VSSUT ସହ ଚୁକ୍ତି କଲା ISRO, ଆରମ୍ଭ ହେବ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ

1 min read
VSSUT-burla

ସମ୍ବଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଇ-ଲର୍ଣ୍ଣିଂ ସେଣ୍ଟରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟର ଆରମ୍ଭ ହୋଇଛି । ଭାରତୀୟ ସ୍ପେସ୍‌ ରିସର୍ଚ୍ଚ ସେଣ୍ଟର ଓ ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଓ ଟେକ୍‌ନୋଲୋଜି ମଧ୍ୟରେ ମୋମୋରଣ୍ଡମ ଅଫ୍‌ ଅଣ୍ଡରଷ୍ଟାଣ୍ଡିଂ ସାଇନ୍‌ ହୋଇଛି । ଅନଲାଇନ୍‌ରେ ଇସ୍ରୋ ଏବଂ ବୁର୍ଲା ଭିସୁଟ୍‌ ମଧ୍ୟରେ ହୋଇଛି MOU । ଭିସୁଟ୍ ପକ୍ଷରୁ ଭାଇସ୍‌ ଚାନସେଲର ପ୍ରଫେସର ଅଟଳ ଚୌଧୁରୀ ଏମଓୟୁ ସ୍ୱାକ୍ଷର କରିଛନ୍ତି । ଇସ୍ରୋ ପକ୍ଷରୁ ସିବିପିଓର ନିର୍ଦ୍ଦେଶକ ପି. ଭେଙ୍କଟ କ୍ରୀଷ୍ଣନ୍‌ ଏମଓୟୁ ସ୍ୱାକ୍ଷରିତ କରିଛନ୍ତି ।

 VSSUT-burlaଗତ ୨୦୧୮ ମସିହାରେ ବୁର୍ଲା ଭିସୁଟର ଛାତ୍ର ମାନଙ୍କ ଦ୍ୱାରା ଏକ ରକେଟ ନିର୍ମିତ ହୋଇଥିଲା । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିଲେ । ପରେ ଇସ୍ରୋର ଏକ ଉଚ୍ଚସ୍ଥରୀୟ କମିଟି ବୁର୍ଲା ଭିସୁଟକୁ ଆସି ତଦାରଖ କରିଥିଲେ । ପରେ ଇସ୍ରୋ ଗତ ଜାନୁଆରୀ ୨୦୧୯ ରେ ଭିସୁଟ୍‌ ସହିତ ଅନ୍ୟ ୬ଟି ବିଶ୍ୱବିଦ୍ୟାଳୟ ସହିତ MOU ସ୍ଵାକ୍ଷର କରିବା ନିମନ୍ତେ କହିଥିଲା ।

VSSUT-burla

ଇସ୍ରୋ ମହାକାଶ ଗବେଷଣାରେ ବୈଜ୍ଞାନିକ ଦିଗକୁ ବିକଶିତ କରିବା ଦିଗରେ ଉଭୟ ଅନୁଷ୍ଠାନ ମିଳିତ ଭାବେ କାମ କରିବେ । ବୁର୍ଲା ଭିସୁଟ ଏବଂ ଇସ୍ରୋ ସହିତ ହୋଇଥିବା ଏହି ଚୁକ୍ତି ଭାରତରେ ପ୍ରଥମ । ଚୁକ୍ତି ଅନୁସାରେ ଗବେଷଣା ପାଇଁ ଅର୍ଥ ଯୋଗାଇଦେବ ଇସ୍ରୋ ଏକାଥରକେ ୫୦ ଲକ୍ଷ ଟଙ୍କା ଭିସୁଟକୁ ଦେବ ଇସ୍ରୋ । ସେହି ଅର୍ଥରେ ଲାବୋରେଟୋରି ଉପକରଣ କ୍ରୟ କରାଯିବ ବୋଲି ସୂଚନା ମିଳିଛି । ତେବେ ଏହି ଚୁକ୍ତି ଭିସୁଟ୍‌ ପାଇଁ ଏକ ବଡ଼ ଗୌରବ ବୋଲି କୁହାଯାଇପାରେ ।

Leave a Reply