ଆଦିତ୍ୟ ମୃତ୍ୟୁ ତଦନ୍ତରେ ଘାଣ୍ଟି ହେଉଛି କ୍ରାଇମବ୍ରାଞ୍ଚ, ହୋଇପାରେ ଲାଏ ଡିଟେକସନ୍ ଟେଷ୍ଟ୍

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ଧନ୍ଦି ହେଉଛି କ୍ରାଇମବ୍ରାଞ୍ଚ । କେମିତି କରିବ ତଦନ୍ତ କୂଳ କିନାରା ପାଉନି । ଜିଆରପିର ତଦନ୍ତ ରିପୋର୍ଟ ଓ ସମସ୍ତ ବୟାନକୁ ନେଇ ଅନ୍ଧାରରେ ଅଣ୍ଡାଳୁଛି କ୍ରାଇମ୍‌ବ୍ରାଞ୍ଚ୍‌ ସ୍ପେଶାଲ ଟିମ । ଆଦିତ୍ୟଙ୍କ ୬ ମାସର ସିଡିଆର ରିପୋର୍ଟକୁ ତନାଘନା କରୁଛି । କାହା ସହ କଥା ହେଉଥିଲେ ଓ କଣ ସବୁ ରହିଥିଲା ସଂପର୍କ, ଜାଣିବା ଲାଗି ଛାନବିନ କରୁଛି ଟିମ୍‌ । ଜୁଲାଇ ୬ ତାରିଖରେ ଲିଙ୍ଗରାଜ ଷ୍ଟେସନରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଟ୍ରାକ ଦେଇ ଯାଇଥିବା ସମସ୍ତ ଟ୍ରେନର ଲୋକୋ ପାଇଲଟଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ପୂର୍ବରୁ ଜିଆରପି ଏନେଇ ଥରେ ଜେରା କରିଥିବା ବେଳେ ପୁଣି ଜେରା କରିବା କ୍ରାଇମବ୍ରାଞ୍ଚ । ଜେରା ପାଇଁ ଖୋର୍ଦ୍ଧା ରେଳବିଭାଗକୁ ଚିଠି କରିଛି କ୍ରାଇମବ୍ରାଞ୍ଚ ।

ଜିଆରପିର ତଦନ୍ତ ବେଳେ ଘଟଣା ଦିନ କେହି ଟ୍ରେନ୍ ଧକ୍କାରେ ପ୍ରାଣ ହରାଇ ନଥିଲେ ବୋଲି ଲୋକୋ ପାଇଲଟ୍ କହିଥିଲେ ।  ତେଣୁ ଏବେ କ୍ରାଇମବ୍ରାଞ୍ଚକୁ କି ତଥ୍ୟ ଦେବେ ଲୋକୋ ପାଇଲଟ ? ସେପଟେ ପୁଣିଥରେ ଆଦିତ୍ୟଙ୍କ ଡାଏରୀର ହସ୍ତାକ୍ଷର ଲେଖାକୁ ନେଇ ଅଧିକା ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଅଧିକ ତଦନ୍ତ ପାଇଁ ବିକାଶ, ପପୁ, ଓ ବିଦ୍ୟାଶ୍ରୀଙ୍କ ହ୍ୟାଣ୍ଡ ରାଇଟିଂ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ । ଆବଶ୍ୟକ ପଡ଼ିଲେ ଲାଏ ଡିଟେକସନ୍ ଟେଷ୍ଟ କଧ୍ୟ କରାଯିବ । କିଏ ସତ କହୁଛି କିଏ ମିଛ କହୁଛି ସେହି ଟେଷ୍ଟରେ ଜଣାପଡ଼ିବ । ବିଦ୍ୟାଶ୍ରୀଙ୍କୁ ଜେରା ବେଳେ ପପୁ ଓ ବିକାଶ ଆଦିତ୍ୟଙ୍କଠାରୁ ଟଙ୍କା ନେଉଥିବା ଅଭିଯୋଗ କରିଛନ୍ତି । ସେପେଟ ଆଶ୍ରମର ଖର୍ଚ୍ଚ ପାଇଁ ଆଦିତ୍ୟ ପେଟିଏମରେ ଟଙ୍କା ପଠାଉଥିଲେ ବୋଲି ପପୁ ଓ ବିକାଶ କ୍ରାଇମବ୍ରାଞ୍ଚଙ୍କୁ ଉତ୍ତର ଦେଇଛନ୍ତି । ଅନ୍ୟପଟେ ଆଶ୍ରମର ଆକାଉଣ୍ଟକୁ ମଧ୍ୟ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ   ।

ଅନ୍ୟପକ୍ଷରେ ଫେସବୁକର ଶେଷ ପୋଷ୍ଟକୁ ନେଇ ମଧ୍ୟ କ୍ରାଇମବ୍ରାଞ୍ଚର ସାଇବର ସେଲ ପୁଣି ତଦନ୍ତ ଆରମ୍ଭ କରିଛି । ଏହି ପୋଷ୍ଟକୁ ନେଇ ଫେସବୁକର ମୁଖ୍ୟାଳୟକୁ ପୁଣିଥରେ ଚିଠି ଲେଖି ରିପୋର୍ଟ ଦେବା ପାଇଁ କହିଛି । ଆଦିତ୍ୟର ମୃତ୍ୟୁ ମାମଲା ପୁରା ବୁଢ଼ିଆଣି ଜାଲପରି ଛନ୍ଦି ହୋଇ ରହିଛି ଏବଂ ଏହାକୁ ଠିକ ଭାବେ ତଦନ୍ତ କଲେ ଏହାର ପର୍ଦ୍ଦାଫାସ ହୋଇପାରିବ ବୋଲି କହିଛନ୍ତି ମୃତ ଆଦିତ୍ୟଙ୍କ ଓକିଲ । କୋଭିଡ କଟକଣା ଥିବା ସତ୍ତ୍ୱେ କେନ୍ଦ୍ରାପଡ଼ା ଠାରେ ଏକ ମନ୍ଦିରରେ କାହା ଅନୁମତିରେ ବାହାଘର ହେଲା । ଏବଂ ତାଙ୍କ ବାହାଘର କରାଇଥିବା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ମଧ୍ୟ ତଦନ୍ତ ପରିଷରକୁ ଆଣିବା ଆବଶ୍ୟକତ ରହିଛି ବୋଲି କହିଛନ୍ତି ମୃତ ଆଦିତ୍ୟଙ୍କ ଓକିଲ ।

(ଭୁବନେଶ୍ୱରରୁ ଅରୁଣ କୁମାର ସାହୁ)

Leave a Reply