spot_img
Home Blog Page 7507

ଚର୍ଚ୍ଚାରେ ଭିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ଯୋଡି

ମୁମ୍ବାଇ: ବଲିଉଡର ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥାଏ । ତେବେ ଏବେ ଏକ ନୂଆ କଥା ଶୁଣିବାକୁ ମିଳୁଛି ଯାହା ଆପଣଙ୍କୁ କିଛି ସମୟ ପାଇଁ ଦୋଛକିରେ ପକାଇ ଦେବ । ଭିକି କୌଶଲଙ୍କ ପ୍ରେମ କାହାଣୀ ! ସେ ପୁଣି କାହା ସହ ? ଏହି କଥା ସତ ନା ଗୁଜବ ! ନିଶ୍ଚୟଁ ଏହି ପ୍ରଶ୍ନ ଅନେକ ଫ୍ୟାନ୍ ମାନଙ୍କ ମନରେ ନିସନ୍ଦେହରେ ଉଙ୍କି ମାରୁଥିବ । ତେବେ ଆସନ୍ତୁ ଜାଣିବା ସେହି ସୁନ୍ଦରୀଙ୍କ ସମ୍ପର୍କରେ…

 

ଏଠାରେ ଆମେ ଭିକି କୈଶଲ ଓ କ୍ୟାଟ୍ରିନା କୈଫଙ୍କ କଥା କହୁଛୁ ।

Katrina Kaif

ଏବେ ଭିକି ଓ କ୍ୟାଟଙ୍କ ପ୍ରେମ ସମ୍ପର୍କ ବିଷୟରେ ବି’ଟାଉନରେ ଚର୍ଚ୍ଚା ଜୋର ଧରିଛି ।

Image result for Vicky Kaushal and Katrina Kaif

ସେମାନଙ୍କୁ ଅନେକ ରେଷ୍ଟୁରାଣ୍ଟ୍, ଇଭେଣ୍ଟ୍ ଓ ବିଭିନ୍ନ ଜାଗାରେ ଏକାଠି ଦେଖିବାକୁ ମିଳୁଛି ।

Image result for Vicky Kaushal and Katrina Kaif

ଏହି ପ୍ରେମୀଙ୍କ ନାମକୁ ଯୋଡି ଏବେ ତାଙ୍କ ଦୁଇ ଜଣଙ୍କୁ ଭିକ୍ୟାଟ୍ ବୋଲି କୁହାଯାଉଛି । କିନ୍ତୁ ସେମାନେ ଏହି କଥା ପବ୍ଲିକ ରେ ପ୍ରକାଶ କରି ନାହାଁନ୍ତି ।

Image result for Vicky Kaushal and Katrina Kaif

ତେବେ ଏହି କଥା ପଛରେ କେତେ ସତ୍ୟତା ରହିଛି ତାହା ସମୟ କହିବ ।

 

ଜାପାନରୁ ଫେରିଲେ ଓଡ଼ିଆ ଇଂଜିନିୟର

0

ବ୍ରହ୍ମପୁର: ଜାପାନରୁ ଫେରିଲେ ଓଡ଼ିଆ ଇଂଜିନିୟର ଶିବାଶିଷ ନାୟକ। ୟାକୋହାମା ଜଳସୀମାରେ ଥିବା ଡାଇମଣ୍ଡ ପ୍ରିନ୍ସେସ୍‌ ଜାହାଜରୁ ୧୧୯ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି। ଏଥିସହ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁର ୫ଜଣଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯାଇଛି। ଏସଂପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଟୋକିଓରୁ ୧୧୯ଜଣ ଭାରତୀୟଙ୍କୁ ନେଇ ଆଜି ଭୋରରୁ ଦିଲ୍ଲୀରେ ପହଞ୍ଚିଛି । ଏଥିପାଇଁ ଜାପାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଦେଶ ମନ୍ତ୍ରୀ।

ଜାପାନ ଜଳ ସୀମାରେ ଅଟକି ରହିଥିଲେ ବ୍ରହ୍ମପୁରର ଶିବାଶିଷ ନାୟକ । ନନ୍ଦିଘୋଷ ଟିଭିରେ ପ୍ରଥମେ ପ୍ରସାରିତ ହୋଇଥିଲା ଏ ଖବର । ଲାଇଭ୍‌ କଭରେଜ୍‌ ବେଳେ ଅପେକ୍ଷାର ଦିନ ଗଣୁଥିବା ଥିବା ପୁଅ ସହ ଫୋନ୍‌ଯୋଗେ କଥା ହୋଇ ଭାବବିହ୍ୱଳ ହୋଇ ପଡିଥିଲେ ବାପା। ଏହାପରେ ଶିବାଶିଷଙ୍କୁ ଫେରାଇ ଆଣିବାକୁ ନନ୍ଦିଘୋଷ ଟିଭି ଓ ରାଜ୍ୟ ସରକାରଙ୍କ ମୋ ପରିବାର ପକ୍ଷରୁ ଉଦ୍ୟମ କରାଯାଇଥିଲା। ଜାପାନରୁ ଫେରିବା ପରେ ଶିବାଶିଷଙ୍କ ପରିବାର ଆଶ୍ୱସ୍ତ ହୋଇଛନ୍ତି।

କୁହୁଡ଼ିରେ ଲୁଚିଲା ରାଜ୍ୟ

0

ଭୁବନେଶ୍ୱର: ଅଦିନିଆ ବର୍ଷା ପରେ କୁହୁଡ଼ି ।  ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଫଳରେ ଯାତାୟତ ପ୍ରଭାବିତ ହୋଇଛି । ଜଗତସିଂହପୁରରେ ବୁଧବାର ରାତିରୁ ହିଁ ଘନ କୁହୁଡ଼ିର ଆସ୍ତରଣ । ଜିଲ୍ଲାର ତିର୍ତ୍ତୋଲ, ବାଲିକୁଦା, ନାଉଗାଁ, ପାରାଦୀପ ଓ ଏରସମା ପରି ଅଞ୍ଚଳରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି । ପାରାଦୀପରେ ବନ୍ଦର ନିଷିଦ୍ଧାଞ୍ଚଳ ପୂରା କୁହୁଡ଼ିର ଆସ୍ତରଣ ଭିତରେ ରହିଥିଲା । ଫଳରେ ବନ୍ଦରରେ କାରବାର ପ୍ରଭାବିତ ହୋଇଛି । ସେହିପରି ରାସ୍ତା କଡ଼ରେ ଛିଡ଼ା ହୋଇଛି ଟ୍ରକ ।

ସେହିପରି ଭଦ୍ରକରେ ମଧ୍ୟ ଘନ କୁହୁଡ଼ିର ବଳୟ । କୁହୁଡ଼ି ଭିତରେ ପ୍ରଭାବିତ ହୋଇଛି ଯାତାୟତ । ଖାସକରି ୧୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଡ଼ି ଚାଳକ । ବର୍ଷା ପରେ ଏବେ ଶୀତ ସହ ଫେରିଛି କୁହୁଡ଼ି । ଆଜି ସକାଳୁ ରାଜଧାନୀରେ ମଧ୍ୟ ଘନ କୁହୁଡ଼ିରେ ଯାତାୟତ ଏକ ରକମ ଠପ୍ ହୋଇଯାଇଥିଲା ।

+୨ ପରୀକ୍ଷା ପାଇଁ  କଡ଼ା ବ୍ୟବସ୍ଥା

0

ଭୁବନେଶ୍ୱର: ମାର୍ଚ୍ଚ ୩ରେ ଆରମ୍ଭ ହେବ ଯ଼ୁକ୍ତ ଦୁଇ ପରୀକ୍ଷା । ପରୀକ୍ଷାକୁ କପିମୁକ୍ତ ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ସବୁ ସେଣ୍ଟରରେ ସିସିଟିଭିକୁ ବାଧ୍ୟତା ମୂଳକ କରିଛି ବିଭାଗ । ସଠିକ୍‌ ସମୟରେ ଫଳ ପ୍ରକଶକୁ ନେଇ ମଧ୍ୟ କଡାକଡି ନିୟମ ପାଳନ କରାଯିବ ବୋଲି ଗୃହରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ  । ପରୀକ୍ଷା ଖାତା ଦେଖାରେ ଅଧ୍ୟାପକ ଯୋଗ ନଦେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ଏପ୍ରେଲ ପ୍ରଥମ ସପ୍ତାହରୁ ଖାତା ଦେଖା  ଆରମ୍ଭ ହେବ । ମେ ଶେଷ ସପ୍ତାହରେ ବିଜ୍ଞାନ ଓ ଜୁନ୍‌ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ଦାସ ।

ହାତରେ ଚୁଡ଼ି ପିନ୍ଧିଲେ ଦୂର ହୁଏ ଏହି ସବୁ ରୋଗ

ବିବାହିତା ମହିଳା ମାନେ ଚୁଢ଼ି ପିନ୍ଧିବା ବିଧିରେ ରହିଛି । ମାନ୍ୟତା ରହିଛି ବିବାହିତା ମହିଳା ମାନେ ଚୁଡ଼ି ପିନ୍ଧିଲେ ସ୍ୱାମୀର ଆୟୁଷ ବଢ଼ିବା ସହିତ ଘରେ ଲକ୍ଷ୍ମୀଙ୍କ କୃପା ସଦାସର୍ବଦା ରହିଥାଏ । ଚୁଡ଼ି ପିନ୍ଧିବା ପଛରେ କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣଇବା କଣ ସେହି କାରଣ ସବୁ-

ଶ୍ୱାସରୋଗ: ଚୁଡ଼ି ପିନ୍ଧିଲେ ଶ୍ୱାସରୋଗ ଏବଂ ହୃଦ୍ଜନିତ ରୋଗ ଆଶଙ୍କା କମ୍ହୋଇଥାଏ

ମାନସିକ ସନ୍ତୁଳନ: ମହିଳା ମାନେ ଚୁଡ଼ି ପିନ୍ଧିବା ଦ୍ୱାରା ତାଙ୍ର ମାନସିକ ସନ୍ତୁଳନ ଠିକ ରହିଥାଏ । ପୌରାଣିକ ତର୍କ ଅନୁସାରେ କାଚ ଚୁଡ଼ିର ଶବ୍ଦରେ ଘରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।

ରକ୍ତପ୍ରବାହ:  ଚୁଡ଼ି ସହ ଚୁଡ଼ି ଘଷି ହେବା ଦ୍ୱାରା ରକ୍ତ ସଂଚାର ବଢ଼ିଥାଏ

ଥକ୍କାପଣ ଦୂରହୁଏ: ଚୁଡ଼ି ସହ ଚୁଡ଼ି ବାଜିଲେ ଶରୀରେ ଶକ୍ତି ଉତ୍ପନ ହୋଇଥାଏ । ଏକ ସକାରାତ୍ମକ ଉର୍ଜା ବାତାବରଣରେ ଖେଳିହେଇଯିବାରୁ ମହିଳା ମାନେ କ୍ଲାନ୍ତ ଅନୁଭବ କରନ୍ତି ନାହିଁ ।

ହରମୋନର ସନ୍ତୁଳନ: ମହିଳାମାନେ ଚୁଡ଼ି ପିନ୍ଧିବା ଦ୍ୱାରା ଶରୀରରେ ହରମୋନ ସନ୍ତୁଳନ ରକ୍ଷା ହୋଇଥାଏ । ଫଳରେ ମହିଳା ମାନେ ସୁସ୍ଥ ରହିଥାନ୍ତି ।

ୟୁର୍ବେଦ ଅନୁସାରେ, ସୁନା ଏବଂ ରୁପା ଚୁଡ଼ି ମହିଳାମାନଙ୍କର ବଳବର୍ଦ୍ଧକ ଅଟେ। ଯେଉଁ ମହିଳାମାନେ ହାତରେ ସୁନା, ରୁପାର ଚୁଡ଼ି ପିନ୍ଧିଥାନ୍ତି ସେମାନେ ଦୀର୍ଘାୟୁ ହୁଅନ୍ତି

 

ବନ୍ଧା ପଡ଼ିଛନ୍ତି ୩୫ ଦାଦନ ଶ୍ରମିକ, ଭିଡ଼ିଓ ମାଧ୍ୟମରେ ଉଦ୍ଧାରର ଗୁହାରୀ

0

ତେଲେଙ୍ଗାନା: ସରୁନି ଦାଦନ ଦୁଃଖ । ଘରଲୋକଙ୍କ ପେଟରେ ଦାନ ମୁଠେ ପାଇଁ ଯାଇଥିଲେ ଦାଦନ ଖଟି କିନ୍ତୁ ସେଠି ନିଜ ପେଟକୁ ଦାନ ମୁଠେ ଦେଇପାରୁ ନାହାନ୍ତି ଏମାନେ । ତେଲେଙ୍ଗାନାରେ ପୁଣି ବନ୍ଧା ପଡିଛନ୍ତି ଓଡିଆ ଦାଦନ ଶ୍ରମିକ । ବରଗଡରୁ ୩୫ଜଣ ଓଡିଆ ଦାଦନ ଶ୍ରମିକ ବନ୍ଧା ପଡିଥିବା ବେଳେ ଏକ ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ଗୁହାରି କରିଛନ୍ତି ।

ଶ୍ରମିକମାନେ ଏକ ଭିଡିଓ କରିବା ସହିତ ଏହି ଭିଡିଓ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର ପାଇଁ ଗୁହାରୀ କରିଛନ୍ତି । ସେମାନଙ୍କ କରୁଣ ସ୍ଥିତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇବାକୁ ନିବେଦନ କରିଛନ୍ତି । ପାଇକମାଲ ଯୋଗୀନ୍ଦ୍ରନାଥପୁରର ୩୫ ଜଣ ଶ୍ରମିକ ଇଟା ଭାଟିରେ କାମ ପାଇଁ ତେଲେଙ୍ଗାନା ଯାଇଥିଲେ । କିଛି ଦିନ କାମ କରିବା ପରେ ସେମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା । ଖାଇବାକୁ ଦିଆଯାଉନଥିବା ବେଳେ ଘରକୁ ଫେରିବାକୁ ମଧ୍ୟ କୈାଣସି ରାସ୍ତା ନଥିବା ସେମାନେ କହିଛନ୍ତି ।

ପରୀକ୍ଷା କେନ୍ଦ୍ରରେ ୧୪୪ଧାରା ଜାରି ପରେ କେମିତି ଥିଲା ଆଜିର ପରୀକ୍ଷା ?

0

କାମାକ୍ଷାନଗର: ୧୪୪ଧାରା ଜାରି ହୋଇଥିବା ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଛି । ୨୪ରୁ ଜିଲ୍ଲାର ୧୮ଟି ପରୀକ୍ଷା କେନ୍ଦ୍ରରେ ୧୪୪ଧାରା ଲାଗୁ ହୋଇଛି ।  ସେଥିମଧ୍ୟରୁ କାମାକ୍ଷାନଗର ଉପଖଣ୍ଡରେ ସର୍ବାଧିକ ୧୧ଟି ସେଣ୍ଟରରେ ଏହି ୧୪୪ଧାରା ରୁଜୁ ହୋଇଛି । ଶୃଙ୍ଖଳାର ସହ ଗଣିତ ପରୀକ୍ଷା ଶେଷ ହୋଇଯାଇଛି । ପରୀକ୍ଷା କେନ୍ଦ୍ର ଗୁଡିକରେ ସୁରକ୍ଷା ମଧ୍ୟ କଡାକଡି କରାଯିବା ସହ କପି ରୋକିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଢେଙ୍କାନାଳ କଙ୍କଡାହାଡ ବ୍ଲକବିରିବୁଲେଇ ସରକାରୀ ଉଚ୍ଚବିଦ୍ୟାଳୟରେ ଅଭିଭାବକ ମାନେ ପାଚେରୀ ଡେଇଁ କପି ଦେଉଥିଲେ । ତା ସହ ଅନ୍ୟ ଏକ ବ୍ଲକରେ ମଧ୍ୟ କପି ଦେଉଥିବା ବେଳେ ପୁଲିସ ମାଡରେ ଜଣେ ଗୁରୁତର ହୋଇପଡିଥିଲେ । ଏହି ଭଳି ବିଶୃଙ୍ଖଳା ନେଇ ଏହି  କିଛି ସ୍ଥାନରେ ୧୪୪ଧାରରା ଲାଗୁ ହୋଇଛି ।

ବିଜ୍ଞାନର ଚମତ୍କାରିତା: ସରୋଗେଟ ମାଆଠାରୁ ଜନ୍ମନେଲେ ଦୁଇ ଚିତାବାଘ

ଆମେରିକା: ଚିକିତ୍ସା ବିଜ୍ଞାନର ଉନ୍ନତିକରଣ ହେବା ସହ ବର୍ତ୍ତମାନ ସମୟରେ ବହୁ ନୂତନ ପଦ୍ଧତିରେ ଚିକିତ୍ସା ପ୍ରକ୍ରିୟା ଦେଖିବାକୁ ମିଳୁଛି । ଇନ୍ଭିଟ୍ରୋ ପଦ୍ଧତିରେ ମଣିଷ କ୍ଷେତ୍ରରେ ସରୋଗେଟ୍ମାଠାରୁ ସନ୍ତାନ ଜନ୍ମ ପ୍ରକିୟା ସମ୍ଭବ ହୋଇପାରିଛି ତେବେ ଗତ ୩୦ ବର୍ଷ ପରେ ଆମେରିକା ଓହିଓଠାରେ ଥିବା କଲମ୍ବସ ଚିଡ଼ିଆଖାନାରେ ସରୋଗେଟ୍ମାଠାରୁ ପୁଣି ଚିତାବାଘ ଶାବକ ଜନ୍ମ ନେଇଛନ୍ତି କିବିବି ନାମକ ବର୍ଷର ଏକ ମାଈ ଚିତାବାଘ ମାଆ ହୋଇପାରି ନଥିଲା କିବିବି ପାଇଁ ଆଉ ମାହେବା ସମ୍ଭବ ମଧ୍ୟ ଥିଲା

ତେଣୁ ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ କିବିବିର ଡିମ୍ବାଣୁ ନେଇ ଅନ୍ୟ ଏକ ଅଣ୍ଡିରା ଚିତାବାଘର ଶୁକ୍ରାଣୁ ସହିତ ଲ୍ୟାବ୍ରେ ଗତ ନଭେମ୍ବର ୧୯ରେ ଫର୍ଟିଲାଇଜେଶନ କରିଥିଲେ ସୃଷ୍ଟି ହୋଇଥିବା ଭ୍ରୁଣକୁ ନଭେମ୍ବର ୨୧ରେ ଅନ୍ୟ ଏକ ସରୋଗେଟ୍ମାଈ ଚିତାବାଘ ଇଜ୍ଜି ଗର୍ଭରେ ପ୍ରତିରୋପଣ କରାଯାଇଥିଲା ଡିସେମ୍ବର ୨୩ରେ ଅଲ୍ଟ୍ରାସାଉଣ୍ଡରୁ ଜଣାପଡ଼ିଥିଲା ଇଜ୍ଜି ଗର୍ଭବତୀ ହୋଇଛି

ଏହାପରେ ମାସ ପରେ ଫେବୃୟାରୀ ୧୯ରେ ଇଜ୍ଜି ଟି ସୁସ୍ଥ ଚିତାବାଘ ଶାବକ ଜନ୍ମ ଦେଇଛି ସେମାନଙ୍କ ମଧ୍ୟରେ ଗୋଟିଏ ମାଈ ଏବଂ ଅନ୍ୟଟି ଅଣ୍ଡିରା ଶାବକ ବୋଲି ଚିଡ଼ିଆଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ୧୯୯୦ରେ ଏହି ପଦ୍ଧତିରେ ୩ଟି ଚିତା ଶାବକ ଜନ୍ମ ହୋଇଥିଲେ

ଏବେ ପୃଥିବୀରେ ଚିତାବାଘଙ୍କ ସଂଖ୍ୟା ପ୍ରାୟ ୭୫୦୦ ରହିଛି ଏହି ପଦ୍ଧତି ଦ୍ୱାରା ସେମାନଙ୍କ ସଂଖ୍ୟା ବୃଦ୍ଧି ହୋଇପାରିବ ବୋଲି ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ . ରୈଣ୍ଡି ଜଙ୍ଗ୍ସୂଚନା ଦେଇଛନ୍ତି

ଓଡ଼ିଶାରେ ପୂରାଇଦେବୁନି ବାସି ଓ ନିମ୍ନମାନର ଅଣ୍ଡା !

  •  NECCର ମନୋମୁଖୀ କାର୍ଯ୍ୟ ଯୋଗୁଁ ଓଡ଼ିଶାର ଅଣ୍ଡା ଶିଳ୍ପ ପ୍ରଭାବିତ
  • ବାହାର ରାଜ୍ୟର ବାସି ଓ ନିମ୍ନମାନର ଅଣ୍ଡା ଆମଦାନୀ ଯୋଗୁଁ ଓଡିଶାର ଅଣ୍ଡା-ଶିଳ୍ପ ପ୍ରଭାବିତ
  • କ୍ଷତି ଯୋଗୁଁ ବନ୍ଦ ହେଉଛି ଗୋଟିଏ ପରେ ଗୋଟିଏ ଲେୟାର ଫାର୍ମ
  •  ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛି AOLFA
  • ଅନ୍ତଃ ରାଜ୍ୟ ତନଖି ଫାଟକରେ ଓଡ଼ିଶା ଭିତରକୁ ବାହାର ରାଜ୍ୟର ବାସି ଅଣ୍ଡା ନଛାଡିବାକୁ ଚେତାବନୀ

ଭୁବନେଶ୍ୱର, ଓଡ଼ିଶାର ଅଣ୍ଡା ବ୍ୟବସାୟ ଅତ୍ୟନ୍ତ ଦୁର୍ଦ୍ଦିନ ସ୍ଥିତିରେ ପହଞ୍ଚି ସାରିଥିବା ସୂଚନା ଦେଇଛି ଅଲ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ (AOLFA) । ବ୍ୟବସାୟରେ ହେଉଥିବା କ୍ଷତିକୁ ଭରଣା କରିନପାରି ପାଖପାଖି ୧୨ରୁ ଅଧିକ ଅଣ୍ଡା ଉତ୍ପାଦନକାରୀ ଫାର୍ମ ବନ୍ଦ ହୋଇ ସାରିଲାଣି ଏବଂ ଅନେକ ଫାର୍ମରସ୍ ବନ୍ଦ ହେବା ପରିସ୍ଥିତିରେ ପହଞ୍ଚି ସାରିଲାଣି । ଆମ ରାଜ୍ୟର କୃଷି ଭିତ୍ତିକ ଅଣ୍ଡା ଉତ୍ପାଦନ ଶିଳ୍ପରେ ପତ୍ୟକ୍ଷ ଭାବେ ୫୦ହଜାର ଏବଂ ପରୋକ୍ଷ ଭାବେ ଏକ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି ।

କିନ୍ତୁ ଆଜିକୁ ପ୍ରାୟ ଦେଢ ବର୍ଷରୁ ଅଧିକ ଦିନ ହେଲାଣି କୁକୁଡା ଖାଦ୍ୟ ପ୍ରସ୍ତୁତି ହେଉଥିବା ବିଭିନ୍ନ ଉତ୍ପାଦନର ମୂଲ୍ୟ ଅତ୍ୟଧିକ ବୃଦ୍ଧି ହେଉଥିବା ଯୋଗୁଁ ଅଣ୍ଡାର ଉତ୍ପାଦନ ଦର ମଧ୍ୟ ତଦନୁଯାୟୀ ବୃଦ୍ଧି ପାଇଛି । ଏହି ପରିସ୍ଥିତିର ଫାଇଦା ନେଇ କିଛି ଅଣ୍ଡା ବ୍ୟବସାୟୀ ବାହାର ରାଜ୍ୟରୁ ୧୦ରୁ ୧୫ ଦିନର ବାସି ଓ ନିମ୍ନମାନର ଅଣ୍ଡାକୁ କମ୍‍ ଦରରେ ଆଣି ଆମ ରାଜ୍ୟର ଅଣ୍ଡା ବଜାରରେ ବିକ୍ରି କରୁଛନ୍ତି । ଏହା ସହିତ ଆମ ରାଜ୍ୟର ଅଣ୍ଡା ଉତ୍ପାଦନ କରୁଥିବା କୃଷକ ଭାଇମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଅଣ୍ଡା ବିକ୍ରି କରିବାପାଇଁ ବାଧ୍ୟ କରୁଛନ୍ତି ଯାହାକି ଓଡ଼ିଶାର ଚାଷୀ ଭାଇମାନଙ୍କ ଲାଗି ଏକ ଖରାପ ପରିସ୍ଥିତି ସୃଷ୍ଟି କରୁଛି ଏବଂ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବାକୁ ଏମାନେ ବାଧ୍ୟ ହେଉଛନ୍ତି ।

ସରକାରଙ୍କ ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମରେ ବାହାର ରାଜ୍ୟରୁ ଆମଦାନୀ ହେଉଥିବା ଅଣ୍ଡା ବଣ୍ଟନ ଦ୍ୱାରା ନିରୀହ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିବାର ସମ୍ଭାବନା ରହିଛି । କିନ୍ତୁ କିଛି ବ୍ୟବସାୟୀ ଉପରୋକ୍ତ ଭୟଙ୍କର ସ୍ଥିତିକୁ ଖାତିର ନକରି ନିଜର ଲାଭ ପାଇଁ ନିମ୍ନମାନର ଅଣ୍ଡାକୁ ବିକ୍ରି କରି ଚାଲିଛନ୍ତି । ଏହି ଅସାଧୁ ବ୍ୟବସାୟୀମାନଙ୍କୁ ଅଲ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ (AOLFA) ପକ୍ଷରୁ ବାରମ୍ବାର ବାରଣ ସତ୍ତ୍ୱେ ସେମାନେ କର୍ଣ୍ଣପାତ କରୁନାହନାନ୍ତି ।

ଜାତୀୟ ଅଣ୍ଡା ସମନ୍ୱୟ କମିଟି (NECC) ସଂସ୍ଥା ଦ୍ୱାରା ସର୍ବଭାରତୀୟ ସ୍ତରରେ ଅଣ୍ଡାର ଦର ପ୍ରତିଦିନ ଧାର୍ଯ୍ୟ ହୋଇଥାଏ । କିନ୍ତୁ ଏହି ସଂସ୍ଥାରେ ସଭ୍ୟ ଥିବା କିଛି ଅସାଧୁ ଓ ଖଳ ପ୍ରକୃତିର ଲୋକ ନିଜର ସ୍ୱାର୍ଥ ପାଇଁ ଅଣ୍ଡା ଦରକୁ ନିଜର ନିୟନ୍ତ୍ରଣରେ ଏବଂ କମ୍‍ ଦରରେ ଧାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ବର୍ତ୍ତମାନ ରାଜ୍ୟର କୁକୁଡା ଚାଷୀମାନେ ଅଣ୍ଡାର ସର୍ବନିମ୍ନ ଉତ୍ପାଦନ ମୂଲ୍ୟ ପାଇପାରୁ ନାହାନ୍ତି । ଏହି ଜାତୀୟ ସଂସ୍ଥା NECCକୁ ଅଲ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ ପକ୍ଷରୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ତାଙ୍କର ମନୋଭାବରେ କୌଣସି ପରିବର୍ତ୍ତନ ହେଉନାହିଁ ।

ସରକାରଙ୍କ ଠାରେ ଆମର ବିନିତ ଅନୁରୋଧ ଯେ ରାଜ୍ୟ ସରକାର NECCର ମନମୁଖୀ କାର୍ଯ୍ୟ ଉପରେ କଟକଣା ଲଗାଇ କିଛି ପରିବର୍ତ୍ତନ ପାଇଁ ଚେଷ୍ଟା କରନ୍ତୁ ଏବଂ ଆମ ରାଜ୍ୟରୁ ଉତ୍ପାଦନ ହେଉଥିବା ସତେଜ ଓ ତାଜା ଅଣ୍ଡାକୁ ଓଡିଶାର ମହିଳା, ଶିଶୁ ଓ ସାଧାରଣ ଖାଉଟି ଯେମିତି ପାଇପାରିବେ ତାହା ଉପରେ ବିଶେଷ ନୀତି ନିର୍ଦ୍ଧାରଣ କରନ୍ତୁ । ଏହା ନହେଲେ ଆଗାମୀ କିଛିଦିନ ମଧ୍ୟରେ ଓଡିଶା ସରକାରଙ୍କ ପ୍ରୋତ୍ସାହନରେ ଗଢି ଉଠିଥିବା ଅଣ୍ଡା ଶିଳ୍ପର ବିଲୋପ ହୋଇଯିବ ଏବଂ ଏଥିରେ ନିୟୋଜିତ ଲକ୍ଷ ଲକ୍ଷ ଲୋକ କାମଧନ୍ଦା ହରାଇ ବେକାର ହୋଇଯିବେ ।

ଏଭଳି ସମସ୍ୟାର ନିରାକରଣ ପାଇଁ କୁକୁଡା ଚାଷୀମାନଙ୍କ ସଂଗଠନ (AOLFA) ତରଫରୁ ନିବେଦନ କରାଯାଇଛି ଯେ ସମସ୍ତ ଅଣ୍ଡା ବ୍ୟବସାୟୀ ଆମ ରାଜ୍ୟରୁ ଉତ୍ପାଦିତ ହେଉଥିବା ସତେଜ ଓ ତାଜା ଅଣ୍ଡାକୁ ବ୍ୟବହାର କରନ୍ତୁ । ଅନ୍ୟ ରାଜ୍ୟରୁ ଆସୁଥିବା ବାସି ଓ ନିମ୍ନମାନର ଅଣ୍ଡା ଆମଦାନୀ ବନ୍ଦ କରନ୍ତୁ । ନଚେତ ଅଣ୍ଡା ଉତ୍ପାଦନ କରୁଥିବା ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ସହିତ ଖୁବଶୀଘ୍ର ରାଜ୍ୟର ସମସ୍ତ ଆନ୍ତଃରାଜ୍ୟ ତନଖି ଫାଟକରେ ଓଡିଶା ଭିତରକୁ ଅଣ୍ଡା ଆମଦାନୀକୁ ବନ୍ଦକରି ଦେବାକୁ ବାଧ୍ୟ ହେବେ । ଏହାଛଡା ସଂଗଠନ ପକ୍ଷରୁ ରାଜ୍ୟବାସୀଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ମଧ୍ୟ ବାହାର ରାଜ୍ୟରୁ ଆସୁଥିବା ନିମ୍ନମାନର ଅଣ୍ଡା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ ଏବଂ ରାଜ୍ୟରୁ ଉତ୍ପାଦିତ ସତେଜ ଓ ତାଜା ଅଣ୍ଡାକୁ ବ୍ୟବହାର କରି ନିରୋଗ ଓ ସୁସ୍ଥ ରୁହନ୍ତୁ ।

ପୁରୀ ବେଳାଭୂମିରେ ବିରଳ ଡଲଫିନ୍ ଦେଖିବାକୁ ଦେଖଣାହାରୀଙ୍କ ଭିଡ଼

0

ପୁରୀ: ବେଳାଭୂମିରେ ବିରଳ ଡଲଫିନ୍‌ । ବଳିଆପଣ୍ଡା ନିକଟରେ ସମୁଦ୍ର ମଧ୍ୟରେ ଦେଖିବାକୁ ମିଳିଛନ୍ତି ଇରୁଆଡି ପ୍ରଜାତିର ଡଲଫିନ୍‌ । ସମୁଦ୍ରପାଣିରେ ଡିଆଁ ମାରି ପେଣ୍ଠକଟା ଆଡକୁ ଦୁଇଟି ଡଲଫିନ ଯାଉଥିବାର ଦୃଶ୍ୟ ଦେଖିବାକୁ ଦେଖଣାହାରୀଙ୍କ ଭିଡ଼ ଜମିଥିଲା ।

 ପାଗରେ ପରିବର୍ତ୍ତନ ଯୋଗୁଁ ଡଲଫିନ ଗୁଡିକ ଚିଲିକା ଛାଡି ସମୁଦ୍ର ମୁହାଁ ହୋଇଥିବା ଅନୁମାନ କରାଯାଉଛି ।