ଓ୍ୱେଲମାର୍କ ଲୋ ପ୍ରେସରର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ୧୧ ଜିଲ୍ଲାକୁ ରେଡ୍ ଓ ୮ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

1 min read

ଭୁବନେଶ୍ୱର: ଓ୍ୱେଲମାର୍କ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ଅଧା ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ୧୧ ଜିଲ୍ଲାରେ ଆରମ୍ଭ ହୋଇଗଲାଣି ବର୍ଷା । ଭଦ୍ରକ, ବାଲେଶ୍ୱର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୂରଭଂଜ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି ।

୨୭ ତାରିଖ ଦିନ ବର୍ଷା ପରିମାଣ କମିବ ଏବଂ ୨୮ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ରେଡ୍, ଅରେଞ୍ଜ ଏବଂ ୟେଲୋ ଆର୍ଲଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC । ଅଗ୍ନିଶମ ବାହିନୀ, ଓଡ୍ରାଫ ଏବଂ NDRF କୁ ତୟାର ରହିବାକୁ କୁହାଯାଇଛି । ବିଡିଓ, ତହସିଲଦାର, ଜରୁରୀକାଳୀନ ଅଧିକାରୀଙ୍କ ସମେତ ଜଳସମ୍ପଦ ଅଧିକାରୀ ମାନଙ୍କୁ ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡିଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

ସେପଟେ ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା । ସବୁ ନଦୀ ବିପଦ ସଂକେତ ତଳେ ଅଛି । କେବଳ ଜଳକା ବର୍ଷା ପାଇଁ ବିପଦ ସଂକେତ ଉପରେ ଥିବାରୁ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପ୍ରଭାବିତ ହୋଇପାରେ । ହେଲେ ନଦୀବନ୍ଧ ଗୁଡିକ ଭଲ ସ୍ଥିତିରେ ଥିବାରୁ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ । ମହାନଦୀରେ ୨ ଲକ୍ଷ ୫୦ ହଜାର କ୍ୟୁସେକ ହୀରାକୁଦକୁ ପ୍ରବେଶ କରୁଛି । ୨ଲକ୍ଷ ୭୦ କ୍ୟୁସେକ ଜଳ ବନ୍ୟା ଜଳ ନିଷ୍କାସନହେଉଛି । ୨ଦିନ ଧରି ଝାଡ଼ଖଣ୍ଡ ଉପରମୁଣ୍ଡରେ ବର୍ଷା ହୋଇନଥିବାରୁ ବୈତରଣୀ ଓ ବ୍ରାହ୍ମଣୀ ସ୍ଥିତି ଭଲ ଅଛି । ଆସନ୍ତା ୫ଦିନ ଯାଏଁ ଛତିଶଗଡ଼ ଉପରମୁଣ୍ଡପରେ ବି ବର୍ଷା ନାହିଁ । ଏନେଇ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜୋର୍ତିମୟ ରଥ ସୂଚନା ଦେଇଛନ୍ତି ।

Leave a Reply