ବର୍ଷାରେ ବେହାଲ କଣ୍ଟବାଞ୍ଜି ଓ ବୌଦ୍ଧ: ବୁଡ଼ିଲା ରାସ୍ତାଘାଟ ବିଲବାଡ଼

ବୌଦ୍ଧ/ ବଲାଙ୍ଗିର: ପ୍ରବଳ ବର୍ଷାରେ କଣ୍ଟାବାଞ୍ଜି ଓ ବୌଦ୍ଧରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟ ବୁଡ଼ିଯିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି । କଣ୍ଟାବାଞ୍ଜିରେ ପରସ୍ଥିତି ଏପରି ହୋଇଛି ଲୋକେ ଶବ ସତ୍କାର ପାଇଁ ଅଣ୍ଟେ ପାଣିର ପଶି ଯିବାକୁ ପଡ଼ିଛି । ବୌଦ୍ଧରେ ପାହାଡରୁ ପାଣି ଆସି ସୃଷ୍ଟି କରିଛି କୃତିମ ବନ୍ୟା

ଯୁଆଡ଼େ ଦେଖିଲେ ଖାଲି ପାଣି ଆଉ ପାଣି । ଲଗାଣ ବର୍ଷାରେ ଜଳାର୍ଣ୍ଣବ ହୋଇଛି ପୂରା ସହର। ଏ ଦୃଶ୍ୟ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର । ବର୍ଷା ପାଣିରେ ବୁଡ଼ି ଯାଇଛି ରାସ୍ତାଘାଟ । କେଉଁଠି ପାଣି ଭିତରେ ଝୁମ୍ପୁଡ଼ି ଘର ବୁଡ଼ିଛି ତ ଆଉ କେଉଁଠି ଅଧା ବୁଡି ରହିଛି ଟ୍ରକ, କାର୍‌ । ସହରରେ ଜଳ ନିଷ୍କାସନ ଠିକ ଭାବେ ହୋଇପାରୁନଥିବାରୁ ପରିଣାମ ଭୋଗିଛନ୍ତି ଲୋକ ।

ଆଉ ଏ ଦୃଶ୍ୟ ଖୁବ୍ ଅଭାବନୀୟ । ଗୋଳି ପାଣିର ସୁଅରେ ମାଲବାହୀ ଖୋଜୁଛନ୍ତି ଶ୍ମଶାନର ରାସ୍ତା । ଅଣ୍ଟେ ଅଣ୍ଟେ ପାଣିରେ କୋକେଇ କାନ୍ଧେଇ ବାହାରିଛନ୍ତି ଶବ ସତ୍କାର ପାଇଁ । ଶ୍ରାବଣରେ ବର୍ଷା ନାହିଁ, ହେଲେ ଅଳ୍ପ ବର୍ଷାରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । କଣ୍ଟାବାଞ୍ଜି ଏନଏସିର ଧୋବାପଡା ଅଞ୍ଚଳରେ ଡ୍ରେନ ପୋତି ହୋଇ ଯାଇଥିବାରୁ ପାଖଆଖର ସମସ୍ତ ଅଞ୍ଚଳରେ ପାଣି ପଶିଛି । ଅଭିଯୋଗକୁ ତହସିଲଦାର ମାନିବା ସହ ଖୁବଶିଘ୍ର ଏନେଇ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ।

ସେପଟେ ବୌଦ୍ଧ ଜିଲ୍ଲା ବିରିଗଡ ଗାଁରେ ପଶିଛି ପାହାଡ଼ି ପାଣି । ମଧ୍ୟ ପାହାଡର ବର୍ଷା ଜଳ ପଶି କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।  ଜଳ ନିଷ୍କାସନ ହୋଇ ପାରୁନି । ଫଳରେ ସାମାନ୍ୟ ବର୍ଷାରେ ଗାଁ ଅଧା ବୁଡିଛି ।

Leave a Reply