spot_img
Home Blog Page 6763

କରୋନା କାଳ ଭିତରେ ସାଇଲେଣ୍ଟ କିଲର ସାଜିଛି ଟିବି, ପ୍ରତିଦିନ ୧୪୦୦ ଲୋକଙ୍କ ମୁଣ୍ଡ ନେଉଛି ଯକ୍ଷ୍ମା

ସାରା ବିଶ୍ୱ କରୋନା ସଂକ୍ରମଣ ବିରୋଧରେ ଜାରି ରଖିଛି ଲଢେଇ । କିନ୍ତୁ ସଂକ୍ରମଣ ରୋକିବାରେ ସେତେଟା ସଫଳତା ମିଳିପାରିନି । ଏହାରି ଭିତରେ ଆସିଛି ଏକ ସାଂଘାତିକ ତଥ୍ୟ । ସାଇଲେଣ୍ଟ କିଲର ସାଜି ଜଣକ ପରେ ଜଣଙ୍କ ମୁଣ୍ଡ ନେଉଛି ଯକ୍ଷ୍ମା । ସାଇଲେଣ୍ଟ କିଲର ଯକ୍ଷ୍ମାରେ ବର୍ଷକରେ ଗଲାଣି ୭୯ ହଜାର ଜୀବନ ।

କରୋନା ଆତଙ୍କ ଭିତରେ ଯକ୍ଷ୍ମାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆସିଥିବା ରିପୋର୍ଟ ଆପଣଙ୍କ ନିଦ ହଜାଇ ଦେବ । ପ୍ରତିଦିନ ୧୪୦୦ ଲୋକଙ୍କ ମୁଣ୍ଡ ନେଉଛି ଯକ୍ଷ୍ମା । ବଢିଚାଲିଛି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା । ୨୦୧୯ ରିପୋର୍ଟ ଅନୁଯାୟୀ ଭାରତରେ ୨୪ ଲକ୍ଷ ଲୋକ ଯକ୍ଷ୍ମାରେ ଆକ୍ରାନ୍ତ । ୭୯ ହଜାର ଲୋକଙ୍କ ଜୀବନ ନେଇଛି ଯକ୍ଷ୍ମା । ବର୍ତ୍ତମାନ ସମୟରେ ଯକ୍ଷ୍ମା ଆକ୍ରାନ୍ତ ଲୋକ ସଜାଗ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଓଡିଶାରେ ବି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୧୮ରେ ୫୦୩୦୩ ଜଣ ଯକ୍ଷ୍ମାରେ ଆକ୍ରାନ୍ତ ଥିବାବେଳେ ୨୦୧୯ରେ ଏହି ସଂଖ୍ୟା ବଢି ୫୩ ହଜାର ୬୧୨ରେ ପହଁଚିଛି । ୨୦୧୮ରେ ୩୪ ହଜାର ୧୫୭ ପୁରୁଷ , ୧୬ ହଜାର ୯୨ ଜଣ ମହିଳା ଓ ୨୩୫୧ ଶିଶୁ ଓ ୫୪ ଜଣ ଟ୍ରାନ୍ସଜେଣ୍ଡର ଆକ୍ରାନ୍ତ ହୋଇଥିଲେ ।

୨୦୧୯ରେ ପୁରୁଷ ରୋଗୀଙ୍କ ସଂଖ୍ୟା ୩୫ ହଜାର ୭୫୭, ମହିଳା ୧୭ ହଜାର ୭୯୨, ଶିଶୁ ୨୪୫୦ଓ ୬୩ ଜଣ ଟ୍ରାନ୍ସଜେଣ୍ଡର ଆକ୍ରାନ୍ତ ହୋଇଅଛନ୍ତି । ଚିହ୍ନଟ ପ୍ରକ୍ରିୟା ବଢିଥିବାରୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ବୋଲି ବିଶେଷଜ୍ଞ କହିଛନ୍ତି ।

ଅନ୍ୟପଟେ ଏହି ଦିଗରେ ଅନେକ କାମ କରିବାର ଆବଶ୍ୟକତା ଅଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ସେପଟେ ୨୦୨୫ ସୁଦ୍ଧା ଭାରତକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଟାର୍ଗେଟ ରଖିଛନ୍ତି  ।

ଆଇଫୋନ୍ ବ୍ୟବହାରକାରୀଙ୍କ ତଥ୍ୟ ଚୋରି କରୁଛି ଟିକଟକ୍ !

ନୂଆଦିଲ୍ଲୀ: ଆଇଫୋନ୍ ବ୍ୟବହାରକାରୀ ସାବଧାନ୍ । ଫୋନରୁ ତଥ୍ୟ ଚୋରି କରୁଛି ଚାଇନିଜ୍ ଆପ୍ ଟିକଟକ୍ । ଆପଲ iOS 14 ସଫ୍ଟୱେରରୁ ଟିକଟକ୍ ତଥ୍ୟ ଚୋରି କରୁଛି । ମେସେଜରୁ ଇମେଲ୍ ଆଉ ପାସୱାର୍ଡ ସବୁକିଛିର ତଥ୍ୟ ହାତଉଛି । ଟିକଟକ୍ ଆକାଉଣ୍ଟ ଥିବା ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି । ଯେତେବେଳେ କି iOS 14ର ସମ୍ପୂର୍ଣ୍ଣ ଭର୍ସନ ଏହି ବର୍ଷ ଆସିବ ବୋଲି ଆଶା କରାଯାଉଛି ।

ଫୋର୍ବସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏପ୍ରିଲରେ ଟିକଟକ୍ ଏଭଳି ଡାଟା ଚୋରି ଆରମ୍ଭ କରିଥିଲା । ଯାହା ବର୍ତ୍ତମାନ ଜାରି ରହିଛି । iOSର କ୍ଲିପବୋର୍ଡ କାର୍ଯ୍ୟକାରିତାରେ ସମସ୍ୟା ରହିଛି । ଏହା ବ୍ୟବହାରକାରୀଙ୍କ ଟେକ୍ସଟ୍ ଓ ଫଟୋକୁ ଅନ୍ୟ ଏକ ଆପକୁ କପି, ପେଷ୍ଟ କରିଥାଏ । ଏପରିକି ଏହା ଗୋଟିଏ ଆପଲ୍ ଡିଭାଇସରୁ ଅନ୍ୟ ଆପଲ୍ ଡିଭାଇସ୍ ଯଥା ଆଇଫୋନ୍, ମାକ ଓ ଆଇପାଡକୁ ଟେକ୍ସଟ୍ ଓ ଫଟୋ ସେୟାର କରେ ।

କୌଣସି ପ୍ରକାର ଫଟୋ କିମ୍ବା ଟେକ୍ସଟ୍ କ୍ଲିପବୋର୍ଡ ସହାୟତାରେ କପି, ପେଷ୍ଟ ପାଇଁ ଏହା ପ୍ରସ୍ତୁତ କରାଯାଇଛି । ତଣୁ, କେଉଁ ଆପ୍ କେଉଁ ତଥ୍ୟ ସଂଗ୍ରହ କରୁଛି ତାହାକୁ ନେଇ ବ୍ୟବହାରକାରୀଙ୍କୁ କୌଣସି ୱାର୍ଣ୍ଣିଂ ମିଳି ନଥାଏ । ତେବେ, ଫୋର୍ବସ ଅନୁସନ୍ଧାନ କହୁଛି- ଏହା ଦ୍ୱାରା ବ୍ୟବହାରକାରୀଙ୍କ ଲୋକେସନ୍ ମଧ୍ୟ ଆପ୍ଲିକେସନ୍ ଜାଣିଥାଏ ।

ଯଦି ଆଇଫୋନରେ ଟିକଟକ୍ ଇନଷ୍ଟଲ ଥାଏ ତେବେ, ଏହା ଡିଭାଇସରେ ଥିବା ପାସୱାର୍ଡ, ଡକ୍ୟୁମେଣ୍ଟସ୍, ଗୋପନ ଇମେଲ୍, ଆର୍ଥିକ ସୂଚନା ସଂଗ୍ରହ କରିପାରିବ । ଆପଲ୍ iOS 14ର ବେଟା ଭର୍ସନ ରିଲିଜ୍ କରିଛି । ଯାହାକି କୌଣସି ଆପ୍ କପି, ପେଷ୍ଟ କରୁଥିବା ବେଳେ ବ୍ୟବହାରକାରୀଙ୍କ ସୂଚିତ କରିବ । ଜଣେ ଭେରିଫାଇଡ୍ ଟ୍ୱିଟର ୟୁଜର ଜେରେମି ବର୍ଗ ଭିଡିଓ ପୋଷ୍ଟ କରି ଲେଖଛନ୍ତି ବେଟା ଭର୍ସନ୍ ଟିକଟକ୍ କିଛି କପି କଲେ ଆଲର୍ଟ କରୁଛି ।

ଏହା ଉପରେ ଚାଇନିଜ୍ କମ୍ପାନୀ ଟିକଟକ୍ ନିଜର ପ୍ରତିକ୍ରିୟା ରଖିଛି । ଏହାର ଅପଡେଟ୍ ଭର୍ସନ ଆସିଛି ବୋଲି ଟିକଟକ୍ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ୱରରୁ ଆଉ ନୂଆ ୬ କରୋନା ସଂକ୍ରମିତ ଚିହ୍ନଟ, ସିଲ୍‌ ହେଲା ବାହାର ରାଜ୍ୟରୁ ଆସି କାମ କରୁଥିବା ଏକ କୋଠା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗୁରୁବାର ପୁଣି ରାଜ୍ୟରୁ ନୂଆ ୧୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧାରୁ କେବଳ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସେହି ୧୫ ଜଣଙ୍କ ମଧ୍ୟରୁ ୬ ଜଣ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ହୋମ୍ କ୍ୱାରେଣ୍ଟାଇନରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩ଚିହ୍ନଟ ହୋଇଛନ୍ତି ।

ହୋମ୍ କ୍ୱାରେଣ୍ଟାଇନରେ ଥିବା ଜଣେ ବାଙ୍ଗଲୋର ଫେରନ୍ତା ଡୁମଡୁମାରୁ ଚିହ୍ନଟ ହୋଇଛନ୍ତି । ଜଣେ କୋଲକାତା ଫେରନ୍ତା ନୟାପଲ୍ଲୀରୁ ଓ ଅନ୍ୟଜଣେ କୋଲକାତା ଫେରନ୍ତା ବାପୁଜି ନଗରରୁ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୨୬୪ କରୋନା ପଜିଟିଭ୍ ଚିହ୍ନଟ… ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି

ସ୍ଥାନୀୟ ସଂକ୍ରମିତ ୩ଜଣଙ୍କ ମଧ୍ୟରୁ ଜଣେ ଘରୋଇ ହସ୍ପିଟାଲ, ଜଣେ ଟଙ୍କପାଣି ରୋଡ୍ ଓ ଅନ୍ୟଜଣେ ଫରେଷ୍ଟ ପାର୍କ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିପରି ଭୁବନେଶ୍ୱରରୁ ଆଜି ୧୯ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

ରାଜ୍ୟରେ ବଢ଼ିଲା କରୋନା ସୁସ୍ଥତାର ହାର, ୪୭୪୩ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା

ସେପଟେ ଶ୍ରୀବିହାରର ଏକ ନିର୍ମାଣଧୀନ କୋଠାକୁ ସିଲ୍ କରିଛି ବିଏମସି । ୨୧ଜଣ ବାହାର ରାଜ୍ୟରୁ ଆସିଥିବା ଶ୍ରମିକ କାମ କରୁଥିବା ଅଭିଯୋଗ ପାଇ ବିଏମସି ଗତକାଲି ରେଡ୍ କରିଥିଲା । ସିଲ୍‌ ପରେ ସେଠାରେ କାମ ବନ୍ଦ କରାଯାଇଛି । ଜୁଲାଇ ୧୦ ଯାଏଁ ଏହି ଶ୍ରମିକ ମାନେ କୋଭିଡ ନିୟମ ମାନି ହୋମ୍ କ୍ୱାରେଣ୍ଟାଇନରେ ରହିବେ  ।

କୋଭିଡ଼ ଯୋଦ୍ଧାଙ୍କ ନିଷ୍ଠା ଓ ନିଃସ୍ୱାର୍ଥ ସେବା ପାଇଁ ଉତ୍ସର୍ଗୀକୃତ ଏକ ସୁନ୍ଦର ସଂଗୀତ.

ଭୁବନେଶ୍ୱର:  କୋଭିଡ୍ ଯୋଦ୍ଧା କରୋନା ଆକ୍ରାନ୍ତ ହେଉଥିବା ବେଳେ ସାହାସ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  ସୁରକ୍ଷିତ କରିବାରେ ଆଗଧାଡ଼ିର କୋଭିଡ ଯୋଦ୍ଧାଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ସେବାର ତୁଳନା ନାହିଁ। ସେମାନଙ୍କ ତ୍ୟାଗ ଅସୀମ। ଏହି ସୁନ୍ଦର ଗୀତକୁ ସେମାନଙ୍କ ପାଇଁ ଉତ୍ସର୍ଗ କରିବା ସହ ଅସୁସ୍ଥ ଯୋଦ୍ଧାଙ୍କ ଆଶୁଆରୋଗ୍ୟ କାମନା କରୁଛି  ।

ବର୍ତ୍ତମାନ ସମୟରେ ଆମ ଦାୟିତ୍ୱବୋଧତା ଏବଂ ଏକତା ସମଗ୍ର ବିଶ୍ୱକୁ ଦେଖାଇବାକୁ ପଡ଼ିବ। ଏ ଯୁଦ୍ଧ ଜିତିବା ପାଇଁ ହେଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ନିଜସ୍ତରରେ ସଚେତନ ଓ ଆତ୍ମ ଶୃଙ୍ଖଳା ବଜାୟ ରଖିବାକୁ ପଡ଼ିବ; ତାହା ହିଁ ହେବ ଆମ କୋଭିଡ ଯୋଦ୍ଧାଙ୍କ ପ୍ରତି ପ୍ରକୃତ ସମ୍ମାନ  ।

ଆସିଲା ଆସ୍ୱସ୍ତିକର ସୂଚନା, କରୋନା ଆରମ୍ଭରୁ ଖାଇପାରିବେ ଏହି ଔଷଧ…

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ଜାଲରେ ଭାରତ ମଧ୍ୟ ସାଙ୍ଘାତିକ ଭାବରେ ଛନ୍ଦି ହୋଇଛି । ବିଶ୍ୱରେ ଏବେ ମୋଟ କରୋନା ସଂକ୍ରମଣ ସଂଖ୍ୟା ଏକ କୋଟି ପାର କରିଥିବା ବେଳେ ସୁସ୍ଥ ହାର ୫୦ ଲକ୍ଷ ପାର ହୋଇଛି । ସେପଟେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ଛୁଇଁବା ଉପରେ । ତେବେ ଏଥିରୁ ମୁକୁଳିବା ପାଇଁ ଅହରହ ଚାଲିଛି ସଂଘର୍ଷ ।

ପୁରା ବିଶ୍ୱ ଏବେ କରୋନା ପ୍ରତିକାର ପାଇଁ ପ୍ରତିଶେଧକ ଟୀକା ପ୍ରସ୍ତୁତ କରିବାରେ ବ୍ୟସ୍ତ । ସେଥିରୁ ଭାରତ ବାଦ ପଡ଼ିନାହିଁ । ଭାରତ ମଧ୍ୟ କରୋନା ପ୍ରତିଶେଧକ ଟୀକା ଖୋଜିବାରେ ଲାଗିପଡ଼ିଛି । କିନ୍ତୁ ଏପର୍ଯ୍ୟନ୍ତ ଏହାର ସମ୍ପୂର୍ଣ୍ଣ ପ୍ରତିକାର ମିଳିପାରିନାହିଁ । ଏହି ଭିତରେ ଦେଶବାସୀଙ୍କ ପାଇଁ ଆସିଛି ଖୁସି ଖବର । ଏଥର କରୋନାକୁ ପ୍ରତିହତ କରିବାରେ ସହାୟକ ହେବ ଡେକ୍ସାମେଥାସନ ।

ମହାମାରୀ କରୋନା ଭୂତାଣୁ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଥିବାବେଳେ ଏହାର ମୁକାବିଲା ପାଇଁ ଖୋଜା ଚାଲିଛି ବିକଳ୍ପ ବ୍ୟବସ୍ଥା । ଏ ନେଇ ଡେକ୍ସାମେଥାସନର ବ୍ୟବହାରକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ସାମାନ୍ୟରୁ ଗୁରୁତର ଥିବା କରୋନା ରୋଗୀଙ୍କ କ୍ଷେତ୍ରରେ କାମ ଦେବ ମେଡିସିନ୍ । ଯାହାଫଳରେ ଆରମ୍ଭ ହେଉଥିବା କରୋନା ସଂକ୍ରମଣ ଏଥିରେ ଭଲ ହୋଇପାରିବ ।

ଏହି ମେଡିସିନକୁ ବିଶେଷ ଭାବେ ଫୁସଫୁସ ଜନିତ ରୋଗ ପାଇଁ ବ୍ୟବହାର କରାଯାଏ । ତେବେ ପୂର୍ବରୁ ବିଶ୍ୱ ସ୍ୱାସ୍ଥ ସଙ୍ଗଠନ ଡେକ୍ସାମେଥାସନ ମେଡିସିନକୁ କରୋନା କ୍ଷେତ୍ରରେ ଉପଯୋଗୀ କରିବା ପାଇଁ ଅନୁମତି ଦେଇଥିଲା  । କିନ୍ତୁ ଏବେ ଭାରତ ସରକାର ଏହାକୁ ଗ୍ରୀନ ସିଗନାଲ ଦେଇଛନ୍ତି ।

ଆଚାର୍ଯ୍ୟ ହରିହର ରିଜିଓନାଲ୍ କ୍ୟାନସର ସେଣ୍ଟରର ୨ ନର୍ସ କରୋନା ସଂକ୍ରମିତ

କଟକ: ବ୍ୟାପୁଛି କରୋନା । କଟକ ଆଚାର୍ଯ୍ୟ ହରିହର ରିଜିଓନାଲ୍ କ୍ୟାନସର ସେଣ୍ଟରର ୨ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି ସେଣ୍ଟରର ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ । ହସ୍ପିଟାଲର ୫୨ ଜଣ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ କରାଯାଇଥିବା ବେଳେ ୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

୨ ଜଣ ନର୍ସ ସଂକ୍ରମିତ ହୋଇଥିବା ବେଳେ ଜଣେ ମହିଳା ଓ ପୁରୁଷ ବୋଲି ଜଣାପଡ଼ିଛି । କିଛି ଦିନ ତଳେ ହସ୍ପିଟାଲକୁ ଜଣେ କର୍କଟ ରୋଗୀ ଆସିଥିଲେ । ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ପରେ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କ ସ୍ୱାବ୍ ନମୁନା ପରୀକ୍ଷା ପାଇଁ ପଠା ଯାଇଥିଲା । ୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

୨ ନର୍ସ ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କୁ ତୁରନ୍ତ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହା ପୂର୍ବରୁ କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇଥିଲେ । କେବଳ କଟକ ନୁହେଁ ବାଲେଶ୍ୱର, ନୟାଗଡ଼ ସମେତ ଭୁବନେଶ୍ୱର ଏମ୍ସରେ ଡାକ୍ତର ଓ ନର୍ସ ମଧ୍ୟ କୋରନା ସଂକ୍ରମିତ ହୋଇଛନ୍ତି ।

କରୋନା ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ହେଉଛନ୍ତି ସ୍ୱାସ୍ଥ୍ୟକର୍ମୀ । ଏମାନେ କରୋନାରେ ଆକ୍ରାନ୍ତ ହେବାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାବ୍ୟକ୍ତ କରିଛନ୍ତି । କରୋନା ଯୋଦ୍ଧାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ସେୟାର କରିଛନ୍ତି । ଲୋକଙ୍କ ଜୀବନ ସୁରକ୍ଷିତ କରିବାରେ ଆଗଧାଡ଼ିର କୋଭିଡ ଯୋଦ୍ଧାଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ସେବାର ତୁଳନା ନାହିଁ । ସେମାନଙ୍କ ତ୍ୟାଗ ଅସୀମ । ଭିଡିଓକୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ଉତ୍ସର୍ଗ କରିବା ସହ ଅସୁସ୍ଥ ଯୋଦ୍ଧାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି- ବର୍ତ୍ତମାନ ସମୟରେ ଆମ ଦାୟିତ୍ୱବୋଧତା ଏବଂ ଏକତା ସମଗ୍ର ବିଶ୍ୱକୁ ଦେଖାଇବାକୁ ପଡ଼ିବ । ଏ ଯୁଦ୍ଧ ଜିତିବା ପାଇଁ ହେଲେ ସମସ୍ତ ବ୍ୟକ୍ତିଙ୍କୁ ନିଜ ନିଜସ୍ତରରେ ସଚେତନ ଓ ଆତ୍ମ ଶୃଙ୍ଖଳା ବଜାୟ ରଖିବାକୁ ପଡ଼ିବ । ତାହା ହିଁ ହେବ ଆମ କୋଭିଡ ଯୋଦ୍ଧାଙ୍କ ପ୍ରତି ପ୍ରକୃତ ସମ୍ମାନ ।

ଜୁନ୍ ୩୦ ପରେ ବି ଜାରି ରହିବ ଲକ୍‌ଡାଉନ୍‌: ସୁସ୍ଥ ବ୍ୟକ୍ତିଙ୍କୁ ପ୍ଳାଜ୍‌ମା ଦାନ ପାଇଁ କଲେ ନିବେଦନ

ମୁମ୍ୱାଇ: ମହାରାଷ୍ଟ୍ରରେ ଜୁନ୍‌ ୩୦ ପରେ ମଧ୍ୟ ଲାଗୁ ରହିବ ଲକଡାଉନ୍ । ବର୍ତ୍ତମାନର ପରିସ୍ଥତିରେ ଲକ୍‌ଡାଉନ୍‌ ଶେଷ କରିବାର କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ରବିବାର ଦିନ ରାଜ୍ୟବାସୀଙ୍କୁ କରୋନା ନେଇ ବର୍ତ୍ତମାନ ଓ ଭବିଷ୍ୟତର ଯୋଜନା ବିଷୟରେ କହିଥିଲେ। ଆଗାମୀ ଦିନରେ ମହାରାଷ୍ଟ୍ରରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ଉଦ୍ଧବ ଠାକରେ କହିଛନ୍ତି । ଉଦ୍ଧବ କହିଛନ୍ତି ଯେ, ସହର ଖୋଲିବା ସହିତ ଲୋକମାନେ ପରସ୍ପରକୁ ଭେଟୁଛନ୍ତି, ଯେଉଁଥିପାଇଁ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି, କିନ୍ତୁ ଏହାକୁ ଦୃଷ୍ଟିରେ ରଖି ଆମେ ପରୀକ୍ଷା ସଂଖ୍ୟା ମଧ୍ୟ ବୃଦ୍ଧି କରିଛୁ ।

उद्धव ठाकरे (फाइल फोटो)

ଉଦ୍ଧବ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ 30 ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ପାଇଁ କହିଛନ୍ତି। ବର୍ତ୍ତମାନ ଧୀରେ ଧୀରେ ଆମେ ସମସ୍ତ ସୁବିଧା ଖୋଲିବାକୁ ଚେଷ୍ଟା କରୁଛୁ | ସମ୍ପ୍ରତି ଲକଡାଉନ୍ ହଟାଯିବନାହିଁ କିମ୍ବା ସବୁକିଛି ଏକାସାଙ୍ଗରେ ଖୋଲାଯିବ ନାହିଁ | ତଥାପି, ସବୁ କ୍ଷେତ୍ର ଧୀରେ ଧୀରେ ସ୍ୱାଭାବିକ ହେବ ।

India's economy risks a COVID-19 induced contraction | Markets ...

ଘରୁ ସଂଗ୍ରହ କରାଯାଉଛି ନମୁନା: ଉଦ୍ଧବ

ଆଗାମୀ ଦିନରେ ମହାରାଷ୍ଟ୍ରରେ ରୋଗୀଙ୍କ ସଂଖ୍ୟା ବଢ଼ିପାରେ । ଏପରି ପରିସ୍ଥିତିରେ, ଯେତେବେଳେ ଆମେ ଧୀରେ ଧୀରେ ଜିନିଷ ଖୋଲୁ, ସେତେବେଳେ ଲୋକମାନେ ମଧ୍ୟ ପରସ୍ପର ସହିତ ଯୋଗାଯୋଗରେ ଆସୁଛନ୍ତି | ତେଣୁ, ଆମେ ପରୀକ୍ଷା ସଂଖ୍ୟା ମଧ୍ୟ ବୃଦ୍ଧି କରିଛୁ ଏବଂ ଘର ଘରରୁ ଲୋକଙ୍କ ନମୁନା ସଂଗ୍ରହ କରୁଛୁ |

COVID-19: Mumbai allows liquor home delivery in non-containment ...

ପ୍ରଭାବଶାଳୀ ରହିଛି ପ୍ଳାଜ୍ମା ଥେରାପି 

ଉଦ୍ଧବ ଠାକରେ ଅନୁରୋଧ କରିଛନ୍ତି ଯେ ଯେଉଁମାନେ କରୋନାରୁ ସୁସ୍ଥ ହେବା ପରେ ଘରକୁ ଯାଇଛନ୍ତି, ସେମାନଙ୍କୁ ପ୍ଲାଜମା ଦାନ କରିବାକୁ ଅନୁରୋଧ କରାଯାଇଛି । ଯାହା ଦ୍ୱାରା ଅନେକ ଲୋକ ଉଦ୍ଧାର ପାଇପାରିବେ। ଉଦ୍ଧବ କହିଛନ୍ତି ଯେ, ମହାରାଷ୍ଟ୍ରରେ ଏପ୍ରିଲ ମାସରେ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପିର ଭଲ ଫଳାଫଳ ମିଳୁଛି । ପ୍ଲାଜମା ଥେରାପି ମାଧ୍ୟମରେ ୧୦ ଜଣ ରୋଗୀଙ୍କ ମଧ୍ୟରୁ ୯ ଜଣ ଉପକୃତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ରୋଗୀମାନଙ୍କ ପାଇଁ ପ୍ଳାଜ୍ମାଦାତାମାନଙ୍କର ଆବଶ୍ୟକତା ଏବେ ବୃଦ୍ଧି ପାଇଛି |

ପଶ୍ଚିମବଙ୍ଗରେ କରୋନା କହର: ଜୁଲାଇ ୩୧ ଯାଏଁ ଲକ୍‌ଡାଉନ୍‌ ବୃଦ୍ଧି କଲେ ମମତା

 

ଓଲିଙ୍କ ଇସାରା, ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ କରୁଛି ଷଡ଼ଯନ୍ତ୍ର ଭାରତ

କାଠମାଣ୍ଡୁ: ସଂକଟରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଚୌକି । କ୍ଷମତାସୀନ୍ ନେପାଳ କମ୍ୟୁନିଷ୍ଟ ପାର୍ଟି ଭିତରେ ଶୀତଳ ଯୁଦ୍ଧ, ଦେଶରେ ସରକାରଙ୍କ ବିରୋଧରେ ଲୋକଙ୍କ ରାଗ ଉପରୁ ନଜର ହଟାଇବାକୁ ନୂଆ ଚାଲ୍ ଖେଳିଛନ୍ତି କେପି ଶର୍ମା ଓଲି । ନିଜ ଦଳ ଭିତରେ ଦେଖା ଦେଇଥିବା ଗୋଷ୍ଠୀ କନ୍ଦଳକୁ ନେଇ ସେ ଭାରତ ଉପରେ ଦୋଷ ଲଦିଛନ୍ତି । ଇସାରା ଇସାରାରେ ଭାରତକୁ ଆକ୍ଷେପ କରି କହିଛନ୍ତି ଏକ ଦୂତାବାସ ମୋ ସରକାର ବିରୋଧରେ ହୋଟେଲରେ ଷଡ଼ଯନ୍ତ୍ର ରଚୁଛି ।

ଓଲିଙ୍କ ଅଭିଯୋଗ

FILE

ମଦନ ଭଣ୍ଡାରୀଙ୍କ ୬୯ତମ ଜୟନ୍ତୀରେ ଯୋଗ ଦେବା ଅବସରରେ କେପି ଶର୍ମା ଓଲି କହିଛନ୍ତି- ତାଙ୍କୁ ପଦରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରାଯାଉଛି । କିନ୍ତୁ ଏହା ଅସମ୍ଭବ ଅଟେ । ସେ ଦାବି କରିଛନ୍ତି କାଠମାଣ୍ଡୁର ଏକ ହୋଟେଲରେ ତାଙ୍କୁ ପଦରୁ ହଟାଇବା ପାଇଁ ବୈଠକ ହୋଇଛି । ଏହି ବୈଠକରେ ଏକ ଦୂତାବାସ ମଧ୍ୟ ସାମିଲ ରହିଛି ।

ସେ କହିଛନ୍ତି- ସଂଶୋଧିତ ନେପାଳ ନକ୍ସାରେ ଭାରତୀୟ ଜମିକୁ ଦେଖାଯିବା ପରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଚାଲିଛି । ମୋତେ ପଦରୁ ହଟାଇବା ପାଇଁ ଦୌଡ଼ ଚାଲିଛି । ତେବେ, ନେପାଳର ରାଷ୍ଟ୍ରୀୟତା କମଜୋର ହୋଇନାହିଁ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଓଲିଙ୍କ ଦଳରେ ଶୀତଳ ଯୁଦ୍ଧ ଚାଲିଛି । ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପୁଷ୍ପ ଦହଲ ‘ପ୍ରଚଣ୍ଡ’ ପ୍ରଧାନମନ୍ତ୍ରୀ ଓଲିଙ୍କ ସହ ଆଲୋଚନା କରିବା ପରେ ଇସ୍ତଫା ଦେବାକୁ କହିଛନ୍ତି । ଯଦି, ପ୍ରଧାନମନ୍ତ୍ରୀ ପଦରୁ ଓଲି ଇସ୍ତଫା ନ ଦିଅନ୍ତି ସେ ଦଳକୁ ଭାଙ୍ଗି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

କ୍ଷମତା ପାଇଁ ସେନା ସାହାରା

ପ୍ରଚଣ୍ଡ ଆଉ ଏକ ଖୁଲାସା କରିଛନ୍ତି- ପ୍ରଧାନମନ୍ତ୍ରୀ ଓଲି ନିଜେ ଆସନ ବଞ୍ଚାଇବା ପାଇଁ କୌଣସି ବି ସ୍ତରକୁ ଖସିପାରନ୍ତି । ପ୍ରଧାନମନ୍ତ୍ରୀ ଚୌକି ପାଇଁ ଓଲି ସେନାର ସାହାଯ୍ୟ ନେଉଛନ୍ତି । ଏପରିକି ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ମଣ୍ଡଳକୁ ଅପମାନିତ କରୁଥିବା କହିଛନ୍ତି ।

ବିଦ୍ୟୁତ୍ ବିଲ୍ ଦେଖି ଝଟ୍‌କା ଖାଇଲେ ତାପସୀ ପନ୍ନୁ, ସୋସିଆଲ ମିଡିଆରେ ସେୟାର କଲେ କପି

ନୂଆଦିଲ୍ଲୀ: ବଲିଉଡରେ ସେଲିବ୍ରିଟମାନେ ସେମାନଙ୍କର ରାଜ ଜୀବନ ଶୈଳୀ ପାଇଁ ଜଣାଶୁଣା । ପ୍ରଶଂସକମାନେ ମଧ୍ୟ ସେମାନଙ୍କର ଜୀବନ ଶୈଳୀ ଦ୍ୱାରା ପ୍ରଭାବିତ ହୁଅନ୍ତି । କିନ୍ତୁ ଆପଣ କେବେ ସେଲିବ୍ରିଟି ମାନଙ୍କୁ ଅଧିକ ଆମାଉଣ୍ଟର କୌଣସି ବିଲ୍‌ କୁ ନେଇ ଆଶ୍ଚର୍ଯ୍ୟ ହେବା ଦେଖିଛନ୍ତି କି ? କ ଣ କେବେ ସେମାନେ ତାଙ୍କର ଅଧିକ ବିଲ୍‌କୁ ନେଇ ଝଟକା ଖାଇଥିବା ଆପଣ ଶୁଣିଛନ୍ତି କି ? ଯଦି ଏହା ଦେଖିଥିବେ ତେବେ କ୍ୱଚିତ୍ କେତେକ ସେଲିବ୍ରିଟଙ୍କ ଖେତ୍ରରେ ଦେଖିଥିବେ । କାରଣ ସେମାନେ ବହୁତ ଦାମି ଲାଇଫ ଷ୍ଟାଲରେ ନୁଜକୁ ନିୟୋଜିତ କରିଥାନ୍ତି । ଯେଉଁଥିପାଇଁ ତାଙ୍କୁ ଏଭଳି ବିନା ବ୍ୟବହାରରେ ଅଧିକ ବିଲ୍‌ ପ୍ରଭାବ ପକାଇ ନଥାଏ । ବର୍ତ୍ତମାନ ଯାହା ବି ହେଉ ଚର୍ଚ୍ଚିତ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ଲାଟେଷ୍ଟ ଟୁଇଟ୍‌କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ।

ତାପସୀ ପନ୍ନୁଙ୍କ ବିଦ୍ୟୁତ୍ ବିଲ୍ ଏତେ ଆସିଛି ଯେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅଭିନେତ୍ରୀଙ୍କୁ ଏପରି ଝଟକା ଲାଗିଛି ଯେ ସେ ଅନେକଙ୍କୁ ଟ୍ୱିଟ୍ କରି ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତାପସୀ ଟ୍ୱିଟ୍ କରି କହିଛନ୍ତି- ଦେଶରେ ତିନିମାସର ତାଲା ପଡିଛି, ଏବଂ ମୁଁ ପ୍ରଶ୍ନ କରୁଛି ଯେ ମୁଁ କେଉଁ ଉପକରଣ ବ୍ୟବହାର କରିଛି କିମ୍ବା କିଣିଛି ଯେ ଏପରି ବର୍ଦ୍ଧିତ ବିଲ୍ ଆସୁଛି । ଆପଣ କିପରି ବିଦ୍ୟୁତ୍ ବିଲ୍ ପ୍ରସ୍ତୁତ କରୁଛନ୍ତି ବୋଲି ବିଦ୍ୟୁତ ବିଭାଗକୁ ପ୍ରଶ୍ନ କରିଛନ୍ତି ।

ବର୍ତ୍ତମାନ ତାପସୀ ତାଙ୍କ ଟ୍ୱିଟରେ ଆଦାନୀ ବିଦ୍ୟୁତ୍ ବିଭାଗକୁ ଟ୍ୟାଗ୍ କରିଛନ୍ତି । ସେମାନଙ୍କର ବିଲ୍ ସେଠାରୁ ଆସିଥିବାରୁ ସେମାନେ ଏହି ପ୍ରଶ୍ନ ପଚାରିଛନ୍ତି ତାପସୀ । ତାପସୀ ଅଧିକ ଟ୍ୱିଟ୍ କରି ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି । ତାଙ୍କର ଗୋଟିଏ ଆପାର୍ଟମେଣ୍ଟ ଏପରି ଯେ ସେଠାରେ କେହି ରୁହନ୍ତି ନାହିଁ, କିନ୍ତୁ ବିଦ୍ୟୁତ୍ ବିଲ୍ ମଧ୍ୟ ସେଠାକୁ ଆସିଛି । ତାପସୀ ଲେଖିଛନ୍ତି – ବର୍ତ୍ତମାନ ଏହା ହେଉଛି ଆପାର୍ଟମେଣ୍ଟର ବିଲ୍ ଯେଉଁଠାରେ କେହି ରହନ୍ତି ନାହିଁ । ସେଠାକୁ କେବଳ ସଫା କରିବା ପାଇଁ ସପ୍ତାହରେ ଥରେ ଯାଇଥାନ୍ତି । କିନ୍ତୁ ବର୍ତ୍ତମାନ ମୁଁ ଚିନ୍ତିତ ଯେ ଏହି ଆପାର୍ଟମେଣ୍ଟର କୌଣସି ସ୍ଥାନରେ ବ୍ୟବହାର ନାହିଁ, ତାହା ମଧ୍ୟ ଆମକୁ ନ ଜଣାଇ । ତେବେ ଏଠାରେ ଏତେ ବିଲ୍‌ ଆସିଲା କେମିତି ।

ଭାରତ ଏବଂ ଚୀନ୍ ମଧ୍ୟରେ ଯୁଦ୍ଧ ଆଶଙ୍କାରେ କାଶ୍ମୀରରେ ଦୁଇମାସ ପାଇଁ ଏଲପିଜି ଷ୍ଟକ୍ କରିବାକୁ ନିର୍ଦ୍ଦେଶ

ଶ୍ରୀନଗର: ଲଦାଖରେ ଦେଶ ଦେଶ ମଧ୍ୟ ହିଂସା ପରେ ଏବେ ଦିନକୁ ଦିନ ଉତ୍ତେଜନା ବଢ଼ିବାରେ ଲାଗିଛି । ଏହି ଭିତରେ ଜାମ୍ମୁ କାଶ୍ମୀର ସରକାରଙ୍କର ଏକ ନିର୍ଦ୍ଦେଶ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି । ଏଭଳି ନିର୍ଦ୍ଦେଶ କେବଳ ଅଧିକ ଶୀତ କିମ୍ବା ବର୍ଷା ସମୟରେ ଦିଆଯାଇଥାଏ । କିନ୍ତୁ ପ୍ରଚଣ୍ଡ ଖରା ସମୟରେ ଏଭଳି ନିର୍ଦ୍ଦେଶ ଲୋକଙ୍କ ମନରେ ଯୁଦ୍ଧର ଭୟ ଆଣି ଦେଇଛି ।

ବାସ୍ତବରେ ଜାମ୍ମୁ କାଶ୍ମୀରରେ ସରକାର ଦୁଇମାସ ପାଇଁ ଏଲପିଜି ସିଲିଣ୍ଡର ଷ୍ଟକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ସୁରକ୍ଷା ବାହିନୀଙ୍କ ପାଇଁ ବିଦ୍ୟାଳୟକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାରଣ ଏଲଏସିରେ ଆଗକୁ ଅଧିକ ସେନା ନିୟୋଜିତକୁ ଲକ୍ଷ କରି ଏଭଳି ପଦକ୍ଷେପ ନିଆଯାଇଛି ।

ସୂଚନା ଅନୁଯାୟୀ, ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ମଧ୍ୟରେ ଜାମ୍ମୁ କାଶ୍ମୀର ସରକାର ବର୍ତ୍ତମାନ ଦୁଇଟି ପୃଥକ ନିର୍ଦ୍ଦେଶ ଜାରି କରିଛନ୍ତି । ଯେଉଁ କାରଣରୁ ସେଠାକାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି । ଏହି ନିର୍ଦ୍ଦେଶ ମଧ୍ୟରୁ ଗୋଟିଏରେ କାଶ୍ମୀରର ଲୋକଙ୍କୁ ଅତି କମରେ ଦୁଇମାସ ପାଇଁ ଏଲପିଜି ସିଲିଣ୍ଡର ଷ୍ଟକ୍ କରିବାକୁ କୁହାଯାଇଛି।

ଏହା ବ୍ୟତୀତ ଜାମ୍ମୁ କାଶ୍ମୀର ସରକାର ମଧ୍ୟ ଦ୍ୱିତୀୟ ଆଦେଶ ଜାରି କରିଛନ୍ତି । ଦ୍ୱିତୀୟ କ୍ରମରେ, ଗାନ୍ଦରବଲରେ ସୁରକ୍ଷା ବାହିନୀଙ୍କ ପାଇଁ ବିଦ୍ୟାଳୟ ଭବନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାଶ୍ମୀରର ଗାନ୍ଦରବଲ ଜିଲ୍ଲା ଲଦାଖର କାର୍ଗିଲ ନିକଟରେ ଅବସ୍ଥିତ । ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଏକ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।

ଉତ୍ପାତ ହେଉଛି ଚୀନ୍, ଜବାବ ଦେବାକୁ ସୀମାରେ ଶକ୍ତିଶାଳୀ ଆକାଶ ମୁତୟନ କଲା ଭାରତ…