ମହାମାରୀ ଦୋହଲାଇ ଦେଇଛି ଅର୍ଥନୀତି: ଜୀବନ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

1 min read

ଭୁବନେଶ୍ୱର: ରାଜ୍ୟ ଅର୍ଥନୀତି ଉପରେ ମହାମାରୀ କାରୋନାର ବିଶେଷ ପ୍ରଭାବ ପଡ଼ିଛି । ତେବେ ସ୍ୱାସ୍ଥ୍ୟସେବା ଯେପରି ବାଧାପ୍ରାପ୍ତ ନହେବ ରାଜ୍ୟ ସରକାର ତା’ ଉପରେ ଗୁରୁତ୍ୱ ଦେଉଛନ୍ତି ।  ଅର୍ଥନୀତି ବିଗିଡ଼ିଥିଲେ ବି କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏବେ ସୁଦ୍ଧା ୧୯ ଶହ ୧୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ଆଗାମୀ ଦିନରେ ବଜେଟକୁ ଅନୁଧ୍ୟାନ କରି ଲୋକଙ୍କୁ ସବୁ ସେବା ଯୋଗାଇ ଦେବାକୁ ସରକାର ସଂକଳ୍ପବଦ୍ଧ ।  ଏପରି ସଙ୍କଟ ସମୟରେ କେନ୍ଦ୍ର ସରକାର ବକେୟା ଅର୍ଥ  ନଦେବା ନେଇ ପ୍ରଶ୍ନ ଉଠୁଛି ସେପଟେ କଂଗ୍ରେସ କେନ୍ଦ୍ର ସରକାର ତୁରନ୍ତ ବକେୟା  ଅର୍ଥ ଦେବାକୁ କଂଗ୍ରେସ ଦାବି କରିଛି । କେନ୍ଦ୍ରକୁ ରାଜ୍ୟ ବକେୟା ଅର୍ଥ ମାଗିଲେ ଦେବ ବୋଲି କହିଛି ବିଜେପି ।

ମହାମାରୀ ଦୋହଲାଇ ଦେଇଛି ଅର୍ଥନୀତି  । କମିଛି ରାଜସ୍ୱ ଆୟ, ମିଳିନୁ କେନ୍ଦ୍ର ଅର୍ଥ  । ତଥାପି କୋଭିଡ୍‌ ମୁକାବିଲାରେ ସୃଷ୍ଟି ହେବନି ବାଧା  । ଅର୍ଥନୀତି ନୁହେଁ, ଜୀବନକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ  । ସ୍ୱାସ୍ଥ୍ୟସେବା ପାଇଁ ଆବଶ୍ୟକ ଅର୍ଥ ବରାଦ ହେବ  । କୋଭିଡ୍‌ ମୁକାବିଲ ସହ ଆର୍ଥକ ସ୍ଥିତିକୁ ସଜଡ଼ାଯିବ । ଏନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା ।

କରୋନା ପାଇଁ ୨୦୨୦-୨୧ ଆର୍ଥିକବର୍ଷର ବଜେଟ ପ୍ରଭାବିତ ହୋଇଥିବାରୁ ଏହାକୁ ସୁଧାରିବା ଉପରେ ବୁଧବାର ମନ୍ତ୍ରୀ ପରିଷଦ ବୈଠକରେ ଫୋକସ କରାଯାଇଛି । ସବୁ ଦିଗକୁ ବିଚାରବିମର୍ଶ କରି ରାଜ୍ୟ ବଜେଟକୁ ଅନୁଧ୍ୟାନ କରି ସାନି ବଜେଟ ଆଣିବା ପାଇଁ  ସରକାର ଚିନ୍ତା କରୁଛନ୍ତି । ନିଅଣ୍ଟ ସ୍ଥିତିର ମୁକାବିଲା ପାଇଁ ବଜେଟ ପ୍ରସ୍ତାବ ଅନୁସାରେ ଋଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୪ ମାସ ତାଲାବନ୍ଦ ଯୋଗୁ ରାଜ୍ୟ ରାଜସ୍ୱ ୨୩ ପ୍ରତିଶତ ହ୍ରାସ ପାଇଛି ।

କେନ୍ଦ୍ର ଆର୍ଥିକବର୍ଷର ପ୍ରଥମ ୩ମାସ ଅନୁଦାନ ବନ୍ଦ କରିବା ସହ ବକେୟା ଅର୍ଥ ବି ଦେଉନାହିଁ । ରାଜ୍ୟ ସରକାର ନିଜସ୍ୱ ପାଣ୍ଠି ବହନ କରି କୋଭି଼ଡ୍‌ ମୁକାବିଲା କରୁଥିବା ଯୋଜନା ଓ ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଆଗାମୀ ଦିନରେ ରାଜସ୍ୱ ବୃଦ୍ଧି ପ୍ରାଥମିକତା ଦେଇଛନ୍ତି ରାଜ୍ୟ ସରକାର । ଏହାଛଡ଼ା  କେନ୍ଦ୍ର କିପରି ରାଜ୍ୟର ନ୍ୟାଯ୍ୟ ଟଙ୍କା ଦେବ, ସେନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।

ରାଜ୍ୟର ଆର୍ଥିକ ସ୍ଥିତି ବିଗୁଡ଼ୁଥିବା ବେଳେ କେନ୍ଦ୍ର ସରକାର ଓଡ଼ିଶାର ନ୍ୟାଯ୍ୟ ଅର୍ଥ ନେଦେବା ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । କେନ୍ଦ୍ର ସରକାର ତୁରନ୍ତ କୋଇଲା ରୟାଲଟି ଓ ଜିଏସ୍‌ଟି ବାବଦ କ୍ଷତି ତୁରନ୍ତ ଦେବାକୁ କଂଗ୍ରେସ ଦାବି କରିବା ସହ ରାଜ୍ୟ ସରକାର ପରିସ୍ଥିତି ଦେଖି ଖର୍ଚ୍ଚ କରିବାକୁ ପରାମର୍ଶ ଦେଇଛି । ସେପଟେ ବିଜେପି କହିଛି ରାଜ୍ୟ ସରକାର ବକେୟା ଅର୍ଥ ନେଇ ଦାବି କଲେ କେନ୍ଦ୍ର ଦେବାରେ କିଛି ଅସୁବିଧା ନାହିଁ ।

କରୋନା ମହାମାରୀ ଯୋଗୁ ରାଜ୍ୟ ବଜେଟ ପ୍ରଭାବିତ ହୋଇଥିବାରୁ ଅକ୍ଟୋବର ମାସରେ ରାଜ୍ୟ ସରକାର ସାନି ବଜେଟ ଆଣିପାରନ୍ତି ବୋଲି ଅର୍ଥନୀତି ବିଶେଷଜ୍ଞ ମତ ଦେଲେଣି । ଏହାସହ ବଜେଟର ଆକାର ୧ଲକ୍ଷ ୫୦ହଜାର କୋଟିରୁ  କମି ୧ଲକ୍ଷ ହଜାର କୋଟି କିମ୍ବା ୧ଲକ୍ଷ ୨୦ହଜାର କୋଟି ଟଙ୍କା ହେବ । ତେବେ ଋଣ କଲେ କିଛି ଅସୁବିଧା ନାହିଁ ବୋଲି ଅର୍ଥନୀତି ବିଶେଷଜ୍ଞ କହିଛନ୍ତି ।

ଆର୍ଥିକ ସ୍ଥିତି ବିଗିଡ଼ିବା ସତ୍ତ୍ୱେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ୧୯ଶହ ୧୨କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ସ୍ୱାସ୍ଥ୍ୟ , ସାମାଜିକ ନିରାପତ୍ତା ଓ ଶିକ୍ଷା ଭଳି କ୍ଷେତ୍ରକୁ ଆଗ୍ରାଧିକାର ଦେଉଛନ୍ତି ସରକାର ।  ନିଜସ୍ୱ ପାଣ୍ଠିରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା, କ୍ୱାରାଣ୍ଟିନ, ଖାଦ୍ୟପେୟ, ଔଷଧ ଓ ପରିମଳ ଆଦି ବ୍ୟବସ୍ଥା କରୁଛନ୍ତି ।

Leave a Reply