ଦୁନିଆର ଏଭଳି ଏକ ଟ୍ରେନ, ଯାହାର ଟିକେଟ ମୂଲ୍ୟ ୧୮ ଲକ୍ଷ

1 min read

ମହାରାଜା ଏକ୍ସପ୍ରେସର ଯାତ୍ରାକୁ ଦୁନିଆର ସବୁଠାରୁ ଲଗଜରୀ ଏବଂ ମହାଙ୍ଗା ଟ୍ରେନ ବୋଲି କୁହାଯାଏ । ଏହି ଟ୍ରେନ ସାମ୍ନାରେ ଫାଇଭ ଷ୍ଟାର ହୋଟେଲର ଚମକ ମଧ୍ୟ ଫିକା ପଡ଼ିଯିବ । ଏହି ଟ୍ରେନରେ ଯାତ୍ରୀ ମାନଙ୍କୁ ରାଜା ମହାରାଜାଙ୍କ ଭଳି ଅନୁଭବ ହୋଇଥାଏ । ଯାହା ଦ୍ୱାରା ଖୁବ ମଜା ନିଅନ୍ତି ଯାତ୍ରୀ । ଏହି ଟ୍ରେନ ଏକାଧିକ ଥର ଓ୍ୱାର୍ଲଡ ଟ୍ରାଭେଲ ପୁରସ୍କାର ମଧ୍ୟ ଜିତି ସାରିଛି । ଯେତେବେଳେ ଟ୍ରେନର ଚମକ କୌଣସି ଫାଇଭ ଷ୍ଟାର ହୋଟେଲ ଠାରୁ କମ ନୁହେଁ ତେବେ ଏହାର ମୂଲ୍ୟ ମଧ୍ୟ ସେହିଭଳି । ତେବେ ଏହାର ଟିକେଟ ମୂଲ୍ୟ ୧୮ ଲକ୍ଷ ଟଙ୍କା । ଅବଶ୍ୟ ଟିକେଟର ମୂଲ୍ୟ କେବେ ବଢେ ଏବଂ କେବେ କମିଥାଏ ମଧ୍ୟ । ତେବେ ଏହି ଟ୍ରେନ କାହିଁକି ଏତେ ଖାସ ଆସନ୍ତୁ ନଜର ପକାଇବା ।

ଏହି ଟ୍ରେନର ଆରମ୍ଭ ୨୦୧୦ରେ ହୋଇଥିଲା । ଏକ କିଲୋମିଟିର ଲମ୍ବା ଏହି ଟ୍ରେନରେ ୨୩ଟି ଡବା ରହିଛି । ଏଥିରେ କେବଳ ୮୮ ଜଣ ଯାତ୍ରୀ ଯାତ୍ରା କରି ପାରିବେ । ତେବେ ଯାତ୍ରୀ ଏକ ରାଜ ପ୍ରାସାଦ ଭଳି ଅନୁଭବ କରନ୍ତୁ ସେଥିପାଇଁ ଏହାର ଯାତ୍ରୀ ମାନଙ୍କ ସଂଖ୍ୟା କମ ରହିଛି ।

ଏହି ଟ୍ରେନ ଯାତ୍ରୀ ମାନଙ୍କୁ ଦିଲ୍ଲୀ, ଆଗ୍ରା,ବିକାନେର, ଫତେହଫୁର ସିକ୍ରୀ,ଓରଛା,ଖଜୁରାହୋ,ଜୟପୁର,ଯୋଦ୍ଧପୁର,ଉଦୟପୁର, ରଥମ୍ଭୋର,ବାରଣାସୀ ଏବଂ ମୁମ୍ବାଇ ଦର୍ଶନ କରାଏ । ଏହାର ୪ଟି ପ୍ୟାକେଜ ରହିଛି । ଯେଉଁଥିରେ ୩ଟି ପ୍ୟାକେଜ ୭ ଦିନ ଏବଂ ୬ ରାତିର । ଗୋଟିଏ ପ୍ୟାକେଜ ୪ ଦିନ ୩ ରାତିର । ପ୍ରତ୍ୟେକ ପ୍ୟାକେଜର ମୂଲ୍ୟ ଭିନ୍ନ ଭିନ୍ନ ।


ଇଣ୍ଡିଆନ ସ୍ପ୍ଲେଣ୍ଡର: (୭ ଦିନ/୬ ରାତି)-ଦିଲ୍ଲୀ-ଆଗ୍ରା-ରଥମ୍ଭୋର-ବିକାନେର-ଯୋଦ୍ଧପୁର-ଉଦୟପୁର-ମୁମ୍ବାଇ
ହେରିଟେଜ ଅଫ ଇଣ୍ଡିଆ-(୭ ଦିନ/୬ ରାତି)-ମୁମ୍ବାଇ-ଉଦୟପୁର-ଯୋଦ୍ଧପୁର-ବିକାନେର-ଯୋଦ୍ଧପୁର-ଫତେହପୁର ସିକ୍ରୀ-ଆଗ୍ରା-ଦିଲ୍ଲୀ
ଇଣ୍ଡିଆନ ପାନୋରାମା–(୭ ଦିନ/୬ ରାତି)-ଦିଲ୍ଲୀ-ଜୟପୁର-ରଥମ୍ଭୋର-ଫତେହପୁର ସିକ୍ରୀ-ଆଗ୍ରା-ଓରଛା-ଖଜୁରାହୋ-ବାରଣାସୀ-ଦିଲ୍ଲୀ-( ୪ ଦିନ/୩ ରାତି)-ଦିଲ୍ଲୀ-ଆଗ୍ରା-ରଥମ୍ଭୋର-ଜୟପୁର-ଦିଲ୍ଲୀ


ଟ୍ରେନରେ ଅନବୋର୍ଡ଼ ରେଷ୍ଟୁରାଣ୍ଟ,ଡିଲକ୍ସ କ୍ୟାବିନ, ଜୁନିଅର ସୁଇଟ ଏବଂ ଲଞ୍ଜ ବାର ଭଳି କେତେକ ଲଗଜରୀ ସୁବିଧା ରହିଛି । ଏହି ଟ୍ରେନ ଯାତ୍ରୀ ମାନଙ୍କୁ ଭାରତ ଦର୍ଶନ କରାଏ ।


ଏହି ଏକ୍ସପ୍ରେସରେ ୮୮ ଯାତ୍ରୀ ମାନଙ୍କ ପାଇଁ ୪୩ଟି ଗେଷ୍ଟ କ୍ୟାବିନ ରହିଛି । ଯେଉଁଥିରେ ୨୦ଟି ଡିଲକ୍ସ କ୍ୟାବିନ,୧୮ ଜୁନିଅର ସୁଇଟ,୪ ସୁଇଟ,୧ ଗ୍ରାଣ୍ଡ ପ୍ରେସିଡେନ୍ସିଆଲ ସୁଇଟ ଅଛି । ପ୍ରତି କ୍ୟାବିନରେ ୨ ଜଣ ଯାତ୍ରୀ ଯାତ୍ରା କରିବାର ସୁବିଧା ରହିଛି । ଅବଶ୍ୟ ପ୍ରେସିଡେନ୍ସିଆଲ ସୁଇଟ ଏଭଳି ଏକମାତ୍ର କ୍ୟାବିନ ଯେଉଁଥିରେ ୪ ଜଣ ଯାତ୍ରା କରି ପାରିବେ । ଏହି କ୍ୟାବିନ ସବୁଠାରୁ ମହଙ୍ଗା ।


ଡିଲକ୍ସ କ୍ୟାବିନ-ମହାରାଜା ଏକ୍ସପ୍ରେସରେ ୨୦ଟି ଡିଲକ୍ସ କ୍ୟାବିନ ରହିଛି, ଯେଉଁଥିରେ ଯାତ୍ରୀ ଫାଇଭ ଷ୍ଟାର ହୋଟେଲର ଲାଭ ଉଠାଇ ପାରିବେ । ଏସି ରୁମ ସହିତ ଏଲସିଡିର ମଧ୍ୟ ସୁବିଧା ରହିଛି । ଇଣ୍ଟରନ୍ୟାସନାଲ କଲିଂ ସୁବିଧା, ଇଲେକ୍ଟ୍ରୋନିକ ଲକର,ଆଲମାରୀ ଓ ଥଣ୍ଡା ଏବଂ ଗରମ ସହିତ ବ୍ୟକ୍ତିଗତ ବାଥରୁମ । ଏହାର ସବୁଠାରୁ ଅଧିକ ଭଡ଼ା ହେଉଛି ୪,୮୩,୨୪୦ ଟଙ୍କା ।


୧୮ଟି ଜୁନିଅର ସୁଇଟରେ ବଡ଼ ବଡ଼ ଝରକା ରହିଛି । ଡିଲକ୍ସ କ୍ୟାବିନ ଅପେକ୍ଷା ଏଥିରେ ଅଧିକ ସ୍ପେସ ଥାଏ । ଡବଲ ବେଡର ସୁବିଧା ରହିଥିବା ସହିତ ଇଣ୍ଟରନ୍ୟାସନାଲ କଲିଂ ସୁବିଧା, ଏଲସିଡି ଟିଭି,ଥଣ୍ଡା ଏବଂ ଗରମ ସହିତ ପ୍ରାଇଭେଟ ବାଥରୁମ । ଏହାର ସବୁଠାରୁ ଅଧିକ ଭଡ଼ା ହେଉଛି ୭,୫୩,୮୨୦ ।


ଏଥିରେ ୪ଟି ସୁଇଟ ଅଛି । ଏଥିରେ ଅନ୍ୟ ସମସ୍ତ ସୁବିଧା ସହିତ ମିନି ବାର,ବାଇଟବ,ସ୍ମୋକ ଆଲାର୍ମ ଏବଂ ଡାକ୍ତରଙ୍କ ସୁବିଧା ରହିଛି । ଏହାର ସବୁଠାରୁ ଅଧିକ ଭଡ଼ା ୧୦,୫୧,୮୪୦ ।


ଏଥିରେ ଗୋଟିଏ ମାତ୍ର ପ୍ରେସିଡେନ୍ସିଆଲ ସୁଇଟ ରହିଛି । ଏହା ନବରତ୍ନ ନାମରେ ମଧ୍ୟ ଜଣାଶୁଣା । ଏହା କୌଣସି ମହଲ ଠାରୁ କମ ନୁହେଁ । ଏହାର ଭିତରର ସାଜସଜ୍ଜା ଦେଖିବା ଯୋଗ୍ୟ । ଏଥିରେ ଦୁଇଟି ବେଡରୁମ ରହିଛି ।

ଏଥିରେ ଯାତ୍ରା କରୁଥିବା ଯାତ୍ରୀ ନିଜକୁ ରାଜା ମହାରାଜ ଭଳି ଅନୁଭବ କରନ୍ତି ।

Leave a Reply