ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ସ୍ୱାଧୀନତା ଦିବସ ପାଳନ କରିବାକୁ ନିର୍ଦ୍ଦେଶ…

1 min read

ଭୁବନେଶ୍ୱର: କରୋନା କଟକଣା ଏବେ ସାରା ଦେଶରେ ଲାଗି ରହିଛି । କରୋନା ପାଇଁ ଦେଶ ମଧ୍ୟରେ କୌଣସି ପ୍ରକାରର ସାମାଜିକ ଦୂରତାକୁ ଭଙ୍ଗ ଗଲାଭଳି କାର୍ଯ୍ୟକୁ ବାରଣ କରାଯାଇଛି । ଯେଉଁଥି ପାଇଁ ପର୍ବ ପର୍ବାଣି ଠାରୁ ଆରମ୍ଭ କରି ବାହାଘର ବ୍ରତ ଆଦି ବନ୍ଦ ରହିଛି । ତେବେ ଏହି ଭିତରେ ଏକ ବଡ଼ ଖବର ଆସି ଆମ ମାନଙ୍କ ପାଖରେ ପହଞ୍ଚିଛି । ସ୍ୱାଧୀନତା ଦିବସ ପାଳନକୁ ନେଇ ଏବେ ସନ୍ଦେହ ଦୂର ହୋଇଛି । କରୋନା ସମୟରେ ସ୍ୱାଧୀନତା ଦିବସ ପାଳନ ହେବ କି ନାହିଁ ଯେଉଁ ସନ୍ଦେହ ରହିଥିଲା ତାହା ଏବେ ଦୂର ହୋଇଛି ।

file

କୋରନା ମହାମାରୀ ମଧ୍ୟରେ ରାଷ୍ଟ୍ରରୁ ଆରମ୍ଭ କରି ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପାଳନ ହେବ ସ୍ୱାଧୀନତା ଦିବସ । ତେବେ କଟକଣା ଭିତରେ ପାଳନ ହେବ ସ୍ୱାଧୀନତା ଦିବସ । ଏ ନେଇ ଗାଇଡ ଲାଇନ ଜାରି କରିଛନ୍ତି କେନ୍ଦ୍ର ଗୃହ ବିଭାଗ । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ଗୃହ ବିଭାଗର ଯୁଗ୍ମ ସଚିବ ଅନୁଜ ଶର୍ମା । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା କରୋନା କଟକଣାକୁ ପାଳନ କରିବା ସହ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ସ୍ୱାଧୀନତା ଦିବସ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

file

ଟେକ୍ନୋଲୋଜିର ବ୍ୟବହାର କରି କାର୍ଯ୍ୟକ୍ରମକୁ ଓ୍ୱେବ କାଷ୍ଟ କରିବା ସହ ଆୟୋଜନ ସ୍ଥଳରେ ଗହଳି କମାଇବାକୁ ପରାମର୍ଶ ଦିଆଯାଇଛି । କାର୍ଯ୍ୟକ୍ରମରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ସାମିଲ କରିବାକୁ ସୂଚନା ଦିଆଯାଇଛି । ପୂର୍ବାହ୍ନ ୯ଟା ପରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ପତକା ଉତ୍ତୋଳନ କରାଯିବ । ଜାତୀୟ ସଙ୍ଗୀତ ଗାନ କରିବା ସହ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ଗାଇଡଲାଇନରେ ଗୃହ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି  ।

file

Leave a Reply