ଚୀନ ତା ଜିଦ୍‌ରେ ଅଟଳ ରହିଛି, ପୋଙ୍ଗଗ ଏବଂ ଗୋଗ୍ରା ଠାରୁ ପଛକୁ ହଟିବାକୁ ଚାହୁଁନି ଚୀନ୍

1 min read

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ସୀମାରେ ଉତ୍ତେଜନା କମିବା ବଦଳରେ ବଢ଼ିବାରେ ଲାଗିଛି । ଯଦିଓ କର୍ପସ କମାଣ୍ଡରଙ୍କ ବୈଠକ ପରେ ଚୀନ୍ ବର୍ତ୍ତମାନ ଅନେକ ଅଞ୍ଚଳରୁ ପଛକୁ ଫେରିବାକୁ ରାଜି ହୋଇଛି । କିନ୍ତୁ କେତେକ କ୍ଷେତ୍ରରେ ଚୀନ୍ ନିଜର ପତିଆରା ସାବ୍ୟସ୍ତ କରିବାରୁ ଚାହୁଁଛି । ଚୀନ୍ ପୂର୍ବ ଲଦାଖରେ ବାଧା ସୃଷ୍ଟି କରିବାରେ ଲାଗିଛି ଏବଂ ଫିଙ୍ଗର ୪ ଏବଂ ୫ ପଏଣ୍ଟରେ ରହିବାକୁ ଚାହୁଁଛି ।

କର୍ପସ କମାଣ୍ଡରଙ୍କ ବୈଠକ ପରେ ଚୀନ୍ ହଟ ସ୍ପ୍ରିଙ୍ଗରୁ ହଟିବା ପାଇଁ ସୂଚନା ଦେଇଛି । କିନ୍ତୁ ଚୀନ୍ର ଏଥିରେ ଅନିଚ୍ଛା ପ୍ରକାଶ ପାଇଥିବା ଦେଖାଯାଇଛି । ପୂର୍ବ ଲଦାଖରେ ଚୀନ୍ ଏବେ ମଧ୍ୟ ଅବରୋଧ ଜାରି ରଖିଛି । ପୋଙ୍ଗଗ ଏବଂ ଗୋଗ୍ରା ଠାରୁ ଚୀନ୍ ପଛକୁ ଯିବାର ନା ହିଁ ଧରୁନାହିଁ । ଚାଇନା ଫିଙ୍ଗର ୪ ଏବଂ ୫ ଅଞ୍ଚଳରେ ରହିବାକୁ ଚାହୁଁଛି ।

ladakh

ସେନା ପ୍ରତ୍ୟାହାରର ପ୍ରାରମ୍ଭିକ ପଦକ୍ଷେପ ପରେ ପରିସ୍ଥିତିରେ ଅଧିକ ପରିବର୍ତ୍ତନ ହୋଇନାହିଁ । ଉଭୟ ସୈନିକ ବହୁତ କମ୍ ଦୂରରେ ଉପସ୍ଥିତ ଅଛନ୍ତି । ତେବେ ଉଭୟ ପାର୍ଶ୍ୱରୁ ସୈନିକଙ୍କ ସଂଖ୍ୟା ହ୍ରାସ ପାଇଛି । ସବୁଠୁ ବଡ଼ ଫ୍ଲାସପଏଣ୍ଟ ପୋଙ୍ଗଗ ହ୍ରଦ କୂଳରୁ ଚାଇନା ଫିଙ୍ଗର ୪ ରୁ ଫିଙ୍ଗର ୫ ପର୍ଯ୍ୟନ୍ତ ପଛକୁ ଫେରିଛି । କିନ୍ତୁ ଏବେ ବି ରିଜ୍ ଲାଇନ ବା ଛୋଟ ପାହାଡ ରାସ୍ତାରେ ଚୀନ୍‌ର ପତିଆରା ରହିଛି ।

ଚାଇନା ଫିଙ୍ଗର ୪ ଏବଂ ୫ ରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଚାହୁଁନାହିଁ । ଏହା ବ୍ୟତୀତ ଚୀନ୍ ସୈନ୍ୟମାନେ ଗୋଗରାର ଉତ୍ତର-ପଶ୍ଚିମରେ ଅବସ୍ଥିତ ଅଞ୍ଚଳରୁ ପଛକୁ ଫେରି ନାହାନ୍ତି । ଗୋଗ୍ରା ଅଞ୍ଚଳ ଏପର୍ଯ୍ୟନ୍ତ ଚାଇନା ପାଇଁ ଅଶାନ୍ତ ରହିଛି । ତେବେ ସବୁଠାରୁ ବଡ଼ କଥା ହେଉଛିକି ଚୀନ୍‌ ଏବେ ଦେଖିବାକୁ ଗଲେ ଟିକେ ଟିକେ ତାର ଆଚରଣରେ ନରମିବାରେ ଲାଗିଛି । କାରଣ ଭାରତ ରଣନୀତି ଏବଂ ଯୁଦ୍ଧ ଭିତ୍ତିକ କର୍ଯ୍ୟ ଦେଖି ଚାଇନା ଭୟ କରିବାରେ ଲାଗିଛି । ଏଭଳି କାର୍ଯ୍ୟ ପାଇଁ ଚାଇନାର ବିକ୍ଷରେ ଅନେକ ଦେଶ ଥିବା ବେଳେ ଆମେରୀକା ସହ ଯୁଦ୍ଧାଭ୍ୟାସ ଚାଇନାକୁ ନରିମିବାକୁ ବାଧ୍ୟ କରିଛି ।

Leave a Reply