ସତ୍ତ୍ୱେ ହଜାର ହଜାର ଲୋକେ ଆସି ମୃତକଙ୍କ ଶେଷ ଦର୍ଷନ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ  ରେଡକ୍ରସ ସହାୟତା ପ୍ରଦାନ କରାଯିବା ସହ ଶବ ସତ୍କାର ପାଇଁ ହରିଚନ୍ଦ୍ର ସହାୟତା ପ୍ରଦାନ କରାଯାଇଛି ।

ସିନ୍ଦୁର ପାଇଁ ମହାଭାରତ: ସାମ୍ନାକୁ ଆସିଲା ବିବାହିତ ପୁରୁଷଙ୍କ ପରକୀୟା ପ୍ରୀତି

0

ଭୁବନେଶ୍ୱର: ପତି ପତ୍ନୀ ଔର ୱୋ । ରାଜଧାନୀରେ ପୁଣି ସାମ୍ନାକୁ ଆସିଛି ବିବାହିତ ପୁରୁଷଙ୍କ ବିରୋଧରେ ପରକୀୟା ପ୍ରୀତିର ସାଂଘାତିକ୍‌ ଅଭିଯୋଗ। ଜଣେ ଯୁବତୀ ଅଭିଯୁକ୍ତ ଶଶାଙ୍କଙ୍କ ଦ୍ୱିତୀୟ ପତ୍ନୀ ବୋଲି ଦାବି କରି ଥାନାକୁ ଯାଇଥିବା ବେଳେ ପ୍ରଥମ ପତ୍ନୀଙ୍କ ବୟାନ ମାମଲାକୁ ରୋଚକ କରିଛି। ପୋଲିସ୍‌ ଅଭିଯ଼ୁକ୍ତକୁ ଗିରଫ୍‌ କରିଥିବା ବେଳେ ସଂପୃକ୍ତ ମହିଳାଙ୍କ ଡାକ୍ତରୀ ମାଇନା କରିଛି ।

ରାଜଧାନୀରେ ଗୋଟିଏ ସ୍ୱାମୀ, ଦୁଇଟି ସ୍ତ୍ରୀ । ମୁଣ୍ଡରେ ହାତ ଦେଇ କିଛି ନଜଣିବାର ଅଭିନୟ କରୁଥିବା ଏ ଯୁବକ ହେଲେ ଶଶାଙ୍କ ମହନ୍ତ । ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି । ୫ ବର୍ଷ ତଳେ କରିଥିଲେ ପ୍ରେମ ବିବାହ। ହେଲେ ଗୋଟିଏ ସ୍ତ୍ରୀରେ ମନ ମାନି ନଥିଲା। ପାର୍କରେ ବୁଲୁବୁଲୁ ପୁଣି ପଡ଼ିଲେ ପ୍ରେମରେ। ପ୍ରଥମ ସ୍ତ୍ରୀ ଥାଇ ସୁଦ୍ଧା ପୁଣି ପ୍ରେମିକା ମଥାରେ ପିନ୍ଧାଇ ଦେଲେ ସିନ୍ଦୁର। ତେବେ ଏ ପରକୀୟା ପ୍ରେମୃ ଲୁଚି ରହିନଥିଲା। ଦୁଇ ସ୍ତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିଲା ମୃହାଭାରତ। ମାମୃଲା ଆସିଥିଲା ଥାନାକୁ।

ସେପଟେ ପ୍ରଥମ ସ୍ତ୍ରୀ ଏବେ ବି ନିଜ ସ୍ୱାମୀଙ୍କୁ ରାମଚନ୍ଦ୍ରର ଆଖ୍ୟା ଦେଇଛନ୍ତି। ଜେଲରୁ ଫେରିବା ପରେ ତାଙ୍କୁ ଗ୍ରହଣ କରିବେ ବୋଲି କହିଛନ୍ତି। ସେପଟେ ଅଭିଯୁକ୍ତ ଶଶାଙ୍କ କହିଛନ୍ତି, ଦ୍ୱିତୀୟ ସ୍ତ୍ରୀ ବୋଲି ଦାବି କରୁଥିବା ଯ଼ୁବତୀ ଜଣଙ୍କ ତାଙ୍କୁ କୁଆଡ଼େ ବ୍ଳ।କ୍‌ମେଲ୍‌ କରୁଛନ୍ତି।

ଅଭିଯୋଗ ଆଣିଥିବା ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଛି। ଅଭିଯୋଗ ମୁତାବିକ ପୋଲିସ୍‌ ଶଶାଙ୍କଙ୍କ ବିରୋଧରେ ସଂଗୀନ୍‌ ଦଫା ଲଗାଇ ଜେଲ୍‌ ପଠାଇ ଦେଇଛି ।

ଛାତ୍ରୀଙ୍କୁ ଦଣ୍ଡ ଦେଲେ ପ୍ରିନ୍ସପାଲ, ଡ଼ାକ୍ତରଖାନା ଗଲେ ୩୮ ଛାତ୍ରୀ

0

ସ୍କୁଲ ଭିତରେ ଛାତ୍ରୀଙ୍କୁ ୧୫୦ରୁ ଅଧିକ ଥର ବସ୍‌ଉଠ୍‌ । ମହିଳା ଆଙ୍ଗ୍ରି ପ୍ରିନ୍ସପାଲଙ୍କ ଦବଙ୍ଗ ଗିରି । କଷ୍ଟରେ ଛଟପଟ ହେଲେ ୧୦ମ ଶ୍ରେଣୀର ଛାତ୍ରୀ । ଜଣେ କି ଦୁଇଜଣ ଛାତ୍ରୀଙ୍କୁ ନୁହେଁ ଏକା ଥରକେ ୩୮ ଜଣ ଛାତ୍ରୀଙ୍କୁ କରାଇଲେ ବସ୍‌ ଉଠ୍‌ ।

ଦୋଷ ନଥାଇବି ଦଣ୍ଡ ଭୋଗିଲେ ନିରୀହ ଛାତ୍ରୀ ମାନେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଚନ୍ଦ୍ରପୁରର ଆବାସିକ ମହିଳା ସ୍କୁଲରେ । ସବୁ କଥା ଲୁଚି ରହିଥିଲା । କିନ୍ତୁ ଯେତେବେଳେ ଛାତ୍ରୀ ମାନେ କଷ୍ଟ ସହିନପାରି ଡ଼ାକ୍ତରଖାନା ଗଲେ ସେତେବେଳେ ସବୁ କିଛି ସାମ୍ନାକୁ ଆସିଲା ।

ସୂଚନା ଅନୁଯାୟୀ, ୧୮ ଫେବୃଆରୀରେ ଛାତ୍ରୀ ମାନଙ୍କର ପ୍ରାକ୍ଟିକାଲ ଥିଲା । ସେହି ଦିନ ସ୍କୁଲରେ ମିଟିଂ ଚାଲୁଥିଲା । ଛାତ୍ରୀ ମାନେ ନିଜର ପ୍ରାକ୍ଟିକାଲ ନୋଟ୍‌ ପାଇଁ ହଷ୍ଟେଲ ରୁମକୁ ଯାଉଥିଲା । ସେହି ସମୟରେ ଛାତ୍ରୀଙ୍କର ଚପଲ ସବ୍ଦରେ ମିଟିଂ ଡିଷ୍ଟର୍ବ ହୋଇଥିଲା ।

ଯାହା ପାଇଁ ମହିଳା ପ୍ରିନ୍ସପାଲ ଛାତ୍ରୀ ମାନଙ୍କୁ ବସ୍‌ ଉଠ୍‌ କରାଇଥିଲେ । ସ୍କୁଲର ସବୁ କ୍ଲାସ୍‌ରେ ଅନ୍ୟ ଛ୍ରାତ୍ରୀ ମାନଙ୍କ ସାମ୍ନାରେ ଏଭଳି ଦଣ୍ଡ ଦେଇଥିଲେ ଉକ୍ତ ମହିଳା ପ୍ରିନ୍ସପାଲ । ୧୫୦ରୁ ଅଧିକ ଥର ବସ୍‌ ଉଠ୍‌ କରାଇଥିଲେ ।

ବସ୍‌ ଉଠ୍ ନହେଲେ ପ୍ରକ୍ଟିକାଲରେ ମାର୍କ ଦେବେନି ବୋଲି ମଧ୍ୟ ଛାତ୍ରୀଙ୍କୁ ଡ଼ରାଇଥିଲେ ପ୍ରିନ୍ସପାଲ । ଖରାପ ଭାସାରେ ଗାଳିଗୁଲଜ ମଧ୍ୟ ଦେଇଥିଲେ । ଛାତ୍ରୀ ମାନେ କାନ୍ଦି ଥିଲେ ମଧ୍ୟ ଛାଡ଼ିନଥିଲେ ସ୍କୁଲର ପ୍ରିନ୍ସପାଲ ।

ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ: ଦେଶର ମୋଟ୍‌ ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୬ ତାରିଖରେ ନିର୍ବାଚନ ହେବ । ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ମଧ୍ୟ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି । ଏପ୍ରିଲ ୨ ତାରିଖରେ ରଞ୍ଜୀବ ବିଶ୍ୱାଳ, ସରୋଜିନୀ ହେମ୍ବ୍ରମ୍‌ ଏବଂ ନରେନ୍ଦ୍ର କୁମାର ସ୍ୱାଇଁ ଅବସର ନେବେ । ସେହିପରି ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହେବା ପରେ ତାଙ୍କ ଆସନ ଖାଲି ପଡିଛି । ତେଣୁ ଓଡ଼ିଶାରେ ୪ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୬ ତାରିଖରେ ନିର୍ବାଚନ ହେବ । ମାର୍ଚ୍ଚ ୬ରେ ଏଥିପାଇଁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୧୩ । ମାର୍ଚ୍ଚ ୧୬ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୧୮ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । ମାର୍ଚ୍ଚ ୨୬ ହେବ ନିର୍ବାଚନ । ସେହିଦିନ ଗଣତି କରି ଫଳ ଘୋଷଣା କରାଯିବ । ମାର୍ଚ୍ଚ ୩୦ ସୁଦ୍ଧା ସରିବ ନିର୍ବାଚନ ପ୍ରକ୍ରିୟା ।

ପ୍ରବଳ ବର୍ଷା ନେଇ ୧୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

0

ଭୁବନେଶ୍ୱର: ଆଜି ବି ଭିଜୁଛି ଓଡ଼ିଶା । ପୂର୍ବ- ଉତ୍ତର ପ୍ରଦେଶ ଓ ଦକ୍ଷିଣ- ଛତିଶଗଡ ଉପରେ ସଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା । ପ୍ରବଳ ବର୍ଷା ନେଇ ୧୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସମ୍ବଲପୁର, ଦେବଗଡ଼, କେନ୍ଦୁଝର , ମୟୂରଭଞ୍ଜ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର ।  ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ, ଖୋର୍ଦ୍ଧା,ନୟାଗଡ, ବୌଦ୍ଧ, ସୋନପୁର ଏବଂ ବଲାଙ୍ଗୀରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତାକାଲି ଅପରାହ୍ନ ପରେ ପାଗ ପରିବର୍ତ୍ତନ ହେବ ।

୨୭ରେ ପାଗ ଶୁଖିଲା ରହିବା ସହ ସକାଳୁ ଘନ କୁହଡି ଦେଖାଦେବ । ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ବର୍ଷା ଏବଂ ଘନ କୁହୁଡି ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି କୁହୁଡି ସମୟରେ ପୋଲିସ୍‌ ଏବଂ ପରିବହନ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୬, ୨୭ ଏବଂ ୨୮ ତାରିଖରେ ନୟାଗଡ଼, ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ଜଗତସିଂହପୁର, ପୁରୀ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଏବଂ ରାୟଗଡା ଜିଲ୍ଲାରେ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବାଧିକ ୫୭ ଦଶମିକ ୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ଏ ଟଙ୍କା କାହାର ଆସି ନେଇଯାଅ

0

ଭଦ୍ରକ:  ଲୋଭ ଦେଖାଇ ପାରିଲାନି ଟଙ୍କା । ମାନବିକତା ଦେଖାଇଲେ ବ୍ୟବସାୟୀ । ଏଟିଏମ୍ ରୁ ପାଇଥିବା ୨୦ ହଜାର ଟଙ୍କା ଫେରାଇବାକୁ ନେଲେ ନିଷ୍ପତ୍ତି । ଏଥିପାଇଁ ନେଲେ ସୋସିଆଲ ମିଡିଆର ସହାୟତା । ଏଭଳି ଘଟଣାକୁ ନେଇ ଏବେ ଚର୍ଚ୍ଚାରେ ନଳିନୀ ପଣ୍ଡା । ଭଦ୍ରକ କେଲଜ ରୋଡରେ ରହିଛି ତାଙ୍କର ମୋବାଇଲ ଦୋକାନ । ସୋମବାର ଦିନରେ ତାଙ୍କ ଦୋକାନ ନିକଟରେ ‘ଥିବା ଏଟିଏମୃରେ କେହି ଟଙ୍କା ଛାଡ଼ିଯାଇଥିଲେ ।

Image result for rupees found in atm

ନଗଦ ୨୦ ହଜାର ଟଙ୍କାକୁ ଦେଖି ମନରେ ଲୋଭ ଆସି ନ ଥିଲା ବରଂ ଟଙ୍କା ଫେରାଇବାକୁ ନିଷ୍ପତ୍ତି ନେଲେ । ଦିନ ୧୧ଟା ୩୦ରୁ ୧୨ ଟା ୩୦ ମଧ୍ୟରେ କେହି ଏଟିଏମରେ ଟଙ୍କା ଛାଡ଼ି ଯାଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଏହି ଟଙ୍କା ନେବାକୁ କେହି ଆସନାହାନ୍ତି । ବୁଧବାର ମଧ୍ୟରେ ଟଙ୍କା ନେବାକୁ କେହି ନ ଆସିଲେ ଥାନାରେ ଜଣାଇବାକୁ ନିଷ୍ପତ୍ତି ନେଇଛନ୍ତି ନଳିନୀ ।

ଜଳିଲା ଉତ୍ତର-ପୂର୍ବ ଦିଲ୍ଲୀ, ହେଡ୍‌ କନଷ୍ଟେବଳ ସହ ୭ ଜଣଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ: ସିଏଏକୁ ନେଇ ଜଳିଲା ଉତ୍ତର-ପୂର୍ବ ଦିଲ୍ଲୀ । ଆଜି ସକାଳୁ ମଧ୍ୟ ବ୍ରହ୍ମାପୁରୀ ଓ ମୌଜପୁରରେ ପଥରବାଜୀ ଆରମ୍ଭ ହୋଇଯାଇଛି । ପୂରା ଅଞ୍ଚଳରେ ଲାଗୁ ହୋଇଛି ୧୪୪ ଧାରା । ସୋମବାର ହିଂସାରେ ହେଡ୍‌ କନଷ୍ଟେବଳ ସହ ୭ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପଥରମାଡ଼ରେ ପୋଲିସକର୍ମୀଙ୍କ ସହ ୫୬ରୁ ଅଧିକ ଆହତ । ଭଜନପୁରାରେ ପେଟ୍ରୋଲ ପମ୍ପକୁ ଜାଳିଲେ ଆନ୍ଦୋଳନକାରୀ । ସୋମବାର ସକାଳୁ ଆରମ୍ଭ ହୋଇଥିବା ହିଂସା ବିଳମ୍ବିତ ରାତି ଯାଏ ବି ଚାଲିଥିଲା । ସିଏଏ ସମର୍ଥକ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷରୁ ହୋଇଥିବା ପଥରମାଡ଼ରେ ୫୬ରୁ ଅଧିକ ଆହତ ହୋଇଛନ୍ତି ।

ଗାଡ଼ିରେ ନିଆଁ ଲଗାଇବା ସହ, ଦୋକାନ ବଜାର ଭଙ୍ଗାରୁଜା କରିଛନ୍ତି । ବିଳମ୍ବିତ ରାତିରେ ଗୋକୁଲପୁରୀ ଟାୟାର ମାର୍କେଟକୁ ଜାଳି ଦେଇଛନ୍ତି । ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ୬ଟି ଦମକଳ ଗାଡ଼ିକୁ ପରିଶ୍ରମ କରିବାକୁ ପଡ଼ିଥିଲା । ସେପଟେ ହିଂସା ବେଳେ ୮ ରାଉଣ୍ଡ ଫାୟାରିଂ କରିଥିବା ଅଭିଯ଼ୁକ୍ତ ଶାହରୁଖ ଖାନକୁ ଗିରଫ କରି ପଚରାଉଚରା କରୁଛି ପୋଲିସ । ହିଂସାର ପ୍ରଭାବ ପରୀକ୍ଷା ଉପରେ ମଧ୍ୟ ପଡ଼ିଛି । ପୂର୍ବ ଦିଲ୍ଲୀରେ ଆଜି ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଛି । ସେହିପରି ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିଛି । ଏ ନେଇ ସୂଚନା ଦିଲ୍ଲୀ HRD ମନ୍ତ୍ରୀ ମନୀଷ ସିସୋଦିଆ । ଏଭଳି ହଂସାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ, ଶାନ୍ତି ବଜାୟ ରଖିବାକୁ ଅପିଲ୍‌ କରାଯାଇଛି ।

ପିପିଲିରେ ୪ଜଣଙ୍କୁ ହତ୍ୟା କରି ଭୁବନେଶ୍ୱର ମୁହାଁ ହୋଇଥିଲା ଦନ୍ତା

ଭୁବନେଶ୍ୱର: ଟଳିଲା ବିପଦ । ନରହନ୍ତା ଦନ୍ତାକୁ ଭୁବନେଶ୍ୱର ପାତ୍ରପଡ଼ାରୁ ଚନ୍ଦକା ଜଙ୍ଗଲ ଭିତରକୁ ଘଉଡିବାରେ ସଫଳ ହୋଇଛି ବନ ବିଭାଗ । ଦନ୍ତାଟି ପିପିଲିରେ ୪ଜଣଙ୍କୁ ହତ୍ୟା କରି ଭୁବନେଶ୍ୱର ମୁହାଁ ହୋଇଥିଲା । ହାତୀକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଦେଖା ଦେଇଥିଲା। ଦିନତମାମ୍‌ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା ।

ମିଶନ୍‌ ଗଜରାଜରେ ପ୍ରାୟ ୩ଟି ଡିଭିଜନ୍‌ର ୧୦ରୁ ଅଧିକ ଅଫିସରଙ୍କ ସମେତ ୬୦ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ପୋଲିସର ସହାୟତା ମଧ୍ୟ ଲୋଡା ଯାଇଥିଲା । ଗତକାଲି ସନ୍ଧ୍ୟା । ପୂର୍ବରୁ ହାତୀଟି ଜଙ୍ଗଲ ଅଭିମୁଖେ ବାହାରିବାରୁ ତାକୁ ଘଉଡାଇବାରେ ସଫଳ ହୋଇଥିଲା ବନବିଭାଗ । ହାତୀକୁ ଘଉଡା ଯାଇଥିଲେ ମଧ୍ୟ ତାର ଗତିବିଧି ଉପରେ ତୀକ୍ଷଣ୍ ନଜର ରଖାଯାଇଥିବା କହିଛନ୍ତି ବନ ବିଭାଗ ଅଧିକାରୀ ।