କରୋନା ସଂଖ୍ୟା ୧୯କୁ ବୃଦ୍ଧି ପରେ ବାଲେଶ୍ୱରରେ ୨ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ବାଲେଶ୍ୱର: ବାଲେଶ୍ୱରରେ କରୋନା ପଜିଟିଭ ସଂଖ୍ୟା ୧୯କୁ ବୃଦ୍ଧି ପାଇବା ପରେ ଆଉ ୨ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସିମୁଳିଆ ଥାନା ଖଇରା ତହସିଲ ଅନ୍ତର୍ଗତ କନ୍ଦଡ଼ା ଗାଁ ଓ ସୋର ତହସିଲ ତଳନଗର ପଞ୍ଚାୟତର ସବିରା ଗାଁକୁ  କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ବାଲେଶ୍ୱରରେ ପୂର୍ବରୁ ଘୋଷିତ  ନୀଳିଆବାଗ, ବାଉଁଶପାଳ ଓ ବିଷ୍ଣୁପୁର କଣ୍ଟେନ୍‌ମେଣ୍ଟ ଜୋନ୍‌ରେ କଣ୍ଟାକ୍ଟ ଟ୍ରେସିଂ ସହ ନିୟମିତ ଭାବେ ବିଶୋଧନ କରାଯାଉଛି ।

ଗତ ୧୮ ତାରିଖରେ ଜିଲ୍ଲାର ପ୍ରଥମ ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ଗତକାଲି ସୁଦ୍ଧା ଏ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ଗତ ୨୮ ତାରିଖ ସୁଦ୍ଧା ପଶ୍ଚିମବଙ୍ଗରୁ ଫେରିଥିବା ମୋଟ୍‌ ୧୪୪୯ ଜଣଙ୍କୁ ଜିଲ୍ଲା ପ୍ରଶାସନ ଚିହ୍ନଟ କରି ପଞ୍ଜିକୃତ କରିଛି । ସମସ୍ତଙ୍କୁ ୧୨ଟି ବ୍ଲକରେ ୩୬୦ଟି କଣ୍ଟେନ୍‌ମେଣ୍ଟ କେନ୍ଦ୍ରରେ ରଖାଯାଇଛି । ସେହିପରି ଜିଲ୍ଲାକୁ ଫେରିବାକୁ ଥିବା ପଶ୍ଚିମବଙ୍ଗର ୩ହଜାରରୁ ଅଧିକ ଲୋକ ଅନ୍‌ଲାଇନ୍‌ ଓ ଫୋନ୍‌ ମାଧ୍ୟମରେ ପଞ୍ଜିକୃତ କରିଛନ୍ତି । ସେମାନଙ୍କ ରହିବା ପାଇଁ କଣ୍ଟେନ୍‌ମେଣ୍ଟ ହୋମ୍‌ ପ୍ରସ୍ତୁତ କରାଯାଇଛି ।

Leave a Reply