୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା: ଚିଠି ଲେଖି ସତର୍କ କରାଇଲେ ଏସ୍ଆରସି

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ଏଣୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ରାଜ୍ୟର ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସମ୍ପୃକ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି ।

ଅରେଞ୍ଜ ଆଲର୍ଟରେ ଥିବା ଜିଲ୍ଲା

ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବ  ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ବଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ କେନ୍ଦୁଝର, ସମ୍ୱଲପୁରର ଜିଲ୍ଲା । ଏହି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ।

ୟେଲୋ ଆଲର୍ଟ

ସେହିଭଳି ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା । କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଦେବଗଡ଼, କୋରାପୁଟ, ନବରଙ୍ଗପୁର ଓ କଳାହଣ୍ଡି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ବର୍ଷା ଆଶଙ୍କା ଜିଲ୍ଲାଗୁଡ଼ିକର ଜିଲ୍ଲା ପ୍ରଶାସନ ସୂଚନାକୁ ଆଖି ଆଗରେ ରଖି ତୀଷ୍ମ ନଜର ରଖିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତଳିଆ ଅଞ୍ଚଳରେ ବର୍ଷା ଜଳ ଜମିବା ଆଶଙ୍କା ଥିବା ବେଳେ ଲୋକଙ୍କୁ ସ୍ଥାନାନ୍ତର କରିବା ନେଇ ପ୍ରସ୍ତୁତ ରହିବାକୁ ଏସ୍‌ଆରସିଙ୍କ ପକ୍ଷରୁ କୁହାଯାଇଛି ।

ମତ୍ସ୍ୟଜୀବୀଙ୍କୁ ଚେତାବନୀ

ପାଣିପାଗ ବିଭାଗ ପକ୍ଷରୁ ମତ୍ସଜୀବୀଙ୍କୁ ଲଘୁଚାପ କାଳରେ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ୪ ଓ ୫ ତାରିଖ ଦିନ ଉତ୍ତର ବଙ୍ଗୋପ ସାଗର ବିପଜ୍ଜନକ ରହିବ ବୋଲି ଚେତାବନୀ ଦିଆଯାଇଛି ।

Leave a Reply