କରୋନା ହେବା ପରେ ଅଚଳ ହୋଇ ଯାଉଛି ଶରୀରର ଏହି ଅଙ୍ଗ

ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ଏକାଧିକ ଲୋକ ଏଥିରେ ମୃତ୍ୟବୁରଣ କରୁଛନ୍ତି । କରୋନା ଭାଇରସକୁ ନେଇ ନିକଟରେ ହୋଇଥିବା ଏକ ଗବେଷଣାରେ ଯେଉଁ ତଥ୍ୟ ସାମ୍ନାକୁ ଆସଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ତଥ୍ୟ ଅନୁସାରେ କରୋନା ଭାଇରସ ଶରୀରରେ ପ୍ରବେଶ କରିବା ମାତ୍ରେ ଭିନ୍ନ ଭିନ୍ନ ଅଙ୍ଗକୁ ଅଚଳ କରି ଦେଉଛି । ସଂକ୍ରମଣ ଗମ୍ଭୀର ହେବା ଦ୍ୱାରା ଫୁସଫୁସ, ଯକୃତ ଏବଂ ଅନ୍ୟ କେତେକ ଅଙ୍ଗ ପ୍ରଭାବିତ ହେଉଛି । ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ନେଗେଟିଭ ରିପୋର୍ଟ ଆସିବା ପରେ କରୋନା ସଂକ୍ରମିତ ହୋଇ ଥିବାରୁ ଉକ୍ତ ବ୍ୟକ୍ତି ଭିନ୍ନ ରୋଗରେ ସଂକ୍ରମିତ ହେଉଛି ।

ଦ ଲାନ୍ସେଟ ମାଇକ୍ରୋବରେ ପ୍ରକାଶିତ ଗବେଷଣାରେ କୁହାଯାଇଛି କି କରୋନା ଭୂତାଣୁ ଦ୍ୱାରା ଯେଉଁ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ଅଧିକାଂଶଙ୍କ ଫୁସଫୁସ ଏବଂ ଯକୃତ କ୍ଷତିଗ୍ରସ୍ତ ହୋଇ ଥିବାର ଜଣାପଡ଼ିଛି । ଗବେଷଣାରୁ ଜଣାପଡ଼ିଛି କି କରୋନାରେ ହୋଇଥିବା ମୃତ୍ୟୁରେ ୧୦ରୁ ୯ ଜଣ ରୋଗୀଙ୍କ ହୃତପିଣ୍ଡ,ଯକୃତ ଏବଂ ଫୁସଫୁସରେ ରକ୍ତ ଜମାଟ ବାନ୍ଧିଥିବା ଦେଖିବାକୁ ମିଳିଛି । ଏହି ଗବେଷଣାରେ କାମ କରୁଥିବା ଜଣେ ଗବେଷକଙ୍କ କହିବା ଅନୁସାରେ ଏହା କରୋନା ରୋଗୀଙ୍କ ପାଇଁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା । ଏହି ଭୂତାଣୁ ସମ୍ପୂର୍ଣ୍ଣ ଭାବରେ ଫୁସଫୁସକୁ ଅଚଳ କରି ଦେଉଛି । ଯାହାଦ୍ୱାରା ବ୍ୟକ୍ତିର ମୃତ୍ୟୁ ହୋଇ ଯାଉଛି ।
ଇମ୍ପିରିୟଲ କଲେଜ ଏନଏଚଏସ ଟ୍ରଷ୍ଟର ହସ୍ପିଟାଲରେ ୨୨ରୁ ୯୭ ବୟସର କରୋନା ରୋଗୀଙ୍କ ମୃତ୍ୟୁ ପରେ ସେମାନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଯାଞ୍ଚ କରାଯାଇଛି । ଏହି ପରୀକ୍ଷଣରୁ ଜଣାପଡ଼ିଛି କି କରୋନା ରୋଗୀଙ୍କ ଯକୃତରେ କରୋନା ଭୂତାଣୁ ଖୁବ ପ୍ରଭାବ ପକାଉଛି । ଗବେଷଣାରୁ ଏହା ଜଣାପଡ଼ିଛି କି ମୃତ୍ୟୁ ପଛର ସବୁଠାରୁ ବଡ଼ କାରଣ ହେଉଛି ଉଚ୍ଚ ରକ୍ତଚାପ ଏବଂ କ୍ରୋନିକ ଆବଷ୍ଟ୍ରେକ୍ଟିଭ ପଲମୋନାରୀ ଡିଜିଜ ବା ଫୁସଫୁସ ସମ୍ବଦ୍ଧୀୟ ସମସ୍ୟା । ଏହିଭଳି ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସମୟରେ ଏମାନେ ଜ୍ୱର ଏବଂ ନିଶ୍ୱାସ ନେବା ସମସ୍ୟାରେ ପୀଡ଼ିତ ଥିଲେ ।

Leave a Reply