ରାସନ ସାମଗ୍ରୀ ବଣ୍ଟନରେ ଦୁର୍ନୀତି ଅଭିଯୋଗ ପରେ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ରାଉରକେଲା: ଯୋଗାଣ ବିଭାଗରେ ବ୍ୟାପକ ଦୁର୍ନିତୀ ସମ୍ପର୍କରେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହି ଖବର ପ୍ରସାରଣ ପରେ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହସ୍ତକ୍ଷେପ କରିଥିଲେ । ରାଉରକେଲା ସହରରେ ୩ ହଜାରରୁ ଅଧିକ ଜାଲ୍ ରାସନ କାର୍ଡ ଥିବା ନନ୍ଦିଘୋଷ ଟିଭି ପ୍ରସାରଣ କରିଥିଲା । ଜାଲ୍ କାର୍ଡ ଜରିଆରେ କିଛି ଡିଲର ହିତାଧିକାରୀଙ୍କ ରାସନକୁ ହଡପ କରୁଥିଲେ । କଣ୍ଟ୍ରୋଲଡିଲର ଓଟିପି ଜରିଆରେ ରାସନ ସାମଗ୍ରୀ ହଡ଼ପ କରୁଥିବା ଅଭିଯୋଗ ହୋଇଥିଲା ।

ଏହା ସହ ଯୋଗାଣ ବିଭାଗର ଜଣେ ଅଧିକାରୀ ଦୁଇରୁ ତିନୋଟି ପଦରେ ରହୁଥିଲେ । ପ୍ରତି ଓ୍ୱାର୍ଡ ପାଇଁ ଟିମ୍ ଗଠନ କରି ଜାଲ୍ ରାସନ କାର୍ଡର ତଦନ୍ତ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । ନନ୍ଦିଘୋଷ ଟିଭିରେ ଏନେଇ ଖବର ପ୍ରସାରଣ ପରେ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଆସିବା ପରେ ଦୋଷିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବବୋଲି ଜିଲ୍ଲାପାଳ ନିଖଳ ପଓ୍ୱନ କଲ୍ୟାଣ ସୂଚନା ଦେଇଛନ୍ତି ।

ରାସନ କାର୍ଡରେ ବ୍ୟାପକ ଜାଲିଆତି: ୩ ମାସର ରାସନ ଓ ଟଙ୍କା ଲୁଟ୍‌ ଅଭିଯୋଗ

Leave a Reply