କ’ଣ ପାଇଁ ଶ୍ରୀରାମଙ୍କ ନିଶ ଥିବା ମୂର୍ତ୍ତି ଦାବି କରୁଛନ୍ତି ହିନ୍ଦୁ ନେତା? ଜାଣନ୍ତୁ

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ପ୍ରସିଦ୍ଧ ହିନ୍ଦୁ ନେତା ସମ୍ଭାଜୀ ଭଗବାନ ରାମଙ୍କର ନିଶ ଥିବା ଏକ ମୂର୍ତ୍ତିକୁ ସ୍ଥାପନ କରିବା ପାଇଁ ଦାବି କରିଛନ୍ତି । ଏହାପରଠାରୁ ହିନ୍ଦୁ ଧର୍ମରେ ଦେବାଦେବୀଙ୍କର କିଭଳି ସ୍ୱରୂପ ରହି ଆସିଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ସତରେ କ’ଣ ଭଗବାନ ରାମଙ୍କର ନିଶ ଥିଲା? ଏହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଲାଣି । ଏହା ସହିତ ଭିନ୍ନ ଭିନ୍ନ କଥା ମଧ୍ୟ ଆଲୋଚନା ହେଲାଣି ।ଭାରତରେ କିଛି କିଛି ମନ୍ଦିରରେ ପୂଜା ପାଉଥିବା ଦେବତାଙ୍କ ନିଶଥିବା ପ୍ରତିମୂର୍ତ୍ତି ରହିଛି, କିନ୍ତୁ ଖୁବ୍ କମ୍ । ଏହା ବ୍ୟତୀତ ଦେଶ ବିଦେଶରେ ଥିବା ଭଗବାନ ରାମଙ୍କ ମୂର୍ତ୍ତିରେ ମଧ୍ୟ ନିଶ ନାହିଁ । କିନ୍ତୁ ପ୍ରଭୁ ରାମଙ୍କୁ ନେଇ ପ୍ରଥମ ଥର ଏଭଳି ବିବାଦ ଦେଖିବାକୁ ମିଳିଛି ।

ଏହା ପ୍ରଥମ ଥର ଯେତେବେଳ ଭଗବାନ ରାମଙ୍କୁ ନେଇ ଏହି ପ୍ରସଙ୍ଗ ସାମ୍ନାକୁ ଆସିଛି । ବେଦରେ ଭଗବାନ ରାମଙ୍କର ଯେଉଁ ଅବତାର ବିଷୟରେ ଉଲ୍ଲେଖ ରହିଛି , ସେଥିରେ ଭଗବାନ ରାମଙ୍କ ନିଶଥିବା କଥା ବିଷୟରେ ବର୍ଣ୍ଣନା ହୋଇନାହିଁ । କିନ୍ତୁ ଯେଉଁ ଯୁଗରେ ସେ ଧରାପୃଷ୍ଠରେ ଜନ୍ମ ନେଇଥିଲେ, ତାହାକୁ ତ୍ରେତୟା ଯୁଗ କୁହାଯାଏ । ସେହି ସମୟରେ ସନାତନ ଧର୍ମରେ ଦାଢି ଆଉ ନିଶ ରଖିବା ବର୍ଜନୀୟ ଥିଲା ।

ମଧ୍ୟପ୍ରଦେଶର ଇନ୍ଦୋରରେ ଭଗବାନ ରାମଙ୍କର ନିଶ ଥିବା ମୂର୍ତ୍ତି ପୂଜା କରାଯାଏ । ରାମଙ୍କ ବ୍ୟତୀତ ଲକ୍ଷ୍ମଣଙ୍କର ନିଶଥିବା ମୂର୍ତ୍ତି ମଧ୍ୟ ରହିଛି । କୁମାବତପୁରାରେ ଥିବା ଏହି ମନ୍ଦିର ପ୍ରାୟ ଦେଢ ଶହ ବର୍ଷ ପୁରୁଣା ବୋଲି କୁହାଯାଉଛି । ଲୋକଙ୍କ କହିବା ଅନୁସାରେ ଯଦି ଦଶରଥଙ୍କର ନିଶ ଏବଂ ଦାଢି ଅଛି ତେବେ ପ୍ରଭୁ ରାମଙ୍କର ମଧ୍ୟ ଥିବ । ଏତଦ୍ ବ୍ୟତୀତ ରାଜସ୍ଥାନର ଏକ ମନ୍ଦିରରେ ଭଗବାନ ହନୁମାନଙ୍କର ନିଶ ଥିବା ମୂର୍ତ୍ତିକୁ ପୂଜା କରାଯାଉଛି । ଯେଉଁଥିପାଇଁ ଏହା ଖୁବ ଲୋକପ୍ରିୟ ।
ହିନ୍ଦୁ ଧର୍ମରେ ଭଗବାନ୍ ବ୍ରହ୍ମାଙ୍କୁ ଛାଡ଼ି ଅନ୍ୟ ଦେବତାଙ୍କ ମୂର୍ତ୍ତିରେ ନିଶ ଥିବା ପ୍ରାୟ ଦେଖିବାକୁ ମିଳେ ନାହିଁ । କିଛି କିଛି ସ୍ଥାନରେ ଭଗବାନ ଶିବଙ୍କ ମୂର୍ତ୍ତିରେ ନିଶ ଥିବା ଦେଖିବାକୁ ମିଳେ ।

ଭଗବାନଙ୍କ ମୂର୍ତ୍ତି ପ୍ରାୟତଃ ଯୁବକ ଅବସ୍ଥାରେ ପୂଜା ପାଆନ୍ତି, ତେଣୁ ଅଧିକାଂଶ ସ୍ଥାନରେ ହିନ୍ଦୁ ଦେବତାଙ୍କର ନିଶ ନଥିବା ନଜର ଆସିଥାଏ । କୁହାଯାଏ ସଭ୍ୟତା ଆରମ୍ଭ ହେବା ଏବଂ ନଗରର ସ୍ଥାପନ ପରେ ମୂର୍ତ୍ତି ଏବଂ ପୂଜାର ଯେଉଁ ପରମ୍ପରା ରହିଛ,ସେଥିରେ ଭଗବାନଙ୍କ ଯୁବକ ରୂପକୁ ସାକାର ବୋଲି କୁହାଯାଏ । କେବଳ ଉତ୍ତର ନୁହେଁ ବରଂ ଦକ୍ଷିଣ ଭାରତରେ ମଧ୍ୟ ଏହି ପରମ୍ପରା ରହିଛି । ଉତ୍ତର ଭାରତରେ ଦେବତାଙ୍କ ମୂର୍ତ୍ତି ଗୌରବର୍ଣ୍ଣ ହୋଇଥିବା ବେଳେ ଦକ୍ଷିଣ ଭାରତରେ ଶୈଳୀ ଭିନ୍ନ ଥିବା ଦେଖିବାକୁ ମିଳେ ।

Leave a Reply