ଜୟପୁର: ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଂକଟ ମଧ୍ୟରେ ନୂଆ ମୋଡ ଆସିଛି । କଂଗ୍ରେସ ଓ ସଚିନ ପାଇଲଟଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଛି । କଂଗ୍ରେସ ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସଚିନଙ୍କ ସହ ବିଶ୍ୱେନ୍ଦ୍ର ସିଂହ ରମେଣ ମିଣାଙ୍କୁ ମଧ୍ୟ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଛି ।
ବିଜେପି ଫ୍ଲୋର ଟେଷ୍ଟ ଦାବି କରିବ !
ସଚିନ ପାଇଲଟଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯିବା ପରେ ରାଜ୍ୟ ବିଜେପି ପକ୍ଷରୁ ବୈଠକ ଡକା ଯାଇଛି । ବୈଠକରେ ଆଗାମୀ ରଣନୀତି ବାବଦରେ ନିଷ୍ପତ୍ତି ନିଆଯିବ । ବୈଠକରେ ବିଜେପି ରାଜ୍ୟ ସଭାପତି ସତିଶ ପୁନିଆ, ବିରୋଧୀ ଦଳ ନେତା ଗୁଲାବଚନ୍ଦ କଟାରିଆ,ବିରୋଧୀ ଦଳ ଉପନେତା ଚନ୍ଦ୍ରଶେଖର ଉପସ୍ଥିତ ଥିଲେ । କୁହାଯାଉଛି ଯେ, ବିଜେପି ଫ୍ଲୋର ଟେଷ୍ଟ୍ ଦାବି କରିପାରେ ।
#WATCH Inside visuals of MLAs attending the ongoing Congress Legislative Party (CLP) meeting at #Fairmont_Hotel in Jaipur, #Rajasthan.
As per sources, 102 MLAs are present & have unanimously demanded that Sachin Pilot should be removed from the party. (ANI)#NandighoshaTV pic.twitter.com/DVIeJw5QQL— NandighoshaTV (@NandighoshaTV) July 14, 2020
ସଚିନ ପାଇଲଟ ତାଙ୍କ ସହ ୨୨ ବିଧାୟକ ଥିବା ଦାବି କରୁଛନ୍ତି । ଅନ୍ୟପକ୍ଷରେ ଅଶୋକ ଗହଲୋତ ତାଙ୍କ ସହ ସଂଖ୍ୟାଗରିଷ୍ଠତାଠାରୁ ଅଧିକ ବିଧାୟକ ଥିବା ଦାବି କରୁଛନ୍ତି । ତେବେ ଚିତ୍ର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବିଜେପି ଫ୍ଲୋର ଟେଷ୍ଟ୍ ଦାବି କରିବାକୁ ନେଇ ସନ୍ଦେହ ମଧ୍ୟ ରହିଛି । କାରଣ ପାଇଲଟଙ୍କ ସହ ୨୨ ବିଧାୟକ ଥିବା ଦାବିକୁ ବିଜେପି ଭରସା କରିପାରୁନାହିଁ ।
ସଚିନ ମୁଖ୍ୟମନ୍ତ୍ରୀ ପଦ ଚାହୁଁଥିଲେ
କଂଗ୍ରେସ ସଚିନଙ୍କ ସହ ବୁଝାମଣା କରିବାକୁ ଚାହୁଁଥିଲା କିନ୍ତୁ କୁହାଯାଉଛି ଯେ, ସେ ମୁଖ୍ୟମନ୍ତ୍ରୀ ପଦ ଉପରେ ଦାବି ରଖିଥିଲେ । କିନ୍ତୁ କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ କହିଦେବା ପରେ ବୁଝାମଣା ରାସ୍ତା ବନ୍ଦ ହୋଇଥିଲା ।












ରାମଦାସ ମହାରାଜ କହିଛନ୍ତି ଯେ ମୋର ଲକ୍ଷ ଲକ୍ଷ ଶିଷ୍ୟ ନେପାଳରେ ରୁହନ୍ତି ଏବଂ ଆସନ୍ତାକାଲିଠାରୁ ଲକ୍ଷ ଲକ୍ଷ ଭକ୍ତ ରାସ୍ତାରେ ବିରୋଧ କରିବେ। କେ.ପି ଶର୍ମା ଓଲିଙ୍କୁ ଏକ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦର ଇସ୍ତଫା ଦେବାକୁ ପଡିବ । ମୁଁ ଏହି ଧର୍ମାଦେଶ ଜାରି କରୁଛି । ମୋର ଶିଷ୍ୟମାନେ ରାସ୍ତାକୁ ଓହ୍ଲାନ୍ତୁ ଏବଂ ଓଲିଙ୍କୁ ସତ୍ତାରୁ ବାହାର କରନ୍ତି ।
ରାମ ଦଳ ଟ୍ରଷ୍ଟର ସଭାପତି ରାମ ଦାସ ମହାରାଜ କହିଛନ୍ତି ଯେ ସମଗ୍ର ବିଶ୍ୱର ସାଂସ୍କୃତିକ ରାଜଧାନୀ ଅଯୋଧ୍ୟା । ବେଦ, ରାମାୟଣ କିମ୍ବା ପୁରାଣରେ ଦେଖନ୍ତୁ, ଏହା ସ୍ପଷ୍ଟ ଭାବରେ କହିଛି ଯେ ଯେଉଁଠାରେ ସରଯୁ ଅଛି, ସେଠାରେ ଅଯୋଧ୍ୟା ଅଛି | ନେପାଳରେ କୌଣସି ସରଯୁ ନାହିଁ । ସମଗ୍ର ଭୂମଣ୍ଡଳରେ ରାଜା ରହୁଥିଲେ ଓ ସମସ୍ତଙ୍କ ଚକ୍ରବର୍ତ୍ତୀ ସମ୍ରାଟ ଭାରତ ଉତ୍ତରପ୍ରଦେଶର ଅଯୋଧ୍ୟାର ମହାରାଜା ଥିଲେ।
ଧର୍ମଗୁରୁ ମହନ୍ତ ପରମହଂସ କହିଛନ୍ତି, କେପି ଶର୍ମା ନିଜେ ନେପାଳୀ ନୁହଁନ୍ତି । ସେ ସମଗ୍ର ନେପାଳକୁ ପାକିସ୍ତାନ ଭଳି ଭିକାରୀ କରିବା ପାଇଁ ଲାଗି ପଡିଛନ୍ତି | ନେପାଳର ଲୋକମାନଙ୍କ ସହ ପ୍ରତାରଣା କରୁଛନ୍ତି । ନେପାଳର ଦୁଇ ଡଜନରୁ ଅଧିକ ଗାଁ ଚୀନ୍ ଦଖଲ କରିଛି । ତାକୁ ଲୁଚାଇବା ପାଇଁ ସେମାନେ ଭଗବାନ ରାମଙ୍କ ନାମରେ ଆଶ୍ରୟ ନେଉଛନ୍ତି ।
ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟ ମହନ୍ତ ଦୀନେନ୍ଦ୍ର ଦାସ କହିଛନ୍ତି, ଅଯୋଧ୍ୟା ଆମ ପାଇଁ ଗୋଟିଏ ଏବଂ ଅଯୋଧ୍ୟା ଏଇଠି ହିଁ ରହିବ । ରାଜନୀତିରେ କେହି କିଛି ବି କହିପାରିବେ, କିନ୍ତୁ ମୁଖ୍ୟ ଅଯୋଧ୍ୟା ସେଇଟା ଯେଉଁଠି ସରଯୁ ମାତା ଅଛନ୍ତି । ପ୍ରଭୁ ରାମଚନ୍ଦ୍ରଙ୍କ ଅଯୋଧ୍ୟା ଏଇଠି ଅଛି ।



