କାହିଁକି ଭାରତର ‘ବ୍ରହ୍ମୋସ୍’ ଦୁନିଆର ସବୁଠୁ ଖତରନାକ ମିସାଇଲ୍ ?

1 min read
Brahmos Missile of India and Russia is most Dangerous in World

ନୂଆଦିଲ୍ଲୀ: ଭାରତ ଏବେ ‘ବ୍ରହ୍ମୋସ୍’ କ୍ରୁଜ୍ ମିସାଇଲକୁ ଅନ୍ୟ ଦେଶକୁ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଋଷ ସହିତ ପାର୍ଟନରସିପରେ ତିଆରି ହୋଇଥିବା ଏହି ଘାତକ ମିସାଇଲକୁ ଏବେ ଯାଏଁ ସବୁଠୁ ଘାତକ ମିସାଇଲ୍ କୁହାଯାଉଛି । ଏହା କମ୍ ଉଚ୍ଚତାରୁ ଏତେ ଜୋରରେ ଉଡ଼ାଣ ଭରେ ଯେ ରଡାର ବି ଟେର୍ ପାଏନି । ଏବେ କେତକ ଦେଶ ଭାରତ ଠାରୁ ଏହି ମିସାଇଲ୍ କିଣିବାକୁ ଚାହୁଁଛନ୍ତି । ଏବଂ ନିକଟରେ ଭାରତ ଓ ଋଷ ଏଥିପାଇଁ ସହମତ ହୋଇଛନ୍ତି । ଆସନ୍ତୁ ଜାଣିବା ଘାତକ ‘ବ୍ରହ୍ମୋସ୍’ ବିଷୟରେ ।

କିଣିବାକୁ ଆଗ୍ରହୀ ଅନ୍ୟ ଦେଶ

ଆର୍ମି ୨୦୨୦ ଫୋରମରେ ସୋମବାର ବ୍ରହ୍ମୋସ୍ ଏରୋସ୍ପେସ୍ ମିସାଇଲର ବିକ୍ରି ନେଇ ଘୋଷଣା କରିଛି । ଏନେଇ ବିଭିନ୍ନ ଗଣମାଧ୍ୟମରେ ସୂତ୍ର ଆଧାରରେ ବତାଯାଇଛି ଯେ- ଅନେକ ଦେଶ ଘାତକ ‘ବ୍ରହ୍ମୋସ୍’ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । କାରଣ ‘ବ୍ରହ୍ମୋସ୍’ ହେଉଛି ଦୁନିଆର ସବୁଠୁ ତେଜ୍ ଆଣ୍ଟି-କ୍ରୁଜ୍ ମିସାଇଲ୍ । ଋଷର ଏନପିଓ ମଶିନୋଷ୍ଟ୍ରୋୟେନିଆ, ଭାରତର ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ମିଳିତ ଭାବେ ଏହାକୁ ୧୯୯୮ ମସହାରେ ପ୍ରସ୍ତୁତ କରିଥିଲେ ।

ସବୁଠି ଦେଖାଇବ ପରାକ୍ରମ

‘ବ୍ରହ୍ମୋସ୍’ ମିସାଇଲର ସ୍ୱତନ୍ତ୍ରତା ହେଉଛି ଏହା ଜଳ, ସ୍ଥଳ, ଆକାଶ ଓ ଯୁଦ୍ଧପୋତରୁ ବି ଟାର୍ଗେଟ୍ କରିପାରେ । ଅର୍ଥାତ୍ କୌଣସି ଦେଶ ସହ ଯୁଦ୍ଧ ସ୍ଥିତି ଉପୁଜିଲେ ଏହା ସବୁ ସେନାର କାମରେ ଆସିବ । ଆକାଶରେ ଏହା ନିଜ ଗତିପଥ ବଦଳାଇ ଆକ୍ରମଣ କରିପାରେ । ଏଥିପାଇଁ ଶତ୍ରୁ ଦେଶର ସେନା ସହଜରେ ଏହାକୁ ଖୋଜି ପାରନ୍ତିନାହିଁ ।

ଆମେରିକା ମିସାଇଲଠୁ ବି ଶକ୍ତିଶାଳୀ

ଘାତକ ‘ବ୍ରହ୍ମୋସ୍’ ଆମେରିକାର ଟମ୍ ହଂକ ଠାରୁ ପ୍ରାୟ ୨ ଗୁଣା ଅଧିକ ବେଗରେ ଆକ୍ରମଣ କରିପାରେ । ଏଥିଯୋଗୁଁ ‘ବ୍ରହ୍ମୋସ୍’କୁ ଅମୋଘ ଅସ୍ତ୍ର କୁହାଯାଉଛି । ଆମେରିକାର ଅସ୍ତ୍ରାଗାରରେ ରଖାଯାଉଥିବା ଅସ୍ତ୍ରଶସ୍ତ୍ର ଯାହା ବଡ଼ ବଡ଼ ଶତ୍ରୁଙ୍କୁ ପାଣି ପିଆଇ ଦିଏ । ସେଠି ଟମ୍ ହଂକ କ୍ରୁଜ୍ ମିସାଇଲକୁ ସାମିଲ୍ କରାଯାଇଛି । କିନ୍ତୁ, ଭାରତ ଓ ଋଷ ମିଳିତ ଭାବେ ଟମ୍ ହଂକ ଠାରୁ ଘାତକ ମିସାଇଲ୍ ପ୍ରସ୍ତୁତ କରିନେଇଛନ୍ତି ।

ଭାରତର ବ୍ରହ୍ମପୁତ୍ର ଓ ଋଷର ମସ୍କବା ନଦୀର ନାମ ଅନୁସାରେ ଏହି ମିସାଇଲର ନାମ ‘ବ୍ରହ୍ମୋସ୍’ ରଖାଯାଇଛି । ଋଷ ଏହି ମିସାଇଲ୍ ପାଇଁ ଟେକ୍ନୋଲୋଜି ଉପଲବ୍ଧ କରାଇଥିବା ବେଳେ ଉଡ଼ାଣ ବେଳେ ମାର୍ଗଦର୍ଶନ କ୍ଷମତା ଭାରତ ବିକଶିତ କରାଇଛି । ଏବେ ଏଥିରେ ଅନେକ ଟେକ୍ନୋଲୋଜି ବିକଶିତ ହୋଇଛି । ଯେମିତି କି ମେନୁବରେବଲ ଟେକନିକ୍ । ଲକ୍ଷ୍ୟକୁ ଟାର୍ଗେଟ୍ କରିବା ପରେ ସେଠାରେ ପହଞ୍ଚିବା ପୂର୍ବରୁ ଗତିପଥ ବଦଳାଇବାକୁ ମେନୁବରେବଲ ଟେକନିକ୍ କୁହାଯାଏ ।

ବଦଳାଇପାରେ ଗତିପାରେ

ଟ୍ୟାଙ୍କରୁ ମିସାଇଲରୁ ମରା ଯାଉଥିବା ଗୁଳି ଓ ଅନ୍ୟ ମିସାଇଲ୍ ଲକ୍ଷ୍ୟ ପୂର୍ବରୁ ନିଶ୍ଚିତ କରାଯାଏ । ଏବଂ ତାହା ସେଇଠି ହିଁ ମାଡ଼ ହୋଇଥାଏ । ନଚେତ୍ ଲେଜର ଆଧାରିତ ମିସାଇଲ କିରଣ ଦ୍ୱାରା ଟାର୍ଗେଟ୍ କରେ । ତେବେ, ଟାର୍ଗେଟ୍ ବହୁତ ଦୂରରେ ଥିଲେ ନିୟମିତ ମୁଭମେଣ୍ଟ କରାଯାଏ । ତେଣୁ ଏଠାରେ ଏହା ବିଫଳ ହୁଏ ।  ‘ବ୍ରହ୍ମୋସ୍’ରେ ଏହି ଟେକନିଟ୍ କାମରେ ଆସେ । ଅର୍ଥାତ୍ ‘ବ୍ରହ୍ମୋସ୍’କୁ ମାରିବା ପରେ ଟାର୍ଗେଟ୍ ସ୍ଥାନ ପରିବର୍ତ୍ତନ କଲେ ଏହା ସେହି ଅନୁସାରେ ପଥ ପରିବର୍ତ୍ତନ କରି ଲକ୍ଷ୍ୟ କରି ନଷ୍ଟ କରିପାରେ ।

ଏବେ ଦୁଇ ଦେଶ ମିଶି ‘ବ୍ରହ୍ମୋସ୍’ ୨ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହା ବହୁକ୍ ଆଡଭାନ୍ସ ହେବ । ଯାହା କୁହାଯାଉଛି ଏହାର କ୍ଷମତା ପୁରୁଣା ମିସାଇଲ ଠାରୁ ୯ ଗୁଣ ଅଧିକ ହେବ । ଏଥିସହ ଗୋଟିଏ ଥର ଲକ୍ଷ୍ୟଭେଦ ପରେ ଏହା ଆଉ ଥରେ ବ୍ୟବହାର ଉପଯୋଗୀ ହେବା ନେଇ ବୈଜ୍ଞାନିକମାନେ ଚେଷ୍ଟା ଚଳାଇଛନ୍ତି । ବର୍ତ୍ତମାନ ‘ବ୍ରହ୍ମୋସ୍’ ୨.୮ ମ୍ୟାକ (ଶବ୍ଦ ଗତିରେ) ଯାଇପାରେ । ଏହି ମିସାଇଲର ରେଞ୍ଜ ୨୯୦ କିଲୋମିଟର ଅଟେ । ଏହା ୩୦୦ କେଜି ଓଜନର ଯୁଦ୍ଧାସ୍ତ୍ର ବହନ କରିପାରେ ।

ଚୀନ୍ ଓ ପାକିସ୍ତାନ କେଉଁଠି ?

କୁହାଯାଉଛି ‘ବ୍ରହ୍ମୋସ୍’ ଭଳି କ୍ଷମତାଶାଳୀ ମିସାଇଲ୍ ପଡ଼ୋଶୀ ଦେଶ ଚୀନ ଓ ପାକିସ୍ତାନ ପାଖରେ ନାହିଁ । ଯଦି, ଥାଏ ତ ଏନେଇ କାହାପାଖେ ସୂଚନା ନାହିଁ ।

ଚୀନ ପାଖରେ ଡାଙ୍ଗଫେଙ୍ଗ (DF)-31AG ଅନ୍ତରମହାଦ୍ୱିପୀୟ ବାଲିଷ୍ଟିକ୍ ମିସାଇଲ୍ ରହିଛି । ଯାହା ୧୦ ହଜାର କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରେ । ଏହାବ୍ୟତୀତ ମଧ୍ୟମ ଦୂରରେ ଥିବା ଟାର୍ଗେଟକୁ ମାରିବା ପାଇଁ ମିସାଇଲ୍ DF-21D ବି ରହିଛି । ଏସବୁ ଭିତରେ ଚୀନ ପାଖରେ ଏମିତି ମିସାଇଲ୍ ନାହିଁ ଯାହା ଜଳ, ସ୍ଥଳ ଓ ଆକାଶରୁ ସମାନ କ୍ଷମତାରେ ଆକ୍ରମଣ କରିପାରିବ । ସେମିତି ପାକିସ୍ତାନ ପାଖରେ ବାବର-୩ ମିସାଇଲ୍ ରହିଛି । ଯାହା କେବଳ ସବମେରାଇନରୁ ଟାର୍ଗେଟ୍ କରିପାରିବ ।

Leave a Reply