ରାହା ଦେଖାଇବ ’ପ୍ରୋଜେକ୍ଟ ଥଇଥାନ’: ଭିଟାମାଟିରେ ଥଇଥାନ ହେବେ ପ୍ରବାସୀ

1 min read

କାମାକ୍ଷାନଗର,(ହୃଦୟ ବଲ୍ଲଭ ମିଶ୍ର): ବେସାହାରା ପ୍ରବାସୀଙ୍କୁ ସାହା ହେଲେ ସରକାର । ଏଣିକି ପେଟ ପାଇଁ ପ୍ରବାସୀଙ୍କୁ ବାହାରକୁ ଯିବାକୁ ପଡ଼ିବ ନାହିଁ  । କୋଭିଡ୍‌ ସଙ୍କଟରେ ଢୋଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକରୁ ଆସିଛି ସକାରାତ୍ମକ ଖବର ।

ବାହାରକୁ ନଯାଇ ରୋଜଗାର କରି ପରିବାର ପ୍ରତିପୋଷଣ କରିବାକୁ ସ୍ୱପ୍ନ ଦେଖିଛନ୍ତି ପ୍ରବାସୀ । କରୋନା ପାଇଁ ବାହାର ରାଜ୍ୟରେ କାମ ହରାଇ ନିଜ ରାଜ୍ୟକୁ ଫେରିଥିବା ଲୋକଙ୍କୁ ରୋଜଗାରକ୍ଷମ କରିବା ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡରେ ପ୍ରୋଜେକ୍ଟ ଥଇଥାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି  ।

ପାଖାପାଖି ୨ହଜାରରୁ ଅଧିକ ଲୋକ ନିଜ ନାମ ପଞ୍ଜୀକରଣ କରିଛନ୍ତି । କରୋନା କଟକଣା ଯୋଗୁ ବାହାର ରାଜ୍ୟରେ କାମ କରି ପେଟ ପୋଷୁଥିବା ଲୋକ ଜନ୍ମମାଟିକୁ ଫେରିବାକୁ ବାଧ୍ୟ ହୋଇଛନ୍ତି ।

ଏଇ ରୋଜଗାର ହରାଇ ଥିବା ବେସାହାରାଙ୍କୁ ସାହା ହୋଇଛନ୍ତି ସରକାର । ସେମାନେ ପ୍ରୋଜେକ୍ଟ ଥଇଥାନରେ ନାମ ପଞ୍ଜୀକରଣ କରିବା ସହ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବେସାହାରା ପ୍ରବାସୀଙ୍କୁ ସାହା ହେଲେ ସରକାର

ବେସାହାରା ପ୍ରବାସୀଙ୍କୁ ସାହା ହେଲେ ସରକାର । ଏଣିକି ପେଟ ପାଇଁ ପ୍ରବାସୀଙ୍କୁ ବାହାରକୁ ଯିବାକୁ ପଡିବ ନାହିଁ । କୋଭିଡ୍‌ ସଙ୍କଟରେ ଢୋଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକରୁ ଆସିଛି ସକାରାତ୍ମକ ଖବର #NandighoshaTV #OdishaNews #Dhenkanal #Covid19 #Migrants

Nandighosha TV यांनी वर पोस्ट केले गुरुवार, २३ जुलै, २०२०

Leave a Reply