ମୋଦିଙ୍କୁ ଟ୍ୱିଟରରେ ଅନଫଲୋ ପଛର କାରଣ ବଖାଣିଲା ହ୍ୱାଇଟ୍ ହାଉସ୍…

ୱାଶିଂଟନ୍: ହ୍ୱାଇଟ୍ ହାଉସ୍, ଟ୍ୱିଟର ଓ ପିଏମ୍ ମୋଦିଙ୍କୁ ଅନଫଲୋ ନେଇ ଦେଶରେ ରାଜନୀତି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କାହିଁକି ରାଷ୍ଟ୍ରପତି, ପିଏମଓ ଓ ମୋଦିଙ୍କୁ ଟ୍ୱିଟରରେ ଫଲୋ କରିବାର ଅଳ୍ପ କେତେଦିନ ପରେ ଅନଫଲୋ କଲା ହ୍ୱାଇଟ୍ ହାଉସ୍ ? ବିରୋଧୀ କଂଗ୍ରେସ ମଧ୍ୟ ଏହାକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛି । କରୋନା ମହାମାରୀ ଆମେରିକାକୁ ଧରାଶାୟୀ କରି ରଖିଥିବା ବେଳେ ହାଇଡ୍ରୋକ୍ଲୋରକୁଇନ୍ ପାଇଁ ହ୍ୱାଇଟ୍ ହାଉସ୍ ଫଲୋ କରିଥବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଦେଶରେ ତମାମ୍ ରାଜନୀତି ହେଉଥିବା ବେଳେ ସ୍ପଷ୍ଟୀକରଣ ରଖିଛି ହ୍ୱାଇଟ୍ ହାଉସ୍ ।

ବଦଳିଲା ଆମେରିକାର ଆଭିମୁଖ୍ୟ ? ପ୍ରଧାନମନ୍ତ୍ରୀ ସମେତ ଭାରତର ୫ ଟ୍ୱିଟର ହାଣ୍ଡେଲକୁ କଲା ଅନ୍‌ଫଲୋ

ପ୍ରକୃତରେ ହ୍ୱାଇଟ୍ ହାଉସ୍ ଟ୍ୱିଟର ହ୍ୟାଣ୍ଡେଲ୍ ଆମେରିକା ବାହାରେ କାହାକୁ ଫଲୋ କରେନାହିଁ । ଗତ ଫେବ୍ରୁଆରୀ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଥିଲେ । ଏଥିପାଇଁ ହ୍ୱାଇଟ୍ ହାଉସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପିଏମଓ ଟ୍ୱିଟରକୁ ଫଲୋ କରିବା ଆରମ୍ଭ କରିଥିଲା । ଏପରିକି ଭାରତରେ ଅବସ୍ଥାପିତ ଆମେରିକା ରାଜଦୂତ କେନ ଜଷ୍ଟରଙ୍କୁ ଟ୍ୱିଟରରେ ଫଲୋ କରିଥିଲା । ଚଳିତ ସପ୍ତାହରେ ହ୍ୱାଇଟ୍ ହାଉସ୍ ଏସବୁ ଟ୍ୱିଟର ହ୍ୟାଣ୍ଡେଲକୁ ଅନଫଲୋ କରିଛି ।

white house twitter

ଅନଫଲୋ ପରେ ଏବେ ହ୍ୱାଇଟ୍ ହାଉସ୍ କେବଳ ୧୩ ଜଣଙ୍କୁ ଟ୍ୱିଟରରେ ଫଲୋ କରୁଛି । ଡୋନାଲ୍ଡ ଟ୍ରମ୍ପ, ତାଙ୍କ ପତ୍ନୀ ମେଲାନିୟା ଟ୍ରମ୍ପ, ଉପ ରାଷ୍ଟ୍ରପତି ମାଇକ୍ ପେନ୍ସ ଓ ଟ୍ରମ୍ପ ପ୍ରଶାସନ ସହ ଜଡ଼ିତ କିଛି ଲୋକଙ୍କୁ ଫଲୋ କରୁଛି । ତେବେ, ପ୍ରଥମଥର ପାଇଁ ହ୍ୱାଇଟ୍ ହାଉସ୍ ଭାରତର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ଟ୍ୱିଟରକୁ ଫୱୋ କରିଥିଲା ।

ବଦଳିଲା ଟ୍ରମ୍ପଙ୍କ ସ୍ୱର: ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟଙ୍କୁ ଜଣାଇଲେ ଧନ୍ୟବାଦ

Leave a Reply