ବଦଳିବାକୁ ଯାଉଛି ମୋବାଇଲ୍ ସିମ୍ କନେକ୍ସନ ସହ ଜଡ଼ିତ ଏହି ବଡ଼ ନିୟମ

1 min read

ନୂଆଦିଲ୍ଲୀ: ପ୍ରିପେଡ୍ ମୋବାଇଲକୁ ପୋଷ୍ଟପେଡ୍ କରିବା ଆହୁରି ସୁବିଧା ହେବ । ଏବେ ଗ୍ରାହକ ପ୍ରିପେଡ୍ ସିମ କାର୍ଡକୁ ପୋଷ୍ଟପେଡ୍ କରିବା ପାଇଁ ପୁଣି ଥରେ ଭେରିଫିକେସନ୍ କରିବା ଆବଶ୍ୟକ ହେବ ନାହିଁ । ଏଥିପାଇଁ ଏଣିକି କେବଳ ଓଟିପି ବା ୱାନ୍ ଟାଇମ୍ ପାସୱର୍ଡ ଦରକାର ହେବ। ଏବେ କେବଳ ଗୋଟିଏ ଓଟିପି ଦ୍ୱାରା ଗ୍ରାହକ ପୋଷ୍ଟପେଡ୍ କନେକ୍ସନର ଲାଭ ଉଠାଇ ପାରିବେ।

ଦୂରସଞ୍ଚାର ବିଭାଗ ଖୁବଶୀଘ୍ର ଏନେଇ ଗାଇଡଲାଇନ୍ ଜାରି କରିପାରେ । କୁହାଯାଉଛି ପୋଷ୍ଟପେଡକୁ ପରିବର୍ତ୍ତନ କରିବାକୁ ଚାହୁଁଥିବା ଗ୍ରାହକଙ୍କୁ ପୁଣି ଥରେ ଆବେଦନ ଫର୍ମ ଭରିବା ଦରକାର ନାହିଁ । ଅର୍ଥାତ୍ ଗ୍ରାହକଙ୍କୁ ରି-ଭେରିଫିକେସନ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ ନାହିଁ ଏବଂ ଗ୍ରାହକଙ୍କ ମୋବାଇଲକୁ ଆସିଥିବା ଓଟିପିରେ ହିଁ ଭେରିଫିକେସନ ହୋଇଯିବ । ଏହା ବ୍ୟତୀତ୍ ବିଲିଂ ପାଇଁ ଗ୍ରାହକଙ୍କୁ କମ୍ପାନୀ ୱେବସାଇଟରେ ଆଡ୍ରେସ୍ ପ୍ରୁଫ୍ ଅପଲୋଡ୍ କରିବାକୁ ପଡ଼ିବ ।

ଦୂରସଞ୍ଚାର ବିଭାଗ ଗ୍ରାହକ ଭେରିଫିକେସନର ନୂଆ ଗାଇଡଲାଇନ୍ ପ୍ରସ୍ତୁତ କରିଛି । ଏହା ସପ୍ତାହରୁ ୨ ସପ୍ତାହ ମଧ୍ୟରେ ଜାରି ହୋଇପାରେ । ସୂଚନାଯୋଗ୍ୟ ଯେ, ଏବେ ଦେଶରେ ୯୦ କୋଟିରୁ ଅଧିକ ପ୍ରିପେଡ୍ ମୋବାଇଲ୍ ବ୍ୟବହାରକାରୀ ରହିଛନ୍ତି । ଏହାଦ୍ୱାରା ଜମ୍ମୁକାଶ୍ମୀର ଗ୍ରାହକଙ୍କୁ ମଧ୍ୟ ଫାଇଦା ମିଳିବ । କାରଣ ଜମ୍ମୁକାଶ୍ମୀରରେ ଅନ୍ୟ କୌଣସି ରାଜ୍ୟର ପ୍ରିପେଡ୍ ସିମ୍ କାମ କରେ ନାହିଁ ।

Leave a Reply