ସାମାଜିକ ସମୀକରଣକୁ ମାୟାବତୀଙ୍କ ଗୁରୁତ୍ୱ

1 min read

ଲକ୍ଷ୍ନୌ: ୨୦୨୨ରେ ୟୁପି ବିଧାନସଭା ନିର୍ବାଚନ । ଏହାକୁ ବାକି ରହିଛି ୨ ବର୍ଷ ସମୟ । ହେଲେ ପୂର୍ବ ୨ ବିଧାନସଭା(୨୦୧୨-୧୭)ଏବଂ ଲୋକସଭା ନିର୍ବାଚନ(୨୦୧୪-୧୯)ରେ ବିଏସପି ଖରାପ ପ୍ରଦର୍ଶନ କରିଥିଲା । ତେଣୁ ଏହି ବିଫଳତା ଯେପରି ପୁନର୍ବାର ନ ଆସେ ସେଥିପ୍ରତି ବିଏସପି ସୁପ୍ରିମୋ ଧ୍ୟାନ ଦେଇଛନ୍ତି । ୟୁପିରେ ସୋସିଆଲ ଇଞ୍ଜିନିୟରିଙ୍ଗର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ତେଣୁ ତୃଣମୂଳସ୍ତରରେ ସାମାଜିକ ସମୀକରଣ ତଥା ସୋସିଆଲ ଇଞ୍ଜିନିୟରିଂ ଉପରେ ଧ୍ୟାନ ଆଣିଛନ୍ତି ମାୟାବତୀ । ମଙ୍ଗଳବାରକୁ ସେ ରାଜ୍ୟରେ ଲଗାତାର ବଢୁଥିବା ଅପରାଧ କାରଣରୁ ସମାଜରେ ପ୍ରତ୍ୟେକ ବର୍ଗର ପୀଡ଼ିତ ବା ଦୁଃଖୀ ଲୋକଙ୍କୁ ନ୍ୟାୟ ଦେବାପାଇଁ ଦଳ ଜାତି ହିସାବରେ ନେତା ମାନଙ୍କୁ ନିଯୁକ୍ତି ଦେଇଛନ୍ତି । ତାଙ୍କ କହିବା ଅନୁସାରେ ବିଜେପି ସରକାରରେ ଏମିତି ଏକ ଦିନ ନାହିଁ ଯେତେବେଳେ ୭୫ଟି ଜିଲ୍ଲାରେ ଛୋଟ ବଡ଼ କୌଣସି ଅପରାଧ ଘଟୁନାହିଁ । ସେମାନଙ୍କ ପାଇଁ ବିଏସପି ନ୍ୟାୟର ଲଢେଇ ଲଢିବ ବୋଲି କହିଛନ୍ତି ମାୟାବତୀ ।

 ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ପ୍ରେସ କନଫରେନ୍ସ ଆୟୋଜନ କରିଥିଲେ । ଯେଉଁଥିରେ ସେ କହିଛନ୍ତିଯେ ରାଜ୍ୟରେ ଯେତେ ଅପରାଧ ଘଟୁଛି ସବୁ ସମୟରେ ସେଠାରେ ପହଞ୍ଚି ପାରିବା ସହଜ ନୁହେଁ । ଏଥିପାଇଁ ନେତା ମାନଙ୍କୁ ନିଯୁକ୍ତି କରାଯାଇଛି ।ତେବେ ପୀଡ଼ିତଙ୍କ ସହିତ କଥା ହୋଇ ପୋଲିସ ମାଧ୍ୟମରେ ସେମାନଙ୍କ ସମସ୍ୟାର ସମାଧାନ କରାଯିବ । ଏହା ସହିତ ମିଡିଆକୁ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଦିଆଯିବ ।

Leave a Reply