ୟେଦିୟୁରପ୍ପାଙ୍କ ସଂପର୍କରେ ଆସିଥିବା ୬ ଜଣ କରୋନା ପଜିଟିଭ୍, ସଙ୍ଗରୋଧରେ ୩ ଜଣ ଉପ ମୁଖ୍ୟମନ୍ତ୍ରୀ

1 min read

ବେଙ୍ଗାଲୁରୁ:କର୍ଣ୍ଣାଟକରେ କିଛି ବରିଷ୍ଠ ନେତା ନିକଟରେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବରିଷ୍ଠ ପଦାଧିକାରୀଙ୍କ ମଧ୍ୟରୁ ଅନେକ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । । ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦିୟୁରପ୍ପା ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟାଙ୍କୁ ପଜିଟିଭି୍ ଚିହ୍ନଟ ହେବା ପରେ ପରୀକ୍ଷଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ‌.ୟେଦିୟୁରପ୍ପାଙ୍କ ୬ ଜଣ କର୍ମଚାରୀ ପୂବର୍ରୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୭୫ ଜଣଙ୍କ ସୂଚନା ବାହାର କରାଯାଇ ସେମାନଙ୍କ ପରୀକ୍ଷଣ ହୋଇଛି ଏବଂ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଘରେ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି । ଏମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପରିବାର, ଘନିଷ୍ଠ ବନ୍ଧୁ, ଘରେ କାମ କରୁଥିବା କର୍ମଚାରୀ,ସୁରକ୍ଷାକର୍ମୀ ଏବଂ ଡ୍ରାଇଭର ସାମିଲ ଅଛନ୍ତି ।

‌ୟେଦିୟୁରପ୍ପା ଗତ ଏକ ସପ୍ତାହ ମଧ୍ୟରେ ତିନି ଜଣ ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ,ନିଜ ମନ୍ତ୍ରୀ ମଣ୍ଡଳର ୭ ଜଣ ମନ୍ତ୍ରୀଙ୍କ ସମେତ ୧୦ ଜଣ ବିଧାୟକଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏହା ସହିତ ୧୦ ଜଣ ବରିଷ୍ଟ ଅଧିକାରୀଙ୍କୁ ଦେଖା କରି କଥାବାର୍ତ୍ତା ମଧ୍ୟ ହୋଇଥିଲେ । ଏହା ସହିତ ବେଙ୍ଗାଲୁରୁର ନୂଆ କମିଶନର କମଲପନ୍ତଙ୍କୁ ଶୁଭକାମନା ଦେଇଥିଲେ। କହିରଖୁଛୁ ଯେତେବେଳେ ୭୭ ବର୍ଷୀୟ ମୁଖ୍ୟମନ୍ତ୍ରୀ,ତାଙ୍କ ଝିଅ ମଣିପାଲ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ମୁଖ୍ୟମନ୍ତ୍ରୀ ନିଜେ କରୋନା ସଂକ୍ରମିତ ବୋଲି ଟ୍ୱିଟ୍ କରି ସୂଚନା ଦେଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ  ସିଦ୍ଦାରମୈୟା ମଧ୍ୟ ସେହି ଏକା ହସ୍ପିଟାଲରେ ଅଛନ୍ତି । ସିଦ୍ଧରାମେୟା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ହସ୍ଟିଟାଲରେ ଭର୍ତ୍ତି ହେବାକୁ ଡାକ୍ତର ପରାମର୍ଶ ଦେଇଥିଲେ ।

Leave a Reply