spot_img
Home Blog Page 7179

କୋକେଇ ପାଇଁ ଅଭାବ ପଡ଼ିଲା କାନ୍ଧ, ଭାଡ଼ାରେ ଡକାହେଲା ଲୋକ

ନୂଆଦିଲ୍ଲୀ: କରୋନା ପାଇଁ ଏବେ ସବୁଠି ହାହାକାର ଲାଗିଛି । ସାରା ବଶ୍ୱରେ ଏବେ ୨ ଲକ୍ଷରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ଭାରତରେ ମଧ୍ୟ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଲକ୍‌ଡାଉନ୍‌ ଯୋଗୁଁ ଭାରତରେ କରୋନା କିଛି ମାତ୍ରାରେ ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଏବେ ଏମିତି ସମୟ ଆସିଛି, ଶେଷ କୃତ୍ୟରେ ମଧ୍ୟ ଲୋକ ଏକାଠି ହୋଇପାରୁ ନାହାନ୍ତି ।

ମଙ୍ଗଳବାର ପୂର୍ବ ଦିଲ୍ଲୀ କୃଷ୍ଣାନଗର ଅଞ୍ଚଳରୁ ଏମିତି ଏକ ଖବର ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ମୃତ୍ୟୁ ପରେ କୋକେଇକୁ କାନ୍ଧ ଦେବା ପାଇଁ ମଧ୍ୟ ୪ ଜଣ ଲୋକ ଏକାଠି ହୋଇପାରିଲେ ନାହିଁ । ଶେଷରେ ଚତୁର୍ଥ ଲୋକକୁ ଟଙ୍କା ଦେଇ କାନ୍ଧ ଦେବାକୁ ନିବେଦନ କରାଗଲା ।

 ୬୫ ବର୍ଷିୟ ମହିଳା ଅନେକ ଦିନ ଧରି କଡ୍‌ନୀ ରୋଗରେ ଅସୁସ୍ଥ ଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ବିଳମ୍ବିତ ସନ୍ଧ୍ୟାରେ ତାଙ୍କ ପୁଅ ମା’ଙ୍କୁ ଆମ୍ବୁଲାନ୍ସ ଯୋଗେ ଘରକୁ ଆଣିଥିଲା । ସାହି ଲୋକ ରାତାରାତି ଅନ୍ତିମ ସଂସ୍କାର କରିବାକୁ ବାଧ୍ୟ କରିଥିଲେ । ହେଲେ କେହି ବି ସ୍ମସାନକୁ ଯିବାକୁ ରାଜି ନଥିଲେ । ପୁଅ ନିଜେ ମା’ଙ୍କୁ ନିଗମବୋଧ ସ୍ମସାନକୁ ନେଇଥିଲା । ଖବର ପାଇ ‘ନର ସେବା, ନାରାୟଣ ସେବା ମିତ୍ର ମଣ୍ଡଳ’ ସଂସ୍ଥାର କିଛି ସଦସ୍ୟ କୃଷ୍ଣ ନଗରରେ ପହଞ୍ଚିଥିଲେ । ପୁଅ ସହ କିଛି ବନ୍ଧୁ ବାନ୍ଧବ ମଧ୍ୟ ସେଠାରେ ପହଞ୍ଚିଥିଲେ । ପରେ ତୁରନ୍ତ ଜଣକୁ କଫନ୍‌ ପ୍ରସ୍ତୁତ ପାଇଁ ଅର୍ଡର ଦିଆଯାଇଥିଲା, ସେ ମଧ୍ୟ କଫନ ଧରି ପହଞ୍ଚିଥିଲା ।

ତେବେ ଶେଷ ମୂହୁର୍ତ୍ତରେ ମହିଳାଙ୍କୁ କାନ୍ଧ ଦେବା ପାଇଁ ପରିବାର ଲୋକେ ପଛ ଘୁଞ୍ଚା ଦେଇଥିଲେ । କାନ୍ଧ ଦେବା ପାଇଁ ମହିଳାଙ୍କ ପୁଅ ଓ ତାର ସାଙ୍ଗମାନେ ମିଶି ମୋଟ ୩ ଜଣ ହୋଇଥିଲେ । ଆଉ ଜଣେ ଅଭାବ ଥିଲା । ତେଣୁ କଫନ୍‌ ନେଇ ଆସିଥିବା ବ୍ୟକ୍ତିକୁ କାନ୍ଧ ଦେବା ପାଇଁ ନିବେଦନ କରାଯାଇଥିଲା । ହେଲେ ଶେଷରେ ସେ କାନ୍ଧ ଦେବା ପାଇଁ ଟଙ୍କା ମାଗିଥିଲା । ଆଉ ତାକୁ ଟଙ୍କା ଦେଇ କାନ୍ଧ ଦେବାକୁ ଡକାଯାଇଥିଲା ।

୨୪ ଘଣ୍ଟାରେ ଯାଜପୁରରେ ୧୭ ପଜିଟିଭ୍

ଭୁବନେଶ୍ୱର: ବିପଦ ବଢ଼ାଉଛି ‘ବଙ୍ଗ’ ଲିଙ୍କ୍ । ସକାଳେ ଯାଜପୁରରୁ ୩ ପଶ୍ଚିମବଙ୍ଗ ଫେରନ୍ତାଙ୍କା ଠାରେ କରୋନା ପଜିଟିଭ୍ ମିଳିଥିବା ବେଳେ ଏବେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ୨୪ ଘଣ୍ଟାରେ ମୋଟ୍ ୧୭ ଜଣଙ୍କ ଠାରେ ପଜିଟିଭ୍ ଆସିଛି । ତେବେ, ଏବେ ପଜିଟିଭ୍ ଚିହ୍ନଟ ହୋଇଥିବା ୧୪ ଜଣଙ୍କ ଗସ୍ତ ବିବରଣୀ ଜଣାପଡ଼ିନାହିଁ ।

ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୨୮କୁ ବୃଦ୍ଧି

୧୪ ପଜିଟିଭ୍ ଚିହ୍ନଟ ହେବା ପରେ ଯାଜପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ବେଳେ ଏବେ ଜିଲ୍ଲାରେ ୩୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।

ରାଜ୍ୟରେ ମୋଟ ୧୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଏବେ ୧୦୨ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ।

କରୋନା ଯୁଦ୍ଧରେ ଖୁସି ଖବର, ସଂକ୍ରମିତଙ୍କ ଉପରେ କାମ କରୁଛି ରେମଡେସିବିର !

ୱାଶିଂଟନ୍: ମହାମାରୀ କରୋନା ଦୁନିଆକୁ କରାୟତ୍ତ କରି ରଖିଥିବା ବେଳେ ଆମେରିକାରୁ ଆସିଛି ଆଶ୍ୱସ୍ତିକର ଖବର । ଆମେରିକା ବୈଜ୍ଞାନିକଙ୍କ ଅନୁଯାୟୀ, ଇବୋଲାକୁ ଶେଷ କରିବା ପାଇଁ ତିଆରି କରାଯାଇଥିବା ରେମଡେସିବିର କରୋନା ଭୂତାଣୁ ଆକ୍ରାନ୍ତଙ୍କ ଉପରେ ପ୍ରଭାବ ପକାଉଛି । ଆମେରିକୀୟ ବୈଜ୍ଞାନିକଙ୍କ ଏହି ଘୋଷଣା ସାରା ଦୁନିଆମୁହଁରେ ଭରିଛି ଆଶାର ନୂଆ କିରଣ ।

କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ରେମଡେସିବିର ଔଷଧ ବ୍ୟବହାର ସକରାତ୍ମକ ପ୍ରତିକ୍ରିୟା ଦେଇଛି । ଆକ୍ରାନ୍ତ ଠିକ୍ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତା ଡକ୍ଟର ଏନ୍ଥନି ଫାଉସି କହିଛନ୍ତି । ରେମଡେସିବିର ଔଷଧକୁ ଆମେରିକା, ୟୁରୋପ ଓ ଏସିଆର ୬୮ଟି ସ୍ଥାନରେ ୧୦୬୩ ଜଣ ଆକ୍ରାନ୍ତଠାରେ ପରୀକ୍ଷଣ କରାଯାଇଛି । ପରୀକ୍ଷଣରୁ ଜଣାପଡ଼ିଛି ‘ରେମଡେସିବିର କରୋନା ଭାଇରସକୁ ରୋକିପାରିବ’ ।

ଅନ୍ୟପଟେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଲର୍ଜି ଆଣ୍ଡ ଇନ୍ଫେକ୍ସନିୟସ୍ ଡିଜିଜ୍ ଔଷଧର ପରୀକ୍ଷଣ ପରିଣାମକୁ ନେଇ ଗଭୀର ଭାବେ ଅନୁସନ୍ଧାନ କରୁଛି । ଏଥିରୁ ଜଣାପଡ଼ିଛି ରେମଡେସିବିର ପ୍ରୟୋଗ ଦ୍ୱାରା ୧୫ ଦିନରେ ଠିକ୍ ହେବାକୁ ଥିବା ଆକ୍ରାନ୍ତ ୫ ଦିନରେ ଠିକ୍ ହୋଇଯାଉଛନ୍ତି ।

କିଏ କରିଥିଲା ତିଆରି ?

ଇବୋଲା ମହାମାରୀ ବେଳେ ରେମଡେସିବିରକୁ ପ୍ରସ୍ତୁତ କରିଥିଲା ଆମେରିକାର ବାୟୋଫାର୍ମସ୍ୟୁଟିକାଲ କମ୍ପାନୀ ଗିଲିୟଡ ସାଇନ୍ସେଜ୍ । କିନ୍ତୁ, କ୍ଲିନିକାଲ୍ ଟ୍ରାଏଲ ବେଳେ ଆଫ୍ରିକାରେ ନିରାଶାଜନକ ଫଳାଫଳ ମିଳିଥିଲା । ଏଥିପାଇଁ ରେମଡେସିବିରକୁ କୌଣସି ରୋଗର ଚିକିତ୍ସା ପାଇଁ ଅନୁମୋଦନ କରାଯାଇନାହିଁ । ଗିଲିୟଡ୍ ମୁତାବକ, ରେମଡେସିବିର ଏପର୍ଯ୍ୟନ୍ତ ଆମେରିକା ଅବା ଦୁନିଆର କୌଣସି ଦେଶରେ ବ୍ୟବହାର ପାଇଁ ଅନୁମୋଦିତ ହୋଇନାହିଁ ।

ବଢ଼ା ଯାଉଛି ଉତ୍ପାଦନ

ଗିଲିୟଡ୍ ସାଇନ୍ସେଜର ପ୍ରବକ୍ତ ରୟାନ ମୈକକେଲଙ୍କ ଅନୁସାରେ, ସରକାର ରେମଡେସିବିରକୁ ନେଇ କଣ କରିବେ ଆମକୁ ଜଣାନାହିଁ । କିନ୍ତୁ, ଆମେ କୋଭିଡ୍-୧୯ ଚିକିତ୍ସାରେ ରେମଡେସିବିରର ଉପଯୋଗ ଓ ପରୀକ୍ଷଣ ଫଳକୁ ଆଶାତୀତ ଅଛୁ । ଏବେ ରେମଡେସିବିରର ଉତ୍ପାଦନକୁ ବୃଦ୍ଧି କରାଯାଇଛି । ଯଦି, ତୁରନ୍ତ ଆବଶ୍ୟକତା ପଡ଼େ ତାହାଲେ ଉପଲବ୍ଧ କରାଇପାରିବୁ ।

ଚୀନରେ ପରୀକ୍ଷଣ ଫେଲ୍

ରେମଡେସିବିର ପରୀକ୍ଷଣ ଚୀନରେ କରାଯାଇଛି । ତେବେ, କୋଭିଡ୍-୧୯ ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହା ସେଭଳି ସକରାତ୍ମକ ପ୍ରତିକ୍ରିୟା ଦେଖାଇନାହିଁ । ଏହି ରିପୋର୍ଟ ଜର୍ନାଲ ଲେନ୍ସେଟରେ ପ୍ରକାଶିତ ହୋଇଛି । କିନ୍ତୁ, ଅଧ୍ୟୟନରେ କୁହାଯାଇଥିଲା ରେମଡେସିବିର ଅନ୍ୟ ସ୍ଥାନରେ ଅଲଗା ଲୋକଙ୍କ ଠାରେ ଉପଯୋଗୀ ସାବ୍ୟସ୍ତ ହୋଇପାରେ । ଚୀନରେ ରେମଡେସିବିରର କୌଣସି ପ୍ରଭାବ ପଡ଼ିନଥିଲା ।

ପ୍ଲେସିବୋ କଣ ?

ଅଧ୍ୟୟନକାରୀଙ୍କ ଅନୁସାରେ, ରେମଡେସିବିର ଦିଆଯାଇଥିବା ୮ ପ୍ରତିଶତ ଲୋକଙ୍କୁ ବଞ୍ଚାଯାଇ ପାରିବନାହିଁ । ପ୍ଲେସିବୋ ଦିଆଯାଇଥିବା ୧୧ ପ୍ରତିଶତ ଆକ୍ରାନ୍ତ ମଧ୍ୟ ବଞ୍ଚି ନାହାଁନ୍ତି । ଇଚ୍ଛାଶକ୍ତି ମଜଭୁତ୍ ଥାଇ ଠିକ୍ ହେଉଥିବା ଆକ୍ରାନ୍ତଙ୍କ ଚିକିତ୍ସାକୁ ପ୍ଲେସିବୋ କୁହାଯାଏ । ଉଦାହରଣ- ଯେତେବେଳେ କେହି କୌଣସି ରୋଗକୁ ନେଇ ଡାକ୍ତରଙ୍କୁ ଦେଖାଏ ଏବଂ ଯାଞ୍ଚ ବେଳେ କିଛି ମିଳେନାହିଁ ସେତେବେଳେ ତାଙ୍କୁ ମିଠା ବଟିକା ଦିଆଯାଏ । ଏମିତିରେ ଆକ୍ରାନ୍ତ ଭାବନ୍ତି ତାଙ୍କୁ ଡାକ୍ତର ଠିକ୍ ଔଷଧ ଦେଇଛନ୍ତି । ଇଚ୍ଛାଶକ୍ତି ମଜଭୁତ୍ ଥିବାରୁ ସେ ଠିକ୍ ହୋଇଯାଆନ୍ତି । ଏହାକୁ ପ୍ଲେସିବୋ ଚିକିତ୍ସା କୁହାଯାଏ ।

ଆମେରିକାରେ ଚାକିରି ହରାଇବେ ଆଇଟି ପ୍ରଫେସ୍‌ନାଲସ୍‌, ଭାରତ ଉପରେ ପଡ଼ିପାରେ ପ୍ରଭାବ…!

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଅର୍ଥନୀତି ଏବେ ରସାତଳେ ପହଞ୍ଚିଛି । କରୋନା ମହାମାରୀ ଯୋଗୁଁ ଆମେରିକାରେ ଏଭଳି ପରିସ୍ଥିତି ଉପୁଜିଛି । ଏହି ଭାଇରସ୍‌ କାରଣରୁ ଆମେରିକାରେ ହିଁ କେବଳ ୫୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଏହା ସହ ଦେଶରେ ବେକାରୀ ସମସ୍ୟା ୯୦ ବର୍ଷ ମଧ୍ୟରେ ଉଚ୍ଚତମ ସ୍ତରରେ ରହିଛି ।

ରିପୋର୍ଟ ଅନୁଯାୟୀ, ବର୍ଷ୨୦୨୦ ଆରମ୍ଭରୁ ହିଁ ଅର୍ଥାତ୍‌ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଆମେରିକାର ମୁଣ୍ଡ ପିଛା ଅଭିବୃଦ୍ଧି ହାର ୪.୮କୁ ଖସି ଆସିଛି । ଏହା ପୂର୍ବରୁ ୨୦୧୯ର ଶେଷ ଆଡ଼କୁ ଏହାର ମୁଣ୍ଡ ପିଛା ଅଭିବୃଦ୍ଧି ହାର ୨.୧ରେ ରହିଥିଲା । ୨୦୧୪ ପରେ ଆମେରିକାରେ ଏଭଳି ପରିସ୍ଥିତି ପ୍ରଥମ ଥର ପାଇଁ ଦେଖାଦେଇଛି । ସେତେବେଳେ ମୁଣ୍ଡ ପିଛା ଅଭିବୃଦ୍ଧି ହାର ୧.୧ ରହିଥିଲା ।

ବର୍ଷ ୨୦୦୮-୦୯ରେ ଲଗାତର ମାନ୍ଦା ଅବସ୍ଥା ଯୋଗୁଁ ଅଭିବୃଦ୍ଧି ହାର ଚାରି ଚତୁର୍ଥାଂଶ ଖସି ମାଇନସରେ ରହିଥିଲା । ଏଠି ଆମେ କହି ରଖୁଛୁ ଯେ, ଆମେରିକାର କ୍ୟାଲେଣ୍ଡର ଇୟର ଓ ଫାଇନାନ୍‌ସିଆଲ ଇୟର ସମାନ ରହିଥାଏ ।

ଆମେରିକାର ଅର୍ଥନୀତି ପାଇଁ ଏହା ଏକ ଚିନ୍ତାର ଖବର । ଏହି ଆକଳନଗୁଡିକ ବିମୁଦ୍ରାକରଣ ଆଡ଼କୁ ସୂଚାଉଛି । ଆଗାମୀ ମାସରେ ଯଦି ପରିସ୍ଥିତିରେ ସୁଧାର ନଆସେ, ତେବେ ଏହା ବିଶ୍ୱବ୍ୟାପୀ ଚିନ୍ତାର ବିଷୟ ପାଲଟିବ । ବାସ୍ତବରେ ଆମେରିକା ସହ ଭାରତ ସମେତ ଅନେକ ଦେଶର ଅର୍ଥନୀତି ଯୋଡ଼ି ହୋଇ ରହିଛି । ଏହି ଦେଶରେ ପ୍ରଫେସ୍‌ନାଲ୍‌ ଚାକିରିଆଙ୍କ ପ୍ରତି ବିପଦ ଆସିପାରେ ବୋଲି କୁହାଯାଉଛି । ଯାହାକି ଏକ ଭଲ ଖବର ନୁହେଁ । ସୂଚନାଯୋଗ୍ୟ, ଭାରତର ଆଇଟି କମ୍ପାନୀଗୁଡିକର ୮୦ ପ୍ରତିଶତ ଆୟ ଆମେରିକା ଏବଂ ୟୁରୋପରୁ ଆସିଥାଏ ।

 ୧୯୩୦ ପରେ ସର୍ବାଧିକ ବେକାରୀ 

ପୂର୍ବରୁ ସରକାରୀ ଆକଳନରେ ଦର୍ଶାଇଥିଲା ଯେ, ଆମେରିକାରେ ବେକାରୀ ସମସ୍ୟା ଗତ ୯୦ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି । ୧୯୩୦ ର ମାନ୍ଦାବସ୍ଥା ପରେ ବର୍ତ୍ତମାନର ବେକାରୀ ହାର ସର୍ବାଧିକ ରହିଛି । ପରିସଂଖ୍ୟାନରୁ ଜଣାପଡିଛି ଯେ, କରୋନା ମହାମାରୀ ପାଇଁ ପ୍ରତି ୬ ଜଣରେ ଜଣେ ଶ୍ରମିକଙ୍କୁ ଚାକିରିକୁ ବିଦାକରଯାଉଛି । କେବଳ ଗୋଟିଏ ସପ୍ତାହରେ ୪୪ ଲକ୍ଷରୁ ଅଧିକ ଲୋକ ବେକାରୀ ସୁବିଧା ପାଇଁ ଆବେଦନ କରିଛନ୍ତି । ଏହା ସହିତ ପ୍ରାୟ ୨.୬ କୋଟି ଲୋକ ଗତ ପାଞ୍ଚ ସପ୍ତାହ ମଧ୍ୟରେ ବେକାରୀ ସୁବିଧା ପାଇଁ ଆବେଦନ କରିଛନ୍ତି ।

ଅଧା ରହିଗଲା ଶର୍ମାଜୀ ନମକିନ୍, ସୁଟିଂ ଅଧାରୁ ବିଦାୟ ନେଲେ ଋଷି…

ମେ ସାୟର ତୋ ନେହିଁ… ମଗର ୟେ ହଂସି ମୈନେ ଦେଖା ଜବସେ ତୁଝକୋ ମୁଝକୋ ସାୟରି ଆଗୟୀ । ପ୍ରେମରେ ପଡ଼ି ସାୟରୀ ଲେଖିବା କ୍ରେଜ୍‌ ତାଙ୍କ ଠାରୁ ଆରମ୍ଭ ହୋଇଥିଲା । ପ୍ରେମରେ ବିଫଳ ହେବା ପରେ କେମିତି ଜଣେ ସଫଳ ହୋଇଥାଏ ତାହା ମଧ୍ୟ ସେ ଫିଲ୍ମ ମାଧ୍ୟମରେ ସମସ୍ତଙ୍କୁ ଦେଖାଇଛନ୍ତି । ଚକଲେଟ ହିରୋଙ୍କ ରୋମାଣ୍ଟିକ ଅନ୍ଦାଜରେ କେତେ ସୁନ୍ଦରୀ ତାଙ୍କର ମନକୁ ଋଷିଙ୍କୁ ଦେଇ ଦେଇଛନ୍ତି । ପିଲ୍ମ ଦୁନିଆରେ ଋଷି ହେଉଛନ୍ତି ଏଭଳି ଜଣେ କଳାକାର ଯିଏ ସମସ୍ତ ବର୍ଗର ଅଭିନେତ୍ରୀ ମାନଙ୍କ ସହ ଅଭିନୟ କରିଛନ୍ତି । କିନ୍ତୁ ଏସବୁ ରେ ଏବେ ପୁର୍ଣ୍ଣଛେଦ ପଡ଼ିଛି । କାରଣ ଶୋକରେ ବଲିଉଡ୍‌, ସିନେପ୍ରେମୀ ସ୍ତବ୍ଧ । ଆଉ ନାହାନ୍ତି ବଲିଉଡର ବର୍ଷୀଆନ୍‌ ଅଭିନେତା ଋଷି କପୁର । ୬୭ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସପିଟାଲରେ ଆଜି ସକାଳ ୮ଟା ୪୫ରେ ତାଙ୍କର ପରଲୋକ ହୋଇଛି । କ୍ୟାନସରରେ ଦୀର୍ଘ ଦିନ ଧରି ଋଷି କପୁର ପୀଡ଼ିତ ଥିଲେ । ଗତକାଲି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ବିୟୋଗରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଋଷି କପୁର ୧୯୫୨ ସେପ୍‌ଟେମ୍ବର ୪ ତାରିଖରେ ଜନ୍ମ ହୋଇଥିଲେ । ମାତ୍ର ୩ ବର୍ଷ ବୟସରେ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଥିଲା । ୧୯୫୫ରେ ଶିଶୁ କଳାକାର ଭାବେ ସେ ତାଙ୍କ ବାପା ରାଜ କପୁରଙ୍କ ଫିଲ୍ମ ଶ୍ରୀ-420ରେ ଅଭିନୟ ଆରମ୍ଭ କରିଥିଲେ । ଶିଶୁ କଳାକାର ଭାବେ ସେ ‘ମେରା ନାମ୍‌ ଜୋକର’ରେ ୧୯୭୦ ମସିହାରେ ଅଭିନୟ କରିଥିଲେ ଓ ତାଙ୍କୁ ଏହି ଫିଲ୍ମ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଥିଲା । ୧୯୭୩ରେ ଋଷି କପୁର ଲିଡ୍‌ରୋଲ୍‌ରେ ଆସିଥିଲେ ଫିଲ୍ମ ‘ବବି’ରେ । ତାଙ୍କର ଆଡଲ୍ଟ ଡେଭ୍ୟୁ ଫିଲ୍ମରେ ହିଁ ସେ ସୁପର ଡୁପର ହିଟ୍ ହୋଇଥିଲେ । ଏହି ଫିଲ୍ମ ପାଇଁ ସେ ଫିଲ୍ମ ଫେୟାର ବେଷ୍ଟ ଆକ୍ଟର ପୁରସ୍କାର ପାଇଥିଲେ । ଏହାପରେ ଜାରି ରହିଥିଲା ତାଙ୍କ ଅଭିନୟର ଯାତ୍ରା । ୧୯୫୫ରୁ ୨୦୨୦ ଯାଏଁ ଜାରି ରହିଥିଲା ତାଙ୍କ ଅଭିୟନ । ତାଙ୍କର ଶେଷ ଫିଲ୍ମ ଯାହା ପରଦାକୁ ଆସିଥିଲେ ୧୦୨ ନଟ୍‌ ଆଉଟ  ।ଏଥିରେ ଋଷିଙ୍କ ସାଥ ଦେଇଥିଲେ ବିଗ୍‌ ବି ଅମିତାଭ ବଚନ । ତେବେ ପରଦାକୁ ଆଉଗୋଟିଏ ପିଲ୍ମ ଆସିବା ପୂର୍ବରୁ ସେ ସମସ୍ତଙ୍କୁ ଅଲବିଦା କହିଛନ୍ତି ।  ତାଙ୍କ ଅଭିନୀତ ଶେଷ ଫିଲ୍ମ ଯାହାର ସୁଟିଂ ଏବେ ଅଧାରେ ରହିଯାଇଛି । ସେହି ଫିଲ୍ମଟି  ହେଉଛି ‘ଶର୍ମାଜୀ ନମକିନ’ । ଅନେକ ଲୋକପ୍ରିୟ ଫିଲ୍ମରେ ଅଭିନୟ କରିବା ସହିତ ସେ ଥିଲେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ।

କରୋନା ସଂଖ୍ୟା ୧୯କୁ ବୃଦ୍ଧି ପରେ ବାଲେଶ୍ୱରରେ ୨ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ବାଲେଶ୍ୱର: ବାଲେଶ୍ୱରରେ କରୋନା ପଜିଟିଭ ସଂଖ୍ୟା ୧୯କୁ ବୃଦ୍ଧି ପାଇବା ପରେ ଆଉ ୨ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସିମୁଳିଆ ଥାନା ଖଇରା ତହସିଲ ଅନ୍ତର୍ଗତ କନ୍ଦଡ଼ା ଗାଁ ଓ ସୋର ତହସିଲ ତଳନଗର ପଞ୍ଚାୟତର ସବିରା ଗାଁକୁ  କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ବାଲେଶ୍ୱରରେ ପୂର୍ବରୁ ଘୋଷିତ  ନୀଳିଆବାଗ, ବାଉଁଶପାଳ ଓ ବିଷ୍ଣୁପୁର କଣ୍ଟେନ୍‌ମେଣ୍ଟ ଜୋନ୍‌ରେ କଣ୍ଟାକ୍ଟ ଟ୍ରେସିଂ ସହ ନିୟମିତ ଭାବେ ବିଶୋଧନ କରାଯାଉଛି ।

ଗତ ୧୮ ତାରିଖରେ ଜିଲ୍ଲାର ପ୍ରଥମ ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ଗତକାଲି ସୁଦ୍ଧା ଏ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ଗତ ୨୮ ତାରିଖ ସୁଦ୍ଧା ପଶ୍ଚିମବଙ୍ଗରୁ ଫେରିଥିବା ମୋଟ୍‌ ୧୪୪୯ ଜଣଙ୍କୁ ଜିଲ୍ଲା ପ୍ରଶାସନ ଚିହ୍ନଟ କରି ପଞ୍ଜିକୃତ କରିଛି । ସମସ୍ତଙ୍କୁ ୧୨ଟି ବ୍ଲକରେ ୩୬୦ଟି କଣ୍ଟେନ୍‌ମେଣ୍ଟ କେନ୍ଦ୍ରରେ ରଖାଯାଇଛି । ସେହିପରି ଜିଲ୍ଲାକୁ ଫେରିବାକୁ ଥିବା ପଶ୍ଚିମବଙ୍ଗର ୩ହଜାରରୁ ଅଧିକ ଲୋକ ଅନ୍‌ଲାଇନ୍‌ ଓ ଫୋନ୍‌ ମାଧ୍ୟମରେ ପଞ୍ଜିକୃତ କରିଛନ୍ତି । ସେମାନଙ୍କ ରହିବା ପାଇଁ କଣ୍ଟେନ୍‌ମେଣ୍ଟ ହୋମ୍‌ ପ୍ରସ୍ତୁତ କରାଯାଇଛି ।

କରୋନା ସଙ୍କଟର ଆମ ଜୀବନ ଉପରେ କ’ଣ ସବୁ ପ୍ରଭାବ ପଡ଼ିବ ? ଜାଣନ୍ତୁ

ୱାସିଂଟନ: କରୋନା ସଙ୍କଟ ଯୋଗୁଁ ସାରା ଦେଶରେ ଲକଡାଉନ୍ । ପ୍ରାୟ ୪୦୦କୋଟି ଲୋକ ନିଜ ଘରେ ବନ୍ଦ ଅଛନ୍ତି । ୩୧ ଲକ୍ଷରୁ ଅଧିକ ରୋଗୀ ଏବଂ ଦୁଇ ଲକ୍ଷରୁ ଅଧିକ ମୃତ୍ୟୁ ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ଟୀକା କିମ୍ବା କରୋନା ଚିକିତ୍ସା ବାହାରି ପାରିନାହିଁ । ଏଭଳି ପରିସ୍ଥିତିରେ ଲକଡାଉନ୍ କେବେ ଓ କିପରି ଖୋଲିବ ସେ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି ।

ଏବଂ ଏହି ପ୍ରସଙ୍ଗରେ ବିଶ୍ୱ ଡାଟା ଏଜେନ୍ସି ଷ୍ଟେଟିଷ୍ଟା କୋଭିଡ -୧୯ ବାରୋମିଟର ଜାରି କରାଯାଇଛି । ଏହା ମାଧ୍ୟମରେ, କରୋନା ସଙ୍କଟ ପରେ ଆମ ଜୀବନରେ କ’ଣ ପ୍ରଭାବ ପଡ଼ିବ, ଦୈନନ୍ଦିନ ଜୀବନରେ କ’ଣ ପରିବର୍ତ୍ତନ ହୋଇପାରେ ତାହା ଜାଣିବାକୁ ଚେଷ୍ଟା କରାଯାଇଛି । ୪୯ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବେ ନାହିଁ । ୫୧ ପ୍ରତିଶତ ସ୍ୱାସ୍ଥ୍ୟ ସେବାରେ ଉନ୍ନତିକରଣ ହେବା ନେଇ ଆଶା ରଖିଛନ୍ତି ।

ଆମେରିକାକୁ ଦୃଷ୍ଟିରେ ରଖି ବୈରୋମିଟର ତିଆରି କରାଯାଇଛି

ସୂଚନା ଅନୁସାରେ ଅନୁଯାୟୀ, ଆମେରିକାକୁ ଦୃଷ୍ଟିରେ ରଖି ଏହି ବାରୋମିଟର ତିଆରି କରାଯାଇଛି । କିନ୍ତୁ ଏହା ବିଶ୍ୱ ସ୍ତରରେ ମଧ୍ୟ ପ୍ରୟୋଗ ହୋଇପାରିବ । ୧୦ ଜଣଙ୍କ ମଧ୍ୟରୁ ୪ ଜଣ ଆଶା କରନ୍ତି ଯେ କରୋନା ସଙ୍କଟ ପରେ ଘରୁ କାମ କରିବା ପ୍ରକ୍ରିୟା ବୃଦ୍ଧି ପାଇବ । ୫୦ ପ୍ରତିଶତ ଲୋକ କହିଛନ୍ତି ଯେ କେବେ ବି ସେମାନେ ବାହାରକୁ ବିନା ମାସ୍କରେ ଯିବେ ନାହିଁ ।

ସାଙ୍ଗ ବାହାଘରରେ ହୋଇଥିଲା ଋଷିଙ୍କ ନିର୍ବନ୍ଧ, ଏମିତି ମୁଦି ଯୋଗାଡ କରିଥିଲେ ଚିଣ୍ଟୁ…

ମୁମ୍ବାଇ: ଋଷି ନିଧନରେ ବଲିଉଡ଼ରେ ଏବେ ଶୋକର ଛାୟା । ଋଷି କପୁରଙ୍କ ଜୀବନରେ ସ୍ତ୍ରୀ ନିତୁ କପୁର, ପ୍ରତ୍ୟେକ ପଦକ୍ଷେପରେ ତାଙ୍କୁ ସମର୍ଥନ କରିଛନ୍ତି । ଯେତେବେଳେ ଋଷି ଅସୁସ୍ଥ ହେଲେ, ନିତୁ କେବେ ବି ଋଷିଙ୍କୁ ଏକୁଟିଆ ଛାଡିନଥିଲେ । ଉଭୟଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ଆକର୍ଷଣୀୟ । ତା’ଠାରୁ ବି ଅଧିକ ଆଶ୍ଚର୍ଯ୍ୟର କାହାଣୀ ତାଙ୍କ ଦୁଇଜଣଙ୍କ ନିର୍ବନ୍ଧର ଘଟଣା ।

ଋଷି କପୁର ପ୍ରପୋଜ୍ କରିଥିଲେ କିନ୍ତୁ  ବିବାହ ପର ଦାୟିତ୍ୱ ବହନକୁ  ଡରୁଥିଲେ । ତେଣୁ ସେ ବିବାହ ପାଇଁ ଆଦୌ ପ୍ରସ୍ତୁତ ନଥିଲେ ।

ଦୁହିଁଙ୍କୁ ଏକ କରିବାରେ ଋଷି କପୁରଙ୍କ ଭଉଣୀଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ଋଷିଙ୍କ ନିତୁ ସହ ନିର୍ବନ୍ଧ ହେବାରେ ଭଉଣୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।

ସୂଚନା ଅନୁଯାୟୀ ଋଷି କପୁର ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଦିଲ୍ଲୀ ଯାଇଥିଲେ ଏବଂ ତାଙ୍କ ଭଉଣୀ କାହାକୁ କିଛି ନଜଣାଇ ଦୁହିଁଙ୍କ ପରିବାରକୁ ବିବାହକୁ ନିମନ୍ତ୍ରଣ କରିଥିଲେ ।

ଉଭୟଙ୍କ ପରିବାର ସେମାନଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ । ଉଭୟଙ୍କ ପରିବାର ସେହି ସମୟରେ ଦୁଇଜଣଙ୍କ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ । ନିଜ ବନ୍ଧୁଙ୍କ ବିବାହରେ ଯାଇଥିବା ବେଳେ ସେଠାରେ ହିଁ ତାଙ୍କର ନିର୍ବନ୍ଧ ହୋଇଥିଲା ।

କିନ୍ତୁ ସେତେବେଳେ ଦୁଇ ଜଣଙ୍କ ପାଖରେ ପିନ୍ଧାଇବାକୁ ମୁଦି ନଥିଲା । ଋଷି ନିଜ ଭଉଣୀର ମୁଦିକୁ ନିତୁଙ୍କୁ ପିନ୍ଧାଇଥିଲେ ।  ଏଥିସହିତ ନିତୁ କପୁର ଫିଲ୍ମ ‘ଝୁଟା କାହିଁ କା’ର ନିର୍ଦ୍ଦେଶକଙ୍କ ମୁଦିକୁ ଋଷିଙ୍କୁ ପିନ୍ଧାଇଥିଲେ ।

ମୋଦିଙ୍କୁ ଟ୍ୱିଟରରେ ଅନଫଲୋ ପଛର କାରଣ ବଖାଣିଲା ହ୍ୱାଇଟ୍ ହାଉସ୍…

ୱାଶିଂଟନ୍: ହ୍ୱାଇଟ୍ ହାଉସ୍, ଟ୍ୱିଟର ଓ ପିଏମ୍ ମୋଦିଙ୍କୁ ଅନଫଲୋ ନେଇ ଦେଶରେ ରାଜନୀତି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କାହିଁକି ରାଷ୍ଟ୍ରପତି, ପିଏମଓ ଓ ମୋଦିଙ୍କୁ ଟ୍ୱିଟରରେ ଫଲୋ କରିବାର ଅଳ୍ପ କେତେଦିନ ପରେ ଅନଫଲୋ କଲା ହ୍ୱାଇଟ୍ ହାଉସ୍ ? ବିରୋଧୀ କଂଗ୍ରେସ ମଧ୍ୟ ଏହାକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛି । କରୋନା ମହାମାରୀ ଆମେରିକାକୁ ଧରାଶାୟୀ କରି ରଖିଥିବା ବେଳେ ହାଇଡ୍ରୋକ୍ଲୋରକୁଇନ୍ ପାଇଁ ହ୍ୱାଇଟ୍ ହାଉସ୍ ଫଲୋ କରିଥବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଦେଶରେ ତମାମ୍ ରାଜନୀତି ହେଉଥିବା ବେଳେ ସ୍ପଷ୍ଟୀକରଣ ରଖିଛି ହ୍ୱାଇଟ୍ ହାଉସ୍ ।

ବଦଳିଲା ଆମେରିକାର ଆଭିମୁଖ୍ୟ ? ପ୍ରଧାନମନ୍ତ୍ରୀ ସମେତ ଭାରତର ୫ ଟ୍ୱିଟର ହାଣ୍ଡେଲକୁ କଲା ଅନ୍‌ଫଲୋ

ପ୍ରକୃତରେ ହ୍ୱାଇଟ୍ ହାଉସ୍ ଟ୍ୱିଟର ହ୍ୟାଣ୍ଡେଲ୍ ଆମେରିକା ବାହାରେ କାହାକୁ ଫଲୋ କରେନାହିଁ । ଗତ ଫେବ୍ରୁଆରୀ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଥିଲେ । ଏଥିପାଇଁ ହ୍ୱାଇଟ୍ ହାଉସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପିଏମଓ ଟ୍ୱିଟରକୁ ଫଲୋ କରିବା ଆରମ୍ଭ କରିଥିଲା । ଏପରିକି ଭାରତରେ ଅବସ୍ଥାପିତ ଆମେରିକା ରାଜଦୂତ କେନ ଜଷ୍ଟରଙ୍କୁ ଟ୍ୱିଟରରେ ଫଲୋ କରିଥିଲା । ଚଳିତ ସପ୍ତାହରେ ହ୍ୱାଇଟ୍ ହାଉସ୍ ଏସବୁ ଟ୍ୱିଟର ହ୍ୟାଣ୍ଡେଲକୁ ଅନଫଲୋ କରିଛି ।

white house twitter

ଅନଫଲୋ ପରେ ଏବେ ହ୍ୱାଇଟ୍ ହାଉସ୍ କେବଳ ୧୩ ଜଣଙ୍କୁ ଟ୍ୱିଟରରେ ଫଲୋ କରୁଛି । ଡୋନାଲ୍ଡ ଟ୍ରମ୍ପ, ତାଙ୍କ ପତ୍ନୀ ମେଲାନିୟା ଟ୍ରମ୍ପ, ଉପ ରାଷ୍ଟ୍ରପତି ମାଇକ୍ ପେନ୍ସ ଓ ଟ୍ରମ୍ପ ପ୍ରଶାସନ ସହ ଜଡ଼ିତ କିଛି ଲୋକଙ୍କୁ ଫଲୋ କରୁଛି । ତେବେ, ପ୍ରଥମଥର ପାଇଁ ହ୍ୱାଇଟ୍ ହାଉସ୍ ଭାରତର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ଟ୍ୱିଟରକୁ ଫୱୋ କରିଥିଲା ।

ବଦଳିଲା ଟ୍ରମ୍ପଙ୍କ ସ୍ୱର: ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟଙ୍କୁ ଜଣାଇଲେ ଧନ୍ୟବାଦ

ବହି ନୁହେଁ,କ୍ୟାମେରାକୁ ପ୍ରେମ କରେ କପୁର ପରିବାର,ଅଷ୍ଟମ ଯାଏଁ ପଢିଥିଲେ ଋଷି

ମୁମ୍ବାଇ: ଇରଫାନଙ୍କୁ ହରାଇବାର ୨୪ ଘଣ୍ଟାରୁ କମ ସମୟ ଭିତରେ ଦେଶ ଋଷି କପୁରଙ୍କୁ ହରାଇଛି । ଆଜି ସକାଳ ୮.୪୫ ମିନିଟରେ ଋଷିଙ୍କ ପରଲୋକ ହୋଇଛି । ବଲିଉଡରେ କପୁର ପରିବାରର ଦବଦବା ରହିଛି । ଋଷି ଥିଲେ କପୁର ପରିବାରର ତୃତୀୟ ପୀଢିର ସଦସ୍ୟ । କପୁର ପରିବାରର ତୃତୀୟ ପୀଢି ହେଉଛନ୍ତି ରାଜ କପୁର-କୃଷ୍ଣା କପୁରଙ୍କ ସନ୍ତାନ ଋଷି,ରାଜିବ,ରିତୁ ନନ୍ଦା ଓ ରିମା ଜୈନ ।

ଥରେ ଋଷି ଗୋଟିଏ ସାକ୍ଷାତକାରରେ କହିଥିଲେ ଯେ, ‘‘ ପିଲାବେଳୁ ଆମ ଘରର ପରିବେଶ ଫିଲ୍ମି ଥିଲା । ଆମେ ପିଲାବେଳୁ ହିଁ ଫିଲ୍ମ ତିଆରି ହେବା ଦେଖି ଆସୁଥିଲୁ । ସେହି ସମୟରେ ଫିଲ୍ମରେ କାମ କରିବାକୁ ମନକୁ ମନ ଇଛା ହୋଇଥିଲା । କାରଣ ମୁଁ ଏଭଳି ପରିବାର ସହ ସଂପର୍କ ରଖେ ଯେଉଁଠି ରକ୍ତର ଅଭିନୟ ରହିଛି’’


ଋଷି କହିଥିଲେ ଯେ, ‘‘ ଅନେକ ବର୍ଷ ଧରି ଦେଶକୁ ମନୋରଂଜନ ଦେଇ ଆସୁଥିବା ଏଭଳି ଗୋଟିଏ ପରିବାରରେ ଜନ୍ମ ନେଇଥିବାରୁ ମୁଁ ନିଜକୁ ଗର୍ବିତ ଅନୁଭବ କରେ ’’। ଋଷି କହିଥିଲେ ଯେ, ମୁଁ ନିଜ ପରିବାରର ତୃତୀୟ ପୀଢି ଯିଏ ଫିଲ୍ମରେ କାମ କରୁଛି । ମୋ ପିଲା ଯଦି ଏହି ପ୍ରଥାକୁ ଆଗକୁ ବଢାନ୍ତି ତେବେ ମୁଁ ନିଜକୁ ଭାଗ୍ୟବାନ ବୋଲି ମନେ କରିବି । ଏଠାରେ କହିବା ଜରୁରୀ ନୁହେଁ ଯେ, ଋଷି କପୁରଙ୍କ ପୁଅ ରଣବୀର ମଧ୍ୟ ବଲିଉଡର ଜଣେ ଆଗଧାଡିର ଅଭିନେତା ।

କପୁର ପରିବାର ଫିଲ୍ମ ସହ ନିଜ ସଂପର୍କ ପାଇଁ ପରିଚିତ । କିନ୍ତୁ ଏହି ପରିବାରର ପାଠ ସହ ପ୍ରେମ ସଂପର୍କ ନଥିଲା । ଏହି ପରିବାରର ସବୁ ସଦସ୍ୟ କ୍ୟାମେରା ପ୍ରେମରେ ପଡିଥିଲେ । ଋଷି ନିଜେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ । ରଣବୀର ଗୋଟିଏ ସାକ୍ଷାତକାରରେ ଥରେ କହିଥିଲେ ଯେ, ଯେତେବେଳେ ଦଶମ ଶ୍ରେଣୀ ପରୀକ୍ଷାରେ ସେ ୫୮ ପ୍ରତିଶତ ନମ୍ବର ରଖିଲେ,ସେତେବେଳେ ଆମେରିକାରେ ତାଙ୍କ ପରିବାର ପକ୍ଷରୁ ସେଲିବ୍ରେସନ୍ ହୋଇଥିଲା । ଆଭରେଜ୍ ମାର୍କକୁ ନେଇ ଏତେ ଖୁସୀ ହେବା ପଛର କାରଣ ହେଉଛି କପୁର ପରିବାରର ପ୍ରଥମ କିମ୍ବା ଦ୍ୱିତୀୟ ପୀଢିର କୌଣସି ସଦସ୍ୟ ୧୦ମ ପାସ୍ କରି ପାରିନଥିଲେ ।

ପାଠପଢାକୁ ନେଇ ରଣବୀର କହିଥିଲେ ଯେ, ‘‘ ପାଠପଢାକୁ ନେଇ ମୋ ପରିବାରର ଇତିହାସ ସେତେ ଭଲ ନଥିଲା । ମୋ ବାପା ଅଷ୍ଟମ ଶ୍ରେଣୀରେ ଫେଲ ହୋଇଯାଇଥିଲେ,ମୋ ଦାଦା ନବମ ଶ୍ରେଣୀରେ ଫେଲ୍ ହୋଇଥିବା ବେଳେ ମୋ ଜେଜ ଶଷ୍ଠ ଶ୍ରେଣୀ ଡେହିଁ ପାରିନଥିଲେ । ବାସ୍ତବରେ ମୁଁ ମୋ ପରିବାରର ସବୁଠୁ ଅଧିକ ଶିକ୍ଷିତ ସଦସ୍ୟ । ମୋତେ ୧୦ମ ବୋର୍ଡ ପରୀକ୍ଷରେ ୫୮ ପ୍ରତିଶତ ମାର୍କ ମିଳିଥିବା ବେଳେ ବେଷ୍ଟ ଫାଇଭ୍ ସବଜେକ୍ଟରେ ୬୦ ପ୍ରତିଶତ ଅଙ୍କ ମିଳିଥିଲା ।