ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣା: ଚାର୍ଜସିଟ୍ ଦାଖଲ କଲା NIA

1 min read

ନୂଆଦିଲ୍ଲୀ: ୨୦୧୯ରେ ବହୁଚର୍ଚ୍ଚିତ ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ NIA ଆଜି ଚାର୍ଜସିଟ୍ ଦାଖଲ କରିଛି । ଏନ୍‌ଆଇଏର ଏକ ଚିମ୍ ଜାମ୍ମୁ କୋର୍ଟରେ 5 ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଏଥିରେ ବହୁ ଦିଗରୁ କରାଯାଇଥିବା ତଦନ୍ତ ଉପରେ ଉଲ୍ଲେଖ ରହିଛି । ୨୦ ଆତଙ୍କବାଦୀଙ୍କ ନାଁ ପ୍ରମାଣ ସ୍ୱରୂପ ଏଥିରେ ଦିଆଯାଇଛି । ସୁଇସାଇଡ୍ ବମର ଆଦିଲ୍ ଅହମ୍ମଦ ବ୍ୟବହାର କରିଥିବା ୨୦ କେଜି ଆରଡିଏକ୍ସ ପାକିସ୍ତାନରୁ ଆଣିଥିବା ଏନ୍‌ଆଇଏ ପ୍ରମାଣ ପାଇଛି ।Pulwama Attack

ଉମର ଫାରୁକ, ସାବିର ବାସିଲ୍ ମାଗରେ, ବିଲାଲ ଅହମ୍ମଦ କୁଗେ ସହଯୋଗ କରିଥିବା ଏନ୍‌ଆଇଏ ଦର୍ଶାଇଛି । ଜୈସ୍-ଇ-ମହମ୍ମଦର କମାଣ୍ଡର ମାସୁଦ୍‌ ଅଜହର ଓ ରୌଫ ଅଜହର ଏଥିରେ ପ୍ରତ୍ୟେକ୍ଷ ଭାବେ ଜଡ଼ିତ ନେଇ ଏନଆଇଏ ସନ୍ଦେହ କରିଛି । ପାକିସ୍ତାନକୁ ମଧ୍ୟ ଏନେଇ ପୂର୍ବରୁ ପ୍ରମାଣ ଦେଇଛି ଭାରତ ।

Pulwama Attack

୨୦୧୯ ଫେବ୍ରୁଆରି ୧୪ ତାରିଖରେ ସିଆରପିଏଫର ଯବାନଙ୍କୁ ନେଇ ଫେରୁଥିବା ବେଳେ ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱାମା ନିକଟରେ ଆରଡିଏକ୍ସ ଭର୍ତ୍ତି ଏକ ଟ୍ୟାକ୍ସି କନ୍‌ଭଏ ଭିତରେ ପ୍ରବେଶ କରିଥିଲା । ଏଥିରେ ୪୦ ଜଣ ଯବାନ ସହିଦ୍ ହୋଇଥିବା ବେଳେ ୩୫ ଆହତ ହୋଇଥିଲେ । ପରେ ବାଲାକୋଟ ଏୟାର ଷ୍ଟ୍ରାଇକ୍ କରି ଭାରତ ବହୁ ଆତଙ୍କୀ ଆଡ୍ଡା ନଷ୍ଟ କରିଥିଲା । ୨୦୧୯ରେ ଏନଆଇଏ ଏହି ଘଟଣାର ମିଳିତ ତଦନ୍ତ ଜାମ୍ମୁ ଓ କାଶ୍ମୀର ପୋଲିସ ସହାୟତାରେ କରିଥିଲା ।

Pulwama Attack

ଦୀର୍ଘ ଦେଢ ବର୍ଷ ପରେ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଯେଉଁଥିରେ ଆତଙ୍କବାଦୀଙ୍କ ଫୋନ୍ କଲ ରେକର୍ଡ ଏବଂ ପାକିସ୍ତାନରୁ ଆସିଥିବା ଅସ୍ତ୍ରଶସ୍ତ୍ରକୁ ପ୍ରମାଣ ସ୍ୱରୂପ ଉପସ୍ଥାପନ କରାଯାଇଛି । ମୋଟ୍ ୨୦ ଆତଙ୍କବାଦୀଙ୍କ ନାଁ ୫ ହଜାର ପୃଷ୍ଠାର ଚାର୍ଜସିଟରେ ଉଲ୍ଲେଖ କରାଯାଇଛି ।

Leave a Reply