ଜୀବନ ବଞ୍ଚାଇବାକୁ ନୂଆ ନୂଆ ଫର୍ମୁଲା: ସମ୍ୱଲପୁର ପରେ ବରଗଡ଼ରେ ପଡ଼ିବ ତାଲା

ଭୁବନେଶ୍ୱର: ବିନା ଚିକିତ୍ସାରେ ବି ଭଲ ହେଉଛନ୍ତି କରୋନା ଆକ୍ରାନ୍ତ । ଏଭଳି ଏକ ଆଶ୍ୱସ୍ତିକର ଖବର ଭିତରେ ଆଜି ଦିନକରେ ୬ଜଣ ଆଖି ବୁଜିଛନ୍ତି । କେବଳ ହଟସ୍ପଟ ଗଞ୍ଜାମରୁ ୫ଜଣ ପ୍ରାଣ ହରାଇଥିବା ବେଳେ ୨୪ ଘଣ୍ଟାରେ ୨୭ ଜିଲ୍ଲାରୁ ୧୨୬୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୬୪୩ ଜଣ ସୁସ୍ଥ ହୋଇଥିବାବେଳେ ଗଞ୍ଜାମରୁ ୪୦୭ ଜଣ ସର୍ବାଧିକ ସୁସ୍ଥ ହୋଇଛନ୍ତି  ।

ଏସବୁ ଭିତରେ କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ଦିନକୁ ଦିନ ଯୁଦ୍ଧକୁ ଆହୁରି ଶାଣିତ କରୁଛନ୍ତି । କଟକରେ କୋଭିଡ କେୟାର, ରାଉରକେଲାରେ ପ୍ଳାଜମା ଥେରାପି ଆରମ୍ଭ ହୋଇଛି । ସେପଟେ ସଂକ୍ରମକୁ ଚେକ୍ ଦେବାକୁ ଆହୁରି ଅନେକ ଜିଲ୍ଲା ସଟଡାଉନ୍ ତାଲିକାରେ ଯୋଡ଼ି ହୋଇଛନ୍ତି ।

ଗଞ୍ଜାମ ପରେ ରାଜ୍ୟ ସରକାରଙ୍କ ଫୋକସରେ କଟକ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା ହୋଇଛି । ତେବେ ଚିନ୍ତା ବଢାଇଛି ସହରର ସଂକ୍ରମଣର ସ୍ପିଡ୍ । ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆହୁରି ଦୁଇଟି କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା ହୋଇଛି ।

ବାରବାଟୀ ଷ୍ଟାଡିୟମର ଅଲମ୍ପିକ୍ ଆସୋସିଏସନ ପରିସରରେ ୭୫ ଓ ଇଣ୍ଡୋର ଷ୍ଟାଡିୟମରେ ୫୦ ଶଯ୍ୟା ପ୍ରସ୍ତୁତ ରହିଛି । ହୋମ ଆଇସୋଲେସନ ସୁବିଧା ନଥିବା କରୋନା ରୋଗୀ ଏଠାରେ ରହିବେ । ଏଥିପାଇଁ ନିଯୁକ୍ତ ହୋଇଛନ୍ତି ଡାକ୍ତର ଓ ନର୍ସ ।

ସେପଟେ କଟକ ବଡ଼ ମେଡିକାଲରେ ଓଡିଶା ଅଗ୍ନୀଶମ ବାହିନୀର ଯବାନମାନେ ପ୍ଲାଜମା ଦାନ କରିଛନ୍ତି । ପୂର୍ବରୁ ଏନଡିଆରଏଫ୍ ଜବାନଙ୍କ ଠାରୁ ପ୍ଲାଜମା ସଂଗ୍ରହ କରାଯାଇଥିବା ବେଳେ ଅଗ୍ନିଶମ ବାହିନୀର ଜବାନ ଏବେ ଆଗେଇ ଆସିଛନ୍ତି ।

 

ଯାହା ଗୁରୁତର ରୋଗୀଙ୍କ ମନରେ ଆଶା ସଂଚାର କରିଛି । ସେପଟେ ସମ୍ବଲପୁର ପରେ ବରଗଡ଼ ଜିଲ୍ଲାକୁ ସଟଡାଉନ୍ ଘୋଷଣା କରିଛି ପ୍ରଶାସନ । ଆଜି ରାତି ଠାରୁ ଆସନ୍ତା ୭ ଦିନ ଯାଏଁ ସାରା ଜିଲ୍ଲାରେ ପଡ଼ିବ ତାଲା । ସେପଟେ ସମ୍ବଲପୁର ଜିଲ୍ଲାରେ ଜାରି ରହିଛି ୧୦ଦିନିଆ ସଟଡାଉନ୍ । ସହରରେ ୫ଟି ସ୍ୱାବ ସଂଗ୍ରହ ସେଣ୍ଟର କରାଯାଇଥିବା ବେଳେ ୨୫୦ଟି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଆଜି ଏକ  ଘରୋଇ ନର୍ସିଂ ହୋମରୁ ଜଣେ ଆକ୍ରାନ୍ତ ସିଲ ହେବା ପରେ ତାକୁ ସିଲ କରାଯାଇଛି । ସପୃକ୍ତ ନର୍ସିଂହୋମର ଡାକ୍ତର ଓ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ପଠାଯାଇଛି ।

ସେପଟେ ଖୁବଶୀଘ୍ର ରାଉରକେଲାରେ ଆରମ୍ଭ ହେବ ପ୍ଳାଜମା ଥେରାପି କେନ୍ଦ୍ର । ଏଥିପାଇଁ ଆଇଜିଏଚ୍ ହସପିଟାଲରେ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛି । ସୁନ୍ଦରଗଡ଼ ଜିଲ୍ଲା ସମେତ ସାରା ପଶ୍ଚିମ ଓଡ଼ିଶାବାସୀଙ୍କୁ ଏହା ଖୁବ୍ ସାହାସ ଯୋଗାଇବ ।

ସେପଟେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାକୁ ସପ୍ତାହେ ପର୍ଯ୍ୟନ୍ତ ଲକଡାଉନ ଓ ସଟଡାଉନ୍ ଫର୍ମୁଲା ଆପଣେଇଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ପୁରୀରେ ପେଣ୍ଠକଟା ନୋଳିଆ ବସ୍ତି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ରାଧିକ ରହିଛି । କଣ୍ଟେନମେଣ୍ଟ ଜୋନ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଙ୍ଗ ଓ ଆଣ୍ଟିଜେନ ଟେଷ୍ଟ ସମେତ କରାଯାଉଛି ସଚେତନ ।

Leave a Reply