spot_img
Home Blog Page 6694

ଗଞ୍ଜାମରେ କମୁଛି ସଂକ୍ରମିତଙ୍କ ସଂଖ୍ୟା: ଖୋର୍ଦ୍ଧା ପାଇଁ ନୂଆ ଷ୍ଟ୍ରାଟେଜି ଆବଶ୍ୟକ

ଭୁବନେଶ୍ୱର: ଅଗଷ୍ଟରେ କରୋନା ସ୍ଥିତି ସର୍ବୋଚ୍ଚ ସ୍ତରରେ ପହଞ୍ଚି ସ୍ଥିର ହେବ । କିନ୍ତୁ ଏହି ଭାଇରସ ଭିନ୍ନ ପ୍ରକାର ରୂପ ନେଉଥିବାରୁ ନିର୍ଦ୍ଦିଷ୍ଟ ଆକଳନ ଲଗାଇବା ଅସମ୍ଭବ । କିନ୍ତୁ ମୃତ୍ୟୁ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି । ଅନ୍ୟ କିଛି ଜଟିଳ ରୋଗ ଥିବା କାରଣରୁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । ଭୁବନେଶ୍ୱର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଲାଇଫ ସାଇନ୍‌ସେସ୍‌ର ଆଇଏଲଏସ୍ ‌ନିର୍ଦ୍ଦେଶକ ଅଜୟ ପରିଡ଼ା ଏଭଳି କହିଛନ୍ତି  । ‌ସରକାରଙ୍କ ଟାର୍ଗେଟ ରହିଛି,  ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଟେଷ୍ଟ କରାଯିବ । ତାହାହେଲେ ହିଁ କରୋନାକୁ ରୋକା ଯାଇପାରିବ ।

ଅନ୍ୟ କେଉଁ କାରଣରୁ ମୃତ୍ୟୁ ହେଉଛି, ତାହା ବିଶ୍ଳେଷଣ କରାଯିବା ଅବଶ୍ୟକ । ଅଧିକ ଟେଷ୍ଟ ହେଉଥିବାରୁ ରାଜ୍ୟରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗଂଜାମରେ ଅଧିକ ସଂଖ୍ୟାରେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ଆଇସୋଲେସନରେ ରଖାଯାଇଥିବାରୁ ସଂଖ୍ୟା କମୁଛି । କିନ୍ତୁ ଖୋର୍ଦ୍ଧାକୁ ଅଧିକ ଲୋକ ବାହାରୁ ଆସୁଥିବାରୁ ଏଠାରେ ନୂଆ ଷ୍ଟ୍ରାଟେଜି କରାଯିବା ଆବଶ୍ୟକ । ଆକ୍ରାନ୍ତଙ୍କ ସଂଖ୍ୟା ସବୁ ସ୍ଥାନରେ ବଢୁନାହିଁ, କିଛି ନିର୍ଦ୍ଦିଷ୍ଟ ପକେଟରେ ବଢୁଛି  ବୋଲି । ଭୁବନେଶ୍ୱର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଲାଇଫ ସାଇନ୍‌ସେସ୍‌ର – ଆଇଏଲଏସ୍ ‌ନିର୍ଦ୍ଦେଶକ ଅଜୟ ପରିଡ଼ା ଏହି ସୂଚନା ଦେଇଛନ୍ତି  ।

ୟେଦିୟୁରପ୍ପାଙ୍କ ସଂପର୍କରେ ଆସିଥିବା ୬ ଜଣ କରୋନା ପଜିଟିଭ୍, ସଙ୍ଗରୋଧରେ ୩ ଜଣ ଉପ ମୁଖ୍ୟମନ୍ତ୍ରୀ

ୟେଦିୟୁରପ୍ପାଙ୍କ ସଂପର୍କରେ ଆସିଥିବା ୬ ଜଣ କରୋନା ପଜିଟିଭ୍, ସଙ୍ଗରୋଧରେ ୩ ଜଣ ଉପ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ:କର୍ଣ୍ଣାଟକରେ କିଛି ବରିଷ୍ଠ ନେତା ନିକଟରେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବରିଷ୍ଠ ପଦାଧିକାରୀଙ୍କ ମଧ୍ୟରୁ ଅନେକ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । । ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦିୟୁରପ୍ପା ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟାଙ୍କୁ ପଜିଟିଭି୍ ଚିହ୍ନଟ ହେବା ପରେ ପରୀକ୍ଷଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ‌.ୟେଦିୟୁରପ୍ପାଙ୍କ ୬ ଜଣ କର୍ମଚାରୀ ପୂବର୍ରୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୭୫ ଜଣଙ୍କ ସୂଚନା ବାହାର କରାଯାଇ ସେମାନଙ୍କ ପରୀକ୍ଷଣ ହୋଇଛି ଏବଂ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଘରେ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି । ଏମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପରିବାର, ଘନିଷ୍ଠ ବନ୍ଧୁ, ଘରେ କାମ କରୁଥିବା କର୍ମଚାରୀ,ସୁରକ୍ଷାକର୍ମୀ ଏବଂ ଡ୍ରାଇଭର ସାମିଲ ଅଛନ୍ତି ।

‌ୟେଦିୟୁରପ୍ପା ଗତ ଏକ ସପ୍ତାହ ମଧ୍ୟରେ ତିନି ଜଣ ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ,ନିଜ ମନ୍ତ୍ରୀ ମଣ୍ଡଳର ୭ ଜଣ ମନ୍ତ୍ରୀଙ୍କ ସମେତ ୧୦ ଜଣ ବିଧାୟକଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏହା ସହିତ ୧୦ ଜଣ ବରିଷ୍ଟ ଅଧିକାରୀଙ୍କୁ ଦେଖା କରି କଥାବାର୍ତ୍ତା ମଧ୍ୟ ହୋଇଥିଲେ । ଏହା ସହିତ ବେଙ୍ଗାଲୁରୁର ନୂଆ କମିଶନର କମଲପନ୍ତଙ୍କୁ ଶୁଭକାମନା ଦେଇଥିଲେ। କହିରଖୁଛୁ ଯେତେବେଳେ ୭୭ ବର୍ଷୀୟ ମୁଖ୍ୟମନ୍ତ୍ରୀ,ତାଙ୍କ ଝିଅ ମଣିପାଲ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ମୁଖ୍ୟମନ୍ତ୍ରୀ ନିଜେ କରୋନା ସଂକ୍ରମିତ ବୋଲି ଟ୍ୱିଟ୍ କରି ସୂଚନା ଦେଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ  ସିଦ୍ଦାରମୈୟା ମଧ୍ୟ ସେହି ଏକା ହସ୍ପିଟାଲରେ ଅଛନ୍ତି । ସିଦ୍ଧରାମେୟା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ହସ୍ଟିଟାଲରେ ଭର୍ତ୍ତି ହେବାକୁ ଡାକ୍ତର ପରାମର୍ଶ ଦେଇଥିଲେ ।

ରାଜଧାନୀରୁ ଆଉ ୧୪୯ କରୋନା ସଂକ୍ରମିତ ଚିହ୍ନଟ, ୧୪୫ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରୁ ଆଉ ୧୪୯ କରୋନା ସଂକ୍ରମିତ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୯୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ଅନ୍ୟ ୫୧ ଜଣ ସ୍ଥାନୀୟ ସଂକ୍ରମିତ  । ଅପରପକ୍ଷରେ ୧୪୫ ଜଣ କରୋନା ସଂକ୍ରମିତ ସୁସ୍ଥ ମଧ୍ୟ ହୋଇଛନ୍ତି । ସେମାନଙ୍କ ରିପୋର୍ଟ କୋଭିଡ ନେଗେଟିଭ୍ ରହିଛି । ଏଯାବତ୍‌ ରାଜଧାନୀରେ ମୋଟେ ସଂକ୍ରମିତଙ୍କ ସଂଖ୍ୟା ୩୨୧୭ରେ ପହଞ୍ଚିଥିବା ବେଳେ ୧୯୪୩ ଜଣ ସୁସ୍ଥ ହୋଇଛନ୍ତି । ତେବେ ୧୮ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି ଏବଂ ଅନ୍ୟ ୧୨୫୪ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବା ଆଇସୋଲେସନରେ ରହିଛନ୍ତି । ଏନେଇ ବିଏମସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

 

WHO ର ଭାରତକୁ ଚେତାବନୀ, ସତର୍କ ରୁହ

୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା: ଚିଠି ଲେଖି ସତର୍କ କରାଇଲେ ଏସ୍ଆରସି

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ଏଣୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ରାଜ୍ୟର ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସମ୍ପୃକ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି ।

ଅରେଞ୍ଜ ଆଲର୍ଟରେ ଥିବା ଜିଲ୍ଲା

ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବ  ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ବଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ କେନ୍ଦୁଝର, ସମ୍ୱଲପୁରର ଜିଲ୍ଲା । ଏହି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ।

ୟେଲୋ ଆଲର୍ଟ

ସେହିଭଳି ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା । କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଦେବଗଡ଼, କୋରାପୁଟ, ନବରଙ୍ଗପୁର ଓ କଳାହଣ୍ଡି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ବର୍ଷା ଆଶଙ୍କା ଜିଲ୍ଲାଗୁଡ଼ିକର ଜିଲ୍ଲା ପ୍ରଶାସନ ସୂଚନାକୁ ଆଖି ଆଗରେ ରଖି ତୀଷ୍ମ ନଜର ରଖିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତଳିଆ ଅଞ୍ଚଳରେ ବର୍ଷା ଜଳ ଜମିବା ଆଶଙ୍କା ଥିବା ବେଳେ ଲୋକଙ୍କୁ ସ୍ଥାନାନ୍ତର କରିବା ନେଇ ପ୍ରସ୍ତୁତ ରହିବାକୁ ଏସ୍‌ଆରସିଙ୍କ ପକ୍ଷରୁ କୁହାଯାଇଛି ।

ମତ୍ସ୍ୟଜୀବୀଙ୍କୁ ଚେତାବନୀ

ପାଣିପାଗ ବିଭାଗ ପକ୍ଷରୁ ମତ୍ସଜୀବୀଙ୍କୁ ଲଘୁଚାପ କାଳରେ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ୪ ଓ ୫ ତାରିଖ ଦିନ ଉତ୍ତର ବଙ୍ଗୋପ ସାଗର ବିପଜ୍ଜନକ ରହିବ ବୋଲି ଚେତାବନୀ ଦିଆଯାଇଛି ।

ଚାଷୀଙ୍କ ପାଇଁ ଭାରତରେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ

ଭାରତୀୟ ରେଲଓ୍ୱେ ଚାଷୀ ମାନଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଛି । କରୋନା ମହାମାରୀ ଭଳି ଜଟିଳ ସମସ୍ୟାରେ ଚାଷୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଏକ ବରଦାନ ନିଶ୍ଚୟ । ଚାଷୀଙ୍କ ସୁବିଧା ପାଇଁ ଦେବଲାଲି ଏବଂ ଦାନାପୁର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଗଡ଼ିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଟ୍ରେନ୍ ମାଧ୍ୟମରେ ଚାଷୀମାନେ ପରିବା,ଫଳ ଏବଂ ଅନ୍ୟ ଖାଦ୍ୟ ସାମଗ୍ରୀ ପାଇଁ ବୁକିଂ କରିପାରିବେ । ମଧ୍ୟ ରେଲଓ୍ୱେର ଏହି ସ୍ୱତନ୍ତ୍ର ଟ୍ରେନ୍ ୭ ଅଗଷ୍ଟରୁ ୩୦ ଅଗଷ୍ଟ ପର‌୍ୟ୍ୟନ୍ତ ପ୍ରତି ଶୁକ୍ରବାରକୁ ଦେବଲାଲିରୁ ଦାନାପୁର ପର‌୍ୟ୍ୟନ୍ତ ଗଡ଼ିବ । କିନ୍ତୁ ପ୍ରତି ରବିବାରକୁ ଦାନାପୁରରୁ ଦେବଲାଲି ଗଡ଼ିବ ଏହି ସ୍ୱତନ୍ତ୍ର ଟ୍ରେନ୍ ।

 


ଏହି ଟ୍ରେନ୍ ଦେବଲାଲିରୁ ସକାଳ ୧୧ଟାରେ ବାହାରି ତା ପରଦିନ ସନ୍ଧ୍ୟା ୬ଟା୪୫ମିନିଟରେ ଦାନାପୁରରେ ପହଂଚିବ । ଏହି ସ୍ୱତନ୍ତ୍ର ପରିବହନ ଟ୍ରେନ୍ ରବିବାରକୁ ଦାନାପୁରରୁ ୧୨ଟାରେ ବାହାରି ତା ପରଦିନ ସନ୍ଧ୍ୟା ୭ଟା୪୫ରେ ଦେବଲାଲିରେ ପହଂଚିବ । ଏହି ଟ୍ରେନ୍ ନାସିକ୍ ରୋଡ଼୍‌, ଜଲଗାଁଓ, ଭୁସାବଲ,ବୁରହାନପୁର,ଖଣ୍ଡଓ୍ୱା,ଇଟାରସୀ, ଜବଲପୁର, ସତନା,ମାନିକପୁର,ପ୍ରିୟାଗରାଜ ଛିଓକି,ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଜଙ୍କସନ୍ ଏବଂ ବକ୍ସର ଷ୍ଟେସନରେ ଅଟକିବ । ରେଲଓ୍ୱେ ଅନୁସାରେ ଯଦି ଚାଷୀ ମାନଙ୍କ ଦାବି ବଢିବ ତେବେ ଗାଡ଼ିର ଅଟକିବା ସ୍ଥାନକୁ ବଢାଇ ଦିଆଯିବ । ଏହାର ବୁକିଂ ପାଇଁ ଚାଷୀ ମାନେ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ପାରିବେ ।

କଟକଣା ମଧ୍ୟରେ ଯୋଗାଭ୍ୟାସ ଜରିଆରେ ହେବ କରୋନା ଲଢ଼େଇ

ଭୁବନେଶ୍ୱର: ବୁଧବାରଠାରୁ ଖୋଲିବ ଯୋଗ କ୍ଲାସ । କରୋନା କଟକଣା ପାଇଁ ୪ ମାସରୁ ଅଧିକ ଦିନ ବନ୍ଦ ରହିବା ପରେ କାଲିଠାରୁ ଖୋଲିବାକୁ ଯାଉଛି ଯୋଗ କେନ୍ଦ୍ର ଓ ଜିମ୍ । ଏଥିପାଇଁ କଟକର ଯୋଗ କେନ୍ଦ୍ର ଗୁଡିକରେ କିପରି କୋଭିଡ କଟକଣା ମଧ୍ୟରେ ଯୋଗ କରିହେବ ସେ ନେଇ ପ୍ରସ୍ତୁତି କରାଯାଉଛି । ଚଳଚଞ୍ଚଳ ଯୋଗ କେନ୍ଦ୍ର । ୪ ମାସ ପରେ ଚାଲିବ ଯୋଗାଭ୍ୟାସ । କୋଭିଡ କଟକଣାରେ ଖୋଲିବାକୁ ଅନୁମତି ।

କରୋନା କଟକଣା ପାଇଁ ପ୍ରାୟ ଚାରି ମାସରୁ ଅଧିକ ସମୟ ବନ୍ଦ ରହିବା ପରେ ୫ ତାରିଖରୁ ଖୋଲିବାକୁ ଯାଉଛି ଯୋଗ କେନ୍ଦ୍ର ଓ ଜିମ୍ । ବନ୍ଦ ପଡିଥିବା କଟକର ଯୋଗ କେନ୍ଦ୍ର ଗୁଡ଼ିକରେ ଏନେଇ ପ୍ରସ୍ତୁତି କରାଯାଇଛି । ସାମାଜିକ ଦୂରତ୍ୱ ରଖି, ମାସ୍କ ପରିଧାନ କରି ଯେପରି ଭଲରେ ଯୋଗ କରିହେବ ସେ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଅନ୍ୟ ପକ୍ଷରେ  ଖେଳାଳିମାନେ ପୁଣି ଥରେ ଯୋଗ କରିବାର ସୁଯୋଗ ପାଇବେ ବୋଲି ଜାଣି ବେଶ ଉତ୍ସାହିତ ହୋଇପଡିଛନ୍ତି । ଏତେ ମାସ ହେବ ଯୋଗ ଓ ଜିମ୍ ନ ଆସିଥିବାରୁ ସେମାନଙ୍କ ଫିଟନେସ ସମସ୍ୟା ସୃଷ୍ଟି ହୋଇଛି । ଏବେ କିନ୍ତୁ ସବୁ ନିୟମ ମାନି ସେମାନେ ଯୋଗ କରିବେ ବୋଲି କହିକଛନ୍ତି । ଅନ୍ ଲକ ୩ରେ ସରକାର ନିୟମ ସାମାନ୍ୟ କୋହଳ ହୋଇଥିବାରୁ ଏହାର ସୁଯୋଗ ଫିଟନେସ ଉପରେ ଧ୍ୟାନ ଯୁବପିଢ଼ି ଧ୍ୟାନ ଦେଇପାରିବେ ବୋଲି ଆଶା ରଖିଛନ୍ତି ।

ଲଦାଖଠାରୁ ମାତ୍ର ୫୦୦ କିଲୋମିଟର ଦୂରରେ ଚୀନ ଠୁଳ କଲା ପରମାଣୁ କ୍ଷେପଣାସ୍ତ୍ର !

ନୂଆଦିଲ୍ଲୀ: ଭାରତ ସହ ସୀମା ବିବାଦ ଭିତରେ ଚୀନ୍ ଲଦାଖ ସୀମାଠାରୁ ମାତ୍ର ୫ଶହ କିଲୋମିଟର ଦୂରରେ ପରମାଣୁ କ୍ଷେପଣାସ୍ତ୍ର ମୁତୟନ କରିଥିବା ଜଣା ପଡିଛି । ଚୀନ୍ ପରମାଣୁ ଅସ୍ତ୍ର ବହନ କ୍ଷମତା ରଖୁଥିବା DF 26/21 ମିଶାଇଲକୁ ମୁତ୍ତୟନ କରିଥିବା ସାଟେଲାଇଟ୍ ଚିତ୍ରରୁ ଜଣା ପଡିଛି । ସାଟେଲାଇଟ୍ ଚିତ୍ରରୁ ଜଣା ପଡୁଛି ଯେ, ଚୀନ୍ ନିଜର ସିନଜିଆଙ୍ଗ୍ ପ୍ରଦେଶର କୋର୍ଲୋ ସାମରିକ ଘାଟିରେ DF 26/21 କ୍ଷେପଣାସ୍ତ୍ର ମୁତୟନ କରିଛି । ଚିତ୍ରରୁ ଏହି ମିଶାଇଲ ସ୍ପଷ୍ଟ ଭାବେ ଦେଖା ଯାଉଛନ୍ତି । ଏହି ମିଶାଇଲର ମାରକ କ୍ଷମତା ୪ ହଜାର କିଲୋମିଟର । ଏହାର ଲକ୍ଷ୍ୟଭେଦ ପରିସୀମା ଭିତରେ ଭାରତର ପ୍ରାୟ ସବୁ ସହର ଆସୁଛନ୍ତି ।

ଆମେରିକା ବୈଜ୍ଞାନିକଙ୍କ ମାନିବା ହେଉଛି ଯେ,ଚୀନ୍ ପାଖରେ ଭାରତଠାରୁ ଅଧିକ ପରମାଣୁ ଅସ୍ତ୍ର ରହିଛି ।ଚୀନ ଖୁବଶୀଘ୍ର ଫ୍ରାନ୍ସକୁ ପଛରେ ଛାଡି ଦୁନିଆର ତୃତୀୟ ସର୍ବାଧିକ ପରମାଣୁ ଅସ୍ତ୍ର ଠୁଳକାରୀ ରାଷ୍ଟ୍ରରେ ପରିଣତ ହେବ । ଗତ ୧୫ ବର୍ଷ ଭିତରେ ଚୀନ ତା’ର ପରମାଣୁ ଅସ୍ତ୍ର ଭଣ୍ଡାରରେ ବୃଦ୍ଧି କରିଛି । ପରମାଣୁ ଅସ୍ତ୍ର ଉପରେ ନଜର ରଖୁଥିବା ସଂଗଠନ ସିପ୍ରିର ତାଜା ରିପୋର୍ଟ ଅନୁସାରେ ୨୦୧୯ରେ ଚୀନ ତାର ପରମାଣୁ ଅସ୍ତ୍ର ସଂଖ୍ୟା ବଢାଇଛି । ସିପ୍ରି ରିପୋର୍ଟ ଅନୁସାରେ ଚୀନ୍ ପାଖରେ ୩୨୦ ପରମାଣୁ ଅସ୍ତ୍ର ଥିବାବେଳେ ଭାରତ ପାଖରେ ରହିଛି ୧୫୦ । ଗତ ବର୍ଷ ଚୀନ୍ ୩୦ଟି ନୂଆ ପରମାଣୁ ଅସ୍ତ୍ର ତିଆରି କରିଥିବା ବେଳେ ସମାନ ସମୟରେ ଭାରତର ୧୦ ପରମାଣୁ ବୋମା ତିଆରି କରିଛି ।

china missile

DF 26/21: ପରମାଣୁ ଅସ୍ତ୍ର ବାହକ କ୍ଷେପଣାସ୍ତ୍ର

ଚୀନର DF 26/21 କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ପରିସୀମା ୪ ହଜାର କିଲୋମିଟର । ଏହା ଭାରତର ଅଧିକାଂଶ ସହରକୁ ଟାର୍ଗେଟ୍ କରିପାରିବ । ଚୀନ୍ ଏଭଳି ଅସ୍ତ୍ରକୁ ଲଦାଖ ସୀମାଠାରୁ ମାତ୍ର ୫ ଶହ କିଲୋମିଟର ଦୂରରେ ମୁତ୍ତୟନ କରିଛି । ଏହି ମିଶାଇଲ ନିଜ ଡବଲ କ୍ଷମତା ପାଇଁ ଦୁନିଆରେ କୁଖ୍ୟାତ । DF 26/21 ଉଭୟ ପରମାଣୁ ବିସ୍ଫୋରକ ଓ ପାରମ୍ପାରିକ ଅସ୍ତ୍ର ବହନ କରିପାରେ ।  ଏଭଳି କ୍ଷମତା ପାଇଁ DF 26/21 ପାରମ୍ପାରିକ ଅସ୍ତ୍ର ନେଇ ଆସୁଛି ନା ପରମାଣୁ ବୋମା ନେଇ ଆସୁଛି ତାହା ଜାଣିବା ମୁସ୍କିଲ ହୋଇ ପଡେ ।

କିଏ ଦେଲା ଖବର ?

ଓପନ ଇଣ୍ଟେଲିଜେନ୍ସ ସୋର୍ସ ଡେଟରସ୍ଫା ଦ୍ୱାରା ଜାରି ସାଟେଲାଇଟ୍ ଚିତ୍ରକୁ ଜୁନ୍ ମାସରେ ନିଆଯାଇଥିଲା ।  ଫେଡେରସନ୍ ଅଫ୍ ଆମେରିକା ସାଇଣ୍ଟିଷ୍ଟ୍ର ତାଜା ରିପୋର୍ଟ ଅନୁସାରେ କୁର୍ଲା ବେସରେ ପ୍ରଥମ ମିଶାଇଲ ଏପ୍ରିଲ ୨୦୧୯ ଓ ଦ୍ୱିତୀୟ ମିଶାଇଲକୁ ଅଗଷ୍ଟ,୨୦୧୯ରେ ମୁତୟନ କରାଯାଇଥିଲା ।  ଏହି ମିଶାଇଲକୁ ଗୁଆମ କିଲର ବୋଲି ମଧ୍ୟ କୁହାଯାଏ । ଜାପାନର ଗୁଆମ ଠାରେ  ଆମେରିକାର ସାମରିକ ଘାଟି ରହିଛି । ୨୦୧୫ ମସିହାରେ ଏହାକୁ ପ୍ରଥମ ଥର ପାଇଁ ଚୀନ୍ ଦୁନିଆକୁ ଦେଖାଇଥିଲା । ଚୀନ ପାଖରେ ଏଭଳି ୮୦ ମିଶାଇଲ ଥିବା କୁହାଯାଉଛି ।

china satelite image

ଲଦାଖରୁ କ୍ଷେପଣାସ୍ତ୍ର ମୁତୟନ ସ୍ଥାନର ଦୂରତାକୁ ଦେଖି ଲାଗୁଛି ଯେ, ଏହାକୁ ଭାରତ ବିରୋଧରେ ହିଁ ମୁତୟନ କରାଯାଇଛି । ସାଟେଲାଇଟ୍ ଚିତ୍ରରେ ଦେଖିବାକୁ ମିଳିଛି ଯେ, ଏହି ଘାଟିରେ ୬ ସିଆନ୍ ଏଚ୍-୬ ବମ୍ବର ରହିଛି । ଏହା ସହ ୧୨ ସିୟାନ ଜେଚ୍-୭ ବିମାନ ମଧ୍ୟ ଛିଡା ହୋଇଛନ୍ତି ।

ଆଦିତ୍ୟ ମୃତ୍ୟୁ ତଦନ୍ତରେ ଘାଣ୍ଟି ହେଉଛି କ୍ରାଇମବ୍ରାଞ୍ଚ, ହୋଇପାରେ ଲାଏ ଡିଟେକସନ୍ ଟେଷ୍ଟ୍

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ଧନ୍ଦି ହେଉଛି କ୍ରାଇମବ୍ରାଞ୍ଚ । କେମିତି କରିବ ତଦନ୍ତ କୂଳ କିନାରା ପାଉନି । ଜିଆରପିର ତଦନ୍ତ ରିପୋର୍ଟ ଓ ସମସ୍ତ ବୟାନକୁ ନେଇ ଅନ୍ଧାରରେ ଅଣ୍ଡାଳୁଛି କ୍ରାଇମ୍‌ବ୍ରାଞ୍ଚ୍‌ ସ୍ପେଶାଲ ଟିମ । ଆଦିତ୍ୟଙ୍କ ୬ ମାସର ସିଡିଆର ରିପୋର୍ଟକୁ ତନାଘନା କରୁଛି । କାହା ସହ କଥା ହେଉଥିଲେ ଓ କଣ ସବୁ ରହିଥିଲା ସଂପର୍କ, ଜାଣିବା ଲାଗି ଛାନବିନ କରୁଛି ଟିମ୍‌ । ଜୁଲାଇ ୬ ତାରିଖରେ ଲିଙ୍ଗରାଜ ଷ୍ଟେସନରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଟ୍ରାକ ଦେଇ ଯାଇଥିବା ସମସ୍ତ ଟ୍ରେନର ଲୋକୋ ପାଇଲଟଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ପୂର୍ବରୁ ଜିଆରପି ଏନେଇ ଥରେ ଜେରା କରିଥିବା ବେଳେ ପୁଣି ଜେରା କରିବା କ୍ରାଇମବ୍ରାଞ୍ଚ । ଜେରା ପାଇଁ ଖୋର୍ଦ୍ଧା ରେଳବିଭାଗକୁ ଚିଠି କରିଛି କ୍ରାଇମବ୍ରାଞ୍ଚ ।

ଜିଆରପିର ତଦନ୍ତ ବେଳେ ଘଟଣା ଦିନ କେହି ଟ୍ରେନ୍ ଧକ୍କାରେ ପ୍ରାଣ ହରାଇ ନଥିଲେ ବୋଲି ଲୋକୋ ପାଇଲଟ୍ କହିଥିଲେ ।  ତେଣୁ ଏବେ କ୍ରାଇମବ୍ରାଞ୍ଚକୁ କି ତଥ୍ୟ ଦେବେ ଲୋକୋ ପାଇଲଟ ? ସେପଟେ ପୁଣିଥରେ ଆଦିତ୍ୟଙ୍କ ଡାଏରୀର ହସ୍ତାକ୍ଷର ଲେଖାକୁ ନେଇ ଅଧିକା ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଅଧିକ ତଦନ୍ତ ପାଇଁ ବିକାଶ, ପପୁ, ଓ ବିଦ୍ୟାଶ୍ରୀଙ୍କ ହ୍ୟାଣ୍ଡ ରାଇଟିଂ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ । ଆବଶ୍ୟକ ପଡ଼ିଲେ ଲାଏ ଡିଟେକସନ୍ ଟେଷ୍ଟ କଧ୍ୟ କରାଯିବ । କିଏ ସତ କହୁଛି କିଏ ମିଛ କହୁଛି ସେହି ଟେଷ୍ଟରେ ଜଣାପଡ଼ିବ । ବିଦ୍ୟାଶ୍ରୀଙ୍କୁ ଜେରା ବେଳେ ପପୁ ଓ ବିକାଶ ଆଦିତ୍ୟଙ୍କଠାରୁ ଟଙ୍କା ନେଉଥିବା ଅଭିଯୋଗ କରିଛନ୍ତି । ସେପେଟ ଆଶ୍ରମର ଖର୍ଚ୍ଚ ପାଇଁ ଆଦିତ୍ୟ ପେଟିଏମରେ ଟଙ୍କା ପଠାଉଥିଲେ ବୋଲି ପପୁ ଓ ବିକାଶ କ୍ରାଇମବ୍ରାଞ୍ଚଙ୍କୁ ଉତ୍ତର ଦେଇଛନ୍ତି । ଅନ୍ୟପଟେ ଆଶ୍ରମର ଆକାଉଣ୍ଟକୁ ମଧ୍ୟ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ   ।

ଅନ୍ୟପକ୍ଷରେ ଫେସବୁକର ଶେଷ ପୋଷ୍ଟକୁ ନେଇ ମଧ୍ୟ କ୍ରାଇମବ୍ରାଞ୍ଚର ସାଇବର ସେଲ ପୁଣି ତଦନ୍ତ ଆରମ୍ଭ କରିଛି । ଏହି ପୋଷ୍ଟକୁ ନେଇ ଫେସବୁକର ମୁଖ୍ୟାଳୟକୁ ପୁଣିଥରେ ଚିଠି ଲେଖି ରିପୋର୍ଟ ଦେବା ପାଇଁ କହିଛି । ଆଦିତ୍ୟର ମୃତ୍ୟୁ ମାମଲା ପୁରା ବୁଢ଼ିଆଣି ଜାଲପରି ଛନ୍ଦି ହୋଇ ରହିଛି ଏବଂ ଏହାକୁ ଠିକ ଭାବେ ତଦନ୍ତ କଲେ ଏହାର ପର୍ଦ୍ଦାଫାସ ହୋଇପାରିବ ବୋଲି କହିଛନ୍ତି ମୃତ ଆଦିତ୍ୟଙ୍କ ଓକିଲ । କୋଭିଡ କଟକଣା ଥିବା ସତ୍ତ୍ୱେ କେନ୍ଦ୍ରାପଡ଼ା ଠାରେ ଏକ ମନ୍ଦିରରେ କାହା ଅନୁମତିରେ ବାହାଘର ହେଲା । ଏବଂ ତାଙ୍କ ବାହାଘର କରାଇଥିବା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ମଧ୍ୟ ତଦନ୍ତ ପରିଷରକୁ ଆଣିବା ଆବଶ୍ୟକତ ରହିଛି ବୋଲି କହିଛନ୍ତି ମୃତ ଆଦିତ୍ୟଙ୍କ ଓକିଲ ।

(ଭୁବନେଶ୍ୱରରୁ ଅରୁଣ କୁମାର ସାହୁ)

ପେଟ୍ରୋଲ ପମ୍ଫ୍‌ କର୍ମଚାରୀଙ୍କ ପୁଅ ହେଲେ IAS , ଜାଣନ୍ତୁ ସଂଘର୍ଷର କାହାଣୀ…

କଠିନ ପରିଶ୍ରମ ହିଁ ଅସମ୍ଭବକୁ ସମ୍ଭବ କରାଇଥାଏ । ଦୂର ସ୍ୱପ୍ନକୁ ପାଖରେ ଆଣି ଛିଡ଼ା କରିଥାଏ । କଠିନ ପରିଶ୍ରମ ଏବଂ ନିଷ୍ଠା ଅସମ୍ଭବକୁ କରିଥାଏ ସମ୍ଭବ । ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷା ହେଉଛି ଦେଶର ସବୁଠାରୁ କଠିନ ପରୀକ୍ଷା । ଏହାକୁ କ୍ରାକ୍ କରିବା ଏକ ବିରାଟ ସଫଳତାଠାରୁ କମ୍ କଥା ନୁହେଁ । କିନ୍ତୁ ସମ୍ବଳ କମ ଥିବା ମଣିଷଙ୍କ ପାଖରେ ଏହି ପରୀକ୍ଷା ପାସ କରିବା କେତେ କଠିନ, ତାହା କେବଳ ସେଇମାନେ ଜାଣିଛନ୍ତି ଯେଉଁମାନେ ସଂଘର୍ଷ କରି ସଫଳତାର ଶୀର୍ଷ ଛୁଇଁଛନ୍ତି ।  ତେବେ ଏହି ସଫଳତା ଅଧିକ ପ୍ରେରଣାଦାୟକ ସେତିକିବେଳେ ହୋଇଥାଏ ଯେତେବେଳେ ଅତି ସୀମିତ ସମ୍ବଳ ଥିବା ପ୍ରାର୍ଥୀ ପରୀକ୍ଷାକୁ ଜିତିଥାଏ । ସେହିଭଳି ଜଣେ ପରିକ୍ଷାର୍ଥୀ ଯିଏ  ଯିଏ ଅନେକ ସଂଘର୍ଷ ପରେ ୨୦୧୯ ରେ IAS ପରୀକ୍ଷାରେ ଟପ୍ ୧୦୦ଙ୍କ ମଧ୍ୟରେ  ରହିଛନ୍ତି , ସେ ହେଉଛନ୍ତି ପ୍ରଦିପ ସିଂ  । ତେବେ ପ୍ରଦୀପଙ୍କୁ ସଫଳତା ରାତାରାତି ମିଳିନଥିଲା । ୨୦୧୯ ପୂର୍ବରୁ ମଧ୍ୟ ସେ ଥରେ  ପ୍ରଦୀପ ୨୦୧୮ ମସିହା ପରୀକ୍ଷାରେ AIR ୯୩ ରାଙ୍କ ରଖିଥିଲେ । ତାଙ୍କୁ IRS ଚାକିରି ଅଫର କରାଯାଇଥିଲା । କିନ୍ତୁ ନିଜ ରାଙ୍କ ବଢାଇବାକୁ ଚାହୁଁଥିବା ପ୍ରଦୀପ ଅଫରକୁ ପ୍ରତ୍ୟାଖାନ କରିଥିଲେ । ସେ ପୁଣିଥରେ ୨୦୧୯ରେ ନିଜ ରାଙ୍କିଂରେ ସୁଧାର ଆଣିବାକୁ ପରୀକ୍ଷାରେ ବସିଥିଲେ । ଆଉ ଏଥରକ ସେ ନିଜ ଲକ୍ଷ୍ୟସ୍ଥଳରେ ପହଂଚି ପାରିଛନ୍ତି । ୨୦୧୯ରେ ତାଙ୍କୁ ସର୍ବଭାରତୀୟ ରାଙ୍କିଂରେ ପ୍ରଥମ ସ୍ଥାନ ମିଳିଛି । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଜିତନ କିଶୋର ଓ ତୃତୀୟ ସ୍ଥାନରେ ଅଛନ୍ତି ପ୍ରତିଭା ବର୍ମା ।

୨୯ ବର୍ଷୀୟ ପ୍ରଦିପ ସିଂ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ପୁଅ । ଏହା ଥିଲା ତାଙ୍କର ଚତୁର୍ଥ ପ୍ରୟାସ ।  ଯିଏ ଅନେକ କଷ୍ଟ ଏବଂ ସୀମିତ ସମ୍ବଳକୁ ଅତିକ୍ରମ କରି IAS ପରୀକ୍ଷାକୁ ହାସଲ କରିଛନ୍ତି ।  ପ୍ରଦିପ ବାପା ମନୋଜ ସିଂ ବିହାରର ଗୋପାଳଗଞ୍ଜ ସହରରେ ରୁହନ୍ତି । ମନୋଜ ସିଂ ପେଟ୍ରୋଲ ପମ୍ପ କର୍ମଚାରୀ ଭାବରେ କାମ କରନ୍ତି । ରୋଜଗାର କେବଳ ବାପା କରୁଥିବାରୁ ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିଛି ବୋଲି ସେ କହିଛନ୍ତି । ବହୁତ କମ୍ ବୟସରୁ ପ୍ରଦିପ ପ୍ରଶାସନିକ ସେବାକୁ ନିଜ ଲକ୍ଷ୍ୟ ଭାବେ ବାଛି ସାରିଥିଲେ । ନିଜ ସଫଳତା ଓ ସ୍ୱପ୍ନ ବାବଦରେ ସେ କୁହନ୍ତି ଯେ, ମୁଁ ଯେତେବେଳେ ମୋ ବାପା ମା’ଙ୍କୁ ସିଭିଲ ସର୍ଭିସ ପାସ କରିଥିବା ପିଲାଙ୍କ ସଫଳତା ବାବଦରେ କଥା ହେବା ଶୁଣୁଥିଲି ଓ ସେମାନେ କେମିତି ଅଫିସର ହୋଇଗଲେ ଜାଣୁଥିଲି ସେତେବେଳେ ମୋ ଭିତରେ ଜଣେ ପ୍ରଶାସନିକ ଅଧିକାରୀ ହେବାର ସ୍ୱପ୍ନ ଜାଗି ଉଠିଥିଲା । ବାଣିଜ୍ୟରେ ସ୍ମାତକ ପ୍ରଦୀପ କୁହନ୍ତି ଯେ, ସଫଳତାର ସର୍ଟକଟ୍ ନାହିଁ । କେବଳ କୋଚିଂ ଦ୍ୱାରା ଜଣେ ଆଇଏଏସ୍ ହୋଇ ପାରିବ ନାହିଁ । ସଫଳତାରେ କୋଚିଂର ଯୋଗଦାନ ୧୦ରୁ ୧୫ ପ୍ରତିଶତ ଥାଏ । ବାକି ତୁମ ନିଜ ହାତରେ ବୋଲି କୁହନ୍ତି ପ୍ରଦୀପ ।

କ’ଣ ପାଇଁ ଶ୍ରୀରାମଙ୍କ ନିଶ ଥିବା ମୂର୍ତ୍ତି ଦାବି କରୁଛନ୍ତି ହିନ୍ଦୁ ନେତା? ଜାଣନ୍ତୁ

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ପ୍ରସିଦ୍ଧ ହିନ୍ଦୁ ନେତା ସମ୍ଭାଜୀ ଭଗବାନ ରାମଙ୍କର ନିଶ ଥିବା ଏକ ମୂର୍ତ୍ତିକୁ ସ୍ଥାପନ କରିବା ପାଇଁ ଦାବି କରିଛନ୍ତି । ଏହାପରଠାରୁ ହିନ୍ଦୁ ଧର୍ମରେ ଦେବାଦେବୀଙ୍କର କିଭଳି ସ୍ୱରୂପ ରହି ଆସିଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ସତରେ କ’ଣ ଭଗବାନ ରାମଙ୍କର ନିଶ ଥିଲା? ଏହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଲାଣି । ଏହା ସହିତ ଭିନ୍ନ ଭିନ୍ନ କଥା ମଧ୍ୟ ଆଲୋଚନା ହେଲାଣି ।ଭାରତରେ କିଛି କିଛି ମନ୍ଦିରରେ ପୂଜା ପାଉଥିବା ଦେବତାଙ୍କ ନିଶଥିବା ପ୍ରତିମୂର୍ତ୍ତି ରହିଛି, କିନ୍ତୁ ଖୁବ୍ କମ୍ । ଏହା ବ୍ୟତୀତ ଦେଶ ବିଦେଶରେ ଥିବା ଭଗବାନ ରାମଙ୍କ ମୂର୍ତ୍ତିରେ ମଧ୍ୟ ନିଶ ନାହିଁ । କିନ୍ତୁ ପ୍ରଭୁ ରାମଙ୍କୁ ନେଇ ପ୍ରଥମ ଥର ଏଭଳି ବିବାଦ ଦେଖିବାକୁ ମିଳିଛି ।

ଏହା ପ୍ରଥମ ଥର ଯେତେବେଳ ଭଗବାନ ରାମଙ୍କୁ ନେଇ ଏହି ପ୍ରସଙ୍ଗ ସାମ୍ନାକୁ ଆସିଛି । ବେଦରେ ଭଗବାନ ରାମଙ୍କର ଯେଉଁ ଅବତାର ବିଷୟରେ ଉଲ୍ଲେଖ ରହିଛି , ସେଥିରେ ଭଗବାନ ରାମଙ୍କ ନିଶଥିବା କଥା ବିଷୟରେ ବର୍ଣ୍ଣନା ହୋଇନାହିଁ । କିନ୍ତୁ ଯେଉଁ ଯୁଗରେ ସେ ଧରାପୃଷ୍ଠରେ ଜନ୍ମ ନେଇଥିଲେ, ତାହାକୁ ତ୍ରେତୟା ଯୁଗ କୁହାଯାଏ । ସେହି ସମୟରେ ସନାତନ ଧର୍ମରେ ଦାଢି ଆଉ ନିଶ ରଖିବା ବର୍ଜନୀୟ ଥିଲା ।

ମଧ୍ୟପ୍ରଦେଶର ଇନ୍ଦୋରରେ ଭଗବାନ ରାମଙ୍କର ନିଶ ଥିବା ମୂର୍ତ୍ତି ପୂଜା କରାଯାଏ । ରାମଙ୍କ ବ୍ୟତୀତ ଲକ୍ଷ୍ମଣଙ୍କର ନିଶଥିବା ମୂର୍ତ୍ତି ମଧ୍ୟ ରହିଛି । କୁମାବତପୁରାରେ ଥିବା ଏହି ମନ୍ଦିର ପ୍ରାୟ ଦେଢ ଶହ ବର୍ଷ ପୁରୁଣା ବୋଲି କୁହାଯାଉଛି । ଲୋକଙ୍କ କହିବା ଅନୁସାରେ ଯଦି ଦଶରଥଙ୍କର ନିଶ ଏବଂ ଦାଢି ଅଛି ତେବେ ପ୍ରଭୁ ରାମଙ୍କର ମଧ୍ୟ ଥିବ । ଏତଦ୍ ବ୍ୟତୀତ ରାଜସ୍ଥାନର ଏକ ମନ୍ଦିରରେ ଭଗବାନ ହନୁମାନଙ୍କର ନିଶ ଥିବା ମୂର୍ତ୍ତିକୁ ପୂଜା କରାଯାଉଛି । ଯେଉଁଥିପାଇଁ ଏହା ଖୁବ ଲୋକପ୍ରିୟ ।
ହିନ୍ଦୁ ଧର୍ମରେ ଭଗବାନ୍ ବ୍ରହ୍ମାଙ୍କୁ ଛାଡ଼ି ଅନ୍ୟ ଦେବତାଙ୍କ ମୂର୍ତ୍ତିରେ ନିଶ ଥିବା ପ୍ରାୟ ଦେଖିବାକୁ ମିଳେ ନାହିଁ । କିଛି କିଛି ସ୍ଥାନରେ ଭଗବାନ ଶିବଙ୍କ ମୂର୍ତ୍ତିରେ ନିଶ ଥିବା ଦେଖିବାକୁ ମିଳେ ।

ଭଗବାନଙ୍କ ମୂର୍ତ୍ତି ପ୍ରାୟତଃ ଯୁବକ ଅବସ୍ଥାରେ ପୂଜା ପାଆନ୍ତି, ତେଣୁ ଅଧିକାଂଶ ସ୍ଥାନରେ ହିନ୍ଦୁ ଦେବତାଙ୍କର ନିଶ ନଥିବା ନଜର ଆସିଥାଏ । କୁହାଯାଏ ସଭ୍ୟତା ଆରମ୍ଭ ହେବା ଏବଂ ନଗରର ସ୍ଥାପନ ପରେ ମୂର୍ତ୍ତି ଏବଂ ପୂଜାର ଯେଉଁ ପରମ୍ପରା ରହିଛ,ସେଥିରେ ଭଗବାନଙ୍କ ଯୁବକ ରୂପକୁ ସାକାର ବୋଲି କୁହାଯାଏ । କେବଳ ଉତ୍ତର ନୁହେଁ ବରଂ ଦକ୍ଷିଣ ଭାରତରେ ମଧ୍ୟ ଏହି ପରମ୍ପରା ରହିଛି । ଉତ୍ତର ଭାରତରେ ଦେବତାଙ୍କ ମୂର୍ତ୍ତି ଗୌରବର୍ଣ୍ଣ ହୋଇଥିବା ବେଳେ ଦକ୍ଷିଣ ଭାରତରେ ଶୈଳୀ ଭିନ୍ନ ଥିବା ଦେଖିବାକୁ ମିଳେ ।