ସାଙ୍ଗ ବାହାଘରରେ ହୋଇଥିଲା ଋଷିଙ୍କ ନିର୍ବନ୍ଧ, ଏମିତି ମୁଦି ଯୋଗାଡ କରିଥିଲେ ଚିଣ୍ଟୁ…

ମୁମ୍ବାଇ: ଋଷି ନିଧନରେ ବଲିଉଡ଼ରେ ଏବେ ଶୋକର ଛାୟା । ଋଷି କପୁରଙ୍କ ଜୀବନରେ ସ୍ତ୍ରୀ ନିତୁ କପୁର, ପ୍ରତ୍ୟେକ ପଦକ୍ଷେପରେ ତାଙ୍କୁ ସମର୍ଥନ କରିଛନ୍ତି । ଯେତେବେଳେ ଋଷି ଅସୁସ୍ଥ ହେଲେ, ନିତୁ କେବେ ବି ଋଷିଙ୍କୁ ଏକୁଟିଆ ଛାଡିନଥିଲେ । ଉଭୟଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ଆକର୍ଷଣୀୟ । ତା’ଠାରୁ ବି ଅଧିକ ଆଶ୍ଚର୍ଯ୍ୟର କାହାଣୀ ତାଙ୍କ ଦୁଇଜଣଙ୍କ ନିର୍ବନ୍ଧର ଘଟଣା ।

ଋଷି କପୁର ପ୍ରପୋଜ୍ କରିଥିଲେ କିନ୍ତୁ  ବିବାହ ପର ଦାୟିତ୍ୱ ବହନକୁ  ଡରୁଥିଲେ । ତେଣୁ ସେ ବିବାହ ପାଇଁ ଆଦୌ ପ୍ରସ୍ତୁତ ନଥିଲେ ।

ଦୁହିଁଙ୍କୁ ଏକ କରିବାରେ ଋଷି କପୁରଙ୍କ ଭଉଣୀଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ଋଷିଙ୍କ ନିତୁ ସହ ନିର୍ବନ୍ଧ ହେବାରେ ଭଉଣୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।

ସୂଚନା ଅନୁଯାୟୀ ଋଷି କପୁର ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଦିଲ୍ଲୀ ଯାଇଥିଲେ ଏବଂ ତାଙ୍କ ଭଉଣୀ କାହାକୁ କିଛି ନଜଣାଇ ଦୁହିଁଙ୍କ ପରିବାରକୁ ବିବାହକୁ ନିମନ୍ତ୍ରଣ କରିଥିଲେ ।

ଉଭୟଙ୍କ ପରିବାର ସେମାନଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ । ଉଭୟଙ୍କ ପରିବାର ସେହି ସମୟରେ ଦୁଇଜଣଙ୍କ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ । ନିଜ ବନ୍ଧୁଙ୍କ ବିବାହରେ ଯାଇଥିବା ବେଳେ ସେଠାରେ ହିଁ ତାଙ୍କର ନିର୍ବନ୍ଧ ହୋଇଥିଲା ।

କିନ୍ତୁ ସେତେବେଳେ ଦୁଇ ଜଣଙ୍କ ପାଖରେ ପିନ୍ଧାଇବାକୁ ମୁଦି ନଥିଲା । ଋଷି ନିଜ ଭଉଣୀର ମୁଦିକୁ ନିତୁଙ୍କୁ ପିନ୍ଧାଇଥିଲେ ।  ଏଥିସହିତ ନିତୁ କପୁର ଫିଲ୍ମ ‘ଝୁଟା କାହିଁ କା’ର ନିର୍ଦ୍ଦେଶକଙ୍କ ମୁଦିକୁ ଋଷିଙ୍କୁ ପିନ୍ଧାଇଥିଲେ ।

Leave a Reply