ଗଞ୍ଜାମରେ କମୁଛି ସଂକ୍ରମିତଙ୍କ ସଂଖ୍ୟା: ଖୋର୍ଦ୍ଧା ପାଇଁ ନୂଆ ଷ୍ଟ୍ରାଟେଜି ଆବଶ୍ୟକ

ଭୁବନେଶ୍ୱର: ଅଗଷ୍ଟରେ କରୋନା ସ୍ଥିତି ସର୍ବୋଚ୍ଚ ସ୍ତରରେ ପହଞ୍ଚି ସ୍ଥିର ହେବ । କିନ୍ତୁ ଏହି ଭାଇରସ ଭିନ୍ନ ପ୍ରକାର ରୂପ ନେଉଥିବାରୁ ନିର୍ଦ୍ଦିଷ୍ଟ ଆକଳନ ଲଗାଇବା ଅସମ୍ଭବ । କିନ୍ତୁ ମୃତ୍ୟୁ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି । ଅନ୍ୟ କିଛି ଜଟିଳ ରୋଗ ଥିବା କାରଣରୁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । ଭୁବନେଶ୍ୱର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଲାଇଫ ସାଇନ୍‌ସେସ୍‌ର ଆଇଏଲଏସ୍ ‌ନିର୍ଦ୍ଦେଶକ ଅଜୟ ପରିଡ଼ା ଏଭଳି କହିଛନ୍ତି  । ‌ସରକାରଙ୍କ ଟାର୍ଗେଟ ରହିଛି,  ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଟେଷ୍ଟ କରାଯିବ । ତାହାହେଲେ ହିଁ କରୋନାକୁ ରୋକା ଯାଇପାରିବ ।

ଅନ୍ୟ କେଉଁ କାରଣରୁ ମୃତ୍ୟୁ ହେଉଛି, ତାହା ବିଶ୍ଳେଷଣ କରାଯିବା ଅବଶ୍ୟକ । ଅଧିକ ଟେଷ୍ଟ ହେଉଥିବାରୁ ରାଜ୍ୟରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗଂଜାମରେ ଅଧିକ ସଂଖ୍ୟାରେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ଆଇସୋଲେସନରେ ରଖାଯାଇଥିବାରୁ ସଂଖ୍ୟା କମୁଛି । କିନ୍ତୁ ଖୋର୍ଦ୍ଧାକୁ ଅଧିକ ଲୋକ ବାହାରୁ ଆସୁଥିବାରୁ ଏଠାରେ ନୂଆ ଷ୍ଟ୍ରାଟେଜି କରାଯିବା ଆବଶ୍ୟକ । ଆକ୍ରାନ୍ତଙ୍କ ସଂଖ୍ୟା ସବୁ ସ୍ଥାନରେ ବଢୁନାହିଁ, କିଛି ନିର୍ଦ୍ଦିଷ୍ଟ ପକେଟରେ ବଢୁଛି  ବୋଲି । ଭୁବନେଶ୍ୱର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଲାଇଫ ସାଇନ୍‌ସେସ୍‌ର – ଆଇଏଲଏସ୍ ‌ନିର୍ଦ୍ଦେଶକ ଅଜୟ ପରିଡ଼ା ଏହି ସୂଚନା ଦେଇଛନ୍ତି  ।

ୟେଦିୟୁରପ୍ପାଙ୍କ ସଂପର୍କରେ ଆସିଥିବା ୬ ଜଣ କରୋନା ପଜିଟିଭ୍, ସଙ୍ଗରୋଧରେ ୩ ଜଣ ଉପ ମୁଖ୍ୟମନ୍ତ୍ରୀ

Leave a Reply