ବଦଳିଲା ଟ୍ରମ୍ପଙ୍କ ସ୍ୱର: ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟଙ୍କୁ ଜଣାଇଲେ ଧନ୍ୟବାଦ

1 min read

ନୂଆଦିଲ୍ଲୀ: ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ)ର ରପ୍ତାନୀ  ଉପରୁ ପ୍ରତିବନ୍ଧକ ଉଠାଇଛି ଭାରତ । ମହାମାରୀ କରୋନା ଯୋଗୁଁ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଥିବା ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ)ରପ୍ତାନୀ ନେଇ ମଞ୍ଜୁରୀ ଦେଇଛନ୍ତି ଭାରତ ସରକାର । ଏହାପରେ ବଦଳିଛି ଆମେରିକା ରାଷ୍ଟ୍ରପତିଙ୍କ ସ୍ୱର ।

ଭାରତ ସରକାରଙ୍କ ଏଭଳି ନିଷ୍ପତ୍ତିରେ ବହୁତ ଖୁସି ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବୁଧବାର ଦିନ ଟ୍ୱିଟ୍ କରି ଭାରତ ପ୍ରତି ତାଙ୍କ କୃତଜ୍ଞତା ଜ୍ଞାପନ କରିଛନ୍ତି  । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ ସେ ଆହୁରି କହିଛନ୍ତି ଯେ, ଭାରତର ଏହି ସାହାଯ୍ୟକୁ ଭୁଲିହେବନି ।

ଟ୍ରମ୍ପ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ ଯୋଗେ କଥା ହୋଇ କରୋନା ବିପକ୍ଷରେ ମୁକାବିଲା ନେଇ ସାହାଯ୍ୟ ମାଗିଥିଲେ । ସେ ହୋଇଡ୍ରୋକ୍ସକ୍ଳୋରକ୍ୟୁନ୍‌ ରପ୍ତାନୀ ନ କଲେ ପ୍ରତିଶୋଧ ନିଆଯିବ ବୋଲି ଧମକ ମଧ୍ୟ ଦେଇଥିଲେ ।

କିନ୍ତୁ ହାଇଡ୍ରୋକ୍କିକ୍ଳୋରକ୍ୟୁନ୍‌ର ରପ୍ତାନୀ ଉପରେ ଲାଗିଥିବା ପ୍ରତିବନ୍ଧକ ଉପରୁ କଟକଣା ହଟାଯିବା ପରେ ନିଜ ସ୍ୱର ବଦଳାଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ  । ଏକ ଟେଲିଭିଜନ୍‌ ଇଣ୍ଟରଭ୍ୟୁରେ ଜୋରସୋର ମୋଦିଙ୍କ ପ୍ରଶଂସା କରଥିଲେ ଟ୍ରମ୍ପ ।

ବଦଳିଲା ଟ୍ରମ୍ପଙ୍କ ସ୍ୱର: ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟଙ୍କୁ ଜଣାଇଲେ ଧନ୍ୟବାଦ

Leave a Reply